କର୍ପୋରେଟ୍‌ଙ୍କ ସ୍ବାର୍ଥରେ

ଦେଶର ଦୁର୍ବଳ ହେଉଥିବା ଅର୍ଥନୀତି ଓ ବିଶେଷକରି ଆମେରିକା ପରି ପାଶ୍ଚାତ୍ୟ ସାମ୍ରାଜ୍ୟବାଦୀ ଶକ୍ତିମାନଙ୍କ ଭାରି ଚାପ ମଧ୍ୟରେ କେନ୍ଦ୍ର ସରକାର ବଜେଟ ଆଗତ କରିଛନ୍ତି। ୨୦୨୪ ଲୋକ ସଭା ନିର୍ବାଚନରେ ଏକକ ସଂଖ୍ୟାଗରିଷ୍ଠତା ହରାଇବା ପରେ ମୋଦି ସରକାର ଆୟକର ସୀମା ବଢ଼ାଇବା ଓ କିଛି ସାମଗ୍ରୀରେ ଜିଏସ୍‌ଟି କମାଇବା ମାଧ୍ୟମରେ ଚାହିଦା ବଢ଼ାଇବାକୁ ପଦକ୍ଷେପ ନେଇଥିଲେ। କିନ୍ତୁ ଏବର୍ଷ ରାଜ୍ୟ ବିଧାନସଭାଗୁଡ଼ିକର ନିର୍ବାଚନରେ ସଫଳତା ପାଇବା ପରେ ସେହି ପଦକ୍ଷେପଗୁଡ଼ିକ ମଧ୍ୟ ବଜେଟରେ ଦେଖିବାକୁ ମିଳିନାହିଁ। ଏହି ବଜେଟ କେବଳ ଦେଶୀ ଓ ବିଦେଶୀ କର୍ପୋରେଟ୍‌ଙ୍କ ସେବା କରୁଛି, ସପ୍ଲାଇ-ସାଇଡ୍‌ ନୀତିକୁ ଅନୁସରଣ କରୁଛି ଓ ସ୍ବାସ୍ଥ୍ୟ, ଶିକ୍ଷା ଭଳି ସାମାଜିକ କ୍ଷେତ୍ରକୁ ଅବହେଳା କରୁଛି ଏପରି କି କେତେକ କ୍ଷେତ୍ରରେ ବ୍ୟୟବରାଦକୁ କମାଇ ଦେଉଛି।
ଗତ କିଛି ବର୍ଷ ଧରି ବଜେଟ ପ୍ରକ୍ରିୟାର ଗୁରୁତ୍ୱ କ୍ଷୀଣ ହୋଇଛି। ବର୍ଷ ତମାମ ଟିକସ ବଢ଼ାଯାଉଛି ତଥା ବଜେଟରେ ଭ୍ରମାତ୍ମକ ଓ ବିଭ୍ରାନ୍ତିକର ତଥ୍ୟ ଦେବା ଦେଖାଯାଇଛି। ସରକାର ବଜେଟରେ ଆୟ ଅନୁମାନକୁ ବଢ଼ାଇ ଚଢ଼ାଇ ଦେଖାଇବା ସହ ସାମାଜିକ କ୍ଷେତ୍ରରେ ଅଧିକ ବ୍ୟୟ କରିବାକୁ ଯାଉଥିବା ଦେଖାଇ ଆସିଛନ୍ତି। କିନ୍ତୁ ବର୍ଷ ଶେଷରେ ଯେତେବେଳେ ପ୍ରକୃତ ଆୟଟି କମ୍‌ ହୋଇଯାଏ ସେତେବେଳେ ନିଅଣ୍ଟ ଭରଣା ନାଁରେ ସରକାର ସାମାଜିକ କ୍ଷେତ୍ରରେ ବ୍ୟାପକ ବ୍ୟୟ ହ୍ରାସ କରିବା ଦେଖାଯାଇଛି। ପରିତାପର ବିଷୟ ସରକାରଙ୍କ ପରିସଂଖ୍ୟାନକୁ ନେଇ ଏହି ଖେଳ ଓ ଲୋକମାନଙ୍କ ସହ ସ୍ପଷ୍ଟ ଠକେଇକୁ କର୍ପୋରେଟ୍‌ ମିଡିଆ ଚପେଇ ଦେଇ ଆସିଛି ଏବଂ ଦେଶୀ-ବିଦେଶୀ କର୍ପୋରେଟ୍‌ଙ୍କ ସେବା ପାଇଁ ସରକାରକୁ ପ୍ରଶଂସା କରୁଛି। ବିଦେଶୀ ପୁଞ୍ଜିନିବେଶ(ଏଫ୍‌ଡିଆଇ) ଉପରେ ନିର୍ଭରଶୀଳ ଏହି ବିକାଶ ମଡେଲ ଗଭୀର ସଙ୍କଟରେ ପଡ଼ିଥିଲେ ମଧ୍ୟ ସରକାର ଘୋଡ଼େଇ ରଖିଛନ୍ତି।
ମାକ୍ରୋ-ଅର୍ଥନୈତିକ ସ୍ତରରେ ଅର୍ଥନୀତିର ନାମମାତ୍ର ବୃଦ୍ଧି ଦୁର୍ବଳ ରହିଛି। ମୋଟ ରାଜସ୍ବ ବୃଦ୍ଧି ମାତ୍ର ୬.୭% ଅନୁମାନ କରାଯାଇଛି। ଆୟକର ଆଦାୟ ଅନୁମାନଠାରୁ ବହୁତ କମ୍‌ ଓ ଜିଏସ୍‌ଟି ଆଦାୟ କେବଳ ୧.୯% ବଢ଼ିଛି। ଅର୍ଥନୀତିରେ ୭.୪% ବୃଦ୍ଧିର ଦାବି କରାଯାଉଥିବା ବେଳେ କୃଷି କ୍ଷେତ୍ରରେ ଯେଉଁଠି ପ୍ରାୟ ଅଧା ଭାରତୀୟ କାର୍ଯ୍ୟଶକ୍ତି ନିୟୋଜିତ ଓ ଗ୍ରାମାଞ୍ଚଳରେ ରହୁଥିବା ଦେଶର ଦୁଇ ତୃତୀୟାଂଶ ଲୋକଙ୍କ ଜୀବନରେଖା, ସେଠାରେ ବୃଦ୍ଧି ହାର ୩.୧%କୁ ହ୍ରାସ ପାଇଛି। ଏହି ଅଭାବର ପରିଣାମ ସ୍ବରୂପ, ୨୦୨୫-୨୬ ର ସଂଶୋଧିତ ଅନୁମାନ ଅନୁଯାୟୀ ଗ୍ରାମୀଣ ଉନ୍ନୟନ, କୃଷି, ଶିକ୍ଷା, ସ୍ବାସ୍ଥ୍ୟ, ସହର ଉନ୍ନୟନ, ଆବାସନ ଓ ପାନୀୟଜଳ ଭଳି କ୍ଷେତ୍ରରେ ବ୍ୟୟ କମାଯାଇଛି। ଦଳିତ ଓ ଆଦିବାସୀ କଲ୍ୟାଣ, ଅଙ୍ଗନଓ୍ବାଡି ଓ ଅନ୍ୟାନ୍ୟ ପ୍ରମୁଖ କ୍ଷେତ୍ରରେ ମଧ୍ୟ ବ୍ୟୟହ୍ରାସ ହୋଇଛି। ଏବର୍ଷର ବଜେଟରେ ୨୦ଟି ସାମାଜିକ କ୍ଷେତ୍ର ମଧ୍ୟରୁ ୧୭ଟି ସମେତ ଅଧିକାଂଶ କ୍ଷେତ୍ରରେ ଅନୁଦାନ କମିଛି। ଦେଶରେ ମୁଦ୍ରାସ୍ଫୀତିର ନିମ୍ନ ହାର ପଛରେ ଚାହିଦା ହ୍ରାସ ଅର୍ଥାତ୍‌ ଲୋକମାନଙ୍କର କ୍ରୟଶକ୍ତି ହ୍ରାସ ପାଇବାର ପରିଣାମ ରହିଛି।
ସରକାରୀ ବ୍ୟୟର ଅଧିକାଂଶ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକ ଉପରେ ଦିଆଯାଇଛି, ଯେଉଁଠାରେ ସରକାରୀ-ଘରୋଇ ଭାଗୀଦାରି (ପିପିପି) ପଦ୍ଧତିରେ ବହୁ ପରିମାଣର ସରକାରୀ ଧନ ବିଦେଶୀ ଓ ଦେଶୀ କର୍ପୋରେଟ୍‌ଙ୍କ ଲାଭ ପାଇଁ ବ୍ୟୟ ହେବ। ଗତବର୍ଷ ମୋଟ ପୁଞ୍ଜି ବ୍ୟୟ କେବଳ ୪.୧% ଥିଲା, ଯାହାକି ବଜେଟ ଅନୁମାନଠାରୁ ବହୁତ କମ୍‌।
ଏହାର ଅଧିକାଂଶ ଭାଗ ମଧ୍ୟ ଭିତ୍ତିଭୂମି ନିର୍ମାଣକୁ ଯାଇଛି, ଯାହାଫଳରେ ସ୍ବାସ୍ଥ୍ୟ, ଶିକ୍ଷା ଓ ଅନ୍ୟାନ୍ୟ ସାମାଜିକ କ୍ଷେତ୍ରଗୁଡ଼ିକୁ ଅବହେଳା କରାଯାଇଛି। ଏଥିରୁ ସ୍ପଷ୍ଟ ଯେ କେନ୍ଦ୍ର ସରକାର ଏକ ବିଫଳ ଆର୍ଥତ୍କ ବିକାଶର ମଡେଲ୍‌କୁ ଅନୁସରଣ କରି ଚାଲିଛନ୍ତିି।
ସରକାର ଚାହିଦା ବୃଦ୍ଧି ପରି ଅର୍ଥନୀତିର ସବୁଠାରୁ ଜରୁରୀ ସମସ୍ୟାକୁ ସମ୍ପୂର୍ଣ୍ଣ ଅବହେଳା କରିଛନ୍ତି। ଗଭୀର ହେଉଥିବା କୃଷି ସଙ୍କଟ ଓ କୃଷକମାନଙ୍କର ଖରାପ ସ୍ଥିତିକୁ ସୁଧାରିବା ପାଇଁ କୌଣସି ପ୍ରୟାସ ହୋଇନାହିଁ। ଏହାସତ୍ତ୍ୱେ ବଜେଟରେ ସାର ଓ ଖାଦ୍ୟ ସବ୍‌ସିଡିକୁ କମାଯାଇଛି। ଅନ୍ୟପଟେ ପ୍ରସ୍ତାବିତ ବିଦ୍ୟୁତ୍‌ ବିଲ୍‌ ଓ ବିହନ ବିଲ୍‌ ମାଧ୍ୟମରେ ସରକାର କୃଷକଙ୍କୁ କର୍ପୋରେଟ୍‌ଙ୍କ ଶୋଷଣର ଜାଲ ଭିତରକୁ ଠେଲିଦେବାକୁ ଯାଉଛନ୍ତି। ଦେଶରେ ଶିକ୍ଷିତ ଯୁବତୀଯୁବକଙ୍କ ମଧ୍ୟରେ ବଢ଼ୁଥିବା ବେକାରି ସମସ୍ୟାର ମୂଳ କାରଣକୁ ମଧ୍ୟ ସରକାର ଠିକ୍‌ ରୂପେ ସମାଧାନ କରୁନାହାନ୍ତି। ଅନ୍ୟପଟେ ଚାରିଟି ଶ୍ରମ ସଂହିତା ଓ ଭିବି-ଜି ରାମଜୀ ମାଧ୍ୟମରେ ଯଥାକ୍ରମେ ସହରାଞ୍ଚଳର ଶ୍ରମିକ ଓ ଗ୍ରାମୀଣ ଶ୍ରମିକମାନଙ୍କ ଅଧିକାର ଉପରେ ଆକ୍ରମଣ କରାଯାଇଛି, ଯାହା ତାଙ୍କର ମଜୁରିକୁ ଆହୁରି କମାଇଦେବ। ଭିବି-ଜି ରାମଜୀ କେବଳ ଜମିଦାର ଓ ଧନୀ କୃଷକମାନଙ୍କୁ ଲାଭ ଦେବା ପାଇଁ ମଜୁରି କମାଇବା ହିଁ ନୁହେଁ ବରଂ ଗ୍ରାମାଞ୍ଚଳରୁ ସହରକୁ ପଳାୟନ ବଢ଼ାଇ ସେଠାରେ ଶସ୍ତା ଶ୍ରମିକଙ୍କ ଏକ ସଂରକ୍ଷିତ ସେନା (ରିଜର୍ଭ ଆର୍ମି ଅଫ୍‌ ଲେବର) ବୃଦ୍ଧି କରିବ। ଦେଶର କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ, ଯେଉଁଗୁଡ଼ିକ ଶିଳ୍ପ ଶ୍ରମିକଙ୍କର ଏକ ବଡ଼ ଅଂଶକୁ ନିଯୁକ୍ତ କରନ୍ତି ଏବଂ ଏକ ତୃତୀୟାଂଶରୁ ଅଧିକ ରପ୍ତାନି ଏହି କ୍ଷେତ୍ରରୁ ଆସିଥାଏ, ସେମାନଙ୍କ ସଙ୍କଟର ପ୍ରକୃତ କାରଣକୁ ବଜେଟରେ ଅଣଦେଖା କରି କେବଳ ଋଣର ସୀମା ବୃଦ୍ଧି କରାଯାଇଛି। ସଙ୍କଟଗ୍ରସ୍ତ ଦେଶର ବସ୍ତ୍ର ଓ ପୋଷାକ ଶିଳ୍ପକୁ ମଧ୍ୟ ମୁଖ୍ୟତଃ ଉପର ଠାଉରିଆ ରିହାତି ଦିଆଯାଇଛି।
ସରକାର ପାଶ୍ଚାତ୍ୟ ସାମ୍ରାଜ୍ୟବାଦୀ ଶକ୍ତି ବିଶେଷକରି ଆମେରିକାକୁ ଖୁସି କରିବା ପାଇଁ ସମ୍ପୂର୍ଣ୍ଣ ମୁଣ୍ଡ ନୁଆଁଇବା ଦେଖାଯାଉଛି। ନିକଟରେ ସ୍ବାକ୍ଷରିତ ଇଂଲଣ୍ଡ ସହିତ ମୁକ୍ତ ବାଣିଜ୍ୟ ଚୁକ୍ତି ଓ ସଦ୍ୟ ଘୋଷିତ ଆମେରିକା ସହିତ ବାଣିଜ୍ୟ ଚୁକ୍ତିରୁ ଏହି କଥା ପୁଣିଥରେ ପ୍ରମାଣିତ ହୋଇଛି। ଆମେରିକା ଆମର ବସ୍ତୁ ଉପରେ ଶୁଳ୍କକୁ ୧୮%କୁ ହ୍ରାସ କରିଥିବା ବେଳେ ସରକାର ଦେଶକୁ ଆମେରିକୀୟ ବସ୍ତୁର ଆମଦାନୀର ପରିମାଣକୁ ବଢ଼ାଇବା(ବାର୍ଷିକ ଅଧା ଟ୍ରିଲିଅନ୍‌ ଡଲାର) ସହ ସେସବୁକୁ ସମ୍ପୂର୍ଣ୍ଣ ଶୁଳ୍କମୁକ୍ତ କରି ଦେଇଛନ୍ତି। ଗତବର୍ଷର ବଜେଟରେ ମଧ୍ୟ ଆମେରିକୀୟ କମ୍ପାନୀମାନଙ୍କୁ ଆମଦାନୀ ଶୁଳ୍କ କମାଇ ରିହାତି ଦିଆଯାଇଥିଲା। ଏହି ବଜେଟରେ ଭାରତରେ ଡାଟା ସେଣ୍ଟର ବ୍ୟବହାର କରି କ୍ଲାଉଡ୍‌ ସେବା ଦେଉଥିବା ବିଦେଶୀ କମ୍ପାନୀମାନଙ୍କୁ ୨୦୪୭ ପର୍ଯ୍ୟନ୍ତ କର ଛାଡ଼ କରିଦିଆଯାଇଛି, ଯାହା ମୁଖ୍ୟତଃ ଆମେରିକୀୟ କମ୍ପାନୀଗୁଡ଼ିକୁ ଲାଭ ଦେବ। ୨୦୩୫ ପର୍ଯ୍ୟନ୍ତ ବିମାନର ଯନ୍ତ୍ରାଂଶ ଓ ପରମାଣୁ ଶକ୍ତି ଉପକରଣ ଉପରେ ମଧ୍ୟ ଶୁଳ୍କ ଛାଡକରି ଦିଆଯାଇଛି, ଯେଉଁ କ୍ଷେତ୍ରରେ ଆମେରିକାର ଏକଚାଟିଆ କାରବାର ରହିଛି। ଯନ୍ତ୍ରପାତି ଉପରେ ୟୁରୋପୀୟ ୟୁନିୟନ ଓ ପୂର୍ବରୁ ଇଂଲଣ୍ଡକୁ ଦିଆଯାଇଥିବା ରିହାତି ମଧ୍ୟ ଏହି ବଜେଟ୍‌ରେ ପ୍ରତିଫଳିତ ହୋଇଛି। ଭାରତର ବଜାରକୁ ବିଦେଶୀ ଶିଳ୍ପ ଉପତ୍ାଦର ଆମଦାନୀକୁ ପ୍ରତିବନ୍ଧକ ଶୂନ୍ୟ କରିଦେବାର ପରିଣାମ ଆମର ଉଚ୍ଚ ପ୍ରଯୁକ୍ତି ଶିଳ୍ପ ବିକାଶ ଓ ତାକୁ ଉପତ୍ାଦିତ କରୁଥିବା କମ୍ପାନୀମାନଙ୍କୁ କ୍ଷତି ପହଞ୍ଚାଇବ। ସେହିପରି ଦେଶର କୃଷି ଓ ଦୁଗ୍ଧ ଉପତ୍ାଦ କ୍ଷେତ୍ରରେ ଶସ୍ତା ବିଦେଶୀ ଉପତ୍ାଦନକୁ ଅନୁମତି ଦେବାର ଅର୍ଥ ହେଲା ଆମର କୃଷି ଓ କୃଷକଙ୍କୁ ବରବାଦ କରିବା।
ବଜେଟରେ ଖଣିଜ କରିଡର ସ୍ଥାପନ ଉପରେ ଗୁରୁତ୍ୱ ଦିଆଯିବା ମଧ୍ୟ ଚିନ୍ତାଜନକ। ଭାରତର ଶାସକ ଶ୍ରେଣୀ ଦୀର୍ଘଦିନ ଧରି ଦେଶର ଖଣିଜ ସମୃଦ୍ଧ ଅଞ୍ଚଳଗୁଡ଼ିକୁ କର୍ପୋରେଟ୍‌ ଲୁଟ ପାଇଁ ଖୋଲିବାକୁ ଷଡ଼ଯନ୍ତ୍ର କରୁଛନ୍ତି। ଏହା ଆମର ମୂଲ୍ୟବାନ ଖଣିଜ ସମ୍ପଦର ଶୀଘ୍ର ସମାପ୍ତି କରିବା ସହ ପ୍ରକୃତି ଓ ପରିବେଶର ବିନାଶ କରିବ। ଏହା ସହ ସେସବୁ ଅଞ୍ଚଳରେ ବସବାସ କରୁଥିବା ଆଦିବାସୀ ଓ ପାରମ୍ପରିକ ବନଜୀବୀଙ୍କ ବଳପୂର୍ବକ ବିସ୍ଥାପନ ବଢିଯିବ। ବିଶେଷ କରି ଓଡ଼ିଶା ପରି ଖଣିଜ ସମ୍ପଦ ବହୁଳ ରାଜ୍ୟ ସରକାରଙ୍କ ଉପରୋକ୍ତ ନୀତିର ସର୍ବାଧିକ କ୍ଷତି ସହିବ।
ସାଧାରଣତଃ ବଜେଟ ଅର୍ଥନୀତିର ଅବସ୍ଥା ଓ ଦିଗ ଦେଖାଇଥାଏ। ତେବେ ବଜେଟରେ ପ୍ରଦତ୍ତ ତଥ୍ୟ ସବୁ ଅନେକ ସମୟରେ ମିଥ୍ୟା ଓ ଅତିରଞ୍ଜିତ ହେଉଥିବାରୁ ସେଥିରେ ଅର୍ଥନୀତିର ଅବସ୍ଥାଟି ସ୍ପଷ୍ଟ ଭାବେ ଦେଖାଯାଏନି। କିନ୍ତୁ ବଜେଟରୁ ଅର୍ଥନୀତିର ଦିଗଟି ସ୍ପଷ୍ଟ ଜଣାପଡ଼ୁଛି, ଯାହାକି ଭାରତୀୟ ଅର୍ଥନୀତିକୁ ମାନ୍ଦାବସ୍ଥା ଓ ଧୀରେ ଧୀରେ ବିପର୍ଯ୍ୟୟ ଦିଗକୁ ନେଉଛି, ଯାହା ଦେଶର ଅଧିକାଂଶ ଲୋକ ବିଶେଷକରି ଶ୍ରମଜୀବୀ ଲୋକଙ୍କୁ ଧ୍ୱଂସ କରିଦେବ।
ମୋ : ୯୪୩୭୧୬୬୩୯୧

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୧ ଜୁଲାଇରୁ ବଦଳିଗଲା ଏହି ୧୦ଟି ବଡ଼ ନିୟମ! ଆଇଟିଆର୍‌, କ୍ରେଡିଟ୍ କାର୍ଡଠାରୁ ଆରମ୍ଭ କରି ପିଏଫ୍‌ ଉଠାଣ ପର୍ଯ୍ୟନ୍ତ…

ନୂଆଦିଲ୍ଲୀ,୧।୭: ଜୁଲାଇ ଆରମ୍ଭ ହୋଇଯାଇଛି। ଆଇଟିଆର୍ (ITR) ଦାଖଲ ସମୟସୀମାଠାରୁ ଆରମ୍ଭ କରି ୟୁପିଆଇ (UPI) ଭିତ୍ତିକ ପିଏଫ୍ (PF) ଟଙ୍କା ଉଠାଣ ଏବଂ କ୍ରେଡିଟ୍ କାର୍ଡର…

ମାସର ପ୍ରଥମ ଦିନରେ ଶସ୍ତା ହେଲା ସୁନା; ଏତିକି ଖସିଲା ରେଟ! ଜାଣନ୍ତୁ ୧ ଜୁଲାଇର ନୂଆ ରେଟ୍…

ନୂଆଦିଲ୍ଲୀ,୧।୭:  ୧ ଜୁଲାଇ ୨୦୨୬ରେ ସୁନା ଏବଂ ରୂପା ଉଭୟର ମୂଲ୍ୟରେ ହ୍ରାସ ଦେଖିବାକୁ ମିଳିଛି। କ୍ରମାଗତ ଭାବେ ବଢୁଥିବା ମୂଲ୍ୟ ପରେ ଏବେ ଗ୍ରାହକମାନଙ୍କୁ ସାମାନ୍ୟ…

ତାମିଲନାଡୁଗ୍ୟାସ ଟ୍ରାଜେଡି: ଆଖି ବୁଜିଲେ ଆଉ ଜଣେ ଓଡ଼ିଆ ଯୁବତୀ

ଭୁବନେଶ୍ୱର,୧।୭: ତାମିଲନାଡୁର ତିରୁଭଲ୍ଲୁରଠାରେ ଘଟିଥିବା ଆମୋନିଆ ଗ୍ୟାସ୍‌ ଲିକ୍‌ ଘଟଣାରେ ବୁଧବାର ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ଆଉ ଜଣେ…

ଦେଶରେ ୫ଟଙ୍କା ଶସ୍ତା ହେଲା ପେଟ୍ରୋଲ, ଜାଣନ୍ତୁ କେଉଁ କମ୍ପାନୀ କଲା ଘୋଷଣା

ନୂଆଦିଲ୍ଲୀ,୧।୭: ଦେଶର କୋଟି କୋଟି ଜନତାଙ୍କ ପାଇଁ ଏକ ବଡ଼ ଖୁସି ଖବର। ଦୀର୍ଘ ଦୁଇ ବର୍ଷ ପରେ ପ୍ରଥମ ଥର ପାଇଁ ଦେଶରେ ଇନ୍ଧନ ମୂଲ୍ୟରେ…

୨୨ ବର୍ଷ ଧରି ବସବାସ ପରେ ବି ମିଳିଲାନି ମୌଳିକ ପରିଚୟ: ଉଚ୍ଛେଦ ଭୟରେ କୁର୍ଲୁପଡ଼ା କଲେକ୍ଟରପଡ଼ାର ୩୨ ପରିବାର

କେସିଙ୍ଗା, ୧।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କୁର୍ଲୁପଡ଼ା ଗ୍ରାମର କଲେକ୍ଟରପଡ଼ାରେ ବସବାସ କରୁଥିବା ପ୍ରାୟ ୩୨ଟି ଗରିବ ପରିବାର ଗତ ୨୨ ବର୍ଷ…

ଛାତ୍ରୀଛାତ୍ରଙ୍କ ପାଇଁ ଖୁସି ଖବର: ୬ରୁ ୧୯ ଜୁଲାଇ ପର୍ଯ୍ୟନ୍ତ ସବୁ ସ୍କୁଲ ବନ୍ଦ, ଜାଣନ୍ତୁ କେବେ ଖୋଲିବ…

ନୂଆଦିଲ୍ଲୀ,୧।୭: କଶ୍ମୀର ଉପତ୍ୟକାରେ ବଢୁଥିବା ଗରମ ଓ ଗୁଳୁଗୁଳି ମଧ୍ୟରେ ସ୍କୁଲ ପିଲାମାନଙ୍କ ପାଇଁ ଏକ ବଡ଼ ଏବଂ ଆଶ୍ୱସ୍ତିକର ଖବର ଆସିଛି। ଜମ୍ମୁ-କଶ୍ମୀର ସରକାର କଶ୍ମୀର…

୧୦ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଲେ ଡାକ୍ତର: ରୋଗୀ ସେବା ପ୍ରଭାବିତ

ଦାରିଙ୍ଗବାଡି,୧।୭(ଅରୁଣ ସାହୁ): ରାଜ୍ୟବ୍ୟାପୀ ଓଡିଶା ମେଡିକାଲ ସର୍ଭିସେସ ଆସୋସିଏସନ(ଓଏମଏସଏ) ପକ୍ଷରୁ ୧୦ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏହି କ୍ରମରେ କନ୍ଧମାଳ ଜିଲା ଦାରିଙ୍ଗବାଡି ଗୋଷ୍ଠୀ…

ଯୁବତୀଙ୍କୁ କାର୍‌ରେ ଅପହରଣ କରି ନେଇଥିଲେ ମନୋଜ: ୨୪ ଘଣ୍ଟାରେ ମିଳିଲା…

ପାରଳାଖେମୁଣ୍ଡି,୧।୭(ଗିରିଧାରୀ ପରିଛା): ପାରଳାଖେମୁଣ୍ଡି ପୋଲିସ ଜଣେ ଯୁବତୀଙ୍କ ଅପହରଣ ମାମଲାରେ ତ୍ୱରିତ ପଦକ୍ଷେପ ନେଇ ମାତ୍ର ୨୪ ଘଣ୍ଟା ମଧ୍ୟରେ ଅପହୃତାଙ୍କୁ ସୁରକ୍ଷିତ ଉଦ୍ଧାର କରିବା ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri