ଅନ୍ୟାୟ ସଙ୍ଗେ କୁସ୍ତି

ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ) ମୁଖ୍ୟ ତଥା ଭାଜପା ଏମ୍‌ପି ବ୍ରିଜ୍‌ଭୂଷଣ ଶରନ୍‌ ସିଂଙ୍କ ବିରୋଧରେ ମହିଳା କୁସ୍ତିଯୋଦ୍ଧାମାନେ ଯୌନ ନିର୍ଯାତନା ଅଭିଯୋଗ ଆଣି ଏପ୍ରିଲ ୨୪ ତାରିଖରୁ ଦିଲ୍ଲୀର ଜନ୍ତରମନ୍ତରଠାରେ ଧାରଣାରେ ବସିଛନ୍ତି। ସେମାନେ ଗତ ଜାନୁୟାରୀରେ ମଧ୍ୟ ତାଙ୍କୁ ବିରୋଧ କରି ଧାରଣା ଦେଇଥିଲେ। ସେହି ସମୟରେ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଏହି ଅଭିଯୋଗର ତଦନ୍ତ ନେଇ ଏକ କମିଟି ଗଠନ କରାଯାଇଥିଲା। ସରକାରଙ୍କ ଦ୍ୱାରା ଗଠିତ କମିଟି କୌଣସି ପଦକ୍ଷେପ ନ ନେବାରୁ ରେସଲରମାନେ ତଦନ୍ତ ଉପରେ ପ୍ରଶ୍ନ ଉଠାଇ ପୁନଶ୍ଚ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏଥିସହିତ ଅଭିଯୋଗକାରୀଙ୍କ ମଧ୍ୟରେ ଜଣେ ନାବାଳିକା ପୀଡ଼ିତା ଅଛନ୍ତି। ତାଙ୍କ ନାମ ପ୍ରଘଟ କରାଯାଇଥିବାରୁ କେନ୍ଦ୍ର ସରକାରଙ୍କ ତଦନ୍ତ ଉପରେ ସେମାନେ ସନ୍ଦେହବ୍ୟକ୍ତ କରିଛନ୍ତି। ଅନ୍ୟପଟେ ବ୍ରିଜ୍‌ଭୂଷଣ କହିଛନ୍ତି, ସେ ଅପରାଧୀ ହୋଇ ନ ଥିବାରୁ ଡବ୍ଲ୍ୟୁଏଫ୍‌ଆଇ ମୁଖ୍ୟ ପଦବୀରୁ ଇସ୍ତଫା ଦେବାର ପ୍ରଶ୍ନ ଉଠୁନାହିଁ। ସେ ତଦନ୍ତରେ ସହଯୋଗ କରିବେ ବୋଲି କହିଛନ୍ତି। ତେବେ ସେ ଯେଉଁ ଢଙ୍ଗରେ ଗଣମାଧ୍ୟମ ଆଗରେ ଟାଣପଣ ଦେଖାଉଛନ୍ତି, ସେଥିରୁ ତାଙ୍କ ପଛରେ ତାଙ୍କ ଦଳର କେନ୍ଦ୍ର ସରକାର ଓ ତାହାର ନେତୃତ୍ୱ ରହିଛି ବୋଲି ସ୍ପଷ୍ଟ କୁହାଯାଉଛି। ଇତିମଧ୍ୟରେ ଇଣ୍ଡିଆନ୍‌ ଅଲିମ୍ପିକ୍‌ ଆସୋସିଏଶନ(ଆଇଓଏ) ସଭାପତି ପି.ଟି. ଉଷା କୁସ୍ତିଯୋଦ୍ଧାମାନଙ୍କ ପ୍ରତିବାଦକୁ ନାପସନ୍ଦ କରିଛନ୍ତି। ସେ କହିଛନ୍ତି, ଏଭଳି ବିକ୍ଷୋଭ ପ୍ରଦର୍ଶନ ଦ୍ୱାରା ଦେଶର ଭାବମୂର୍ତ୍ତି ନଷ୍ଟ ହେଉଛି। ପି.ଟି.ଉଷା ଜଣେ ମହିଳା ଆଥ୍‌ଲେଟ୍‌ ହୋଇଥିବା ସତ୍ତ୍ୱେ ଏଭଳି ନକାରାତ୍ମକ ମନ୍ତବ୍ୟ ଦେଇ ନିଜ ପଦବୀ ଲୋଭ ପଦାରେ ପକାଉଛନ୍ତି। ଶିକ୍ଷିତ ସମାଜରେ କୌଣସି ଅସ୍ବାଭାବିକ କାର୍ଯ୍ୟ ଦେଖା ଦେଲେ ତାହା ବିରୋଧରେ ଧାରଣା ଓ ବିକ୍ଷୋଭ କରାଯାଇଥାଏ। ଯଦି ବ୍ରିଜ୍‌ଭୂଷଣଙ୍କ ବିରୋଧରେ ଦ୍ୱିତୀୟ ଥର ଲାଗି ମହିଳା କୁସ୍ତିଯୋଦ୍ଧାମାନେ ଧାରଣା ଦେଇ ନ ଥାଆନ୍ତେ, ତେବେ ତାଙ୍କ ବିରୋଧରେ ପୋଲିସ ଏତଲା ରୁଜୁ କରି ନ ଥାଆନ୍ତା। ଆର୍ଥାତ୍‌ ସବୁଆଡ଼ୁ ଚାପ ପଡ଼ିବା ପରେ ସାମାନ୍ୟତମ ଏଫ୍‌ଆଇଆର୍‌ ରୁଜୁ କରାଯାଇପାରିଛି। ସେଥିପାଇଁ ମଧ୍ୟ ସୁପ୍ରିମକୋର୍ଟଙ୍କୁ ଏଫ୍‌ଆଇଆର୍‌ ରୁଜୁ କରିବା ଲାଗି ତାଗିଦ କରିବାକୁ ପଡ଼ିଲା। କୌତୂହଳର ବିଷୟ ହେଉଛି, ଏହି ଶୁଣାଣିବେଳେ କେନ୍ଦ୍ର ସରକାରଙ୍କ ଓକିଲ ସଲିସିଟର ଜେନେରାଲ ତୁଷାର ମେହେଟା କହିଲେ ଯେ, ଏହି ଅଭିଯୋଗ ସମ୍ପର୍କରେ ପ୍ରଥମେ ତଦନ୍ତ କରାଯାଉ ଓ ପରବର୍ତ୍ତୀ ସମୟରେ ଏତଲା ଦାୟର କରାଯାଇପାରିବ। କେନ୍ଦ୍ର ସରକାରଙ୍କ ଓକିଲଙ୍କ କଥା ନିଶ୍ଚିତ ଭାବେ ସ୍ବାଗତଯୋଗ୍ୟ। ତେବେ ଏଭଳି ନୂତନ ପ୍ରଥା ସୃଷ୍ଟି କରାଗଲେ ତାହା କେବଳ ଭାଜପାର ସାଂସଦଙ୍କ ପାଇଁ ଲାଗୁ କରି ସୀମିତ ରଖାଯିବା ଉଚିତ ନୁହେଁ। ଦେଶର ପ୍ରତ୍ୟେକ ନାଗରିକ, ଯାହାଙ୍କ ବିରୋଧରେ ଅଭିଯୋଗ ଆସିବ ତାଙ୍କର ଏଭଳି ପୋଲିସ ଅନୁସନ୍ଧାନ କରି ଏତଲା ଦାୟର କରିବାର ଆଇନ ଓ ବ୍ୟବସ୍ଥା କେନ୍ଦ୍ର ସରକାର ସୃଷ୍ଟି କରିବା ଦରକାର। କିନ୍ତୁ ସମସ୍ତେ ଜାଣନ୍ତି ଯେ, ତାହା କଦାପି ସମ୍ଭବପର ହେବ ନାହିଁ।
ବ୍ରିଜ୍‌ଭୂଷଣ ବର୍ତ୍ତମାନ ଉତ୍ତରପ୍ରଦେଶର କୈଶରଗଞ୍ଜ ଲୋକ ସଭା ଆସନରୁ ଭାଜପାରୁ ପ୍ରତିନିଧିତ୍ୱ କରୁଛନ୍ତି। ତାଙ୍କ ରାଜନୈତିକ କ୍ୟାରିୟର ଦେଖିଲେ ଥରେ ସମାଜବାଦୀ ପାର୍ଟି ଓ ୫ ଥର ଭାରତୀୟ ଜନତା ପାର୍ଟି(ଭାଜପା)ରୁ ସେ ଏମ୍‌ପି ହୋଇଛନ୍ତି। ଅର୍ଥାତ୍‌ ଉତ୍ତରପ୍ରଦେଶରେ ତାଙ୍କର ରାଜନୈତିକ ପ୍ରଭାବ ରହିଥିବାରୁ ଭାଜପାର ଶୀର୍ଷ ନେତାମାନେ ତାଙ୍କୁ ଘୋଡ଼ାଉଛନ୍ତି। ପ୍ରଖ୍ୟାତ କୁସ୍ତିଯୋଦ୍ଧା ଭିନେଶ ଫୋଗଟ, ସାଖୀ ମଲିକ୍‌, ବଜରଙ୍ଗ ପୁନିଆଙ୍କ ସମେତ ଆହୁରି ଅନ୍ୟାନ୍ୟ କ୍ରୀଡ଼ାବିତ୍‌ ବ୍ରିଜ୍‌ଭୂଷଣଙ୍କୁ ଗିରଫ କରିବା ଲାଗି ଦାବି କରୁଛନ୍ତି। ତେବେ ଅଭିଯୋଗକାରୀଙ୍କ ମଧ୍ୟରେ ନାବାଳିକା କୁସ୍ତିଯୋଦ୍ଧା ଥିବାରୁ ତାଙ୍କ ଅଭିଯୋଗ ଆଧାରରେ ଶିଶୁଙ୍କୁ ଯୌନ ଅପରାଧରୁ ସୁରକ୍ଷା ଦେବା ସକାଶେ ଉଦ୍ଦିଷ୍ଟ ପ୍ରୋଟେକ୍‌ଶନ ଅଫ୍‌ ଚିଲ୍‌ଡ୍ରେନ୍‌ ଫ୍ରମ୍‌ ସେକ୍ସୁଆଲ ଅଫେନ୍‌ସେସ୍‌ (ପୋକ୍ସୋ) ଆଇନ ବଳରେ ପ୍ରଥମ ମାମଲା ରୁଜୁ ହୋଇଥିବା ବେଳେ ଶାଳୀନତା ଭଙ୍ଗ ଅଭିଯୋଗରେ ଦ୍ୱିତୀୟ ଏଫ୍‌ଆଇଆର୍‌ ହୋଇଛି। ପୋକ୍ସୋ ଆଇନରେ ମାମଲା ରୁଜୁ ହୋଇଥିବାରୁ ବ୍ରିଜ୍‌ଭୂଷଣ ଗିରଫ ହେଲେ ଜାମିନ ପାଇବେ ନାହିଁ। ସମ୍ଭବତଃ ସେଥିପାଇଁ ବ୍ରିଜ୍‌ଭୂଷଣ ଓ ତାଙ୍କୁ ସମର୍ଥନ ଦେଉଥିବା ବ୍ୟକ୍ତିମାନେ ଅଡ଼ୁଆରେ ପଡ଼ିଯାଇଛନ୍ତି।
ଇତିମଧ୍ୟରେ ବିରୋଧୀ ଦଳର ନେତାମାନେ କୁସ୍ତିଯୋଦ୍ଧାଙ୍କୁ ସମର୍ଥନ କରି ସେମାନଙ୍କ ସହ ଧାରଣାରେ ବସୁଥିବାର ଦେଖିବାକୁ ମିଳୁଛି। ରାଜନୈତିକ ହସ୍ତକ୍ଷେପ ହେଉଥିବାରୁ ସାଧାରଣରେ ତାହା ଏକ ଭିନ୍ନ ରଙ୍ଗ ନେଉଛି। ଏଥିସହିତ କ୍ରୀଡ଼ା ମନ୍ତ୍ରଣାଳୟ ଦ୍ୱାରା ଗଠିତ ତଦନ୍ତକାରୀ କମିଟିରେ ଥିବା ପ୍ରତ୍ୟେକ ସଭ୍ୟା ଶାସକ ଦଳ ଦ୍ୱାରା ବଛା ହୋଇଥିବା କଥା ପ୍ରଘଟ ହେଲା ପରେ ଅନ୍ୟ କୁସ୍ତିବିତ୍‌ମାନେ ଆଗକୁ ଆସି ବୟାନ ଦେବାକୁ ଭୟ କରୁଛନ୍ତି। ଏହି ଦୁଇ କାରଣ ପାଇଁ ମାମଲା ଦୁର୍ବଳ ହୋଇଯାଉଛି। ଶେଷରେ ଏହା କୁହାଯାଇପାରେ ଯେ, ସରକାର ଯେତେବେଳେ କୌଣସି ଅପରାଧୀଙ୍କୁ କିମ୍ବା କୌଣସି ଅନ୍ୟାୟକୁ ଘୋଡ଼ାଇବାକୁ ମସୁଧା କରିବେ ସେତେବେଳେ ନ୍ୟାୟ ଖୋଜିପାଇବା ଅସମ୍ଭବ ହୋଇପଡ଼େ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?