ଗୋଟିଏ ଲାଉର ଦୁଇଟି ମଞ୍ଜି

ଯାଯାବର ମଣିଷ ନଦୀକୂଳରେ ବସତି ସ୍ଥାପନ କରି କୃଷିକୁ ଜୀବିକାଭାବେ ଗ୍ରହଣ କଲା। କୃଷି ବଂଶାନୁକ୍ରମିକଭାବେ ଜୀବିକା-ନିର୍ବାହର ସ୍ରୋତ ପାଲଟିଗଲା। ସମୟକ୍ରମେ କୃଷି ସହ ଅନ୍ୟାନ୍ୟ କର୍ମକୁ ଜୀବିକାନିର୍ବାହ ପନ୍ଥାରୂପେ ଗ୍ରହଣ କଲା। ସମୟକ୍ରମେ ବିଜ୍ଞାନ ଓ ବୈଷୟିକ ବିଜ୍ଞାନ ସାହାରାରେ ସୃଷ୍ଟିହେଲା ଆତ୍ମନିଯୁକ୍ତିର ସୁବିଧା ସୁଯୋଗ। ଏଥିସହ ରାଷ୍ଟ୍ରକୁ ସୁଶାସନ, ଶିକ୍ଷା, ସ୍ବାସ୍ଥ୍ୟ ସହ ସାଧାରଣ ଜନତାଙ୍କ ଜୀବନକୁ ଉପଯୁକ୍ତ ମାର୍ଗରେ ପରିଚାଳିତ କରିବାପାଇଁ ସରକାରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଗଲା। ରାଷ୍ଟ୍ରର ସୁରକ୍ଷା ତଥା ସାଧାରଣ ଜନତାଙ୍କ ସେବକ ସାଜିଥିବା ଗଣତନ୍ତ୍ରର ବ୍ୟବସ୍ଥାପିକାର ସର୍ବୋଚ୍ଚ ଆସନରେ ଅଧିଷ୍ଠିତ ନେତାଙ୍କ ବୃତ୍ତିଭାବେ ରାଜନୀତି ଏକ ସ୍ବତନ୍ତ୍ର ପରିଚୟ। ସାଧାରଣ ଜନତାଙ୍କୁ ସୁରକ୍ଷା, ସୁଶାସନ ସହ ନ୍ୟାୟଦେବା ଲକ୍ଷ୍ୟରେ ନିଜକୁ ଶାସକ ବୃତ୍ତିରେ ସାମିଲ କରି ଜନତାଙ୍କ ସୁଖଦୁଃଖର ସାଥୀଭାବେ ନିଜକୁ ପରିଚିତ କରାନ୍ତି। ରାଜତନ୍ତ୍ରରେ ଯେପରି ରାଜା ଏକ ନିର୍ଦ୍ଦିଷ୍ଟ ଭୂଖଣ୍ଡର ଅଧିକାରୀ, ସମସ୍ତ ପ୍ରଜାମାନଙ୍କର ରକ୍ଷକ, ପାଳନ କର୍ତ୍ତା, ନ୍ୟାୟଦାତା, ଅନ୍ନଦାତା ଠିକ ସେମିତି ଗଣତନ୍ତ୍ର ବ୍ୟବସ୍ଥାରେ ନିର୍ବାଚିତ ନେତାଙ୍କ ଭୂମିକା ଏକାପ୍ରକାରର। ରାଜତନ୍ତ୍ର ସମୟରେ ରାଜା ନିର୍ବାଚନ ଏକ ପାରିବାରିକ ସ୍ବୀକୃତିଭିତ୍ତିକ କିନ୍ତୁ ଗଣତନ୍ତ୍ରରେ ଅବଶ୍ୟ ତାହା ସର୍ବସମ୍ମତିକ୍ରମେ। ଯଦିଓ ଗଣତନ୍ତ୍ରରେ ପରିବାରବାଦର ପ୍ରଭାବ ଏବେବି ବଳବତ୍ତର କିନ୍ତୁ ତାହା ନିର୍ବାଚିତ ପ୍ରକ୍ରିୟା ମାଧ୍ୟମରେ ସମ୍ପାଦିତ। ନିର୍ବାଚନ ପୂର୍ବରୁ ସାଧାରଣ ଜନତାଙ୍କୁ ହାତଯୋଡ଼ି, ମୁଣ୍ଡିଆମାରି, ମା-ଭଉଣୀ ଓ ମଉସା-ମାଉସୀର ପରିଚୟ ସୃଷ୍ଟିକରି ସବୁ ସମସ୍ୟାର ସମାଧାନ ସହ ନ୍ୟାୟପାଇଁ ପୂର୍ଣ୍ଣ ପ୍ରତିଶ୍ରୁତି ଦିଆଯାଏ। ବାସ୍ତବରେ ରାଜନୀତିରେ ଯୁଗେଯୁଗେ ଜୟ। ସେ ରାଜା ହୁଅନ୍ତୁ କି ନେତା। ରାଜତନ୍ତ୍ରେ ରାଜା ଓ ଗଣତନ୍ତ୍ରେ ନେତାମନ୍ତ୍ରୀ, ରାଷ୍ଟ୍ର ଶାସନର ପରିଭାଷା। କୌଶଳପୂର୍ବକ ରାଜନୀତିରେ ତଥା ଶାସନଗାଦିରେ ନିଜକୁ ରାଜାଭିଷେକ କରିବାର ଆପ୍ରାଣ ଉଦ୍ୟମରେ ଅହରହ ବ୍ୟସ୍ତ। ରାଜନୀତିରେ ଯେଉଁ ଆନନ୍ଦ ଅଛି ତାହା ଆଉ କେଉଁଠି ନାହିଁ। ଅବଶ୍ୟ ପଥ ଟିକେ ବନ୍ଧୁର ତଥାପି ଥରେ ପଥିକ ହୋଇଗଲେ ପାଦ ଆପେଆପେ ସେ ବନ୍ଧୁର ପଥକୁ ଅତିକ୍ରମ କରିଚାଲେ। ଭାରତରେ ନିଜ ପ୍ରିୟଜନଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ରାଜନୀତିର ପଶା ଖେଳାଯାଏ। ଯଦି ଉପରୁ ତଳ ପର୍ଯ୍ୟନ୍ତ ସବୁ ତାଳମେଳ ଠିକ-ଠାକ୍‌ ରହେ ତେବେ ମନ୍ତ୍ରୀପଦ ମିଳିବା ଥୟ। ଶାସକ ଦଳରେ ଯେକୌଣସି ବିଭାଗରେ ନେତାପଦ ‘ସୌଭାଗ୍ୟ ଉପରେ ପାଟଛତା’ ସଦୃଶ।
ଶାସନକୁ ଆସିବା ପୂର୍ବରୁ ପୂର୍ବ ସରକାର ବିରୋଧରେ ଅନେକ ଅଭିଯୋଗ ସହ ସାଧାରଣଜନତାଙ୍କୁ ମୋହଗ୍ରସ୍ତକରି ଶାସନରେ ଅଧିଷ୍ଠିତ ହୋଇ ଶେଷରେ ସେମାନଙ୍କ ସହ ଚକ୍ରାନ୍ତ କରାଯାଉଛି। ସମସ୍ତ ଯୋଗ୍ୟତା ଥାଇ ଶିକ୍ଷିତ ଯୁବସମାଜକୁ ତଥା ସାଧାରଣ ଜନତାଙ୍କୁ ନ୍ୟାୟ ଦେବାପାଇଁ ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା ସେକଥା ଭୁଲି ଯାଉଛନ୍ତି। ସାଧାରଣ ଜନତାଙ୍କୁ ମାଗଣା ଟଙ୍କାକିଆ ଚାଉଳ, ରାଶନ କାର୍ଡ, ରାଜ୍ୟରେ ନାରୀଙ୍କୁ ଆର୍ଥିକ ସଶକ୍ତ କରାଇବା ପାଇଁ ଟଙ୍କା, ବୃଦ୍ଧାବୃଦ୍ଧଙ୍କୁ ମାସିକ ଭତ୍ତା ଦେଇ ନିଜର ମୋଟାଅଙ୍କର ବେତନ ସହ ସବୁପ୍ରକାର ଭତ୍ତା ରୁଣ୍ଡେଇବାପାଇଁ ଆଗଭର ନେତାଗଣ। ନେତାଙ୍କ ପାଇଁ ସବୁ ମାଗଣା। ପାଞ୍ଚବର୍ଷ ପୂରଣପରେ ବାକିଜୀବନ ପେନ୍‌ସନରେ। ଶାସନରେ ଅଧିଷ୍ଠିତ ପ୍ରତ୍ୟେକ ଶାସକ ସେ ରାଜତନ୍ତ୍ରରେ ରାଜା ହୁଅନ୍ତୁ କି ଗଣତନ୍ତ୍ରରେ ନେତା ସମସ୍ତଙ୍କର ସେଇ ଏକାପ୍ରକାରର ମନୋଭାବ। ନିଜକୁ ସର୍ବୋଚ୍ଚ ଆସନରେ ଅଧିଷ୍ଠିତ କରି ଜନତାଙ୍କୁ ପରୋକ୍ଷରେ ହେଉ କି ପ୍ରତ୍ୟକ୍ଷରେ ନିୟନ୍ତ୍ରଣ କରିବା ପ୍ରତ୍ୟେକ ଶାସକର ଲକ୍ଷ୍ୟ। ସେଦିନର ରାଜତନ୍ତ୍ରର ରାଜା ଏବର ଗଣତାନ୍ତ୍ରିକ ନେତା ମଧ୍ୟରେ କିଛି ପ୍ରଭେଦ ନାହିଁ। ଯେଉଁ ସ୍ବେଚ୍ଛାଚାରିତା ରାଜତନ୍ତ୍ରରେ ଦେଖିବାକୁ ମିଳେ ତାହା ପୁନଶ୍ଚ ଗଣତନ୍ତ୍ରରେ ପ୍ରତିଫଳିତ ହେଉ ନାହିଁ ତ ? କାରଣ ରାଜତନ୍ତ୍ର ଶାସକଗୋଷ୍ଠୀ ନିଜ ସୁଖସୁବିଧାର ପୂରଣ ଲକ୍ଷ୍ୟରେ ସାଧାରଣ ଜନତାଙ୍କ ଉପରେ ଅଯଥା ଭିନ୍ନଭିନ୍ନ ‘କର’ ଆଦାୟ କରିବାପରି ଗଣତନ୍ତ୍ର ଶାସକଗଣ ଜନତାଙ୍କ ସଂଗୃହୀତ ‘ଦ୍ରବ୍ୟକର’ରୁ ରାଜକୋଷ ଭରିବା ପରେ ସେଥିରୁ ବିଭିନ୍ନ ସରକାରୀ ଯୋଜନା ମାଧ୍ୟମରେ ନିଜପାଇଁ କିଛି ପ୍ରତିଶତ ଯୋଗାଡ କରିବା ନେତାଙ୍କର ଭିତିରିଆ କାରବାର। ପ୍ରାଥମିକ ବିଦ୍ୟାଳୟରୁ ଆରମ୍ଭ କରି ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟର ଶିକ୍ଷକ/ଶିକ୍ଷୟିତ୍ରୀ, ବେସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟର ଅଧ୍ୟାପକ/ଅଧ୍ୟାପିକା ତଥା ଅନ୍ୟାନ୍ୟ କର୍ମଚାରୀଙ୍କ ଜୀବନ ନିର୍ବାହ ଯାହାଯେମିତି ହେଉପଛେ, ତା’ପ୍ରତି ନେତାମନ୍ତ୍ରୀଙ୍କର ଟିକେ ଭ୍ରୂକ୍ଷେପ ନାହିଁ। ବିଧାନସଭା ନିକଟସ୍ଥ ଲୋୟର ପିଏମ୍‌ଜିରେ ଥିବା ଧାରଣା ସ୍ଥଳରେ ବର୍ଷସାରା ବିଭିନ୍ନ ବିଭାଗର ସରକାର ଚୁକ୍ତିଭିତ୍ତିକ କର୍ମଚାରୀ, ସ୍ବଳ୍ପ ବେତନଭୋଗୀ ଏବଂ ପେନ୍‌ସନରୁ ବଞ୍ଚିତ ଅବିବାହିତ ଝିଅ, ବିବାହିତ ମହିଳା, ମଧ୍ୟ ବୟସ୍କ, ବୟସ୍କ ତଥା ଶାରୀରିକ ଅକ୍ଷମ ନାରୀପୁରୁଷ ଦିବାରାତ୍ରି ଧାରଣାରେ ଦେଉଥିବାର କ’ଣ କିଛି ମହତ୍ତ୍ୱ ନାହିଁ?
ଏବକାର ଗଣତନ୍ତ୍ର ଓ ସେବର ରାଜତନ୍ତ୍ର ଗୋଟିଏ ଲାଉର ଦୁଇଟି ମଞ୍ଜି ସଦୃଶ। ସେଦିନ ରାଜତନ୍ତ୍ରରେ ରାଜା ଏକଚ୍ଛତ୍ରବାଦ, ଯୁଦ୍ଧଖୋର, ଧର୍ମାନ୍ଧତା, ବିସ୍ତାରବାଦକୁ ନିଜର ପ୍ରମୁଖ ଅସ୍ତ୍ର କରୁଥିଲେ ଆଜି ମଧ୍ୟ ଗଣତନ୍ତ୍ରରେ ନେତୃବୃନ୍ଦଙ୍କ ମଧ୍ୟରେ ଏକଚ୍ଛତ୍ରବାଦ, ଯୁଦ୍ଧଖୋର, ଧର୍ମାନ୍ଧତା ସହ ବିସ୍ତାରବାଦର ମାନସିକତା ଦେଖିବାକୁ ମିଳୁଛି। ଯେମିତି ରାଜତନ୍ତ୍ରରେ ରାଜାମାନେ ନିର୍ଦ୍ଦିଷ୍ଟ ଧର୍ମର ପୃଷ୍ଠପୋଷକତାକୁ ପ୍ରଶ୍ରୟ ଦେଇ ଚାଲିଥିଲେ ଗଣତନ୍ତ୍ରରେ ନେତାମାନେ ମଧ୍ୟ ନିଜକୁ ଏକ ନିର୍ଦ୍ଦିଷ୍ଟ ଧର୍ମର ରକ୍ଷକଭାବେ ଗ୍ରହଣ କରି ସାମ୍ପ୍ରଦାୟିକ ହିଂସାକାଣ୍ଡ ସୃଷ୍ଟି କରି ଚାଲିଛନ୍ତି।

ଡ. ମନୋଜ କୁମାର ମହାନ୍ତି
ଦର୍ଶନ ବିଭାଗୀୟ ମୁଖ୍ୟ
ବି.ଏନ. ଏମ.ଏ. ମହାବିଦ୍ୟାଳୟ
ଭଦ୍ରକ, ମୋ:୮୮୯୫୩୪୧୦୩୩

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?