ଭୁଲ୍‌ ବାର୍ତ୍ତା

ବାଂଲାଦେଶରେ ଦୁର୍ଗାପୂଜା ସମୟରେ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ମୁସଲମାନ ସମ୍ପ୍ରଦାୟର କେତେ ଜଣ ଲୋକ ଆକ୍ରମଣ କରିବାରୁ ହିଂସାତ୍ମକ ସ୍ଥିତି ସୃଷ୍ଟି ହୋଇଥିଲା। ଅଦ୍ୟାବଧି ଦୁଇ ଜଣ ହିନ୍ଦୁଙ୍କ ସମେତ ୬ ଜଣ ବ୍ୟକ୍ତିଙ୍କ ଜୀବନ ଯାଇଥିବା ଖବର ମିଳିଛି। ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ଜାରି ରହିଛି। ଶୁଣିବାକୁ ମିଳିଛି ଯେ, ହିନ୍ଦୁ ଦେବତାଙ୍କ ଆଣ୍ଠୁ ଉପରେ କୋରାନ୍‌ ରଖାଯାଇଥିବାର ଫଟୋ ଭାଇରାଲ ହେବା ପରେ ସ୍ଥିତି ଅଣାୟତ୍ତ ହୋଇଛି। ବାସ୍ତବରେ ବିବାଦୀୟ ବିନ୍ଦୁ କ’ଣ ରହିଥିଲା ତାହା ଜାଣିବା କଷ୍ଟକର। ଯେହେତୁ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ଜାରି ରହିଛି ଏବଂ ଆସନ୍ତା ୨୩ ତାରିଖରେ ବାଂଲାଦେଶ ହିନ୍ଦୁ ବୁଦ୍ଧିଷ୍ଟ ଖ୍ରୀଷ୍ଟିଆନ ୟୁନିଟ୍‌ କାଉନ୍‌ସିଲ ଦେଶବ୍ୟାପୀ ଆମରଣ ଅନଶନ କରିବ ବୋଲି କହିଛି, ତାହାକୁ ସେଠାକାର ସରକାର ଗୁରୁତ୍ୱ ଦେଉଥିବା କହିଛନ୍ତି।
ପରିସଂଖ୍ୟାନ ଦେଖିଲେ ୧୯୭୧ ପରଠାରୁ ବାଂଲାଦେଶରେ ହିନ୍ଦୁଙ୍କ ସଂଖ୍ୟା କମିଚାଲିଛି। ୨୦୧୧ ଜନଗଣନା ଅନୁଯାୟୀ ବାଂଲାଦେଶରେ ହିନ୍ଦୁଙ୍କ ଜନସଂଖ୍ୟା ୮.୮୬ ପ୍ରତିଶତ ରହିଥିଲା। ଇତିମଧ୍ୟରେ ସେମାନଙ୍କ ସଂଖ୍ୟା ଆହୁରି କମିଯାଇଥିବା ବିଷୟରେ କେତେକ ରିପୋର୍ଟ ପ୍ରକାଶ ପାଇଛି। ଏପରି କି ସେଠାକାର ସଂଖ୍ୟାଗରିଷ୍ଠଙ୍କ ଉତ୍ପୀଡ଼ନର ଶିକାର ହୋଇ ହିନ୍ଦୁମାନେ ଭାରତରେ ଶରଣାର୍ଥୀ ଜୀବନ ବିତାଉଛନ୍ତି। ଓଡ଼ିଶା ଉପକୂଳ ଅଞ୍ଚଳରେ ବାଂଲାଦେଶୀଙ୍କ ସଂଖ୍ୟା ବଢ଼ି ଚାଲିଥିବା ବିଷୟରେ ଅନେକ ତଥ୍ୟରୁ ଜଣାପଡ଼ିଛି। ନିକଟରେ ଘଟିଥିବା ହିଂସାକୁ ବାଂଲାଦେଶର ବିରୋଧୀ ଦଳ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି (ବିଏନ୍‌ପି) ଉସୁକାଇଛି ବୋଲି ଶାସକ ଦଳ ଆଓ୍ବାମି ଲିଗ୍‌ ପକ୍ଷରୁ ଅଭିଯୋଗ କରାଯାଇଛି। ହିଂସା ପଛରେ ବିଏନ୍‌ପି ଓ ଜମାତ୍‌ ସଙ୍ଗଠନର ହାତ ରହିଥିବା କୁହାଯାଉଛି। ତେବେ ସ୍ଥିତି ନିୟନ୍ତ୍ରଣକୁ ଆଣିବା ପାଇଁ ଶେଖ୍‌ ହାସିନା ସରକାର ସଂଖ୍ୟାଲଘୁଙ୍କୁ ଆଶ୍ୱାସନା ଦେଇଛନ୍ତି। ଏଭଳି ସ୍ଥଳେ ବାଂଲାଦେଶରେ ସଂଖ୍ୟାଲଘୁଙ୍କ ଉପରେ ହେଉଥିବା ଆକ୍ରମଣକୁ ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟ ଗୁରୁତ୍ୱର ସହିତ ନେବା ଦରକାର। ପ୍ରତି କଥାରେ କେବଳ ପାକିସ୍ତାନ ପଛରେ ପଡ଼ିଲେ ହେବ ନାହିଁ। କିଛି ବର୍ଷ ତଳେ ଭାରତ-ବାଂଲାଦେଶ ସୀମାନ୍ତରେ ସୀମା ସୁରକ୍ଷା ବାହିନୀ (ବିଏସ୍‌ଏଫ୍‌) ଯବାନଙ୍କୁ ହତ୍ୟା କରାଯାଇ ମୃତଶରୀରକୁ ଅସ୍ବାଭାବିକ ଢଙ୍ଗରେ ବୋହି ନିଆଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ସେତେବେଳେ ତାହାକୁ ନେଇ ଭାରତରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା।
ଆଫଗାନିସ୍ତାନରେ ଆମେରିକା ଓ ତାହାର ସହଯୋଗୀ ସେନାଙ୍କ ବିଫଳତା ପରେ ତାଲିବାନ୍‌ ଶାସନ ପୁନଃ ଚାଲିବା ଇସ୍‌ଲାମୀୟ ମୌଳବାଦୀଙ୍କୁ ସକ୍ରିୟ କରାଇଦେଇଛି। ବାଂଲାଦେଶରେ ଯାହା ଘଟିଲା ତାହା କାହାରିକୁ ଆଶ୍ଚର୍ଯ୍ୟ କରିବା କଥା ନୁହେଁ। ଏଭଳି ସ୍ଥଳେ ଭାରତୀୟ ଆଭ୍ୟନ୍ତରୀଣ ନୀତି ତାହାର ବହିର୍ବ୍ୟାପାର ନୀତି ଉପରେ ପ୍ରଭାବ ପକାଇବା ସ୍ବାଭାବିକ। ଭାରତୀୟଙ୍କ ମନରେ କେବଳ ସଂଖ୍ୟାଲଘୁ ନୁହେଁ, ଦଳିତଙ୍କ ପ୍ରତି ମଧ୍ୟ ଅସହିଷ୍ଣୁ ଭାବ ପ୍ରବଳମାତ୍ରାରେ ରହିଆସିଛି। ସେହି ମନୋଭାବ ପଦାକୁ ଆସିପାରୁ ନ ଥିଲା। କାରଣ ସରକାରୀ ସ୍ତରରେ ତାହାକୁ ଅନୁମୋଦନ ବା ସମର୍ଥନ ମିଳୁ ନ ଥିଲା। ଏବେ ବ୍ୟବସ୍ଥାପକମାନେ ସେହି ଅସହିଷ୍ଣୁତାକୁ ସକ୍ରିୟ ସହଯୋଗ ଯୋଗାଇ ଦେଇଥିବାରୁ ତାହା ଏକ ବିକଟାଳ ରୂପ ଧାରଣ କରିଛି। ଏହି ମନୋଭାବକୁ ଉସୁକାଇଲେ ଆଭ୍ୟନ୍ତରୀଣ ରାଜନୀତି ଓ ଭୋଟରେ ପ୍ରଭାବ ପଡ଼ୁଛି। ଅନ୍ୟପଟେ ଭାରତର ପ୍ରାୟ ଅଧିକାଂଶ ପଡ଼ୋଶୀ ଦେଶ ଇସ୍‌ଲାମୀୟ ହୋଇଥିବାରୁ ତାହାର ନାକାରାତ୍ମକ ଦିଗ ଏବେ ବହିର୍ବ୍ୟାପାର କ୍ଷେତ୍ରରେ ଦେଖାଦେଲାଣି। ଏହାବ୍ୟତୀତ ଅଣ-ଇସ୍‌ଲାମୀୟ ଦେଶ ଭାବେ ଭୁଟାନ୍‌, ଶ୍ରୀଲଙ୍କା, ମ୍ୟାନ୍‌ମାର ଏବଂ ନେପାଳ ବର୍ତ୍ତମାନ ଚାଇନା ସହିତ ଯଥେଷ୍ଟ ଘନିଷ୍ଠ ହୋଇ ସାରିଲେଣି। ଭାରତର ଚାରି ଦିଗରେ କୌଣସି ମିତ୍ର ଦେଶ ଥିବା ଭଳି ମାନଚିତ୍ର ଦେଖିଲେ ଜଣାପଡ଼ୁନାହିଁ। ଏହା ହେଉଛି ଭାରତୀୟ ବହିର୍ବ୍ୟାପାର ମନ୍ତ୍ରଣାଳୟର ବିଫଳତା।
ସେପ୍ଟେମ୍ବର ୨୩ରେ ଆସାମର ଦରଙ୍ଗ ଜିଲାରେ ସରକାରଙ୍କ ଜମି ଉଚ୍ଛେଦ କାର୍ଯ୍ୟ ବେଳେ ହିଂସାକାଣ୍ଡ ଘଟିବାରୁ ଦୁଇ ଜଣ ମୁସଲମାନଙ୍କ ମୃତ୍ୟୁ ଘଟିଥିବା ଖବର ପ୍ରକାଶ ପାଇଥିଲା। ସଂଖ୍ୟାଲଘୁଙ୍କ ଜମିକୁ ଟାର୍ଗେଟ କରାଯାଇ ସେମାନଙ୍କୁ ଯେଭଳି ଭାବେ ହତ୍ୟା କରାଯାଇ ଭିଡିଓ ପ୍ରସାରିତ ହୋଇଥିଲା, ତାହା ଦ୍ୱାରା ହିମନ୍ତ ବିଶ୍ୱଶର୍ମାଙ୍କ ପରିଚାଳିତ ଭାଜପା ସରକାରକୁ ସମାଲୋଚିତ ହେବାକୁ ପଡ଼ିଛି। ଏହି ପ୍ରସଙ୍ଗକୁ ଗମ୍ଭୀରତାର ସହ ନେଇ ପାକିସ୍ତାନ ପ୍ରତିବାଦ ଉଠାଇଛି। ଭାରତରେ ଥିବା ମୁସଲମାନମାନେ ସୁରକ୍ଷିତ ନୁହନ୍ତି ବୋଲି ଇସ୍‌ଲାମାବାଦ କହିଥିବାରୁ ତାହାକୁ ଭାରତ ହାଲୁକା ଭାବେ ଗ୍ରହଣ କରିବା ଉଚିତ ନୁହେଁ। ଭାରତ ହେଉ ବା ବାଂଲାଦେଶ ଯେଉଁଠାରେ ସଂଖ୍ୟାଲଘୁ ଅତ୍ୟାଚାରିତ ହେଲେ ମଧ୍ୟ ତାହା ଭୁଲ୍‌ ବାର୍ତ୍ତା ଦେଇଚାଲିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?