ପୁରାଣରେ ଯକ୍ଷ ଓ ନାଗ

ଭାରତୀୟ ପୁରାଣରେ ଆଶ୍ଚର୍ଯ୍ୟଜନକ ଜୀବ ହେଉଛନ୍ତି ଯକ୍ଷ। ୟୁରୋପୀୟ ପୁରାଣରେ ବର୍ଣ୍ଣିତ ବାମନଙ୍କ ସହ ଏମାନଙ୍କର ଅଧିକ ସାମଞ୍ଜସ୍ୟ ଅଛି। ଯକ୍ଷମାନେ ରତ୍ନ ଏବଂ ସୁନା ସହ ଜଡ଼ିତ। ସେମାନଙ୍କ ମୋଟା ବିକୃତ ଶରୀର ଅଳଙ୍କାରରେ ଆଚ୍ଛାଦିତ ଏବଂ ଏହି ରୂପରେ ବୌଦ୍ଧ, ଜୈନ ଓ ହିନ୍ଦୁ ମନ୍ଦିରରେ ଦେଖାଯାଆନ୍ତି। କୁବେର ସେମାନଙ୍କର ରାଜା। କୁବେରଙ୍କ ସ୍ତ୍ରୀ ନିଧି, ଯାହାର ଅର୍ଥ ଧନ। କୁବେରଙ୍କୁ ନରବାହନ କୁହାଯାଏ। ସେ ମଣିଷ ଉପରେ ବସି ବୁଲନ୍ତି, ଯାହା ମଣିଷ ଉପରେ ଧନଶକ୍ତିର ପ୍ରଭାବକୁ ସୂଚିତକରେ। ତାଙ୍କର ଏକ ସୁବର୍ଣ୍ଣ ନେଉଳ ଅଛି, ଯିଏ ପାଟିରୁ ରତ୍ନ ବାହାରକରେ। ଏହି ରତ୍ନକୁ ନେଉଳ ପୃଥିବୀ ତଳେ ବାସ କରୁଥିବା ନାଗମାନଙ୍କଠାରୁ ପାଇଥାଏ। କୁବେର ଲଙ୍କାନଗରୀ ନିର୍ମାଣ କରିଥିଲେ। କିନ୍ତୁ ରାକ୍ଷସରାଜା ତଥା ରାବଣ ତାଙ୍କୁ ସେଠାରୁ ତଡ଼ିଦେଇଥିଲେ ବୋଲି ରାମାୟଣରେ ବର୍ଣ୍ଣନା ରହିଛି। ସେମାନଙ୍କ ପିତା ବିସର୍ବା ଥିଲେ ଜଣେ ବ୍ରାହ୍ମଣ, ଯାହାଙ୍କ ପିତା ଋଷି ପୁଲସ୍ତ୍ୟ (ସପ୍ତର୍ଷିଙ୍କ ମଧ୍ୟରେ ଜଣେ)। ଯକ୍ଷ ଏବଂ ରାକ୍ଷସର ବୌଦ୍ଧଧର୍ମରେ ବର୍ଣ୍ଣିତ ଯକ୍କା ଏବଂ ରକ୍ଷାଙ୍କ ସହ ସମ୍ପର୍କ ଅଛି।
ନାଗମାନେ ପୃଥିବୀକୁ ଉର୍ବର ବା ସମୃଦ୍ଧ କରନ୍ତି। ଯକ୍ଷମାନେ ଧନ ସଂଗ୍ରହ କରି ଗଚ୍ଛିତ ରଖନ୍ତି। ରାକ୍ଷସ ଧନ ଚୋରି କରନ୍ତି। ନାଗଙ୍କ ରତ୍ନ ଚୋରି ହେବାରୁ ଭୟରେ ସେମାନେ ପାତାଳକୁ ଚାଲିଯାଇଥିଲେ। ଯକ୍ଷମାନଙ୍କୁ ରାବଣ ଉତ୍ତରକୁ ତଡ଼ିଦେଇ ନିଜେ ଦକ୍ଷିଣରେ ଶାସନ କରୁଥିଲେ। ଯେତେବେଳେ କୁବେର ଉତ୍ତର ଦିଗକୁ ଗଲେ, ସେତେବେଳେ ସେ ହିମାଳୟ ନିକଟରେ ଲଙ୍କା ଭଳି ନଗର ଅଳଙ୍କା କିମ୍ବା ଅଳକା ପ୍ରତିଷ୍ଠାକଲେ। ଅଳକା ରତ୍ନରେ ପରିପୂର୍ଣ୍ଣ ଥିଲା। ଲଙ୍କା ସୁନାରେ ନିର୍ମିତ। ରାବଣ ପରି କୁବେର ମଧ୍ୟ ଶିବଙ୍କୁ ପୂଜା କରନ୍ତି। ଯକ୍ଷ ଏବଂ ରାକ୍ଷସଙ୍କୁ ଶିବଙ୍କ ଆଜ୍ଞାଧାରୀ ବା ଗଣ ବୋଲି ମନେକରାଯାଏ। ଯେଉଁମାନେ ପୁରାଣକୁ ଇତିହାସ ଭାବରେ ଦେଖନ୍ତି ସେମାନେ ବିଶ୍ୱାସ କରନ୍ତି ଯେ, ଯକ୍ଷ ଏବଂ ରାକ୍ଷସ ଜଙ୍ଗଲନିବାସୀ ଜନଜାତି ଥିଲେ ଓ ଆର୍ଯ୍ୟମାନଙ୍କ ପୂର୍ବରୁ ଏମାନେ ରହିଥିଲେ। ନାଗମାନେ ଯକ୍ଷରାଜାଙ୍କ ନେଉଳକୁ ଭୟ କରନ୍ତି। ଯକ୍ଷରାଜା ରାକ୍ଷସରାଜାଙ୍କୁ ଭୟ କରନ୍ତି।
ବୌଦ୍ଧ ପୁରାଣ ବିଶେଷକରି ‘ଦିବ୍ୟବନ୍ଦନ’ରେ ଅଶୋକଙ୍କ କାହାଣୀ ଉଲ୍ଲେଖ କରାଯାଇଛି। ସେ କିଭଳି ଅଦ୍ଭୁତ ଜୀବ ଯକ୍ଷ ଓ ନାଗଙ୍କୁ ନିୟନ୍ତ୍ରଣରେ ରଖିଥିଲେ ଏବଂ ତାଙ୍କ ବାର୍ତ୍ତା ଯକ୍ଷ ଏବଂ ନାଗ ରାଜ୍ୟକୁ ପଠାଉଥିଲେ, ତାହା ଆମେ ସେଥିରେ ଦେଖୁ। ବୌଦ୍ଧ ପୁରାଣ ଯକ୍ଷ, ରାକ୍ଷସ, ଅପ୍‌ସରା, ଭୂତ ଏବଂ ପ୍ରେତ ପରି ଅନେକ ଜୀବକୁ ଯାଦୁକରି ବୋଲି ସୂଚିତ କରିଛି। ଏମାନଙ୍କ ସହ ବୁଦ୍ଧ ଏବଂ ବୌଦ୍ଧ ଭିକ୍ଷୁମାନଙ୍କର ବାରମ୍ବାର ମୁହଁାମୁହଁି ହୋଇଥିଲା। କୁହାଯାଇଛି, ଜଙ୍ଗଲ ପ୍ରେତାତ୍ମାମାନେ ପ୍ରଥମେ ହିଂସ୍ରକ ଥିଲେ। କିନ୍ତୁ ଧୀରେ ଧୀରେ ବୌଦ୍ଧଧର୍ମ ଦ୍ୱାରା ପ୍ରଭାବିତ ହୋଇ ନିୟନ୍ତ୍ରଣକୁ ଆସିଲେ। ବେଳେବେଳେ ସେମାନଙ୍କୁ ଘଉଡ଼ାଇ ଦିଆଯାଇଥିଲା, ବେଳେବେଳେ ସେମାନଙ୍କୁ ଶାନ୍ତ କରାଯାଇଥିଲା ଏବଂ ବେଳେବେଳେ ସେମାନଙ୍କୁ ସମ୍ମାନିତ କରାଯାଇଥିଲା । ଏପରିକି ସେମାନେ ବୌଦ୍ଧ ଆଶ୍ରମ, ବିଶ୍ୱବିଦ୍ୟାଳୟ ଏବଂ ସ୍ତୂପର ସଂରକ୍ଷକ ହୋଇଥିଲେ। ଉଦାହରଣ ସ୍ବରୂପ, ‘ଜଟକମାଳା’ରେ ଆମେ ଜଣେ ଯକ୍ଷଙ୍କ ବିଷୟରେ ଶୁଣିଥାଉ। ଲୋକମାନେ ତାଙ୍କୁ କାହିଁକି ଭୟ କରୁନାହାନ୍ତି ତାହାକୁ ନେଇ ସେ ଆଶ୍ଚର୍ଯ୍ୟପ୍ରକଟ କରିଥିଲେ। ତାଙ୍କୁ କୁହାଯାଇଥିଲା, ମହାରାଜା ମୈତ୍ରୀ ବଳ ଜଣେ ବୋଧିସତ୍ତ୍ୱ ଏବଂ ତାଙ୍କ ଶାସନରେ କେହି ଅସନ୍ତୁଷ୍ଟ ନୁହନ୍ତି। ଫଳରେ ଯକ୍ଷ ଜଣକ ମୈତ୍ରୀ ବଳଙ୍କ ନିକଟକୁ ଯାଇ ଖାଦ୍ୟ ବିଶେଷକରି ମଣିଷ ମାଂସ ପାଇଁ ଦାବି କରନ୍ତେ ରାଜା ତାଙ୍କୁ ଖାଇବାକୁ ଦେବା ପାଇଁ ନିଜ ଶରୀର ପ୍ରଦାନ କଲେ। ଏହି କାର୍ଯ୍ୟ ଯକ୍ଷଙ୍କୁ ପ୍ରଭାବିତ କରିବା ପରେ ସେ ବୌଦ୍ଧଧର୍ମ ଗ୍ରହଣ କରିଥିଲେ।

ତାମିଲ ବୌଦ୍ଧ ଗ୍ରନ୍ଥ ‘ସିଲାପ୍ପାଟିକରାମ’ ଏବଂ ‘ମଣିମେକାଲାଇ’ରେ ଆମେ ଜଣେ ବୌଦ୍ଧ ସନ୍ନ୍ୟାସିନୀ ବିଷୟରେ ଶୁଣୁ, ଯିଏ ବିଦ୍ୟାଧରଙ୍କୁ ମୁଠାଏ ଚାଉଳ ଦେଇଥିଲେ। ଫଳରେ ଚିରଭୋକିଲା ରହିବାର ଆଭିଶାପ ପାଇଥିବା ବିଦ୍ୟାଧର ତୁରନ୍ତ ମୁକ୍ତିଲାଭ କଲେ। ତା’ପରେ ସେ ଜଣେ ସଂଗଠକ ବା ଧର୍ମ ସଂରକ୍ଷକ ହୋଇଗଲେ। ବହୁ ସମୟରେ ଯକ୍ଷମାନେ ବୌଦ୍ଧ ରାଜା ଓ ସନ୍ନ୍ୟାସୀମାନଙ୍କ ଶତ୍ରୁଙ୍କୁ ପରାସ୍ତକରି ସେମାନଙ୍କୁ ସୁରକ୍ଷା ଦେଇଥିବା ବିଷୟ ଶୁଣିବାକୁ ପାଉ। ଉଦାହରଣ ସ୍ବରୂପ, ‘ମହାବଂଶ’ରେ ବୌଦ୍ଧଧର୍ମକୁ ସମର୍ଥନ କରୁଥିବା ଯକ୍ଷଙ୍କ ଦ୍ୱାରା କିପରି ପୁଷ୍ୟାମିତ୍ର ପରାଜିତ ହୋଇଛନ୍ତି, ସେ ସମ୍ପର୍କରେ ଏକ କାହାଣୀ ଅଛି। ବୁଦ୍ଧ ଶ୍ରୀଲଙ୍କା କିମ୍ବା ଚମ୍ପା ପରି ଦେଶକୁ ଯାତ୍ରାକରି ସେଠାରେ ସେ ଯକ୍ଷ ଏବଂ ନାଗଙ୍କୁ କିପରି ବୌଦ୍ଧଧର୍ମରେ ସାମିଲ କରିଛନ୍ତି, ତାହା ଉଲ୍ଲେଖ ରହିଛି। ଏହି କାହାଣୀଗୁଡ଼ିକ ଯାହା ସୂଚିତ କରେ ତାହା ଜଣଙ୍କୁ ଆଶ୍ଚର୍ଯ୍ୟ କରିବା ସ୍ବାଭାବିକ। ସେମାନେ କ’ଣ ପ୍ରକୃତରେ ଆରମ୍ଭରୁ ବୌଦ୍ଧମାନଙ୍କର ଶତ୍ରୁ ଥିବା ଆଦିବାସୀମାନଙ୍କୁ ଧର୍ମାନ୍ତରଣ କରୁଥିଲେ କି? ସେମାନେ ଧୀରେ ଧୀରେ ସନ୍ନ୍ୟାସୀ ବ୍ୟକ୍ତିତ୍ୱର ଶକ୍ତି ଦ୍ୱାରା ଏବଂ ବୌଦ୍ଧଧର୍ମାବଲମ୍ବୀମାନେ ନେଇଥିବା କୃଷି ଏବଂ ବାଣିଜ୍ୟର ନୂତନ ପ୍ରଯୁକ୍ତିବିଦ୍ୟା ଦ୍ୱାରା ପ୍ରଭାବିତ ହୋଇଥିଲେ କି? ଏହି ପ୍ରଭାବ ହୁଏତ ସେମାନଙ୍କୁ ଧୀରେ ଧୀରେ ଅଧିକ ସହଯୋଗୀ ଏବଂ ବନ୍ଧୁତ୍ୱପୂର୍ଣ୍ଣ କରିଥାଇପାରେ। ପରେ ସେମାନେ ବୌଦ୍ଧ ଭିକ୍ଷୁ ଏବଂ ମଠମାନଙ୍କର ସଂରକ୍ଷକ ହେବା ସହ ଯକ୍ଷ ଏବଂ ଯକ୍ଷିନୀ ରୂପରେ ନୃତ୍ୟଶିଳ୍ପୀ, ସଂଗୀତଜ୍ଞ ହୋଇଥିଲେ। ଶେଷରେ ତନ୍ତ୍ରର ବିଭିନ୍ନ ଦେବୀ ଏବଂ ଯୋଗିନୀ ପାଲଟିଥିଲେ। ଜୈନଧର୍ମରେ ମଧ୍ୟ ଯକ୍ଷ ଏବଂ ଯକ୍ଷିନୀଙ୍କ ସହିତ ପ୍ରତ୍ୟକ୍ଷ ତୀର୍ଥଙ୍କରଙ୍କ ସମ୍ପର୍କ ଥିବା ଆମେ ଦେଖିବାକୁ ପାଉ। ସେମାନେ ଲୋକ ଦେବତା, ପ୍ରକୃତିରେ ବାସ କରୁଥିବା ଦେବତାଙ୍କ ସହ ସମାନ। ସେମାନଙ୍କ ମଧ୍ୟରୁ କିଛି ଜୈନଧର୍ମ ଗ୍ରହଣ କରିଥିଲେ। ନାଗ ସମ୍ପର୍କରେ ବୌଦ୍ଧ ଏବଂ ଜୈନ ପରମ୍ପରାରେ ମଧ୍ୟ ଦେଖିବାକୁ ମିଳେ।
-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଶେଷାନ ଓ ଗାଈଆଳ ପିଲା

ଆଲେଖ୍ୟଟିକୁ ଆରମ୍ଭ କରିବା ସ୍ବର୍ଗତଃ ଶେଷାନଙ୍କ ଅଙ୍ଗେଲିଭା ଏକ ଘଟଣାରୁ। ତିରୁନେଲାଇ ନାରାୟଣ ଆୟାର ଶେଷାନ ହେଉଛନ୍ତି ସେହି ଭାରତୀୟ ପ୍ରଶାସନିକ ଅଧିକାରୀ, ଯିଏକି ମୁଖ୍ୟ ନିର୍ବାଚନ…

କର୍ପୋରେଟ୍‌ଙ୍କ ସ୍ବାର୍ଥରେ

ଦେଶର ଦୁର୍ବଳ ହେଉଥିବା ଅର୍ଥନୀତି ଓ ବିଶେଷକରି ଆମେରିକା ପରି ପାଶ୍ଚାତ୍ୟ ସାମ୍ରାଜ୍ୟବାଦୀ ଶକ୍ତିମାନଙ୍କ ଭାରି ଚାପ ମଧ୍ୟରେ କେନ୍ଦ୍ର ସରକାର ବଜେଟ ଆଗତ କରିଛନ୍ତି। ୨୦୨୪…

କଡ଼ା ନିୟମ

ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସଦ୍ୟ ନିର୍ଦ୍ଦେଶନାମା ଜାରି କରିଛି ଯେ, ୨୦୧୧ ଓ ତା’ପର ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀଙ୍କୁ କେନ୍ଦ୍ରରେ ଇନ୍ସପେକ୍ଟର ଜେନେରାଲ ପଦବୀ ପାଇଁ ତାଲିକାଭୁକ୍ତ ହେବା…

ବହି କଥା

ଦିନ ଥିଲା ବହି ସହିତ ଅନ୍ତରଙ୍ଗ ହେବାପାଇଁ ନିଭୃତ କକ୍ଷଟିଏ ଲୋଡ଼ା ହେଉଥିଲା। ଯାହାର ନାଁ ଥିଲା ପଢ଼ା ଘର। ସେଇ ପଢ଼ାଘର ସବୁ ଆଜି ବି…

ଗୋଟିଏ ଲାଉର ଦୁଇଟି ମଞ୍ଜି

ଯାଯାବର ମଣିଷ ନଦୀକୂଳରେ ବସତି ସ୍ଥାପନ କରି କୃଷିକୁ ଜୀବିକାଭାବେ ଗ୍ରହଣ କଲା। କୃଷି ବଂଶାନୁକ୍ରମିକଭାବେ ଜୀବିକା-ନିର୍ବାହର ସ୍ରୋତ ପାଲଟିଗଲା। ସମୟକ୍ରମେ କୃଷି ସହ ଅନ୍ୟାନ୍ୟ କର୍ମକୁ…

ଟିକା ବିରୋଧୀ ଦୃଷ୍ଟିକୋଣ

୨୦୨୫ରେ ଆମେରିକାରେ ଦୁଇ ପିଲାଙ୍କ ସମେତ ୩ ଜଣ ମିଳିମିଳାରେ ମୃତ୍ୟୁବରଣ କରିଥିଲେ। ସେମାନଙ୍କ ମୃତ୍ୟୁକୁ ରୋକାଯାଇପାରିଥାଆନ୍ତା। ଗତବର୍ଷ ଆମେରିକାରେ ୨,୨୬୭ ଲୋକ ମିଳିମିଳାରେ ଆକ୍ରାନ୍ତ ହୋଇଥିଲେ,…

ବାଲଡା ଗୁମ୍ଫା

ଓଡ଼ିଶାର କୋରାପୁଟ ଜିଲା ଅସରନ୍ତି ପ୍ରାକୃତିକ ସମ୍ପଦ ଏବଂ ନିଆରା ଆଦିବାସୀ ପରମ୍ପରା ପାଇଁ ସାରା ବିଶ୍ବରେ ଖ୍ୟାତ। ଏଠାରେ ଦେଖିବାକୁ ମିଳୁଥିବା ଆକର୍ଷଣୀୟ ସୁନ୍ଦର ସବୁଜିମା…

ଯଜ୍ଞର ଦୁଇ ରୂପ

ଆମେ ଯଜ୍ଞ କରୁ ଏବଂ ଆମ ପାଇଁ ଯଜ୍ଞହୁଏ। ଆମ ଯଜ୍ଞକୁ ଆମେ କେତେ ପ୍ରକାରେ କରିଥାଉ। ତାହା ସମ୍ପାଦନ କରିବା ପାଇଁ ଆମେ କେତେ ନିଃସ୍ବାର୍ଥପର,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri