ଟୋଲ୍‌ଗେଟ୍‌ରେ ବିନା ଶୁଳ୍କରେ ଗାଡି ଛାଡିଲେ

ଚୌଦ୍ୱାର/କଟକ ସଦର, ୧୩ା୧୨(ଡି.ଏନ୍‌.ଏ.): କେନ୍ଦ୍ରର ୩ ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ଦାବିରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ସମର୍ଥନ ଜଣାଇ ନିଖିଳ ଭାରତ କୃଷକ ସଂଘର୍ଷ ସମନ୍ବୟ ସମିତି, କୃଷକ ମୋର୍ଚ୍ଚା କଟକ ଜିଲା କମିଟି ଓ ଅନ୍ୟ ସଙ୍ଗଠନ ପକ୍ଷରୁ ଶନିବାର ୧୬ ନଂ. ଜାତୀୟ ରାଜପଥର ମଙ୍ଗୁଳି ଟୋଲ୍‌ଗେଟ୍‌ ନିକଟରେ ପୂର୍ବାହ୍ନ ୧୨ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏଥିସହ ବିକ୍ଷୋଭକାରୀମାନେ ବିନା ଶୁଳ୍କରେ ଗାଡିଗୁଡିକୁ ଟୋଲ୍‌ଗେଟ୍‌ ପାର୍‌ କରାଇଥିଲେ। ଜିଲା କୃଷକ ସଭା ସଭାପତି ମଧୁସୂଦନ ପତି, ସିପିଆଇ(ଏମ୍‌)ର ଜିଲା ସମ୍ପାଦକ ବଦ୍ରି ନାରାୟଣ ଦାସଙ୍କ ପରିଚାଳନାରେ ବିଷ୍ଣୁ ବେହେରା, ପ୍ରତାପ ମହାପାତ୍ର, କୃଷକ ନେତା ପିତାମ୍ବର ଲେଙ୍କା, ଯୁବ ଫେଡେରେଶନ୍‌ ନେତା ରିତିକ୍‌ ମହାପାତ୍ର, ଗଣତାନ୍ତ୍ରିକ ମହିଳା ସମିତି ଜିଲା ସମ୍ପାଦିକା ବୁଲି ସାହୁ, ଜୟନ୍ତୀ ଗାଗରାଇଙ୍କ ସମେତ ଦଳୀୟ କର୍ମୀ ଓ କୃଷକମାନେ ବିକ୍ଷୋଭରେ ସାମିଲ ହୋଇଥିଲେ।

ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଶନିବାର କନ୍ଦରପୁର ଟୋଲ୍‌ଗେଟ୍‌ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ନୂତନ କୃଷି ଆଇନ ପ୍ରତ୍ୟାହାର ଦାବିରେ ଦିନକ ପାଇଁ କୌଣସି ଯାନରୁ ଶୁଳ୍କ ଆଦାୟ ନ କରିବାକୁ ସଙ୍ଗଠନର କର୍ମକର୍ତ୍ତାମାନେ ଜିଦ୍‌ ଧରିଥିଲେ। ଫଳରେ ଶୁଳ୍କ ଆଦାୟ ନ କରିବା ଦାବିକୁ ଟୋଲ୍‌ଗେଟ୍‌ କର୍ତ୍ତୃପକ୍ଷ ମାନି ନେଇଥିଲେ। କଟକ ସଦର ବ୍ଲକ ସଂଯୋଜକ ରାମଚନ୍ଦ୍ର ରାଉତ, ଦେବୀ ପ୍ରସାଦ ମହାରଣା, ଶରତ ଚନ୍ଦ୍ର ମହାପାତ୍ର ଓ ଅଶୋକ ସାହୁ ପ୍ରମୁଖ ବିକ୍ଷୋଭର ନେତୃତ୍ୱ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦୁଝରରେ ୪ ବର୍ଷରେ ଗଲାଣି ୨୬ ଜୀବନ

କେନ୍ଦୁଝର,୧ା୧୨ (ସ୍ବ.ପ୍ର.): ଦିନକୁ ଦିନ ଏଡ୍‌ସ ମାରାମତ୍କ ରୂପ ଧାରଣ କରୁଥିବାବେଳେ ଚିକିସତ୍ା ଅପେକ୍ଷା ଏଥିପ୍ରତି ସତର୍କତା ହେଲେ ଏହି ମାରାତ୍ମକ ରୋଗରୁ ରକ୍ଷା ମିଳିପାରିବ।...

କରୋନା ଆକ୍ରାନ୍ତଙ୍କ ନାମରେ ଦୁର୍ବ୍ୟବହାର ପ୍ରଦର୍ଶନ ଅଭିଯୋଗ, କୋଭିଡ଼ ହସ୍ପିଟାଲ ସଫେଇ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ଦେବଗଡ଼,୨୯ା୫(ଡି.ଏନ.ଏ.) – ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କଠାରୁ ଆରମ୍ଭ କରି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ କରୋନା ଯୋଦ୍ଧା କୁହାଯାଉଥିବା ସ୍ବାସ୍ଥ୍ୟକର୍ମୀ, ସଫେଇ କର୍ମଚାରୀ ଓ...

ଛାତ୍ରାବାସ ଛାତରୁ ଖସିଲା କଂକ୍ରିଟ

ବାଲେଶ୍ୱର ଅଫିସ, ୧।୧୦-ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ମହିଳା ସ୍ବାସ୍ଥ୍ୟକର୍ମୀ ତାଲିମ କେନ୍ଦ୍ରର ଛାତ୍ରାବାସ କୋଠାରୁ ସୋମବାର ମଧ୍ୟାହ୍ନରେ କଂକ୍ରିଟ୍‌ ଖଣ୍ଡ ଖସି...

ଫୁଟ୍‌ପାଥ୍‌ରେ ଶୈଶବ

ନରେଶ ଚନ୍ଦ୍ର ପଟ୍ଟନାୟକ କେନ୍ଦୁଝର, ୬ା୮ ଖଣିଜସମ୍ପଦ ଭରା କେନ୍ଦୁଝର ଜିଲା ମୁଖ୍ୟାଳୟରେ ଦେଶର ଭବିଷ୍ୟତ କୁହାଯାଉଥିବା ଶିଶୁ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି। ଦୁଇ...

ଶ୍ରୀମନ୍ଦିର ଲାଗି ୨୦୨ କୋଟିର ବଜେଟ

ପୁରୀ ଅଫିସ,୧୧ା୩:ଶ୍ରୀମନ୍ଦିର ଓ ଚତୁଃପାର୍ଶ୍ୱ ଉନ୍ନତି ପାଇଁ ଚଳିତବଷର୍ର୍(୨୦୨୧-୨୨)ର ବଜେଟ ପ୍ରସ୍ତୁତ ହୋଇଯାଇଛି। ଏଥିପାଇଁ ଅର୍ଥ ସବକମିଟି ପକ୍ଷରୁ ଆକଳନ କରାଯାଇ ୨୦୧ କୋଟି ୭୦...

୮୨ ଅଙ୍ଗନଓ୍ବାଡ଼ି କେନ୍ଦ୍ରର ନାହିଁ ନିଜସ୍ବ ଗୃହ

ନାଉଗାଁ,୫ା୧୧(ସ୍ବ.ପ୍ର.): ନାଉଗାଁ ବ୍ଲକରେ ମୋଟ୍‌ ୧୧୯ ଅଙ୍ଗନଓ୍ବାଡି କେନ୍ଦ୍ର ରହିଛି। ସେଥିମଧ୍ୟରୁ ୩୭ କେନ୍ଦ୍ରର ନିଜସ୍ବ ଗୃହ ଥିବାବେଳେ ୮୨କେନ୍ଦ୍ରର ନିଜସ୍ବ ଗୃହ ନାହିଁ। ଫଳରେ...

ଚାକିରି ଅପେକ୍ଷାରେ ୩୩,୭୨୧ ବେକାର

  ବାରିପଦା ଅଫିସ, ୨୧ା୩- ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲାରେ ବର୍ତ୍ତମାନ ବେକାରି ସମସ୍ୟା ଉତ୍କଟ ହେବାରେ ଲାଗିଛି। ପ୍ରତିବର୍ଷ ବେକାରିଙ୍କ ସଂଖ୍ୟା ବଢ଼ି ବଢ଼ି...

ବରାଳିନୀ ସାହି କଣ୍ଟେନମେଣ୍ଟ ଜୋନ

ଜି.ଉଦୟଗିରି, ୩୦।୭(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଜି. ଉଦୟଗିରି ସହର ବିଭିନ୍ନ ସାହିରେ କରୋନା କାୟା ବିସ୍ତାର କରିଚାଲିଛି। ମହାଗୁଡା ସାହି, କଚେରୀ ସାହି, ଓ ବସ୍‌ଷ୍ଟାଣ୍ଡ...

Advertisement
Archives

Model This Week