ମସ୍କୋରେ ଶି

ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ୨୦ ମାର୍ଚ୍ଚ ୨୦୨୩ରେ ତିନିଦିନିଆ ରୁଷିଆ ଗସ୍ତରେ ଯାଇ ଏହାର ରାଜଧାନୀ ମସ୍କୋରେ ପହଞ୍ଚତ୍ବା ଭୂରାଜନୈତିକ ବାତାବରଣକୁ ଚଳଚଞ୍ଚଳ କରିଦେଇଛି। ଜିନ୍‌ପିଙ୍ଗ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଭେଟଘାଟ ମସ୍କୋକୁ ଅଧିକ ଶକ୍ତି ଦେବ ବୋଲି ଅନ୍ତର୍ଜାତୀୟ ପର୍ଯ୍ୟବେକ୍ଷକମାନେ ମତ ଦେଲେଣି। ୨୪ ଫେବୃୟାରୀ ୨୦୨୨ରେ ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣର କିଛି ସପ୍ତାହ ପୂର୍ବରୁ ପୁଟିନ୍‌ ବେଜିଂ ଗେମ୍ସରେ ଯୋଗଦେବା ପୃଷ୍ଠଭୂମିରେ ଚାଇନା ଗସ୍ତ କରି ଜିନ୍‌ପିଙ୍ଗଙ୍କୁ ଭେଟିଥିଲେ। ଉଭୟ ବିଶ୍ୱନେତା ସେତେବେଳେ ‘ଭାଗୀଦାରିତାର କୌଣସି ସୀମା ନାହିଁ’ ବା ପାର୍ଟନରଶିପ୍‌ ଓ୍ବିଥ୍‌ ନୋ ଲିମିଟ୍‌’ ଘୋଷଣା କରିଥିଲେ। ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ବର୍ଷେ ଅତିକ୍ରାନ୍ତ ହେବା ପରେ ଜିନ୍‌ପିଙ୍ଗଙ୍କ ମସ୍କୋ ଗସ୍ତ ସୂଚାଇ ଦେଉଛି ଯେ ଉଭୟ ରାଷ୍ଟ୍ର ବିଶ୍ୱକୁ ଚକିତ କରିବା ଭଳି ପଦକ୍ଷେପ ନେବାରେ ସକ୍ଷମ। ପୁଟିନ୍‌ଙ୍କ ବିରୋଧରେ ୧୭ ମାର୍ଚ୍ଚରେ ନେଦରଲାଣ୍ଡ୍‌ସର ହେଗ୍‌ସ୍ଥିତ ଇଣ୍ଟରନ୍ୟାଶନାଲ କ୍ରିମିନାଲ କୋର୍ଟ (ଆଇସିସି) ଗିରଫ ପରଓ୍ବାନା ଜାରି କରିଥିଲା। ୟୁକ୍ରେନ୍‌ ଉପରେ ଆକ୍ରମଣ କରି ସେଠାକାର ଶିଶୁମାନଙ୍କୁ ଅପହରଣରେ ସମ୍ପୃକ୍ତି ଅଭିଯୋଗରେ ପୁଟିନ୍‌ଙ୍କୁ ‘ଯୁଦ୍ଧ ଅପରାଧୀ’ ଭାବେ ଦର୍ଶାଯାଇ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଉଲ୍ଲେଖଯୋଗ୍ୟ ଯେ, ସୁଦାନର ଓମାର ଅଲ୍‌-ବଶିର ଏବଂ ଲିବ୍ୟାର ମୁଆଁମାର ଗଦାଫିଙ୍କ ପରେ ପୁଟିନ୍‌ ହେଉଛନ୍ତି ତୃତୀୟ କାର୍ଯ୍ୟରତ ରାଷ୍ଟ୍ରପତି, ଯାହାଙ୍କ ବିରୋଧରେ ଆଇସିସି ପକ୍ଷରୁ ଆରେଷ୍ଟ ଓ୍ବାରେଣ୍ଟ ଜାରି କରାଯାଇଛି। ଯଦିଓ ଏଭଳି ଅଭିଯୋଗକୁ ରୁଷିଆ ଅଯଥାର୍ଥ ବୋଲି କହିଛି, ତଥାପି ଏକ ଅନ୍ତର୍ଜାତୀୟ ଆପରାଧିକ କୋର୍ଟର ରାୟକୁ ଅଣଦେଖା କରାଯାଇ ନ ପାରେ। ତେବେ ପୁଟିନ୍‌ଙ୍କୁ ଯୁଦ୍ଧ ଅପରାଧୀ ଆଖ୍ୟା ଦିଆଯିବାର ୩ ଦିନ ପରେ ପ୍ରଥମ ବିଶ୍ୱ ନେତା ଭାବେ ଜିନ୍‌ପିଙ୍ଗ ରୁଷିଆ ରାଷ୍ଟ୍ରପତିଙ୍କୁ ସମର୍ଥନ କରିବା ଲାଗି ଆଗେଇ ଆସିବା ଅନ୍ତର୍ଜାତୀୟ ସମୁଦାୟ ସମ୍ମୁଖରେ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରିବାର ଅବକାଶ ସୃଷ୍ଟି କରିଛି।
ଚାଇନା-ତାଇଓ୍ବାନ ସମ୍ପର୍କରେ ତିକ୍ତତା ଶୀର୍ଷରେ ପହଞ୍ଚତ୍ଛି। ଇତିମଧ୍ୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ସିଧାସଳଖ ତାଇଓ୍ବାନ୍‌କୁ ସମର୍ଥନ କରିଛନ୍ତି। ଫଳରେ ତାଇଓ୍ବାନକୁ ନିଜର ଏକ ଅଂଶ ବୋଲି ଅଭିହିତ କରୁଥିବା ଚାଇନା କହୁଛି ଯେ, ବାଇଡେନ୍‌ଙ୍କ ଏଭଳି ପଦକ୍ଷେପ ବେଜିଂର ସାର୍ବଭୌମତ୍ୱ ଉପରେ ହସ୍ତକ୍ଷେପ। ତେଣୁ ଆମେରିକା, ନାଟୋ ସମେତ ଚାଇନା ବିରୋଧୀ ରାଷ୍ଟ୍ରକୁ ଏକ ଶକ୍ତିଶାଳୀ ବାର୍ତ୍ତା ଦେବା ଲକ୍ଷ୍ୟରେ ଜିନ୍‌ପିଙ୍ଗ ରୁଷିଆ ଗସ୍ତ କରିଥିବା ଆଲୋଚନା ହେଉଛି। ନିକଟ ଅତୀତକୁ ଦେଖିଲେ ରୁଷିଆ-ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧବିରତି ଆଣି ଶାନ୍ତି ସ୍ଥାପନ ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିଥିବା ପ୍ରୟାସ କଥା ଅନ୍ତର୍ଜାତୀୟ ସ୍ତରରେ କୌଣସି ପ୍ରଭାବ ପକାଇ ନ ଥିଲା। ଅପରପଟେ ଜିନ୍‌ପିଙ୍ଗ୍‌ ଏବେ ଯୁଦ୍ଧରେ ଲିପ୍ତ ଦୁଇ ରାଷ୍ଟ୍ର ମଧ୍ୟରେ ଶାନ୍ତି ସ୍ଥାପନ ପାଇଁ ପ୍ରୟାସ ଆରମ୍ଭ କରୁଛନ୍ତି। କାରଣ କିଛି ସପ୍ତାହ ପୂର୍ବରୁ ଚାଇନା ତଥାକଥିତ ‘ଶାନ୍ତି ପ୍ରସ୍ତାବ’ ବିଷୟରେ ଘୋଷଣା କରିଥିଲା। ପୁଟିନ୍‌ଙ୍କୁ ଭେଟି ସାରିବା ପରେ ଜିନ୍‌ପିଙ୍ଗ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କିଙ୍କ ସହ ପ୍ରଥମ ଥର ପାଇଁ ଭିଡିଓ କଲ୍‌ କରି କଥାବାର୍ତ୍ତା କରିବେ ବୋଲି ଖବର ପ୍ରକାଶ ପାଇଥିଲା। ଏବେ ଜିନ୍‌ପିଙ୍ଗ ମସ୍କୋ ଗସ୍ତ କରିଥିବାରୁ ପରବର୍ତ୍ତୀ ସମୟରେ ସେ ଜେଲେନ୍‌ସ୍କିଙ୍କ ସହ କଥା ହେଉଛନ୍ତି କି ନାହିଁ ତାହା ଜଣାପଡ଼ିବ।
ଆଜିର ବିଶ୍ୱ ପ୍ରେକ୍ଷାପଟକୁ ଦେଖିଲେ ଯୁଦ୍ଧରେ ଲିପ୍ତ ରହି କୌଣସି ରାଷ୍ଟ୍ର ଅନ୍ୟ ଭୂଖଣ୍ଡକୁ ବହୁମାତ୍ରାରେ ଅକ୍ତିଆର କରିବା ସହଜ ହେଉନାହିଁ। ପାରମ୍ପରିକ ଯୁଦ୍ଧାସ୍ତ୍ର ଅପେକ୍ଷା ପ୍ରଯୁକ୍ତି ସଂଲଗ୍ନ ଯୁଦ୍ଧ ଦ୍ୱାରା ଶତ୍ରୁପକ୍ଷର ଅର୍ଥନୀତିକୁ ଦୁର୍ବଳ କରିଦେବା ସମ୍ଭବ ହେଉଛି। ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ଦେଖିଲେ ଶକ୍ତିଶାଳୀ ପୁଟିନ୍‌ଙ୍କ ବାହିନୀ ଅପେକ୍ଷାକୃତ କମ୍‌ ବଳ ଥିବା ଜେଲେନ୍‌ସ୍କି ବାହିନୀକୁ ପ୍ରତିହତ କରିପାରୁ ନାହିଁ। କେତେକ କ୍ଷେତ୍ରରେ ୟୁକ୍ରେନ୍‌ ସେନା ରୁଷିଆ ସେନାକୁ ତଡ଼ିଦେବା ସହ ଅନେକଙ୍କ ଜୀବନ ନେଇଯାଇଛି। ଏହା ଜେଲେନ୍‌ସ୍କି ଓ ତାଙ୍କ ଦେଶବାସୀଙ୍କ ଅଦମ୍ୟ ସାହସ ଯୋଗୁ ସମ୍ଭବ ହୋଇପାରିଛି। ଏହିଠାରେ ତାଇଓ୍ବାନ୍‌ର ଦୃଷ୍ଟାନ୍ତ ଦିଆଯାଇପାରେ। ଅର୍ଥନୀତି ଓ ସାମରିକ ଦୃଷ୍ଟିକୋଣରୁ ବିଶ୍ୱର ଅନ୍ୟତମ ବୃହତ୍‌ ରାଷ୍ଟ୍ର ଚାଇନା କଳ, ବଳ ଓ କୌଶଳ ପ୍ରୟୋଗ କରି ମଧ୍ୟ ତାଇଓ୍ବାନକୁ ଡରାଇପାରୁ ନାହିଁ। ଏଭଳି ମାନସିକ ପରାଜୟ ପରେ ଜିନ୍‌ପିଙ୍ଗ୍‌ ଯଦି ମଧ୍ୟସ୍ଥ ଭୂମିକାରେ ରହି ଶାନ୍ତି ଆଲୋଚନା କରିବାରେ ସକ୍ଷମ ହୁଅନ୍ତି ତେବେ ଏହା ତାଙ୍କ ଅନ୍ତର୍ଜାତୀୟ ଭାବମୂର୍ତ୍ତିକୁ ବୃଦ୍ଧି କରିବ। ତେଣୁ ଆମେରିକା ବିଶ୍ୱସ୍ତରରେ ମଧ୍ୟସ୍ଥ ଭୂମିକାରେ ଅବତୀର୍ଣ୍ଣ ହୋଇ ଅତୀତରେ ଯେତେ ନାମ ଅର୍ଜନ କରିଥିଲା, ସେଥିରେ ଚାଇନାର ଅନୁପ୍ରବେଶ ଏକ ନୂଆ ସମୀକରଣ ସୃଷ୍ଟି କରିବ।

ଜିନ୍‌ପିଙ୍ଗ୍‌ ଯଦି ମଧ୍ୟସ୍ଥ ଭୂମିକାରେ ରହି ଶାନ୍ତି ଆଲୋଚନା କରିବାରେ ସକ୍ଷମ ହୁଅନ୍ତି ତେବେ ଏହା ତାଙ୍କ ଅନ୍ତର୍ଜାତୀୟ ଭାବମୂର୍ତ୍ତିକୁ ବୃଦ୍ଧି କରିବ। ତେଣୁ ଆମେରିକା ବିଶ୍ୱସ୍ତରରେ ମଧ୍ୟସ୍ଥ ଭୂମିକାରେ ଅବତୀର୍ଣ୍ଣ ହୋଇ ଅତୀତରେ ଯେତେ ନାମ ଅର୍ଜନ କରିଥିଲା, ସେଥିରେ ଚାଇନାର ଅନୁପ୍ରବେଶ ଏକ ନୂଆ ସମୀକରଣ ସୃଷ୍ଟି କରିବ।

 


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା

ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍‌ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ…

ଅଧିକାରୀ ଅଭାବ

ମଧ୍ୟପ୍ରଦେଶରେ ଅନୁମୋଦିତ ସଂଖ୍ୟା ତୁଳନାରେ ୧୫୦ରୁ ଅଧିକ ଆଇଏଏସ୍‌ ଅଧିକାରୀଙ୍କ ଅଭାବ ରହିଛି। ଏହା ଏକ ସାମାନ୍ୟ ବ୍ୟବଧାନ ନୁହେଁ ବରଂ ଏକ ବ୍ୟବସ୍ଥାଗତ ଅଭାବକୁ ଇଙ୍ଗିତ…

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

ରାତ୍ରିଭୋଜନ ଓ ସଂଘର୍ଷ

ମ୍ପ୍ରତିକ ପରିସ୍ଥିତିରେ ଅନେକ ସମୟରେ ଦେଖାଯାଏ ରାତ୍ରିଭୋଜନ ଟେବୁଲଗୁଡ଼ିକ ପ୍ରାୟତଃ ଅଭିଭାବକଙ୍କ ଅପ୍ରତ୍ୟାଶିତ ଶ୍ରେଣୀଗୃହ ହୋଇଯାଏ। ପ୍ରାୟତଃ ପରିବାରରେ ଥିବା ପିଲାଟିର ଦିନସାରାର କାର୍ଯ୍ୟ ମୂଲ୍ୟାୟନ ମାତାପିତାମାନେ…

ଆଗ ଗଛ

ବର୍ତ୍ତମାନ ସମୟର ଇଏ ସବୁଠାରୁ ବଡ଼ ଆହ୍ବାନ। ଆମେ ସବୁ କାମକୁ ପଛରେ ପକାଇ ଆଗ ଗଛ ଲଗାଇବା ଉପରେ ପ୍ରାଧାନ୍ୟ ଦେବା। ଗଛ ଲଗାଇବା, ତା’ର…

ସଙ୍କଟରୁ ପରିବର୍ତ୍ତନର ଆଶା

ଆମେ ଏବେ ଏକ ନିରର୍ଥକ ଯନ୍ତ୍ରଣା ଏବଂ ଆସନ୍ନ ବିନାଶର ପୃଥିବୀରେ ବାସ କରୁଛୁ। ଏଠାରେ ନୈତିକ ବିକାଶ ଧାରଣା ମୂଲ୍ୟହୀନ ହୋଇଯାଇଥିବା ମନେହେଉଛି। ସମସାମୟିକ ସମାଜ…

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri