ମୁନ୍‌ସୀ ମେଳଣ ପାଇଁ ପୀଠ ଦେବତାଙ୍କ ପୂଜାର୍ଚ୍ଚନା

ଭଣ୍ଡାରିପୋଖରୀ,୧୬।୩(ଡି.ଏନ.ଏ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ଐତିହାସିକ ଗଣପର୍ବ ମୁନ୍‌ସୀ ମେଳଣ ପାଇଁ ଥାନା ପରିସର ଶୀତକଣ୍ଠେଶ୍ୱର ଶିବ ମନ୍ଦିରରେ ମଙ୍ଗଳବାର ଘଟ ସ୍ଥାପନା ପରେ ପୀଠ ଦେବତାଙ୍କ ପୂଜାର୍ଚ୍ଚନା କରାଯାଇଛି। ପ୍ରଥମେ ସୂର୍ଯ୍ୟ ପୂଜା, ଦ୍ୱାରପାଳ ପୂଜା, ଇଷ୍ଟ ଦେବତାଙ୍କ ପୂଜା ସହିତ ମହାଦେବଙ୍କୁ ୧୦୮ବେଲପତ୍ର ଅର୍ପଣ କରାଯାଇଥିଲା। ପରେ ଆଳତୀ ସହିତ ରାଧାକୃଷ୍ଣଙ୍କ ଷୋଡ଼ଶ ଉପଚାର ପୂଜା ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ପୂଜକ ରାଜକିଶୋର ପଣ୍ଡାଙ୍କ ସହିତ ଗୟାଧର ଦାସ, ଜଗବନ୍ଧୁ ପଣ୍ଡା, ମଧୁସୂଦନ ନାୟକ ବୈଦିକ ବିଧି ଅନୁଯାୟୀ ମୁନସୀ ମେଳଣ ପୂଜାକାର୍ଯ୍ୟ ସମ୍ପନ୍ନ କରିଥିଲେ। ଏଥିରେ କର୍ତ୍ତୀକର୍ତ୍ତା ଭାବେ ବିଶ୍ୱକେଶନ ପରିଡ଼ା ଓ ମଧୁସ୍ମିତା ପରିଡ଼ା ଦାୟିତ୍ୱ ନିର୍ବାହ କରିଥିବା ବେଳେ ମେଳଣ କମିଟି କୋଷାଧ୍ୟକ୍ଷ ପ୍ରଭାତ କୁମାର ସାହୁ ଏହାକୁ ପରିଚାଳନା କରିଥିଲେ। ଭଣ୍ଡାରିପୋଖରୀ କଲେଜ ଅଧ୍ୟକ୍ଷ ଭରତ କରଣଙ୍କ ଅଧ୍ୟକ୍ଷତାରେ ମେଳଣ ଉତ୍ସବକୁ ଭଦ୍ରକ ଏସ୍‌ପି ଚରଣ ସିଂ ମିନା ଉଦ୍‌ଘାଟନ କରିଥିବା ବେଳେ ତହସିଲଦାର ସରୋଜକାନ୍ତ ନାୟକ, ଥାନା ଅଧିକାରୀ ଅମିତାଭ ଦାସ, ଅତିରିକ୍ତ ତହସିଲଦାର ସତ୍ୟନାରାୟଣ ଧଳ, ଅନନ୍ତ ତ୍ରିପାଠୀଙ୍କ ସମେତ ମେଳଣ କମିଟି କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶ୍ୟାମ ସୁନ୍ଦର ମହାପାତ୍ର ଅତିଥି ପରିଚୟ ଓ ଲଳିତ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରେଭେନ୍‌ଶାରେ ହେବ ଅମ୍ଳଜାନ ଶୁଦ୍ଧତା ପରୀକ୍ଷା

କଟକ,୧୪ା୭(ସୁପ୍ରିୟା ପ୍ରିୟଦର୍ଶିନୀ):ଭାରତ ସରକାରଙ୍କ ନ୍ୟାଶନାଲ ଆକ୍ରିଡିଏଶନ ବୋର୍ଡ ଫର୍‌ ଟେଷ୍ଟିଂ ଆଣ୍ଡ୍‌ କାଲିବ୍ରେଶନ ଲାବୋରୋଟୋରିଜ୍‌ (ଏନ୍‌ଏବିଏଲ୍‌)ରୁ ରେଭେନ୍‌ଶା ବିଶ୍ୱବିଦ୍ୟାଳୟକୁ ମାନ୍ୟତା ମିଳିଛି। ରାଜ୍ୟର ପ୍ରଥମ ବିଶ୍ୱବିଦ୍ୟାଳୟ...

ରାଇରଙ୍ଗପୁରରେ ଓଲଟିଲା ବସ୍‌: ୨୦ରୁ ଊର୍ଦ୍ଧ୍ୱ ଆହତ

ରାଇରଙ୍ଗପୁର,୧୦ା୧୨(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଧୀନ ହାତୀବାରି ଜଙ୍ଗଲ ପାର୍ଶ୍ୱ ରାଜ୍ୟ ରାଜପଥରେ ଗୁରୁବାର ଏକ ଯାତ୍ରୀବାହି ବସ୍‌ ଓଲଟି ୨୦ରୁ ଊର୍ଦ୍ଧ୍ୱ...

ପୁଟୁରୁପଡ଼ା ଉଚ୍ଚ ବିଦ୍ୟାଳୟରେ ଜଳାଭାବ

ନୂଆଗଡ,୧୩ା୨:ଗଜପତି ଜିଲା ନୂଆଗଡ଼ ବ୍ଲକ ଅନ୍ତର୍ଗତ ପୁଟୁରୁପଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଗ୍ରୀଷ୍ମଋତୁ ଆରମ୍ଭ ନ ହେଉଣୁ ପ୍ରାୟ ମାସାଧିକ ସମୟ ହେଲାଣି ପାଣିର...

କେନାଲରେ ପଡ଼ି ଚାଲିଗଲା ଜୀବନ

ମୋରଡ଼ା,୧୩।୨(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ଅନ୍ତର୍ଗତ ଚିତ୍ରଡ଼ା ଫାଣ୍ଡି ଅଧୀନ ଘାସିଡିହି ସୁବର୍ଣ୍ଣରେଖା କେନାଲରେ ପଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ...

ଜଣଙ୍କୁ କଚାଡ଼ି ମାରିଲା ହାତୀ, ଜଣେ ଗୁରୁତର

ଖପ୍ରାଖୋଲ,୧୭ା୯(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ହରିଶଙ୍କର ରେଞ୍ଜ ଅନ୍ତର୍ଗତ ଗନ୍ଧମାର୍ଦ୍ଦନ ପାହାଡ଼ ତଳି ଅଞ୍ଚଳରେ ଥିବା ବ୍ରାହ୍ମଣୀ ଗାଁରେ ଗତ ରାତିରେ ଏକ ବଣୁଆ...

ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଦାନ

ପାଲଲହଡ଼ା, ୭ା୪(ଡି.ଏନ.ଏ.)- କରୋନା ମୁକାବିଲା ପାଇଁ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଅନୁଗୋଳ ଜିଲା ପାଲଲହଡ଼ା ଉପଖଣ୍ଡର ମାଲ୍ୟଗିରି ମହାବିଦ୍ୟାଳୟ ପକ୍ଷରୁ ସହାୟତା ପ୍ରଦାନ କରାଯାଇଛି।...

ଏଥର କଡ଼ା ମୁକାବିଲା

କାମାକ୍ଷାନଗର, ୬ା୨(ଡି.ଏନ୍‌.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସରଗରମ ହୋଇଉଠିଛି କାମାକ୍ଷାନଗର ବ୍ଲକ। ଢେଙ୍କାନାଳ ଜିଲା ରାଜନୀତିରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଏହି ଶିକ୍ଷାସମୃଦ୍ଧ ଅଞ୍ଚଳରେ...

ବେଆଇନ ଚିଙ୍ଗୁଡ଼ିଘେରି ଉଚ୍ଛେଦ

କୁଜଙ୍ଗ, ୬।୧୧(ଡି.ଏନ୍‌.ଏ): କୁଜଙ୍ଗ ବନ ବିଭାଗ ପକ୍ଷରୁ ଶୁକ୍ରବାର ନୂଆଗାଁ ସେକ୍ସନ ଅଧୀନ ବରକୁଦାସ୍ଥିତ ଜଙ୍ଗଲ ଜମିରୁ ବେଆଇନ ଚିଙ୍ଗୁଡି ଘେରିଗୁଡ଼ିକୁ ଉଚ୍ଛେଦ କରାଯାଇଛି। ଏହି...

Advertisement
Archives

Model This Week