ଗୋଟିଏ ଲାଉର ଦୁଇଟି ମଞ୍ଜି

ଯାଯାବର ମଣିଷ ନଦୀକୂଳରେ ବସତି ସ୍ଥାପନ କରି କୃଷିକୁ ଜୀବିକାଭାବେ ଗ୍ରହଣ କଲା। କୃଷି ବଂଶାନୁକ୍ରମିକଭାବେ ଜୀବିକା-ନିର୍ବାହର ସ୍ରୋତ ପାଲଟିଗଲା। ସମୟକ୍ରମେ କୃଷି ସହ ଅନ୍ୟାନ୍ୟ କର୍ମକୁ ଜୀବିକାନିର୍ବାହ ପନ୍ଥାରୂପେ ଗ୍ରହଣ କଲା। ସମୟକ୍ରମେ ବିଜ୍ଞାନ ଓ ବୈଷୟିକ ବିଜ୍ଞାନ ସାହାରାରେ ସୃଷ୍ଟିହେଲା ଆତ୍ମନିଯୁକ୍ତିର ସୁବିଧା ସୁଯୋଗ। ଏଥିସହ ରାଷ୍ଟ୍ରକୁ ସୁଶାସନ, ଶିକ୍ଷା, ସ୍ବାସ୍ଥ୍ୟ ସହ ସାଧାରଣ ଜନତାଙ୍କ ଜୀବନକୁ ଉପଯୁକ୍ତ ମାର୍ଗରେ ପରିଚାଳିତ କରିବାପାଇଁ ସରକାରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଗଲା। ରାଷ୍ଟ୍ରର ସୁରକ୍ଷା ତଥା ସାଧାରଣ ଜନତାଙ୍କ ସେବକ ସାଜିଥିବା ଗଣତନ୍ତ୍ରର ବ୍ୟବସ୍ଥାପିକାର ସର୍ବୋଚ୍ଚ ଆସନରେ ଅଧିଷ୍ଠିତ ନେତାଙ୍କ ବୃତ୍ତିଭାବେ ରାଜନୀତି ଏକ ସ୍ବତନ୍ତ୍ର ପରିଚୟ। ସାଧାରଣ ଜନତାଙ୍କୁ ସୁରକ୍ଷା, ସୁଶାସନ ସହ ନ୍ୟାୟଦେବା ଲକ୍ଷ୍ୟରେ ନିଜକୁ ଶାସକ ବୃତ୍ତିରେ ସାମିଲ କରି ଜନତାଙ୍କ ସୁଖଦୁଃଖର ସାଥୀଭାବେ ନିଜକୁ ପରିଚିତ କରାନ୍ତି। ରାଜତନ୍ତ୍ରରେ ଯେପରି ରାଜା ଏକ ନିର୍ଦ୍ଦିଷ୍ଟ ଭୂଖଣ୍ଡର ଅଧିକାରୀ, ସମସ୍ତ ପ୍ରଜାମାନଙ୍କର ରକ୍ଷକ, ପାଳନ କର୍ତ୍ତା, ନ୍ୟାୟଦାତା, ଅନ୍ନଦାତା ଠିକ ସେମିତି ଗଣତନ୍ତ୍ର ବ୍ୟବସ୍ଥାରେ ନିର୍ବାଚିତ ନେତାଙ୍କ ଭୂମିକା ଏକାପ୍ରକାରର। ରାଜତନ୍ତ୍ର ସମୟରେ ରାଜା ନିର୍ବାଚନ ଏକ ପାରିବାରିକ ସ୍ବୀକୃତିଭିତ୍ତିକ କିନ୍ତୁ ଗଣତନ୍ତ୍ରରେ ଅବଶ୍ୟ ତାହା ସର୍ବସମ୍ମତିକ୍ରମେ। ଯଦିଓ ଗଣତନ୍ତ୍ରରେ ପରିବାରବାଦର ପ୍ରଭାବ ଏବେବି ବଳବତ୍ତର କିନ୍ତୁ ତାହା ନିର୍ବାଚିତ ପ୍ରକ୍ରିୟା ମାଧ୍ୟମରେ ସମ୍ପାଦିତ। ନିର୍ବାଚନ ପୂର୍ବରୁ ସାଧାରଣ ଜନତାଙ୍କୁ ହାତଯୋଡ଼ି, ମୁଣ୍ଡିଆମାରି, ମା-ଭଉଣୀ ଓ ମଉସା-ମାଉସୀର ପରିଚୟ ସୃଷ୍ଟିକରି ସବୁ ସମସ୍ୟାର ସମାଧାନ ସହ ନ୍ୟାୟପାଇଁ ପୂର୍ଣ୍ଣ ପ୍ରତିଶ୍ରୁତି ଦିଆଯାଏ। ବାସ୍ତବରେ ରାଜନୀତିରେ ଯୁଗେଯୁଗେ ଜୟ। ସେ ରାଜା ହୁଅନ୍ତୁ କି ନେତା। ରାଜତନ୍ତ୍ରେ ରାଜା ଓ ଗଣତନ୍ତ୍ରେ ନେତାମନ୍ତ୍ରୀ, ରାଷ୍ଟ୍ର ଶାସନର ପରିଭାଷା। କୌଶଳପୂର୍ବକ ରାଜନୀତିରେ ତଥା ଶାସନଗାଦିରେ ନିଜକୁ ରାଜାଭିଷେକ କରିବାର ଆପ୍ରାଣ ଉଦ୍ୟମରେ ଅହରହ ବ୍ୟସ୍ତ। ରାଜନୀତିରେ ଯେଉଁ ଆନନ୍ଦ ଅଛି ତାହା ଆଉ କେଉଁଠି ନାହିଁ। ଅବଶ୍ୟ ପଥ ଟିକେ ବନ୍ଧୁର ତଥାପି ଥରେ ପଥିକ ହୋଇଗଲେ ପାଦ ଆପେଆପେ ସେ ବନ୍ଧୁର ପଥକୁ ଅତିକ୍ରମ କରିଚାଲେ। ଭାରତରେ ନିଜ ପ୍ରିୟଜନଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ରାଜନୀତିର ପଶା ଖେଳାଯାଏ। ଯଦି ଉପରୁ ତଳ ପର୍ଯ୍ୟନ୍ତ ସବୁ ତାଳମେଳ ଠିକ-ଠାକ୍‌ ରହେ ତେବେ ମନ୍ତ୍ରୀପଦ ମିଳିବା ଥୟ। ଶାସକ ଦଳରେ ଯେକୌଣସି ବିଭାଗରେ ନେତାପଦ ‘ସୌଭାଗ୍ୟ ଉପରେ ପାଟଛତା’ ସଦୃଶ।
ଶାସନକୁ ଆସିବା ପୂର୍ବରୁ ପୂର୍ବ ସରକାର ବିରୋଧରେ ଅନେକ ଅଭିଯୋଗ ସହ ସାଧାରଣଜନତାଙ୍କୁ ମୋହଗ୍ରସ୍ତକରି ଶାସନରେ ଅଧିଷ୍ଠିତ ହୋଇ ଶେଷରେ ସେମାନଙ୍କ ସହ ଚକ୍ରାନ୍ତ କରାଯାଉଛି। ସମସ୍ତ ଯୋଗ୍ୟତା ଥାଇ ଶିକ୍ଷିତ ଯୁବସମାଜକୁ ତଥା ସାଧାରଣ ଜନତାଙ୍କୁ ନ୍ୟାୟ ଦେବାପାଇଁ ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା ସେକଥା ଭୁଲି ଯାଉଛନ୍ତି। ସାଧାରଣ ଜନତାଙ୍କୁ ମାଗଣା ଟଙ୍କାକିଆ ଚାଉଳ, ରାଶନ କାର୍ଡ, ରାଜ୍ୟରେ ନାରୀଙ୍କୁ ଆର୍ଥିକ ସଶକ୍ତ କରାଇବା ପାଇଁ ଟଙ୍କା, ବୃଦ୍ଧାବୃଦ୍ଧଙ୍କୁ ମାସିକ ଭତ୍ତା ଦେଇ ନିଜର ମୋଟାଅଙ୍କର ବେତନ ସହ ସବୁପ୍ରକାର ଭତ୍ତା ରୁଣ୍ଡେଇବାପାଇଁ ଆଗଭର ନେତାଗଣ। ନେତାଙ୍କ ପାଇଁ ସବୁ ମାଗଣା। ପାଞ୍ଚବର୍ଷ ପୂରଣପରେ ବାକିଜୀବନ ପେନ୍‌ସନରେ। ଶାସନରେ ଅଧିଷ୍ଠିତ ପ୍ରତ୍ୟେକ ଶାସକ ସେ ରାଜତନ୍ତ୍ରରେ ରାଜା ହୁଅନ୍ତୁ କି ଗଣତନ୍ତ୍ରରେ ନେତା ସମସ୍ତଙ୍କର ସେଇ ଏକାପ୍ରକାରର ମନୋଭାବ। ନିଜକୁ ସର୍ବୋଚ୍ଚ ଆସନରେ ଅଧିଷ୍ଠିତ କରି ଜନତାଙ୍କୁ ପରୋକ୍ଷରେ ହେଉ କି ପ୍ରତ୍ୟକ୍ଷରେ ନିୟନ୍ତ୍ରଣ କରିବା ପ୍ରତ୍ୟେକ ଶାସକର ଲକ୍ଷ୍ୟ। ସେଦିନର ରାଜତନ୍ତ୍ରର ରାଜା ଏବର ଗଣତାନ୍ତ୍ରିକ ନେତା ମଧ୍ୟରେ କିଛି ପ୍ରଭେଦ ନାହିଁ। ଯେଉଁ ସ୍ବେଚ୍ଛାଚାରିତା ରାଜତନ୍ତ୍ରରେ ଦେଖିବାକୁ ମିଳେ ତାହା ପୁନଶ୍ଚ ଗଣତନ୍ତ୍ରରେ ପ୍ରତିଫଳିତ ହେଉ ନାହିଁ ତ ? କାରଣ ରାଜତନ୍ତ୍ର ଶାସକଗୋଷ୍ଠୀ ନିଜ ସୁଖସୁବିଧାର ପୂରଣ ଲକ୍ଷ୍ୟରେ ସାଧାରଣ ଜନତାଙ୍କ ଉପରେ ଅଯଥା ଭିନ୍ନଭିନ୍ନ ‘କର’ ଆଦାୟ କରିବାପରି ଗଣତନ୍ତ୍ର ଶାସକଗଣ ଜନତାଙ୍କ ସଂଗୃହୀତ ‘ଦ୍ରବ୍ୟକର’ରୁ ରାଜକୋଷ ଭରିବା ପରେ ସେଥିରୁ ବିଭିନ୍ନ ସରକାରୀ ଯୋଜନା ମାଧ୍ୟମରେ ନିଜପାଇଁ କିଛି ପ୍ରତିଶତ ଯୋଗାଡ କରିବା ନେତାଙ୍କର ଭିତିରିଆ କାରବାର। ପ୍ରାଥମିକ ବିଦ୍ୟାଳୟରୁ ଆରମ୍ଭ କରି ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟର ଶିକ୍ଷକ/ଶିକ୍ଷୟିତ୍ରୀ, ବେସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟର ଅଧ୍ୟାପକ/ଅଧ୍ୟାପିକା ତଥା ଅନ୍ୟାନ୍ୟ କର୍ମଚାରୀଙ୍କ ଜୀବନ ନିର୍ବାହ ଯାହାଯେମିତି ହେଉପଛେ, ତା’ପ୍ରତି ନେତାମନ୍ତ୍ରୀଙ୍କର ଟିକେ ଭ୍ରୂକ୍ଷେପ ନାହିଁ। ବିଧାନସଭା ନିକଟସ୍ଥ ଲୋୟର ପିଏମ୍‌ଜିରେ ଥିବା ଧାରଣା ସ୍ଥଳରେ ବର୍ଷସାରା ବିଭିନ୍ନ ବିଭାଗର ସରକାର ଚୁକ୍ତିଭିତ୍ତିକ କର୍ମଚାରୀ, ସ୍ବଳ୍ପ ବେତନଭୋଗୀ ଏବଂ ପେନ୍‌ସନରୁ ବଞ୍ଚିତ ଅବିବାହିତ ଝିଅ, ବିବାହିତ ମହିଳା, ମଧ୍ୟ ବୟସ୍କ, ବୟସ୍କ ତଥା ଶାରୀରିକ ଅକ୍ଷମ ନାରୀପୁରୁଷ ଦିବାରାତ୍ରି ଧାରଣାରେ ଦେଉଥିବାର କ’ଣ କିଛି ମହତ୍ତ୍ୱ ନାହିଁ?
ଏବକାର ଗଣତନ୍ତ୍ର ଓ ସେବର ରାଜତନ୍ତ୍ର ଗୋଟିଏ ଲାଉର ଦୁଇଟି ମଞ୍ଜି ସଦୃଶ। ସେଦିନ ରାଜତନ୍ତ୍ରରେ ରାଜା ଏକଚ୍ଛତ୍ରବାଦ, ଯୁଦ୍ଧଖୋର, ଧର୍ମାନ୍ଧତା, ବିସ୍ତାରବାଦକୁ ନିଜର ପ୍ରମୁଖ ଅସ୍ତ୍ର କରୁଥିଲେ ଆଜି ମଧ୍ୟ ଗଣତନ୍ତ୍ରରେ ନେତୃବୃନ୍ଦଙ୍କ ମଧ୍ୟରେ ଏକଚ୍ଛତ୍ରବାଦ, ଯୁଦ୍ଧଖୋର, ଧର୍ମାନ୍ଧତା ସହ ବିସ୍ତାରବାଦର ମାନସିକତା ଦେଖିବାକୁ ମିଳୁଛି। ଯେମିତି ରାଜତନ୍ତ୍ରରେ ରାଜାମାନେ ନିର୍ଦ୍ଦିଷ୍ଟ ଧର୍ମର ପୃଷ୍ଠପୋଷକତାକୁ ପ୍ରଶ୍ରୟ ଦେଇ ଚାଲିଥିଲେ ଗଣତନ୍ତ୍ରରେ ନେତାମାନେ ମଧ୍ୟ ନିଜକୁ ଏକ ନିର୍ଦ୍ଦିଷ୍ଟ ଧର୍ମର ରକ୍ଷକଭାବେ ଗ୍ରହଣ କରି ସାମ୍ପ୍ରଦାୟିକ ହିଂସାକାଣ୍ଡ ସୃଷ୍ଟି କରି ଚାଲିଛନ୍ତି।

ଡ. ମନୋଜ କୁମାର ମହାନ୍ତି
ଦର୍ଶନ ବିଭାଗୀୟ ମୁଖ୍ୟ
ବି.ଏନ. ଏମ.ଏ. ମହାବିଦ୍ୟାଳୟ
ଭଦ୍ରକ, ମୋ:୮୮୯୫୩୪୧୦୩୩

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଭୂଗର୍ଭ ଜଳ ସମସ୍ୟା

ଜୀବଜଗତ ବଞ୍ଚିବା ପାଇଁ ଜଳର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କଥାରେ ଅଛି ‘ଜଳ ବହୁଳେ ସୃଷ୍ଟି ନାଶ ଏବଂ ଜଳ ବିହୁନେ ସୃଷ୍ଟି ନାଶ’। ଜଳର…

୨୦୨୬ ନିର୍ବାଚନ: ଏକ ବିଶ୍ଳେଷଣ

କେବଳ ଆସାମ ଓ ପୁଡୁଚେରୀକୁ ବାଦ୍‌ ଦେଲେ ଚଳିତ ବିଧାନସଭା ନିର୍ବାଚନରେ ୩ ରାଜ୍ୟରେ ଜନମତ ଶାସକ ଦଳ ବିରୋଧରେ ଯାଇଛି। ଏପରି କି ପଶ୍ଚିମବଙ୍ଗ ଓ…

୭ ବିନ୍ଦୁ

ଗତ ରବିବାର ୧୦ ମେ’ ସନ୍ଧ୍ୟାରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଷଣ ସବୁ ଶ୍ରେଣୀ ପାଇଁ ଥିବା ଭଳି ମନେହେଲା। ସ୍ବୀକାର କରିବାକୁ ହେବ…

ଦେବାଳିଆ ମଧ୍ୟସ୍ଥ

ପାକିସ୍ତାନକୁ ଆଉ ସାହା ହେଉନାହାନ୍ତି ଆତଙ୍କବାଦୀ କି ଆମେରିକା। ଦେବାଳିଆ ପାକିସ୍ତାନର ଆର୍ଥିକ ମେରୁଦଣ୍ଡ ଭାଙ୍ଗିପଡ଼ିଛି। ଦେଶବାସୀଙ୍କୁ ଦୁଇଓଳି ଖାଇବା ଯୋଗାଇବାକୁ ପାକିସ୍ତାନ ପାଖରେ ସମ୍ବଳ ନାହିଁ।…

ଦୀର୍ଘସୂତ୍ରୀର ବିନାଶ ଘଟେ

ସମସ୍ତଙ୍କର ଏକ ସାଧାରଣ ଅଭିଯୋଗ ‘ସମୟ ନାହିଁ’ା ବାସ୍ତବରେ ସମୟ ଅଛି, ଆମେ ଠିକ୍‌ ସମୟରେ କାର୍ଯ୍ୟଟି କରିବାକୁ ନିଜେ ସୁଲଭ ନାହୁଁ। ସମୟ ପାଖରେ ଆମେ…

ବିଜୟ ପରେ ବିଳମ୍ବ

ତାମିଲାଗା ଭେଟ୍ରି କାଜାଗାମ (ଟିଭିକେ) ନେତା ତଥା ଅଭିନେତାରୁ ରାଜନେତା ପାଲଟିଥିବା ଯୋଶେଫ୍‌ ବିଜୟ ଚନ୍ଦ୍ରଶେଖର ତାମିଲନାଡୁର ନୂଆ ମୁଖ୍ୟମନ୍ତ୍ରୀ ଭାବେ ୧୦ ମେ’ରେ ଶପଥ ନେଇଛନ୍ତି।…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ବର୍ଜ୍ୟ ସମସ୍ୟାର ସମାଧାନ ଲାଗି ଡ. ଶାନ୍ତି…

ଆମ ବିଦ୍ୟାଳୟ

ଗ୍ରାଗ୍ରାମୀଣ ଭାରତର ଅନେକ ଅଞ୍ଚଳ ଏପର୍ଯ୍ୟନ୍ତ ଶିକ୍ଷାର ଆଲୋକରୁ ବଞ୍ଚିତ। ବିଶେଷ କରି ନିପଟ ମଫସଲ ଗାଁମାନେ, ଯେଉଁଠି ସହରି ଚାଲି ଚଳନ ସମ୍ପୂର୍ଣ୍ଣ ଭାବେ ପହଞ୍ଚିନାହିଁ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri