ନିର୍ବାଚନୀ ସତ୍ୟପାଠରେ ଭୁଲ୍‌ ତଥ୍ୟ

ନୟାଗଡ଼,୧୯।୧୦(ଲୋକନାଥ ମିଶ୍ର)ଗତ ପଞ୍ଚାୟତ ନିର୍ବାଚନ ସମୟରେ ନିର୍ବାଚନୀ ସତ୍ୟ ପାଠରେ ଭୁଲ ତଥ୍ୟ ଦିଆ ଯିବା ନେଇ ଭାପୁର ବ୍ଳକର ୪ ପରାଜିତ ପ୍ରାର୍ଥୀ ନୟାଗଡ଼ ସବ୍‌ଡିଜନସ୍ତରୀୟ ରିଟର୍ଣ୍ଣୀ ଅଫିସର ତଥା ଉପଜିଲାପାଳ, ପଞ୍ଚାୟତ ନିର୍ବାଚନର ରିଟର୍ଣ୍ଣୀ ଅଫିସର ତଥା ଜିଲାପାଳ, ଭାପୁର ବ୍ଳକ ରିଟର୍ଣ୍ଣୀ ଅଫିସର ତଥା ବିଡିଓଙ୍କୁ ବୁଧବାର ଫେରାଦ୍‌ ହୋଇ ନ୍ୟାୟ ମାଗିଛନ୍ତି। ମିଥ୍ୟା ସତ୍ୟପାଠ ଘଟଣାରେ ୨ ସପ୍ତାହ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନ ହେଲେ ଜିଲାପାଳ, ଉପଜିଲାପାଳ ଓ ବିଡିଓଙ୍କ ସମେତ ଅନ୍ୟମାନଙ୍କ ବିରୋଧରେ ଆଇନର ଆଶ୍ରୟ ନେବେ ବୋଲି ଧମକ ଦେଇଛନ୍ତି।
୨୦୨୨ ପଞ୍ଚାୟତ ନିର୍ବାଚନରେ ଧାନଚାଙ୍ଗଡା ପଞ୍ଚାୟତରେ ସାବିତ୍ରୀ ପ୍ରଧାନ, ବେଣୁଧର ପ୍ରଧାନ କଇଁଫୁଲିଆ ପଞ୍ଚାୟତରେ, ଶାଳପଡା ପଞ୍ଚାୟତରେ ଦମୟନ୍ତୀ ଖଟେଇ, ଶାସନ ପଞ୍ଚାୟତର କାହ୍ନୁ ଚରଣ ପ୍ରଧାନ ସମିତି ସଭ୍ୟ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଥିଲେ । ଏହି ୪ ପ୍ରାର୍ଥୀ ବିଜୟୀ ହୋଇ କ୍ଷମତାରେ ଅଛନ୍ତି । ବିଜୟୀ ପରେ ଭାପୁର ବ୍ଳକର ଚେୟାରମ୍ୟାନ ସାବିତ୍ରୀ ପ୍ରଧାନ ଓ ଭାଇସ୍‌ ଚେୟାରମ୍ୟାନ ଭାବେ ବେଣୁଧର ପ୍ରଧାନ କାର୍ଯ୍ୟ କରୁଛନ୍ତି। ତେବେ ଏହି ୪ପ୍ରାର୍ଥୀ ପ୍ରାର୍ଥିନୀ ସମିତି ସଭ୍ୟ ପ୍ରାର୍ଥିପତ୍ର ଦାଖଲ ସମୟରେ ମିଥ୍ୟା ସତ୍ୟପାଠ ଦାଖଲ କରିଛନ୍ତି ବୋଲି ଅଭିଯୋଗ ଦେଢ଼ ବର୍ଷ ପରେ ହୋଇଛି। ବେଣୁଧର ପ୍ରଧାନଙ୍କ ନଁାରେ ପୂର୍ବତନ ବ୍ଲକ ଚେୟାରମ୍ୟାନ ଗୟାଧର ପରିଡ଼ା, ସାବିତ୍ରୀ ପ୍ରଧାନଙ୍କ ନଁାରେ ମିନତୀ ନାୟକ, ଦମୟନ୍ତୀ ଖଟେଇଙ୍କ ନଁାରେ ଲକ୍ଷ୍ମୀପ୍ରିୟା ମହାପାତ୍ର, ପ୍ରକାଶ କୁମାର ପ୍ରଧାନଙ୍କ ନଁାରେ ଚୁମୁକି ଗୋଛି ଅଭିଯୋଗ କରିଛନ୍ତି। ଯେଉଁ ୪ଜଣଙ୍କ ନଁାରେ ଅଭିଯୋଗ ଆସିଛି ସେମାନେ ହେଲେ ବେଣୁଧର ପ୍ରଧାନ, ବେଣୁଧର ପ୍ରଧାନଙ୍କ ସ୍ତ୍ରୀ, ଭାଇ ଓ ଭାଉଜ ବୋଲି ଜଣାପଡିଛି । ଏମାନଙ୍କ ନଁାରେ ୫୦୦କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ରହିଛି। ପୁଣି କିଛି ମକଦ୍ଦମା ରହିଛି । ଅନ୍ୟପକ୍ଷେ ଟିକସ ଫାଙ୍କିବା ନେଇ ଫାଇନ ବି ପଡିଛି । ତେବେ ଏଗୁଡିକ ସତ୍ୟପାଠରେ ଦର୍ଶାଯାଇ ନାହିଁ ବୋଲି ଅଭିଯୋଗରେ ଦର୍ଶଯାଇଛି। ଘଟଣା ସମ୍ପର୍କରେ ବ୍ଲକ ଭାଇସ ଚେୟାରମ୍ୟାନ ବେଣୁଧର ପ୍ରଧାନଙ୍କୁ ଯୋଗାଯୋଗ କରିବାରୁ କହିଥିଲେ ମୋ ପରିବାର ବିରୋଧରେ ଆଣିଥିବା ଅଭିଯୋଗର ସତ୍ୟତା ନାହିଁ । ନିଜର ସ୍ଥିତି ଜାହିର କରିବା ପାଇଁ ବିରୋଧିମାନେ ଅମୁଳକ ଅଭିଯୋଗ ଆଣିଛନ୍ତି । ଯାହାକି ଜର ବିକଳରେ ତାଟିଆ କାମୁଡିଲା ପରି ଲାଗୁଛି ।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri