ଧାନକିଣାରେ ଅବ୍ୟବସ୍ଥା: ଚିନ୍ତାରେ ଚାଷୀ

ଦେଓଗାଁ,୯ା୧୨(ଡି.ଏନ.ଏ.): ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକର ବିଭିନ୍ନ ପାକ୍ସରେ ନା ନା ଅବ୍ୟବସ୍ଥା ମଧ୍ୟରେ ଧାନ କିଣା ଚାଲିଛି। ମିଲର୍ସ, ଧାନ ବେପାରୀ ତଥା ପାକ୍ସରେ ମଧୁଚନ୍ଦ୍ରିକାରେ ଆରମ୍ଭ ହୋଇଛି ଧାନ କିଣା। ଫଳରେ ପ୍ରକୃତ ଚାଷୀ ଏବେ ସରକାରୀ ଧାର୍ଯ୍ୟ ମୂଲ୍ୟ ନ ପାଇ କ୍ଷତି ସହିବା ନିଶ୍ଚିତ ହୋଇଛି। ରାଜ୍ୟ ସରକାର ଚାଷୀ ଉପାର୍ଜିତ ଧାନକୁ ଠିକ ସମୟରେ ଓ ଉଚିତ୍‌ ମୂଲ୍ୟରେ ବିକିବା ପାଇଁ ଇ-ପାସ ବ୍ୟବସ୍ଥା କରିଛନ୍ତି। ଚଳିତବର୍ଷ ଚାଷୀଙ୍କ ପଞ୍ଜୀକରଣରେ ମଧ୍ୟ ସ୍ବଚ୍ଛତା ଆଣିବା ପାଇଁ ସ୍ବତନ୍ତ୍ର ସଫ୍ଟୱେର ମାଧ୍ୟମରେ ପଞ୍ଜୀକରଣ ହୋଇଛି। ଚାଷୀଙ୍କ ପାଖକୁ ଠିକ୍‌ ସମୟରେ ଟୋକନ ମଧ୍ୟ ଆସିଛି। ହେଲେ ଚାଷୀର ଧାନ କେତେ କେଜି କଟନୀ ଛଟନୀ ହେବ ତାହା ନ ଛିଣ୍ଡିବାରୁ ଅନେକ ପାକ୍ସରେ ଧାନ କିଣାରେ ବିଳମ୍ବ ପରିଲକ୍ଷିତ ହୋଇଛି। ପାକ୍ସଗୁଡିକରେ ଧାନ ବିକ୍ରି ଆରମ୍ଭ ପୂର୍ବରୁ ମିଲ ମାଲିକମାନେ ପାକ୍ସରେ ପହଞ୍ଚି ବେପାରୀ ଓ ପାକ୍ସ କର୍ତ୍ତୃପକ୍ଷଙ୍କ ସହ ବୈଠକ କରି ସେଟିଂ ହୋଇ ସାରିଥିବା ଚର୍ଚ୍ଚା ହେଉଛି। ଏପରି କି କୁଇଣ୍ଟାଲ ପିଛା ୪ରୁ ୫ କେଜି ଲେଖାଏ କଟନୀ ଛଟନୀ କରିବା ପାଇଁ ମିଲର୍ସ ରୋକଠୋକ ଶୁଣାଇଥିବା ଓ ବେପାରୀମାନେ ତାହାକୁ ସମର୍ଥନ ଜଣାଇଥିବାରୁ ପ୍ରକୃତ ଚାଷୀ ଏବେ ହରଡଘଣାରେ ପଡିଥିବା ଅଭିଯୋଗ ହେଉଛି। ଯେଉଁ ପାକ୍ସ ମିଲର୍ସ କଥାରେ ରାଜି ହୋଇଛି ସେହି ପାକ୍ସରୁ ବିନା ଦ୍ୱିଧାରେ ଧାନ ଉଠୁଛି। ଧଣ୍ଡାମାଲ ପାକ୍ସରେ ବୁଝାମଣା ନ ହେବାରୁ ମିଲର୍ସ ଏପର୍ଯ୍ୟନ୍ତ ଧାନ ଉଠାଇ ନ ଥିବା ଜଣାପଡିଛି। ସେହିପରି ବଡବନ୍ଧ ପାକ୍ସରେ କିଛି ମିଲର୍ସ ୫ କେଜି କଟନୀ କରିବା ପାଇଁ କହିଥିଲେ। ଚାଷୀ ତିନି କେଜି ଲେଖାଏ କୁଇଣ୍ଟାଲ ପିଛା କାଟିବା ପାଇଁ କହିବାରୁ ମିଲର୍ସ ପାକ୍ସରେ ଚାଲିଥିବା ବୈଠକରୁ ଉଠି ଚାଲିଯାଇଥିବା ଚାଷୀ ମହଲରେ ଆଲୋଚନାର ବିଷୟ ହୋଇଛି। ଫଳରେ ବଡବନ୍ଧ, ଧଣ୍ଡାମାଲ, ବନ୍ଧପଡା, ରାମଚନ୍ଦ୍ରପୁର ପାକ୍ସରେ ମଧ୍ୟ ଅଦ୍ୟାବଧି ଧାନ ଉଠି ପାରିନାହିଁ। ଯେଉଁଥିପାଇଁ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। କୁତୁର୍ଲା,ସାରସମାଲ, ଦେଓଗାଁ, ଗୈାରଗୋଠ, ଅର୍ଜୁନପୁର, ମହଲେଇ ପାକ୍ସରେ ଚାରି କେଜି କଟନୀ ଛଟନୀ କରିବା ପାଇଁ ରାଜି ହେବା ପରେ ମଣ୍ଡିରୁ ଧାନ ଉଠିଛି। ରାଜ୍ୟ ସରକାର ଧାନ କିଣାକୁ ନେଇ ସ୍ବଚ୍ଛତା ଆଣିବା ପାଇଁ ଯେତେ କଟକଣା ଲାଗୁ କଲେ ମଧ୍ୟ ମିଲର୍ସ ଓ ବେପାରୀ ମର୍ଜିରେ ଚାଲିଛି ପାକ୍ସରେ ଧାନ କିଣା। ଏ ଦିଗରେ ଯୋଗାଣ ବିଭାଗ ଓ ଜିଲାପାଳ ଦୃଷ୍ଟି ଦେଇ ବିହିତ କାର୍ଯ୍ୟାନୁଷ୍ଠାନ ନେବାକୁ ଚାଷୀ ମହଲରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri