ମସ୍କୋରେ ଶି

ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ୨୦ ମାର୍ଚ୍ଚ ୨୦୨୩ରେ ତିନିଦିନିଆ ରୁଷିଆ ଗସ୍ତରେ ଯାଇ ଏହାର ରାଜଧାନୀ ମସ୍କୋରେ ପହଞ୍ଚତ୍ବା ଭୂରାଜନୈତିକ ବାତାବରଣକୁ ଚଳଚଞ୍ଚଳ କରିଦେଇଛି। ଜିନ୍‌ପିଙ୍ଗ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଭେଟଘାଟ ମସ୍କୋକୁ ଅଧିକ ଶକ୍ତି ଦେବ ବୋଲି ଅନ୍ତର୍ଜାତୀୟ ପର୍ଯ୍ୟବେକ୍ଷକମାନେ ମତ ଦେଲେଣି। ୨୪ ଫେବୃୟାରୀ ୨୦୨୨ରେ ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣର କିଛି ସପ୍ତାହ ପୂର୍ବରୁ ପୁଟିନ୍‌ ବେଜିଂ ଗେମ୍ସରେ ଯୋଗଦେବା ପୃଷ୍ଠଭୂମିରେ ଚାଇନା ଗସ୍ତ କରି ଜିନ୍‌ପିଙ୍ଗଙ୍କୁ ଭେଟିଥିଲେ। ଉଭୟ ବିଶ୍ୱନେତା ସେତେବେଳେ ‘ଭାଗୀଦାରିତାର କୌଣସି ସୀମା ନାହିଁ’ ବା ପାର୍ଟନରଶିପ୍‌ ଓ୍ବିଥ୍‌ ନୋ ଲିମିଟ୍‌’ ଘୋଷଣା କରିଥିଲେ। ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ବର୍ଷେ ଅତିକ୍ରାନ୍ତ ହେବା ପରେ ଜିନ୍‌ପିଙ୍ଗଙ୍କ ମସ୍କୋ ଗସ୍ତ ସୂଚାଇ ଦେଉଛି ଯେ ଉଭୟ ରାଷ୍ଟ୍ର ବିଶ୍ୱକୁ ଚକିତ କରିବା ଭଳି ପଦକ୍ଷେପ ନେବାରେ ସକ୍ଷମ। ପୁଟିନ୍‌ଙ୍କ ବିରୋଧରେ ୧୭ ମାର୍ଚ୍ଚରେ ନେଦରଲାଣ୍ଡ୍‌ସର ହେଗ୍‌ସ୍ଥିତ ଇଣ୍ଟରନ୍ୟାଶନାଲ କ୍ରିମିନାଲ କୋର୍ଟ (ଆଇସିସି) ଗିରଫ ପରଓ୍ବାନା ଜାରି କରିଥିଲା। ୟୁକ୍ରେନ୍‌ ଉପରେ ଆକ୍ରମଣ କରି ସେଠାକାର ଶିଶୁମାନଙ୍କୁ ଅପହରଣରେ ସମ୍ପୃକ୍ତି ଅଭିଯୋଗରେ ପୁଟିନ୍‌ଙ୍କୁ ‘ଯୁଦ୍ଧ ଅପରାଧୀ’ ଭାବେ ଦର୍ଶାଯାଇ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଉଲ୍ଲେଖଯୋଗ୍ୟ ଯେ, ସୁଦାନର ଓମାର ଅଲ୍‌-ବଶିର ଏବଂ ଲିବ୍ୟାର ମୁଆଁମାର ଗଦାଫିଙ୍କ ପରେ ପୁଟିନ୍‌ ହେଉଛନ୍ତି ତୃତୀୟ କାର୍ଯ୍ୟରତ ରାଷ୍ଟ୍ରପତି, ଯାହାଙ୍କ ବିରୋଧରେ ଆଇସିସି ପକ୍ଷରୁ ଆରେଷ୍ଟ ଓ୍ବାରେଣ୍ଟ ଜାରି କରାଯାଇଛି। ଯଦିଓ ଏଭଳି ଅଭିଯୋଗକୁ ରୁଷିଆ ଅଯଥାର୍ଥ ବୋଲି କହିଛି, ତଥାପି ଏକ ଅନ୍ତର୍ଜାତୀୟ ଆପରାଧିକ କୋର୍ଟର ରାୟକୁ ଅଣଦେଖା କରାଯାଇ ନ ପାରେ। ତେବେ ପୁଟିନ୍‌ଙ୍କୁ ଯୁଦ୍ଧ ଅପରାଧୀ ଆଖ୍ୟା ଦିଆଯିବାର ୩ ଦିନ ପରେ ପ୍ରଥମ ବିଶ୍ୱ ନେତା ଭାବେ ଜିନ୍‌ପିଙ୍ଗ ରୁଷିଆ ରାଷ୍ଟ୍ରପତିଙ୍କୁ ସମର୍ଥନ କରିବା ଲାଗି ଆଗେଇ ଆସିବା ଅନ୍ତର୍ଜାତୀୟ ସମୁଦାୟ ସମ୍ମୁଖରେ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରିବାର ଅବକାଶ ସୃଷ୍ଟି କରିଛି।
ଚାଇନା-ତାଇଓ୍ବାନ ସମ୍ପର୍କରେ ତିକ୍ତତା ଶୀର୍ଷରେ ପହଞ୍ଚତ୍ଛି। ଇତିମଧ୍ୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ସିଧାସଳଖ ତାଇଓ୍ବାନ୍‌କୁ ସମର୍ଥନ କରିଛନ୍ତି। ଫଳରେ ତାଇଓ୍ବାନକୁ ନିଜର ଏକ ଅଂଶ ବୋଲି ଅଭିହିତ କରୁଥିବା ଚାଇନା କହୁଛି ଯେ, ବାଇଡେନ୍‌ଙ୍କ ଏଭଳି ପଦକ୍ଷେପ ବେଜିଂର ସାର୍ବଭୌମତ୍ୱ ଉପରେ ହସ୍ତକ୍ଷେପ। ତେଣୁ ଆମେରିକା, ନାଟୋ ସମେତ ଚାଇନା ବିରୋଧୀ ରାଷ୍ଟ୍ରକୁ ଏକ ଶକ୍ତିଶାଳୀ ବାର୍ତ୍ତା ଦେବା ଲକ୍ଷ୍ୟରେ ଜିନ୍‌ପିଙ୍ଗ ରୁଷିଆ ଗସ୍ତ କରିଥିବା ଆଲୋଚନା ହେଉଛି। ନିକଟ ଅତୀତକୁ ଦେଖିଲେ ରୁଷିଆ-ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧବିରତି ଆଣି ଶାନ୍ତି ସ୍ଥାପନ ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିଥିବା ପ୍ରୟାସ କଥା ଅନ୍ତର୍ଜାତୀୟ ସ୍ତରରେ କୌଣସି ପ୍ରଭାବ ପକାଇ ନ ଥିଲା। ଅପରପଟେ ଜିନ୍‌ପିଙ୍ଗ୍‌ ଏବେ ଯୁଦ୍ଧରେ ଲିପ୍ତ ଦୁଇ ରାଷ୍ଟ୍ର ମଧ୍ୟରେ ଶାନ୍ତି ସ୍ଥାପନ ପାଇଁ ପ୍ରୟାସ ଆରମ୍ଭ କରୁଛନ୍ତି। କାରଣ କିଛି ସପ୍ତାହ ପୂର୍ବରୁ ଚାଇନା ତଥାକଥିତ ‘ଶାନ୍ତି ପ୍ରସ୍ତାବ’ ବିଷୟରେ ଘୋଷଣା କରିଥିଲା। ପୁଟିନ୍‌ଙ୍କୁ ଭେଟି ସାରିବା ପରେ ଜିନ୍‌ପିଙ୍ଗ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କିଙ୍କ ସହ ପ୍ରଥମ ଥର ପାଇଁ ଭିଡିଓ କଲ୍‌ କରି କଥାବାର୍ତ୍ତା କରିବେ ବୋଲି ଖବର ପ୍ରକାଶ ପାଇଥିଲା। ଏବେ ଜିନ୍‌ପିଙ୍ଗ ମସ୍କୋ ଗସ୍ତ କରିଥିବାରୁ ପରବର୍ତ୍ତୀ ସମୟରେ ସେ ଜେଲେନ୍‌ସ୍କିଙ୍କ ସହ କଥା ହେଉଛନ୍ତି କି ନାହିଁ ତାହା ଜଣାପଡ଼ିବ।
ଆଜିର ବିଶ୍ୱ ପ୍ରେକ୍ଷାପଟକୁ ଦେଖିଲେ ଯୁଦ୍ଧରେ ଲିପ୍ତ ରହି କୌଣସି ରାଷ୍ଟ୍ର ଅନ୍ୟ ଭୂଖଣ୍ଡକୁ ବହୁମାତ୍ରାରେ ଅକ୍ତିଆର କରିବା ସହଜ ହେଉନାହିଁ। ପାରମ୍ପରିକ ଯୁଦ୍ଧାସ୍ତ୍ର ଅପେକ୍ଷା ପ୍ରଯୁକ୍ତି ସଂଲଗ୍ନ ଯୁଦ୍ଧ ଦ୍ୱାରା ଶତ୍ରୁପକ୍ଷର ଅର୍ଥନୀତିକୁ ଦୁର୍ବଳ କରିଦେବା ସମ୍ଭବ ହେଉଛି। ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ଦେଖିଲେ ଶକ୍ତିଶାଳୀ ପୁଟିନ୍‌ଙ୍କ ବାହିନୀ ଅପେକ୍ଷାକୃତ କମ୍‌ ବଳ ଥିବା ଜେଲେନ୍‌ସ୍କି ବାହିନୀକୁ ପ୍ରତିହତ କରିପାରୁ ନାହିଁ। କେତେକ କ୍ଷେତ୍ରରେ ୟୁକ୍ରେନ୍‌ ସେନା ରୁଷିଆ ସେନାକୁ ତଡ଼ିଦେବା ସହ ଅନେକଙ୍କ ଜୀବନ ନେଇଯାଇଛି। ଏହା ଜେଲେନ୍‌ସ୍କି ଓ ତାଙ୍କ ଦେଶବାସୀଙ୍କ ଅଦମ୍ୟ ସାହସ ଯୋଗୁ ସମ୍ଭବ ହୋଇପାରିଛି। ଏହିଠାରେ ତାଇଓ୍ବାନ୍‌ର ଦୃଷ୍ଟାନ୍ତ ଦିଆଯାଇପାରେ। ଅର୍ଥନୀତି ଓ ସାମରିକ ଦୃଷ୍ଟିକୋଣରୁ ବିଶ୍ୱର ଅନ୍ୟତମ ବୃହତ୍‌ ରାଷ୍ଟ୍ର ଚାଇନା କଳ, ବଳ ଓ କୌଶଳ ପ୍ରୟୋଗ କରି ମଧ୍ୟ ତାଇଓ୍ବାନକୁ ଡରାଇପାରୁ ନାହିଁ। ଏଭଳି ମାନସିକ ପରାଜୟ ପରେ ଜିନ୍‌ପିଙ୍ଗ୍‌ ଯଦି ମଧ୍ୟସ୍ଥ ଭୂମିକାରେ ରହି ଶାନ୍ତି ଆଲୋଚନା କରିବାରେ ସକ୍ଷମ ହୁଅନ୍ତି ତେବେ ଏହା ତାଙ୍କ ଅନ୍ତର୍ଜାତୀୟ ଭାବମୂର୍ତ୍ତିକୁ ବୃଦ୍ଧି କରିବ। ତେଣୁ ଆମେରିକା ବିଶ୍ୱସ୍ତରରେ ମଧ୍ୟସ୍ଥ ଭୂମିକାରେ ଅବତୀର୍ଣ୍ଣ ହୋଇ ଅତୀତରେ ଯେତେ ନାମ ଅର୍ଜନ କରିଥିଲା, ସେଥିରେ ଚାଇନାର ଅନୁପ୍ରବେଶ ଏକ ନୂଆ ସମୀକରଣ ସୃଷ୍ଟି କରିବ।

ଜିନ୍‌ପିଙ୍ଗ୍‌ ଯଦି ମଧ୍ୟସ୍ଥ ଭୂମିକାରେ ରହି ଶାନ୍ତି ଆଲୋଚନା କରିବାରେ ସକ୍ଷମ ହୁଅନ୍ତି ତେବେ ଏହା ତାଙ୍କ ଅନ୍ତର୍ଜାତୀୟ ଭାବମୂର୍ତ୍ତିକୁ ବୃଦ୍ଧି କରିବ। ତେଣୁ ଆମେରିକା ବିଶ୍ୱସ୍ତରରେ ମଧ୍ୟସ୍ଥ ଭୂମିକାରେ ଅବତୀର୍ଣ୍ଣ ହୋଇ ଅତୀତରେ ଯେତେ ନାମ ଅର୍ଜନ କରିଥିଲା, ସେଥିରେ ଚାଇନାର ଅନୁପ୍ରବେଶ ଏକ ନୂଆ ସମୀକରଣ ସୃଷ୍ଟି କରିବ।

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?