ଯୁଦ୍ଧ ଉପରେ ଜିନପିଙ୍ଗଙ୍କ ଗୁରୁତ୍ୱାରୋପ…

ବେଜିଂ,୯।୧୧ : ଚାଇନାର ଖରାପ ହେଉଥିବା ଆଭ୍ୟନ୍ତରୀଣ ସୁରକ୍ଷା ଏବଂ ଏଥିରେ ଜାରି ରହିଥିବା ଅନିଶ୍ଚିତତା ବୃଦ୍ଧିକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ଶି ଜିନପିଙ୍ଗ ଯୁଦ୍ଧ ପାଇଁ ପ୍ରସ୍ତୁତି ଘୋଷଣା କରିଛନ୍ତି। ଜିନପିଙ୍ଗ କହିଛନ୍ତି ଯେ ଦେଶର ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ବେଜିଂ ଏହାର ସାମରିକ ତାଲିମ ଏବଂ ଯେକୌଣସି ଯୁଦ୍ଧ ପାଇଁ ପ୍ରସ୍ତୁତିକୁ ବ୍ୟାପକ କରିବ।

ଏକ କମାଣ୍ଡ ସେଣ୍ଟର ଯାଞ୍ଚ ସମୟରେ ଜିନପିଙ୍ଗ ସୈନିକମାନଙ୍କ ମଧ୍ୟରେ ବିଶ୍ୱସ୍ତତା ଏବଂ ଯୁଦ୍ଧ ପ୍ରସ୍ତୁତି ବଢ଼ାଇବାକୁ କହିଛନ୍ତି। ଚାଇନା ସାମରିକ କମାଣ୍ଡ ଗଠନର ଲକ୍ଷ୍ୟ ବିଶ୍ୱସ୍ତ, ଯୁଦ୍ଧରେ ପାରଙ୍ଗମ, କମାଣ୍ଡରେ ପାରଙ୍ଗମ ଏବଂ ଜିତିବାରେ ସକ୍ଷମ ହେବା ଉଚିତ ବୋଲି ସେ କହିଛନ୍ତି। ଜିନପିଙ୍ଗ ସାମରିକ ନେତୃତ୍ୱକୁ ମଧ୍ୟ ସାମରିକ ତାଲିମ ଏବଂ ଯୁଦ୍ଧ ପ୍ରସ୍ତୁତି ବଢ଼ାଇବାକୁ ତଥା ନୂତନ ଯୁଗରେ ସେମାନଙ୍କର ମିଶନ ଏବଂ କାର୍ଯ୍ୟଗୁଡ଼ିକୁ ସଫଳତାର ସହ ପୂରଣ କରିବାକୁ ଆହ୍ବାନ ଦେଇଛନ୍ତି।

ଗତ ମାସରେ ଚାଇନା କମାଣ୍ଡର ଇନ୍‌ ଚିଫ୍‌ ଭାବରେ ନିର୍ବାଚିତ ହେବା ପରେ ଜିନପିଙ୍ଗ୍‌ ପ୍ରଥମ ଥର ପାଇଁ କେନ୍ଦ୍ରୀୟ ସାମରିକ ଆୟୋଗର ମିଳିତ ଅପରେଶନ କମାଣ୍ଡ ସେଣ୍ଟର ପରିଦର୍ଶନ କରିଥିଲେ। ଗତ ମାସରେ ଏକ ପାର୍ଟିର କଂଗ୍ରେସରେ୨୦୪୯ସୁଦ୍ଧା ଚାଇନା ସଶସ୍ତ୍ର ବାହିନୀକୁ ବିଶ୍ୱ ସ୍ତରୀୟ କରି ତୋଳିବା ପାଇଁ ଜିନପିଙ୍ଗ ନିଜର ଅଭିଳାଷକୁ ନିଶ୍ଚିତ କରିଥିଲେ। ନିୟମିତ ବ୍ୟବଧାନରେ ଏବଂ ବିଭିନ୍ନ ଉପାୟରେ ସାମରିକ ବାହିନୀ ନିୟୋଜିତ କରିବାରେ ବେଜିଂକୁ ଅଧିକ ଦକ୍ଷ ହେବାକୁ ପଡିବ ବୋଲି ସେ କହିଥିଲେ।

ପିଏଲଏ ଏହାର କାର୍ଯ୍ୟ ପରିଚାଳନା କରିବାରେ ଉଭୟ ଦୃଢ଼ ଏବଂ ସ୍ଥିର ହେବା ଆବଶ୍ୟକ। ସେତେବେଳେ ହିଁ ଆମେ ଆଭ୍ୟନ୍ତରୀଣ ସୁରକ୍ଷାକୁ ମଜବୁତ କରିବାକୁ, ସଙ୍କଟ ଏବଂ ଦ୍ୱନ୍ଦ୍ୱକୁ ରୋକିବାରେ ସମର୍ଥ ହେବା ଏବଂ ସ୍ଥାନୀୟ ଯୁଦ୍ଧରେ ଜିତିବାରେ ସମର୍ଥ ହେବା ବୋଲି ଜିନପିଙ୍ଗ୍‌ କହିଥିଲେ। ନ୍ୟୁଜ ଏଜେନ୍ସି ଜିନହୁଆ ଅନୁଯାୟୀ, କମାଣ୍ଡ ସେଣ୍ଟର ଯାଞ୍ଚ ସମୟରେ ଜିନପିଙ୍ଗ ଦୋହରାଇଛନ୍ତି ଯେ ଶତାବ୍ଦୀରେ ଅଦୃଶ୍ୟ ପରିବର୍ତ୍ତନଗୁଡକ ତୀବ୍ର ବେଗରେ ଘଟୁଛି। ଉଭୟ ସୁଯୋଗ ଏବଂ ବିପଦ ପାଇଁ ଚାଇନାକୁ ପ୍ରସ୍ତୁତ ହେବାକୁ ପଡିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଡାମରାଇ-ଆଳକଣା ପୋଷ୍ଟ ଅଫିସରେ ମହାଘୋଟାଲା ଆଶଙ୍କା! ପୋଷ୍ଟମାଷ୍ଟର ନିଖୋଜ, ଡାକଘର ଆଗରେ ଜମାକାରୀ….

ଆଳି,୧୫।୬(ବନମାଳୀ ସେନାପତି ): କେନ୍ଦ୍ରାପଡ଼ା ଜିଲା ଆଳି ପୋଷ୍ଟଅଫିସ ଅଧୀନରେ ଥିବା ପୋଡାମରାଇ -ଆଳକଣା ଶାଖା ଡାକଘରେ ତାଲା ଝୁଲାଇ ଦେଇ ଫେରାର ହୋଇ ଯାଇଛନ୍ତି ପୋଷ୍ଟମାଷ୍ଟର…

ଅଶୋଧିତ ତୈଳ ମୂଲ୍ୟ ହ୍ରାସ:ଆମେରିକା-ଇରାନ ଚୁକ୍ତି ପରେ ପ୍ରଥମ ଜାହାଜ ଭାବେ ହର୍ମୁଜ ଛାଡ଼ିଲା ‘ଦିଶା’

ଓ୍ବାଶିଂଟନ,୧୫।୬: ପାକିସ୍ତାନ ଏବଂ କତାର ମଧ୍ୟସ୍ଥତା ମାଧ୍ୟମରେ ଶେଷରେ ଆମେରିକା ଏବଂ ଇରାନ ମଧ୍ୟରେ ଏକ ଶାନ୍ତି ଚୁକ୍ତିନାମା ହୋଇଛି। ବିବାଦ ଯୋଗୁ ମାସ ମାସ ଧରି…

ଆମେରିକା-ଇରାନ ମଧ୍ୟରେ ଶାନ୍ତି ଚୁକ୍ତିକୁ ଭାରତର ସ୍ବାଗତ: ପ୍ରଧାନମନ୍ତ୍ରୀ ମୋଦି କହିଲେ, ମୁଁ ଏହି ଚୁକ୍ତିକୁ…

ନୂଆଦିଲ୍ଲୀ,୧୫।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଏବଂ ଇରାନ ମଧ୍ୟରେ ହୋଇଥିବା ଶାନ୍ତି ଚୁକ୍ତିକୁ ସ୍ବାଗତ କରିଛନ୍ତି। ଏହି ଚୁକ୍ତି ଏହି ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତା…

ପୋଖରୀର ଦୂଷିତ ପାଣି ପିଉଛନ୍ତି ଗ୍ରାମବାସୀ

ମହାକାଳପଡ଼ା,୧୫ା୬ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପେଟ୍‌ଛେଲା ଗ୍ରାମରେ ପାନୀୟ ଜଳ ସଙ୍କଟ ଦେଖାଦେଇଛି। ମହିଳାମାନେ ପାନୀୟଜଳ ସମସ୍ୟା ଯୋଗୁ ଗଡ଼ିଆ, ପୋଖରୀର…

ଆମେରିକା-ଇରାନ ଚୁକ୍ତି ଭାରତର ବଲ୍ଲେ-ବଲ୍ଲେ: ପାଇବ ସର୍ବାଧିକ ଲାଭ

ନୂଆଦିଲ୍ଲୀ,୧୫।୬: ମାସ ମାସର ସଂଘର୍ଷ ପରେ, ଶେଷରେ ଆମେରିକା ଏବଂ ଇରାନ ମଧ୍ୟରେ ଏକ ଶାନ୍ତି ଚୁକ୍ତିନାମା ହୋଇଛି। ଡୋନାଲ୍ଡ ଟ୍ରମ୍ପ ଏବଂ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଶେହବାଜ…

ସର୍ଟସର୍କିଟ୍‌ରୁ ଅଗ୍ନିକାଣ୍ଡ: ୩ ବଖରା ଘର ଜଳିପୋଡ଼ି ଛାରଖାର

ତିହିଡି,୧୫।୬(କାଳନ୍ଦୀ ବେହେରା): ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନସ୍ଥ କୋଠାର ପଞ୍ଚାୟତର ମହନ୍ତ ସାହିରେ ସୋମବାର ଏକ ଅଭାବନୀୟ ଅଗ୍ନିକାଣ୍ଡ ଘଟିଛି। ଗ୍ରାମର ସୁବାସ ଚନ୍ଦ୍ର ସେଠୀ…

ଘାସ କାଟିବାକୁ ଯାଇଥିଲେ ମହିଳା, ନିଶାଦେଇ ଗଣବଳାତ୍କାର କଲେ ୫ ଯୁବକ: ଆଉ ତା’ପରେ…

ମୁଜାଫରନଗର(ଉତ୍ତର ପ୍ରଦେଶ), ୧୫ା୬ (ପି.ଟି.):ଉତ୍ତର ପ୍ରଦେଶର ମୁଜାଫରନଗର ଜିଲାରେ ଜଣେ ୨୪ ବର୍ଷୀୟା ମହିଳାଙ୍କୁ ନିଶାଦ୍ରବ୍ୟ ପିଆଇ ୫ ଜଣ ଯୁବକ ଗଣବଳାତ୍କାର କରିଥିବା ରବିବାର ପୋଲିସ…

ଚାଷଜମିରେ କାଳ ସାଜିଲା ବଜ୍ରପାତ, ନାବାଳକଙ୍କ ଜୀବନ ଗଲା,୨ ଗୁରୁତର ହୋଇ…

ଅମରପାଲି,୧୫ା୬(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କମିରା ଗ୍ରାମରେ ରବିବାର ଅପରାହ୍ନରେ ଘଟିଥିବା ବଜ୍ରପାତରେ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଥିବାବେଳେ ଆଉ ଦୁଇଜଣ ଯୁବକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri