ଏତେ ରାଗ ଲାଗୁଥିଲା ଯେ, ଟିଭି ଭାଙ୍ଗି ଦେଇଥାନ୍ତି; କିଛି ଏଭଳି କହି ଜବାବ ରଖିଲେ…

ବମ୍ବେ: ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା। ଚଳିତ ବର୍ଷ ବିଗ୍‌ବସ୍‌-୧୫ ସିଜନ୍‌ର ଅନ୍ତ ହେବାକୁ ଯାଉଛି। ଶନିବାର ଏବଂ ରବିବାର ଏହାର ଫିନାଲେ ଏପିସୋଡ ପ୍ରସାରିତ ହେବ, ଯାହା ପରେ କିଏ ବିଜେତା ହେବ ତାହା ସ୍ପଷ୍ଟ ହୋଇଯିବ। ଏହା ଅବ୍ୟବହିତ ପୂର୍ବରୁ ଶୋ’ର ଦୁଇ ପ୍ରତିଯୋଗୀଙ୍କ ମଧ୍ୟରେ ଘମାଘୋଟ ଲଢ଼େଇ ଦେଖିବାକୁ ମିଳିଛି। ସେମାନେ ହେଲେ ସମିତା ସେଟ୍ଟୀ ଏବଂ ତେଜସ୍ବୀ ପ୍ରକାଶ। ଏହାର ପ୍ରମୋ ଭିଡିଓ କଲର୍ସ ପକ୍ଷରୁ ଶେୟାର କରାଯାଇଛି।

ଶୋ’ରେ ପ୍ରେମିକ କରନ୍‌ କୁନ୍ଦ୍ରାଙ୍କୁ ସମିତାଙ୍କ ସହ ଦେଖିପାରନ୍ତି ନାହିଁ ତେଜସ୍ବୀ। ଏଥିପାଇଁ ସେ ତାଙ୍କୁ ଆଣ୍ଟି ବୋଲି ଡାକିବା ସହ ଅନେକ ସମୟରେ କଟୁ ମନ୍ତବ୍ୟ ଦେଇଥାନ୍ତି। ଏହାର ଜବାବ ଦେବେ ସମିତାଙ୍କ ପ୍ରେମିକ ରାକେଶ ବାପଟ। ସେ ତେଜସ୍ବୀଙ୍କ ବ୍ୟବହାରକୁ ନାପସନ୍ଦ କରିବା ସହ ସମିତାଙ୍କର କରନ୍‌ଙ୍କ ସହ କୌଣସି ସମ୍ପର୍କ ନାହିଁ ବୋଲି ରୋକଠୋକ ଶୁଣାଇଛନ୍ତି। ଏହାଛଡ଼ା ତେଜସ୍ବୀଙ୍କ କଥା ଶୁଣିବା ବେଳେ ଏତେ ରାଗ ଲାଗୁଥିଲା ଯେ ଟିଭି ଭାଙ୍ଗିଦେବାକୁ ଇଚ୍ଛା ହେଉଥିଲା ବୋଲି ସେ କହିଥିବା ପ୍ରମୋରେ ଦେଖାଯାଉଛି।

ଏହାପରେ ତେଜସ୍ବୀ-ସମିତାଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଯାଉଛି। ପ୍ରଥମ ଥର ପାଇଁ ବିଗ୍‌ବସ୍‌ର ଫିନାଲେ ଏପିସୋଡରେ ଦୁଇ ପ୍ରତିଯୋଗୀଙ୍କୁ ଏଭଳି ଝଗଡ଼ା କରୁଥିବା ଦେଖାଯାଉଛି ବୋଲି ଚର୍ଚ୍ଚା ହେଉଛି। ତେବେ ଶନିବାର ୮ଟାରୁ ଏହି ଏପିସୋଡ ପ୍ରସାରିତ ହେବ।

 

View this post on Instagram

 

A post shared by ColorsTV (@colorstv)


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri