ମୁଦ୍ରାସ୍ଫୀତି ଅନୁମାନ ବୃଦ୍ଧି କରିପାରେ ଆର୍‌ବିଆଇ

ନୂଆଦିଲ୍ଲୀ,୧୨।୫: ଦେଶରେ ବଢ଼ି ଚାଲିଥିବା ଦରଦାମ ବୃଦ୍ଧିକୁ ଦୃଷ୍ଟିରେ ରଖି ଭାରତର ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ପକ୍ଷରୁ ଆସନ୍ତା ମାସରେ ଥିବା ମୁଦ୍ରା ନୀତି କମିଟି (ଏମ୍‌ପିସି) ବୈଠକରେ ଚଳିତ ବର୍ଷ ପାଇଁ ପୂର୍ବ ଧାର୍ଯ୍ୟ ମୁଦ୍ରାସ୍ଫୀତି ଅନୁମାନକୁ ବୃଦ୍ଧି କରାଯାଇପାରେ। ଏଥିସହିତ ଦରଦାମ ନିୟନ୍ତ୍ରଣ ପାଇଁ ସୁଧ ହାରରେ ବୃଦ୍ଧି କରାଯାଇପାରେ ବୋଲି ଜଣାପଡ଼ିିଛି। ଜୁନ୍‌ ୬ରୁ ୮ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏମ୍‌ପିସି ବୈଠକରେ ଆର୍‌ବିଆଇ ଗଭର୍ନର ଶକ୍ତିକାନ୍ତ ଦାସ ଅଧ୍ୟକ୍ଷତା କରିବେ। ୨୦୧୮ ଅଗଷ୍ଟ ପରେ ପ୍ରଥମ ଥର ପାଇଁ ଗତ ୪ ତାରିଖରେ ଆର୍‌ବିଆଇ ରେପୋ ରେଟ୍‌ରେ ୪୦ ବେସିକ୍‌ ପଏଣ୍ଟ ବୃଦ୍ଧି କରି ୪.୪୦% କରିଦେଇଛି। ଏପ୍ରିଲରେ ଆର୍‌ବିଆଇ ପକ୍ଷରୁ ଚଳିତ ବର୍ଷ ପାଇଁ ମୁଦ୍ରାସ୍ଫୀତି ଅନୁମାନ ବୃଦ୍ଧି କରି ୫.୭% କରିଦେଇଥିବା ବେଳେ ଆନୁମାନିକ ଅଭିବୃଦ୍ଧିକୁ ୭.୮%ରୁ ହ୍ରାସ କରି ୭.୨% କରିଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଣ୍ଟରପ୍ରେନ୍ୟୁରଶିପକୁ ପ୍ରୋତ୍ସାହନ;ସ୍ଥାପନ ହେବ ସେଣ୍ଟର ଅଫ୍‌ ଏକ୍ସିଲେନ୍ସ

ଭୁବନେଶ୍ୱର, ୨୦-୭(ବ୍ୟୁରୋ): ଏଣ୍ଟରପ୍ରେନ୍ୟୁରଶିପକୁ ପ୍ରୋତ୍ସାହନ ଲାଗି ରାଜ୍ୟରେ ନୂଆ ସେଣ୍ଟର ଅଫ୍‌ ଏକ୍ସିଲେନ୍ସ ସ୍ଥାପନ କରାଯିବ। ଏହି ଧାରାକୁ ଆଗେଇ ନେବା ଲାଗି ରାଷ୍ଟ୍ରାୟତ୍ତ ଆଲୁମିନିୟମ...

୪ ଦିନ ଭିତରେ ସଂଶୋଧିତ ଏନ୍‌ପିଏ ସର୍କୁଲାର

ମୁମ୍ବାଇ,୭-୬: ବ୍ୟାଙ୍କଗୁଡ଼ିକର ଫସିଯାଇଥିବା ଋଣକୁ ଚିହ୍ନଟ କରିବା ତଥା ଏହାର ସମାଧାନ ଲାଗି ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଆସନ୍ତା ୩ରୁ୪ ଦିନ ଭିତରେ ଏକ ସଂଶୋଧିତ ସର୍କୁଲାର...

ଡେବିଟ୍‌, କ୍ରେଡିଟ କାର୍ଡ ସୁରକ୍ଷା ପାଇଁ ନୂଆ ନିୟମ

ନୂଆଦିଲ୍ଲୀ,୧୬।୩: ଡେବିଟ, କ୍ରେଡିଟ କାର୍ଡ ନେଣଦେଣର ସୁରକ୍ଷା ଏବଂ ଅନ୍‌ଲାଇନ ଠକେଇ ଉପରେ ନିୟନ୍ତ୍ରଣ ଜାରି କରିବା ଲାଗି ନୂଆ ନିୟମ କାର୍ଯ୍ୟକାରୀ ହେବ। ରିଜର୍ଭ...

ବିକ୍ରିହେବ କିଶୋର ବିୟାନୀଙ୍କ ବୀମା କମ୍ପାନୀ

ନୂଆଦିଲ୍ଲୀ,୧।୯: ଫ୍ଲିପ୍‌କାର୍ଟର ସହ ପ୍ରତିଷ୍ଠାତା ସଚିନ ବଂଶଲ ଫ୍ୟୁଚର ଗ୍ରୁପ୍‌ର ବୀମା କମ୍ପାନୀ ଫ୍ୟୁଚର ଜେନେରାଲି ଇଣ୍ଡିଆ ଲାଇଫ ଇନ୍‌ସ୍ୟୁରାନ୍ସ ଲିମିଟେଡ୍‌କୁ କିଣିବାକୁ ଯାଉଛନ୍ତି। ଏହି...

ଆସନ୍ତା ସପ୍ତାହରେ ଆମାଜନ ପ୍ରତିଷ୍ଠାତାଙ୍କ ଭାରତ ଗସ୍ତ

ନୂଆଦିଲ୍ଲୀ,୧୦-୧: ଆସନ୍ତା ସପ୍ତାହରେ ଆମାଜନ ପ୍ରତିଷ୍ଠାତା ଜେଫ ବେଜୋସ ଭାରତ ଗସ୍ତ କରିବେ। ଏହି ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ପାରନ୍ତି। ଏହାବାଦ...

ପିପିପିରେ ଚାଲିବ ଆଉ ୩ ବିମାନ ବନ୍ଦର

ନୂଆଦିଲ୍ଲୀ,୨୦।୮: ଦେଶର ଆଉ ୩ ବିମାନ ବନ୍ଦର ପବ୍ଲିକ ପ୍ରାଇଭେଟ୍‌ ପାର୍ଟନରଶିପ(ପିପିପି) ବା ସରକାରୀ ଘରୋଇ ସହଭାଗିତାରେ ପରିଚାଳିତ ହେବ। ଏହି ବିମାନ ବନ୍ଦରଗୁଡିକ ମଧ୍ୟରେ...

ବ୍ୟାଙ୍କ ମହାମିଶ୍ରଣକୁ ନେଇ ସୀତାରାମନ୍‌ଙ୍କ ପ୍ରତିକ୍ରିୟା;କେହି ଚାକିରି ହରାଇବେ ନାହିଁ

ଚେନ୍ନାଇ,୨-୯: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଶୁକ୍ରବାର ୧୦ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ମହାମିଶ୍ରଣ ହେବ ବୋଲି ଘୋଷଣା କରିସାରିଛନ୍ତି। ଏହାଦ୍ୱାରା କର୍ମଚାରୀ ଛଟେଇ ହୋଇଯିବେ ବୋଲି...

ରିଟର୍ନ ଦାଖଲ ଲାଗି ଇ-ଫାଇଲିଂ ଲାଇଟ୍‌

ନୂଆଦିଲ୍ଲୀ,୨-୮: ଆୟକର ବିଭାଗ ପକ୍ଷରୁ ରିଟର୍ନ ଦାଖଲ କରିବା ଉଦ୍ଦେଶ୍ୟରେ ଗୁରୁବାର ଏକ ନୂଆ ସରଳ ସୁବିଧା ଆରମ୍ଭ କରାଯାଇଛି। ବିଭାଗର ଓ୍ବେବ୍‌ସାଇଟରେ ‘ଇ-ଫାଇଲିଂ ଲାଇଟ୍‌’...

Advertisement
Archives

Model This Week