ଅନ୍ୟାୟ ସଙ୍ଗେ କୁସ୍ତି

ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ) ମୁଖ୍ୟ ତଥା ଭାଜପା ଏମ୍‌ପି ବ୍ରିଜ୍‌ଭୂଷଣ ଶରନ୍‌ ସିଂଙ୍କ ବିରୋଧରେ ମହିଳା କୁସ୍ତିଯୋଦ୍ଧାମାନେ ଯୌନ ନିର୍ଯାତନା ଅଭିଯୋଗ ଆଣି ଏପ୍ରିଲ ୨୪ ତାରିଖରୁ ଦିଲ୍ଲୀର ଜନ୍ତରମନ୍ତରଠାରେ ଧାରଣାରେ ବସିଛନ୍ତି। ସେମାନେ ଗତ ଜାନୁୟାରୀରେ ମଧ୍ୟ ତାଙ୍କୁ ବିରୋଧ କରି ଧାରଣା ଦେଇଥିଲେ। ସେହି ସମୟରେ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଏହି ଅଭିଯୋଗର ତଦନ୍ତ ନେଇ ଏକ କମିଟି ଗଠନ କରାଯାଇଥିଲା। ସରକାରଙ୍କ ଦ୍ୱାରା ଗଠିତ କମିଟି କୌଣସି ପଦକ୍ଷେପ ନ ନେବାରୁ ରେସଲରମାନେ ତଦନ୍ତ ଉପରେ ପ୍ରଶ୍ନ ଉଠାଇ ପୁନଶ୍ଚ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏଥିସହିତ ଅଭିଯୋଗକାରୀଙ୍କ ମଧ୍ୟରେ ଜଣେ ନାବାଳିକା ପୀଡ଼ିତା ଅଛନ୍ତି। ତାଙ୍କ ନାମ ପ୍ରଘଟ କରାଯାଇଥିବାରୁ କେନ୍ଦ୍ର ସରକାରଙ୍କ ତଦନ୍ତ ଉପରେ ସେମାନେ ସନ୍ଦେହବ୍ୟକ୍ତ କରିଛନ୍ତି। ଅନ୍ୟପଟେ ବ୍ରିଜ୍‌ଭୂଷଣ କହିଛନ୍ତି, ସେ ଅପରାଧୀ ହୋଇ ନ ଥିବାରୁ ଡବ୍ଲ୍ୟୁଏଫ୍‌ଆଇ ମୁଖ୍ୟ ପଦବୀରୁ ଇସ୍ତଫା ଦେବାର ପ୍ରଶ୍ନ ଉଠୁନାହିଁ। ସେ ତଦନ୍ତରେ ସହଯୋଗ କରିବେ ବୋଲି କହିଛନ୍ତି। ତେବେ ସେ ଯେଉଁ ଢଙ୍ଗରେ ଗଣମାଧ୍ୟମ ଆଗରେ ଟାଣପଣ ଦେଖାଉଛନ୍ତି, ସେଥିରୁ ତାଙ୍କ ପଛରେ ତାଙ୍କ ଦଳର କେନ୍ଦ୍ର ସରକାର ଓ ତାହାର ନେତୃତ୍ୱ ରହିଛି ବୋଲି ସ୍ପଷ୍ଟ କୁହାଯାଉଛି। ଇତିମଧ୍ୟରେ ଇଣ୍ଡିଆନ୍‌ ଅଲିମ୍ପିକ୍‌ ଆସୋସିଏଶନ(ଆଇଓଏ) ସଭାପତି ପି.ଟି. ଉଷା କୁସ୍ତିଯୋଦ୍ଧାମାନଙ୍କ ପ୍ରତିବାଦକୁ ନାପସନ୍ଦ କରିଛନ୍ତି। ସେ କହିଛନ୍ତି, ଏଭଳି ବିକ୍ଷୋଭ ପ୍ରଦର୍ଶନ ଦ୍ୱାରା ଦେଶର ଭାବମୂର୍ତ୍ତି ନଷ୍ଟ ହେଉଛି। ପି.ଟି.ଉଷା ଜଣେ ମହିଳା ଆଥ୍‌ଲେଟ୍‌ ହୋଇଥିବା ସତ୍ତ୍ୱେ ଏଭଳି ନକାରାତ୍ମକ ମନ୍ତବ୍ୟ ଦେଇ ନିଜ ପଦବୀ ଲୋଭ ପଦାରେ ପକାଉଛନ୍ତି। ଶିକ୍ଷିତ ସମାଜରେ କୌଣସି ଅସ୍ବାଭାବିକ କାର୍ଯ୍ୟ ଦେଖା ଦେଲେ ତାହା ବିରୋଧରେ ଧାରଣା ଓ ବିକ୍ଷୋଭ କରାଯାଇଥାଏ। ଯଦି ବ୍ରିଜ୍‌ଭୂଷଣଙ୍କ ବିରୋଧରେ ଦ୍ୱିତୀୟ ଥର ଲାଗି ମହିଳା କୁସ୍ତିଯୋଦ୍ଧାମାନେ ଧାରଣା ଦେଇ ନ ଥାଆନ୍ତେ, ତେବେ ତାଙ୍କ ବିରୋଧରେ ପୋଲିସ ଏତଲା ରୁଜୁ କରି ନ ଥାଆନ୍ତା। ଆର୍ଥାତ୍‌ ସବୁଆଡ଼ୁ ଚାପ ପଡ଼ିବା ପରେ ସାମାନ୍ୟତମ ଏଫ୍‌ଆଇଆର୍‌ ରୁଜୁ କରାଯାଇପାରିଛି। ସେଥିପାଇଁ ମଧ୍ୟ ସୁପ୍ରିମକୋର୍ଟଙ୍କୁ ଏଫ୍‌ଆଇଆର୍‌ ରୁଜୁ କରିବା ଲାଗି ତାଗିଦ କରିବାକୁ ପଡ଼ିଲା। କୌତୂହଳର ବିଷୟ ହେଉଛି, ଏହି ଶୁଣାଣିବେଳେ କେନ୍ଦ୍ର ସରକାରଙ୍କ ଓକିଲ ସଲିସିଟର ଜେନେରାଲ ତୁଷାର ମେହେଟା କହିଲେ ଯେ, ଏହି ଅଭିଯୋଗ ସମ୍ପର୍କରେ ପ୍ରଥମେ ତଦନ୍ତ କରାଯାଉ ଓ ପରବର୍ତ୍ତୀ ସମୟରେ ଏତଲା ଦାୟର କରାଯାଇପାରିବ। କେନ୍ଦ୍ର ସରକାରଙ୍କ ଓକିଲଙ୍କ କଥା ନିଶ୍ଚିତ ଭାବେ ସ୍ବାଗତଯୋଗ୍ୟ। ତେବେ ଏଭଳି ନୂତନ ପ୍ରଥା ସୃଷ୍ଟି କରାଗଲେ ତାହା କେବଳ ଭାଜପାର ସାଂସଦଙ୍କ ପାଇଁ ଲାଗୁ କରି ସୀମିତ ରଖାଯିବା ଉଚିତ ନୁହେଁ। ଦେଶର ପ୍ରତ୍ୟେକ ନାଗରିକ, ଯାହାଙ୍କ ବିରୋଧରେ ଅଭିଯୋଗ ଆସିବ ତାଙ୍କର ଏଭଳି ପୋଲିସ ଅନୁସନ୍ଧାନ କରି ଏତଲା ଦାୟର କରିବାର ଆଇନ ଓ ବ୍ୟବସ୍ଥା କେନ୍ଦ୍ର ସରକାର ସୃଷ୍ଟି କରିବା ଦରକାର। କିନ୍ତୁ ସମସ୍ତେ ଜାଣନ୍ତି ଯେ, ତାହା କଦାପି ସମ୍ଭବପର ହେବ ନାହିଁ।
ବ୍ରିଜ୍‌ଭୂଷଣ ବର୍ତ୍ତମାନ ଉତ୍ତରପ୍ରଦେଶର କୈଶରଗଞ୍ଜ ଲୋକ ସଭା ଆସନରୁ ଭାଜପାରୁ ପ୍ରତିନିଧିତ୍ୱ କରୁଛନ୍ତି। ତାଙ୍କ ରାଜନୈତିକ କ୍ୟାରିୟର ଦେଖିଲେ ଥରେ ସମାଜବାଦୀ ପାର୍ଟି ଓ ୫ ଥର ଭାରତୀୟ ଜନତା ପାର୍ଟି(ଭାଜପା)ରୁ ସେ ଏମ୍‌ପି ହୋଇଛନ୍ତି। ଅର୍ଥାତ୍‌ ଉତ୍ତରପ୍ରଦେଶରେ ତାଙ୍କର ରାଜନୈତିକ ପ୍ରଭାବ ରହିଥିବାରୁ ଭାଜପାର ଶୀର୍ଷ ନେତାମାନେ ତାଙ୍କୁ ଘୋଡ଼ାଉଛନ୍ତି। ପ୍ରଖ୍ୟାତ କୁସ୍ତିଯୋଦ୍ଧା ଭିନେଶ ଫୋଗଟ, ସାଖୀ ମଲିକ୍‌, ବଜରଙ୍ଗ ପୁନିଆଙ୍କ ସମେତ ଆହୁରି ଅନ୍ୟାନ୍ୟ କ୍ରୀଡ଼ାବିତ୍‌ ବ୍ରିଜ୍‌ଭୂଷଣଙ୍କୁ ଗିରଫ କରିବା ଲାଗି ଦାବି କରୁଛନ୍ତି। ତେବେ ଅଭିଯୋଗକାରୀଙ୍କ ମଧ୍ୟରେ ନାବାଳିକା କୁସ୍ତିଯୋଦ୍ଧା ଥିବାରୁ ତାଙ୍କ ଅଭିଯୋଗ ଆଧାରରେ ଶିଶୁଙ୍କୁ ଯୌନ ଅପରାଧରୁ ସୁରକ୍ଷା ଦେବା ସକାଶେ ଉଦ୍ଦିଷ୍ଟ ପ୍ରୋଟେକ୍‌ଶନ ଅଫ୍‌ ଚିଲ୍‌ଡ୍ରେନ୍‌ ଫ୍ରମ୍‌ ସେକ୍ସୁଆଲ ଅଫେନ୍‌ସେସ୍‌ (ପୋକ୍ସୋ) ଆଇନ ବଳରେ ପ୍ରଥମ ମାମଲା ରୁଜୁ ହୋଇଥିବା ବେଳେ ଶାଳୀନତା ଭଙ୍ଗ ଅଭିଯୋଗରେ ଦ୍ୱିତୀୟ ଏଫ୍‌ଆଇଆର୍‌ ହୋଇଛି। ପୋକ୍ସୋ ଆଇନରେ ମାମଲା ରୁଜୁ ହୋଇଥିବାରୁ ବ୍ରିଜ୍‌ଭୂଷଣ ଗିରଫ ହେଲେ ଜାମିନ ପାଇବେ ନାହିଁ। ସମ୍ଭବତଃ ସେଥିପାଇଁ ବ୍ରିଜ୍‌ଭୂଷଣ ଓ ତାଙ୍କୁ ସମର୍ଥନ ଦେଉଥିବା ବ୍ୟକ୍ତିମାନେ ଅଡ଼ୁଆରେ ପଡ଼ିଯାଇଛନ୍ତି।
ଇତିମଧ୍ୟରେ ବିରୋଧୀ ଦଳର ନେତାମାନେ କୁସ୍ତିଯୋଦ୍ଧାଙ୍କୁ ସମର୍ଥନ କରି ସେମାନଙ୍କ ସହ ଧାରଣାରେ ବସୁଥିବାର ଦେଖିବାକୁ ମିଳୁଛି। ରାଜନୈତିକ ହସ୍ତକ୍ଷେପ ହେଉଥିବାରୁ ସାଧାରଣରେ ତାହା ଏକ ଭିନ୍ନ ରଙ୍ଗ ନେଉଛି। ଏଥିସହିତ କ୍ରୀଡ଼ା ମନ୍ତ୍ରଣାଳୟ ଦ୍ୱାରା ଗଠିତ ତଦନ୍ତକାରୀ କମିଟିରେ ଥିବା ପ୍ରତ୍ୟେକ ସଭ୍ୟା ଶାସକ ଦଳ ଦ୍ୱାରା ବଛା ହୋଇଥିବା କଥା ପ୍ରଘଟ ହେଲା ପରେ ଅନ୍ୟ କୁସ୍ତିବିତ୍‌ମାନେ ଆଗକୁ ଆସି ବୟାନ ଦେବାକୁ ଭୟ କରୁଛନ୍ତି। ଏହି ଦୁଇ କାରଣ ପାଇଁ ମାମଲା ଦୁର୍ବଳ ହୋଇଯାଉଛି। ଶେଷରେ ଏହା କୁହାଯାଇପାରେ ଯେ, ସରକାର ଯେତେବେଳେ କୌଣସି ଅପରାଧୀଙ୍କୁ କିମ୍ବା କୌଣସି ଅନ୍ୟାୟକୁ ଘୋଡ଼ାଇବାକୁ ମସୁଧା କରିବେ ସେତେବେଳେ ନ୍ୟାୟ ଖୋଜିପାଇବା ଅସମ୍ଭବ ହୋଇପଡ଼େ।


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri