Posted inଫୁରସତ

ଦୁନିଆର ସବୁଠୁ ଡେଙ୍ଗା ଅମୃତଭଣ୍ଡା ଗଛ, ଉଚ୍ଚତା ଜାଣିଲେ…

ଦୁନିଆରେ ବିଭିନ୍ନ ପ୍ରକାରର ଗଛ ଏବଂ ଉଦ୍ଭିଦ ରହିଛି। ପ୍ରତ୍ୟେକ ପ୍ରଜାତିର ଗଛ ନିଜସ୍ବ ସ୍ବତନ୍ତ୍ର ଲମ୍ବ, ମୋଟା ହୋଇଥାନ୍ତି। ଯଦି ଏହା ସ୍ବାଭାବିକଠାରୁ ଟିକିଏ ଅଲଗା ଦେଖାଯାଏ ତେବେ ଏହା ଆଶ୍ଚର୍ଯ୍ୟଜନକ କଥା। ବ୍ରାଜିଲର ଜଣେ କୃଷକଙ୍କ ବାଡ଼ିରେ ଏକ ଅମୃତଭଣ୍ଡା ଗଛ ରହିଛି। ଯାହା ବିଶ୍ୱର ସବୁଠାରୁ ଉଚ୍ଚ ବୋଲି କୁହାଯାଉଛି। କୃଷକ ଜଣକ ଅମୃତଭଣ୍ଡା ଖାଇବା ପାଇଁ ବାଡ଼ିରେ ପାଇଁ ଏକ ଗଛ ଲଗାଇଥିଲେ। କିନ୍ତୁ ଏହି ଗଛ ଏତେ ବଢ଼ିଗଗଲା ଯେ, ଅମୃତଭଣ୍ଡା ତୋଳିବା ଆଉ ସମ୍ଭବ ହେଲା ନାହିଁ। ଏହା ଗଛରେ ପାଚିବା ପରେ ଝଡ଼ିଥାଏ। ମାତ୍ର କୃଷକ ଏହାକୁ ପାରିପାରନ୍ତି ନାହିଁ।

ସାଧାରଣତଃ ଅମୃତଭଣ୍ଡା ଏକ ଗଛ ଯାହାର ଲମ୍ବ ୧୬ରୁ ୩୩ ଫୁଟ ପର୍ଯ୍ୟନ୍ତ ବଢ଼ିପାରେ। ମାତ୍ର ବ୍ରାଜିଲର ଏହି କୃଷକଙ୍କ ବାଡ଼ିରେ ହୋଇଥିବା ଅମୃତଭଣ୍ଡା ଗଛର ଲମ୍ବର ୪୭ ଫୁଟ ୮ .୮୩ ଇଞ୍ଚ। ଏହି ଗଛ ଦେଖିବା ପରେ ସେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଥିଲେ। ଗଛଟି ତାଳଗଛ ପରି ଲମ୍ବ ଥିଲା।

ଯେହେତୁ ଏପରି ଗଛ ଆଗରୁ କେବେ ଦେଖାଯାଇ ନ ଥିଲା ତେଣୁ ଏହି ଗଛ ଗିନିଜ ଓ୍ବାଲର୍‌ଡ ରେକର୍ଡରେ ମଧ୍ୟ ସ୍ଥାନ ପାଇଛି। ୨୦୨୧ରେ ନୋଭା ଅରୋରାରେ ତାଙ୍କ ବାଡ଼ିରେ ଲଗାଇଥିବା ଅମୃତଭଣ୍ଡା ଗଛ ଟିକେ ଅଧିକ ବଢୁଛି। ତେଣୁ ସେ ନିଜ ବନ୍ଧୁଙ୍କୁ ତାଙ୍କ ଫାର୍ମକୁ ଡାକି ଡ୍ରୋନ୍‌ ସାହାଯ୍ୟରେ ମାପିବାକୁ କହିଥିଲେ। ସେ ଏକ ଟିମ୍‌ ଗଠନ କଲେ ଏବଂ ଏହାର ଲମ୍ବ ମାପିଲେ। ଏହା ୪୭ ଫୁଟ ୮.୮୩ ଇଞ୍ଚ ହେଲା। ଏହା ପରେ ସେ ନିଶ୍ଚିତ ହୋଇଥିଲେ ଯେ, ବିଶ୍ୱ ରେକର୍ଡ ସୃଷ୍ଟି ପାଇଁ ଗଛଟି ଉପଯୁକ୍ତ ଅଟେ ।

ଶେଷରେ ବିଶ୍ୱ ରେକର୍ଡରେ ନାଁ ରହିଲା। ପରେ ଟାର୍ସିସିଓ ଫୋଲ୍ଟଜ ଏବଂ ତାଙ୍କ ସାଙ୍ଗ ଡକ୍ୟୁମେଣ୍ଟ ଦାଖଲ କରି ଗିନିଜ ଓ୍ବାଲର୍‌ଡ ରେକର୍ଡ ପାଇଁ ଆବେଦନ କରିଥିଲେ। ବର୍ତ୍ତମାନ ଅମୃତଭଣ୍ଡା ଗଛ କେବଳ ନୁହେଁ, ନୋଭା ବି ଅନେକ ଅଞ୍ଚଳରେ ନାଁ କମାଇଲେଣି। ଏହାପୂର୍ବରୁ ସବୁଠୁ ଉଚ୍ଚ ଗଛର ରେକର୍ଡ ଭାରତର ଝାଣ୍ଟୁ ପାଲଙ୍କ ନାମରେ ଥିଲା। ଏହି ଗଛର ଲମ୍ବ ୪୬ଫୁଟ ୨.୩୩ ଇଞ୍ଚ ଥିଲା। ବର୍ତ୍ତମାନ ନୋଭାଙ୍କ ଏହି ଗଛ ଆଉ ୧ ଫୁଟ ଅଧିକ ଲମ୍ବର ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri