ମଣିଷଙ୍କ ମୁହଁ ଦେଖି ଆବେଗ ବୁଝିପାରନ୍ତି କୁକୁର

ବର୍ଲିନ,୧୨।୮(ରଏଟର୍ସ): କୁକୁର ମଣିଷର ଅତ୍ୟନ୍ତ ବିଶ୍ୱସ୍ତ ବୋଲି କୁହାଯାଇଥାଏ। ତେବେ ନିକଟରେ ୟୁନିଭର୍ସିଟି ଅଫ୍‌ ଭିଏନାର ଗବେଷକମାନେ କରିଥିବା ଏକ ଗବେଷଣାରୁ ଜଣାପଡ଼ିଛି, କୁକୁରମାନେ ଲୋକଙ୍କ ମୁହଁ ଦେଖି ସେମାନଙ୍କ ମନର ଭାବ ବା ଆବେଗକୁ ଚିହ୍ନିପାରନ୍ତି। କୁକୁରଙ୍କଠାରେ ଏଭଳି କ୍ଷମତା ଥିବା ଏହା ପ୍ରଥମ ପ୍ରମାଣ ବୋଲି ମଙ୍ଗଳବାର ଗବେଷକମାନେ ଦାବି କରିଛନ୍ତି। ଅଧ୍ୟୟନରେ ଗବେଷକମାନେ ୧୨ଟି କୁକୁରଙ୍କ ମସ୍ତିଷ୍କ ସ୍କାନର ବିଶ୍ଳେଷଣ କରିବା ପାଇଁ ମେଶିନ ଲର୍ନିଂର ବ୍ୟବହାର କରିଥିଲେ। ଏହି ସମୟରେ କୁକୁରମାନଙ୍କୁ ବିଭିନ୍ନ ପ୍ରକାର ଆବେଗ ପ୍ରଦର୍ଶନ କରୁଥିବା ମଣିଷ ମୁହଁର ଛବିଗୁଡ଼ିକୁ ଦେଖାଯାଇଥିଲା। ଏଥିରୁ ଜଣାପଡ଼ିଥିଲା ଯେ, ଯେତେବେଳେ କୁକୁରମାନେ କୌଣସି ଅଚିହ୍ନା ବ୍ୟକ୍ତିଙ୍କ ହସହସ ମୁହଁ ଦେଖୁଛନ୍ତି, ସେତେବେଳେ ସେମାନଙ୍କ ମସ୍ତିଷ୍କର ଉଚ୍ଚ ଜ୍ଞାନଗତ କାର୍ଯ୍ୟ ଏବଂ ସେମାନଙ୍କ ପ୍ରତିକ୍ରିୟାତ୍ମକ ଭାବନା ସହ ଜଡ଼ିତ ଟେମ୍ପୋରାଲ କର୍ଟେକ୍ସ ଏବଂ କଡେଟ ନ୍ୟୁକ୍ଲିୟସଗୁଡ଼ିକ ସକ୍ରିୟ ହୋଇଉଠୁଛି।
ସୋମବାର ସେଲ୍‌ ପ୍ରେସ୍‌ର ପତ୍ରିକା ‘ଆଇ ସାଇନ୍ସ’ ରେ ପ୍ରକାଶିତ ଅଧ୍ୟୟନ ଅନୁଯାୟୀ, ରାଗ, ଭୟ କିମ୍ବା ଦୁଃଖର ଚିତ୍ର ଦେଖିଲେ କୁକୁରଙ୍କ ମସ୍ତିଷ୍କର ସେହି ନିର୍ଦ୍ଦିଷ୍ଟ ଅଞ୍ଚଳଗୁଡ଼ିକ ସକ୍ରିୟ ହେଉନାହିଁ। ତେବେ ଗବେଷକମାନେ ଯେତେବେଳେ କୁକୁରଙ୍କ ସମ୍ପୂର୍ଣ୍ଣ ମସ୍ତିଷ୍କକୁ ଅନୁଧ୍ୟାନ କଲେ, ସେମାନେ କିଛି ସ୍ବତନ୍ତ୍ର କାର୍ଯ୍ୟକଳାପର ଶୈଳୀ ଦେଖିବାକୁ ପାଇଲେ, ଯାହା ଭୟ, ରାଗ ଏବଂ ଦୁଃଖ ମଧ୍ୟରେ ଫରକ ଦର୍ଶାଉଥିଲା। ଏଥିରୁ ପ୍ରଥମ ଥର ପାଇଁ ପ୍ରମାଣ ମିଳିଛି ଯେ, କୁକୁରମାନେ ମଣିଷ ମୁହଁର ବିଭିନ୍ନ ନକାରାତ୍ମକ ଭାବଭଙ୍ଗୀ ମଧ୍ୟରେ ମଧ୍ୟ ପାର୍ଥକ୍ୟ ବାରିପାରନ୍ତି। ଏହି ଗବେଷଣାର ମୁଖ୍ୟ ଲେଖିକା ଲୌରା କୁଆୟାଙ୍କ କହିବା ହେଲା, କୁକୁରମାନେ ଆମ ଭାବଭଙ୍ଗୀକୁ ବୁଝିବା ଏବଂ ଆମ ସହ ସହଯୋଗ କରିବା ପାଇଁ ହିଁ ବିକଶିତ ହୋଇଛନ୍ତି। ଆମେ ସେମାନଙ୍କ ସହ ଯେଉଁ ଅନୁସାରେ ମିଶୁଛୁ ଏବଂ ସେମାନଙ୍କ ଯତ୍ନ ନେଉଛୁ ସେହି ଅନୁସାରେ ସେମାନଙ୍କ ମଧ୍ୟରେ ପରିବର୍ତ୍ତନ ଆସିଥାଏ ବୋଲି କୁଆୟା କହିଛନ୍ତି।

ତେବେ କୁକୁରମାନେ ଆଖପାଖର ମଣିଷମାନଙ୍କୁ ବୁଝିବା ପାଇଁ ଶରୀରର ଭାଷା, ସ୍ବରର ଶୈଳୀ ଏବଂ ଗନ୍ଧ ଭଳି ଅନ୍ୟାନ୍ୟ ସଙ୍କେତଗୁଡ଼ିକୁ କିପରି ଏକାଠି ବ୍ୟବହାର କରନ୍ତି ତାହା ଜାଣିବା ପାଇଁ ଆଗାମୀ ଦିନରେ ଗବେଷଣା କରିବାକୁ ଲକ୍ଷ୍ୟ ରଖିଥିବା ଗବେଷକମାନେ ସୂଚନା ଦେଇଛନ୍ତି। ଏହାସହ ମଣିଷ ଏବଂ କୁକୁରର ମସ୍ତିଷ୍କ ସମାନ ଆବେଗିକ ସଙ୍କେତକୁ କିପରି ଗ୍ରହଣ କରେ, ସେମାନେ ତାହାର ମଧ୍ୟ ତୁଳନା କରିବାକୁ ଆଶା ରଖିଛନ୍ତି। ତେବେ ଏହି ଅଧ୍ୟୟନରେ ସାମିଲଥିବା ସମସ୍ତ କୁକୁର ସ୍ନେହପୂର୍ଣ୍ଣ ପରିବାରରେ ରହୁଥିବା ପୋଷା କୁକୁର ଥିଲେ। ତେଣୁ ଏଭଳି ସ୍ନେହପୂର୍ଣ୍ଣ ପରିବେଶ ବାହାରେ ରହୁଥିବା ଯେପରିକି ବୁଲା କୁକୁର ମଣିଷର ଆବେଗ ପ୍ରତି ଭିନ୍ନ ପ୍ରତିକ୍ରିୟା ପ୍ରକାଶ କରିପାରନ୍ତି ବୋଲି ଗବେଷକମାନେ ସ୍ପଷ୍ଟ କରିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମନ୍ଦିରକୁ ଟାର୍ଗେଟ କଲେ ଲୁଟେରା: ଦକ୍ଷିଣକାଳୀ ମନ୍ଦିରରେ ହୁଣ୍ଡି ଭାଙ୍ଗି ନେଇଗଲେ…

ପୁରୁଷୋତ୍ତମପୁର,୧୨।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ପୁଣି ଲୁଟେରାମାନେ ସକ୍ରିୟ ହୋଇ ମନ୍ଦିରକୁ ଟାର୍ଗେଟ୍‌ କରିଛନ୍ତି। ଗତ ୨୦୨୪ନଭେମ୍ବର ୬ ତାରିଖରେ ପ୍ରଶିଦ୍ଧ ଶକ୍ତିପୀଠ ମା’…

ତିଖିରୀ ସରପଞ୍ଚ ଚାମେଲି ଓଝା ମାମଲା: ଅଦାଲତଙ୍କ ବିନାନୁମତିରେ ପ୍ରକାଶ ହେବନି ଫଳ

କଟକ/ମହାକାଳପଡ଼ା,୧୨ା୮(କାର୍ତ୍ତିକ ସାହୁ/ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ତିଖିରୀ ସରପଞ୍ଚ ଚାମେଲି ଓଝାଙ୍କ ମାମଲାର ଶୁଣାଣି ମଙ୍ଗଳବାର ଶେଷ ହୋଇଛି। ହାଇକୋର୍ଟ ବିଚାରପତି…

ଇଲେକ୍ଟ୍ରିକ୍‌ ଗାଡ଼ି ଗ୍ରାହକଙ୍କୁ ବଡ଼ ଝଟ୍‌କା, ଅଧା ହୋଇଗଲା ସବସିଡି, ଏବେ ମିଳିବ ମାତ୍ର…

ନୂଆଦିଲ୍ଲୀ, ୧୨।୮: ଆପଣ ଏକ ଇଲେକ୍ଟ୍ରିକ୍ ସ୍କୁଟର୍ କିମ୍ବା ବାଇକ୍ କିଣିବାକୁ ପ୍ରସ୍ତୁତ ହେଉଛନ୍ତି, ତେବେ ସରକାରଙ୍କ ପିଏମ୍ ଇ-ଡ୍ରାଇଭ୍ (PM E-DRIVE) ଯୋଜନା ସହ ଜଡ଼ିତ…

ଶେଷରେ ନିଖୋଜ ଦାଦନ ଶ୍ରମିକଙ୍କ ମିଳିଲା ପତ୍ତା: କେରଳରେ…

ଥୁଆମୂଳ ରାମପୁର, ୧୨ା୮ (ଦୁର୍ଗା କୀର୍ତ୍ତି):ଶେଷରେ ନିଖୋଜ ଦାଦନ ଶ୍ରମିକ ଘାସିରାମ ମାଝୀ (୩୦)ଙ୍କୁ ନେଇ ସୃଷ୍ଟିହୋଇଥିବା ଆଶଙ୍କା ଦୂରହୋଇଛି। କେରଳରେ ଦିଗହରା ହୋଇ ବୁଲୁଥିବା କଳାହାଣ୍ଡି…

ଭିତରେ ବସିଥିଲେ ୨୨୪ ଯାତ୍ରୀ: ହଠାତ୍‌ ମଝି ଆକାଶରେ ଫେଲ ହେଲା ଇଣ୍ଡିଗୋ ଇଞ୍ଜିନ, ତା’ପରେ…

ନୂଆଦିଲ୍ଲୀ,୧୨।୮: ଏୟାର ଇଣ୍ଡିଆର ଫ୍ଲାଇଟରେ ଟରବୁଲେନ୍ସ ପରେ ଇଣ୍ଡିଗୋର ଫ୍ଲାଇଟ ଇଞ୍ଜିନ ଫେଲ ହେବାର ମାମଲା ସାମ୍ନାକୁ ଆସିଛି। ଉଭୟ ମାମଲାରେ ଫ୍ଲାଇଟ ଦୁର୍ଘଟଣାର ଶିକାର ହେବାରୁ…

ରାସ୍ତାରୋକୋ କଲେ ଚାଷୀ, ଘଟଣାସ୍ଥଳରେ ପୋଲିସ: ଏହି କାରଣକୁ ନେଇ ତାତିଲେ….

ହାଟଡିହୀ/ଛେନାପଦୀ,୧୨l୮(ଶୁଭକାନ୍ତ ନାୟକ/ନିରାକାର ପରିଡା):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଡରମ୍ପାସ କେନାଲରେ ଅବ୍ୟବସ୍ଥା ଯୋଗୁ ବର୍ଷାଜଳ ନିଷ୍କାସନ ହୋଇପାରୁ ନଥିବା କାରଣରୁ ଚାଷୀମାନେ ବୁଧବାର ପ୍ରତିବାଦ ଏବଂ ରାସ୍ତାରୋକୋ…

ହର ହର ତ୍ରିରଙ୍ଗା ଘର ଘର ତ୍ରିରଙ୍ଗା ଶୁଭାରମ୍ଭ କଲେ ବିଧାୟକ, ସ୍ଲୋଗାନରେ ପ୍ରକମ୍ପିତ ହେଲା ସହର

ଗଞ୍ଜାମ,୧୨।୮(ବିଦ୍ୟାଧର ସାହୁ ): ପ୍ରଧାନମନ୍ତ୍ରୀ ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ହର ହର ତ୍ରିରଙ୍ଗା ଘର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ବୁଧବାର ଅନୁଷ୍ଠିତ ହୋଇଯାଇଛି l…

ମଙ୍ଗଳଙ୍କ ନକ୍ଷତ୍ର ପରିବର୍ତ୍ତନରେ ବଡ଼ ଚମତ୍କାର! ଏହି ୩ ରାଶିଙ୍କୁ ମିଳିବ ଧନ ଓ କ୍ୟାରିୟରରେ ଜବରଦସ୍ତ ଲାଭ

ମଙ୍ଗଳ ଗ୍ରହ ୨୪ ଜୁଲାଇରେ ମୃଗଶିରା ନକ୍ଷତ୍ରରେ ପ୍ରବେଶ କରିଥିଲେ। ବର୍ତ୍ତମାନ ଆଜି ୧୨ ଅଗଷ୍ଟ ବୁଧବାର ରାତ୍ରୀ ୧୦ଟା ୪୨ ମିନିଟରେ ମଙ୍ଗଳ ଗ୍ରହ ଆର୍ଦ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri