ଯୋଡ଼ା,୧୯ା୧(ଡି.ଏନ୍.ଏ.)-କେନ୍ଦୁଝର ଜିଲା ଯୋଡ଼ା ଖଣିମଣ୍ଡଳରେ ଥିବା ଏକ କମ୍ପାନୀରେ ବିଭିନ୍ନ ପଦ ପଦବୀରେ ନିଯୁକ୍ତି ପାଇଁ ହୋଇଥିବା ପ୍ରାର୍ଥୀ ଚୟନ ପ୍ରକ୍ରିୟାରେ ଅର୍ଥ କାରବାର ହୋଇ ଅନିୟମିତତା କରାଯାଇଥିବା ଅଭିଯୋଗ ହୋଇଛି ା ଅଭିଯୋଗ ଅନୁଯାୟୀ, ଉକ୍ତ କମ୍ପାନୀର ଖଣ୍ଡବନ୍ଧ ଖଣିରେ ଏମ୍ପ୍ଲୋଏମେଣ୍ଟ ଏକ୍ସଚେଞ୍ଜ ଜରିଆରେ ବିଭିନ୍ନ ପଦ ପଦବୀରେ ନିଯୁକ୍ତି ପାଇଁ କମ୍ପାନୀ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏଥିପାଇଁ ପ୍ରାୟ ୧୪୦ ଜଣ ଆବେଦନ କରି ୨୦୨୦ ନଭେମ୍ବର ୩୦ ତାରିଖରେ ଯୋଡ଼ାର ଭି.ଟି ସେଣ୍ଟରରେ ଲିଖିତ ପରୀକ୍ଷା ଦେଇଥିଲେ। ସେଥିମଧ୍ୟରୁ ପ୍ରାୟ ୯୭ ପ୍ରାର୍ଥୀଙ୍କୁ ଚୟନ କରାଯାଇଥିବା କେତେକ ପରୀକ୍ଷାର୍ଥୀ ନିଜ ନାମକୁ ଗୋପନ ରଖି କହିଛନ୍ତି। ଏହାର ଚୂଡ଼ାନ୍ତ ସାକ୍ଷାତକାର ପରୀକ୍ଷା ଯୋଡ଼ା ଅଞ୍ଚଳରେ କରା ନ ଯାଇ କମ୍ପାନୀ ପକ୍ଷରୁ ଝାଡ଼ଖଣ୍ଡ ରାଜ୍ୟର ନୂଆମୁଣ୍ଡିଠାରେ କରାଯାଇଥିବା ଅଭିଯୋଗ ହୋଇଛି ା ଲିଖିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ପରୀକ୍ଷାର୍ଥୀଙ୍କୁ ସାକ୍ଷାତକାର ପାଇଁ ଡକାଯାଇନାହିଁ। ତେବେ କମ୍ପାନୀ ଓଡ଼ିଶା ରାଜ୍ୟର ଯୋଡ଼ା ଖଣି ମଣ୍ଡଳର ବିଭିନ୍ନ ସ୍ଥାନରେ ଖଣିକାର୍ଯ୍ୟ ଚଳାଇଥିବା ବେଳେ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ଦେବାର ବିଭିନ୍ନ ଜନଶୁଣାଣିରେ ପ୍ରତିଶ୍ରୁତି ଦେଇଥିଲା। ମାତ୍ର ସ୍ଥାନୀୟ ଅଞ୍ଚଳର ପ୍ରାର୍ଥୀଙ୍କୁ ଏହି ପଦବୀ ପାଇଁ ନିଯୁକ୍ତି ଚୟନରେ ଅଗ୍ରାଧିକାର ଦେବା ପ୍ରତିବଦଳରେ ଅନିୟମିତତା କରି ଝାଡ଼ଖଣ୍ଡ ରାଜ୍ୟର ପ୍ରାର୍ଥୀମାନଙ୍କୁ ନିଯୁକ୍ତି ଦିଆଯାଇଥିବା ଅଭିଯୋଗ ହୋଇଛି। ଏହି ଚୟନ ପ୍ରକ୍ରିୟା ଦାୟିତ୍ୱରେ ଥିବା କମ୍ପାନୀର କେତେକ ଅସାଧୁ ଅଧିକାରୀ ଅର୍ଥ କାରବାର କରି ଉକ୍ତ ପଦବୀରେ ନିଯୁକ୍ତି ଦେଇଥିବା ଆବେଦନକାରୀ ପ୍ରାର୍ଥୀଙ୍କର ଅଭିଭାବକମାନେ ଅଭିଯୋଗ କରିଛନ୍ତି। ଏହି ପ୍ରାର୍ଥୀ ଚୟନରେ ଆବେଦନକାରୀଙ୍କର ବାସିନ୍ଦା ପ୍ରମାଣପତ୍ରକୁ ମଧ୍ୟ ଗୁରୁତ୍ୱ ଦିଆ ନ ଯାଇ ଅଣଦେଖା କରାଯାଇଥିଲା।
ଏ ସମ୍ପର୍କରେ ଯୋଡ଼ା ବିକାଶ ପରିଷଦର ସଭାପତି ନିରଞ୍ଜନ ବହିଦାର ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଧୂଳି, ଧୂଆଁ ଆମେ ଖାଇବୁ। ହେଲେ ନିଯୁକ୍ତି ପାଇବେ ଝାଡ଼ଖଣ୍ଡ ରାଜ୍ୟର ପିଲା। ଏହାକୁ ସହ୍ୟ କରାଯିବ ନାହିଁ ା ନିଯୁକ୍ତି ପ୍ରକ୍ରିୟାରେ ହୋଇଥିବା ଅନିୟମିତତା ବିରୋଧରେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ। ସେହିପରି ଯୁବସଙ୍ଗଠକ ମାନସ ଦାସ କହିଛନ୍ତି ଯେ, ୧୦୦ ବର୍ଷର ଏହି ଇସ୍ପାତ କମ୍ପାନୀ ଝାଡ଼ଖଣ୍ଡ ରାଜ୍ୟରେ ଇସ୍ପାତ କାରଖାନା ସ୍ଥାପନ କରି ଓଡ଼ିଶାର ଯୋଡ଼ା ଅଞ୍ଚଳରୁ କଞ୍ଚାମାଲ ନେଇ ନିଜ ଇସ୍ପାତ କାରଖାନା ଚଳାଉଛି ା କମ୍ପାନୀ ଝାଡ଼ଖଣ୍ଡ ରାଜ୍ୟର ଯୁବତୀଯୁବକମାନଙ୍କୁ ରୋଜଗାର ଯୋଗାଇ ଦେଉଥିବାବେଳେ ଯୋଡ଼ା ଅଞ୍ଚଳରେ ବେକାର ଯୁବତୀ ଯୁବକମାନଙ୍କୁ ନିଯୁକ୍ତି ଦେଉନାହିଁ। ଭାଜପା ଯୋଡ଼ା ନଗର ମଣ୍ଡଳ ସଭାପତି ସୁଶାନ୍ତ କୁମାର ବେବର୍ତ୍ତାଙ୍କୁ ପଚାରିବାରୁ ଯଦି ପ୍ରାର୍ଥୀ ଚୟନରେ ଝାଡ଼ଖଣ୍ଡ ରାଜ୍ୟର ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯାଇଛି ତେବେ ଏହା ବିରୋଧରେ ଜନ ଆନ୍ଦୋଳନକୁ ଭାଜପା ସମ୍ପୂର୍ଣ୍ଣ ସମର୍ଥନ କରିବ। କମ୍ପାନୀ ଯଦି ଝାଡ଼ଖଣ୍ଡ ରାଜ୍ୟର ପ୍ରାର୍ଥୀଙ୍କୁ ଖଣ୍ଡବନ୍ଧ ଖଣିରେ ନିଯୁକ୍ତି ଦେଉଛି ତାହାହେଲେ ଯୋଡ଼ା ଅଞ୍ଚଳର ପ୍ରାର୍ଥୀଙ୍କୁ ଝାଡ଼ଖଣ୍ଡ ରାଜ୍ୟରେ ନିଯୁକ୍ତି ଦିଆଯାଉ ବୋଲି ସେ କହିଛନ୍ତି। ତେବେ ଏ ନେଇ ଉକ୍ତ ନିର୍ଦ୍ଦିଷ୍ଟ କମ୍ପାନୀର ପ୍ରତିକ୍ରିୟା ମିଳିପାରି ନାହିଁ ା
ପୁଣି ଦୁର୍ଘଟଣା ଘଟାଇଲା ଆମବସ୍: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ
ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…
ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…
ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…
କୁଆପଥର ବର୍ଷାରେ ଭାଙ୍ଗିଲା ହଜାର ହାଜାର ଘର: ତହସିଲ ଅଫିସରେ ଧସେଇ ପଶିବା ସହ ରାସ୍ତାରୋକୋ
ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘର୍ଣ୍ଣିଝଡ଼ ସହ ପ୍ରବଳ କୁଆପଥର ମାଡ ହୋଇଛି। ଫଳରେ ହଜାର ହଜାର ଟାଇଲ,…
ନବୀନ ପଟ୍ଟନାୟକଙ୍କୁ ନେଇ ଏମିତି କହିଦେଲେ ମନମୋହନ: ଆମ ଦ୍ୱାର ସବୁବେଳେ ଖୋଲା…
ଭୁବନେଶ୍ୱର,୭।୪: ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପଞ୍ଚାୟତରାଜ ନିର୍ବାଚନ ପୂର୍ବରୁ ବିଭିନ୍ନ ଜିଲା ଗସ୍ତ କରିବେ ବୋଲି ଜଣାପଡ଼ିଛି। ନବୀନଙ୍କ ଜିଲା…
ପୋଖରୀରେ ବୁଡ଼ି ଚାଲିଗଲା ୨ ସାଙ୍ଗଙ୍କ ଜୀବନ, ସ୍କୁଲରୁ ଫେରି ଗାଧୋଇବାକୁ ଯାଇଥିଲେ
ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ ପତାଣ୍ଡ ଗ୍ରାମରେ ଅଘଟଣ । ପୋଖରୀରେ ବୁଡ଼ିଯାଇ ୨ ନାବାଳିକା ଛାତ୍ରୀଙ୍କର ମୃତ୍ୟୁ ହୋଇଛି…
ଯାଜପୁରରେ ଯୁବକଙ୍କୁ ଗୁଳିମାଡ଼, ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲା ଜୀବନ
ଯାଜପୁର ସଦର,୭।୪(ସମର ବିଜୟ ଶରଣ ): ଯାଜପୁର ଥାନା ଅନ୍ତର୍ଗତ କାଳୀମେଘା ନିକଟର ଫୁଟିଲା ଗୁଳି । ଏହି ଗୁଳିକାଣ୍ଡରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି ।…
ପ୍ରମିଳାଙ୍କ ଘରେ ହଠାତ୍ ପହଞ୍ଚିଲେ ଯାଜପୁର ନେତା, ଉପସ୍ଥିତ ଅଛନ୍ତି ଏମାନେ ସବୁ…
ଭୁବନେଶ୍ୱର,୭।୪: ପ୍ରମିଳାଙ୍କ ସରକାରୀ ବାସଭବନରେ ଯାଜପୁର ନେତାଙ୍କ ମେଳିକୁ ନେଇ ରାଜନୀତିରେ ହଇଚଇ। ଭଦ୍ରକ ମଣ୍ଡଳ ଦମ୍ପତିଙ୍କୁ ସସପେଣ୍ଡ ପରେ ଯାଜପୁର ସଂଗଠନକୁ ନେଇ ବୈଠକ ଚାଲିଥିବା…
ମୋରଡାରୁ ପଶ୍ଚିମବଙ୍ଗ ହେଉଥିଲା ଗୋ ଚାଲାଣ, ୧୩ ଗୋରୁ ଜବତ କଲା ପୋଲିସ
ମୋରଡା,୭/୪(ସ୍ମାରକ ମାଜୀ)- ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବେଆଇନ ଭାବେ ଗୋ ଚାଲାଣ ବୃଦ୍ଧି ପାଉଥିବାର ଦେଖାଯାଇଛି । ଅନେକ ସ୍ଥାନରେ ପୋଲିସର ଚଢ଼ାଉ ଜାରି…
Archives

