Posted inଫୁରସତ

ଦୁନିଆର ସବୁଠୁ ଡେଙ୍ଗା ଅମୃତଭଣ୍ଡା ଗଛ, ଉଚ୍ଚତା ଜାଣିଲେ…

ଦୁନିଆରେ ବିଭିନ୍ନ ପ୍ରକାରର ଗଛ ଏବଂ ଉଦ୍ଭିଦ ରହିଛି। ପ୍ରତ୍ୟେକ ପ୍ରଜାତିର ଗଛ ନିଜସ୍ବ ସ୍ବତନ୍ତ୍ର ଲମ୍ବ, ମୋଟା ହୋଇଥାନ୍ତି। ଯଦି ଏହା ସ୍ବାଭାବିକଠାରୁ ଟିକିଏ ଅଲଗା ଦେଖାଯାଏ ତେବେ ଏହା ଆଶ୍ଚର୍ଯ୍ୟଜନକ କଥା। ବ୍ରାଜିଲର ଜଣେ କୃଷକଙ୍କ ବାଡ଼ିରେ ଏକ ଅମୃତଭଣ୍ଡା ଗଛ ରହିଛି। ଯାହା ବିଶ୍ୱର ସବୁଠାରୁ ଉଚ୍ଚ ବୋଲି କୁହାଯାଉଛି। କୃଷକ ଜଣକ ଅମୃତଭଣ୍ଡା ଖାଇବା ପାଇଁ ବାଡ଼ିରେ ପାଇଁ ଏକ ଗଛ ଲଗାଇଥିଲେ। କିନ୍ତୁ ଏହି ଗଛ ଏତେ ବଢ଼ିଗଗଲା ଯେ, ଅମୃତଭଣ୍ଡା ତୋଳିବା ଆଉ ସମ୍ଭବ ହେଲା ନାହିଁ। ଏହା ଗଛରେ ପାଚିବା ପରେ ଝଡ଼ିଥାଏ। ମାତ୍ର କୃଷକ ଏହାକୁ ପାରିପାରନ୍ତି ନାହିଁ।

ସାଧାରଣତଃ ଅମୃତଭଣ୍ଡା ଏକ ଗଛ ଯାହାର ଲମ୍ବ ୧୬ରୁ ୩୩ ଫୁଟ ପର୍ଯ୍ୟନ୍ତ ବଢ଼ିପାରେ। ମାତ୍ର ବ୍ରାଜିଲର ଏହି କୃଷକଙ୍କ ବାଡ଼ିରେ ହୋଇଥିବା ଅମୃତଭଣ୍ଡା ଗଛର ଲମ୍ବର ୪୭ ଫୁଟ ୮ .୮୩ ଇଞ୍ଚ। ଏହି ଗଛ ଦେଖିବା ପରେ ସେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଥିଲେ। ଗଛଟି ତାଳଗଛ ପରି ଲମ୍ବ ଥିଲା।

ଯେହେତୁ ଏପରି ଗଛ ଆଗରୁ କେବେ ଦେଖାଯାଇ ନ ଥିଲା ତେଣୁ ଏହି ଗଛ ଗିନିଜ ଓ୍ବାଲର୍‌ଡ ରେକର୍ଡରେ ମଧ୍ୟ ସ୍ଥାନ ପାଇଛି। ୨୦୨୧ରେ ନୋଭା ଅରୋରାରେ ତାଙ୍କ ବାଡ଼ିରେ ଲଗାଇଥିବା ଅମୃତଭଣ୍ଡା ଗଛ ଟିକେ ଅଧିକ ବଢୁଛି। ତେଣୁ ସେ ନିଜ ବନ୍ଧୁଙ୍କୁ ତାଙ୍କ ଫାର୍ମକୁ ଡାକି ଡ୍ରୋନ୍‌ ସାହାଯ୍ୟରେ ମାପିବାକୁ କହିଥିଲେ। ସେ ଏକ ଟିମ୍‌ ଗଠନ କଲେ ଏବଂ ଏହାର ଲମ୍ବ ମାପିଲେ। ଏହା ୪୭ ଫୁଟ ୮.୮୩ ଇଞ୍ଚ ହେଲା। ଏହା ପରେ ସେ ନିଶ୍ଚିତ ହୋଇଥିଲେ ଯେ, ବିଶ୍ୱ ରେକର୍ଡ ସୃଷ୍ଟି ପାଇଁ ଗଛଟି ଉପଯୁକ୍ତ ଅଟେ ।

ଶେଷରେ ବିଶ୍ୱ ରେକର୍ଡରେ ନାଁ ରହିଲା। ପରେ ଟାର୍ସିସିଓ ଫୋଲ୍ଟଜ ଏବଂ ତାଙ୍କ ସାଙ୍ଗ ଡକ୍ୟୁମେଣ୍ଟ ଦାଖଲ କରି ଗିନିଜ ଓ୍ବାଲର୍‌ଡ ରେକର୍ଡ ପାଇଁ ଆବେଦନ କରିଥିଲେ। ବର୍ତ୍ତମାନ ଅମୃତଭଣ୍ଡା ଗଛ କେବଳ ନୁହେଁ, ନୋଭା ବି ଅନେକ ଅଞ୍ଚଳରେ ନାଁ କମାଇଲେଣି। ଏହାପୂର୍ବରୁ ସବୁଠୁ ଉଚ୍ଚ ଗଛର ରେକର୍ଡ ଭାରତର ଝାଣ୍ଟୁ ପାଲଙ୍କ ନାମରେ ଥିଲା। ଏହି ଗଛର ଲମ୍ବ ୪୬ଫୁଟ ୨.୩୩ ଇଞ୍ଚ ଥିଲା। ବର୍ତ୍ତମାନ ନୋଭାଙ୍କ ଏହି ଗଛ ଆଉ ୧ ଫୁଟ ଅଧିକ ଲମ୍ବର ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାର୍ଯ୍ୟବ୍ୟସ୍ତତା ଯୋଗୁଁ କାର୍ଯ୍ୟାଳୟରେ ଆଇଏଏସ୍‌ ଅଫିସର ବିବାହ କଲେ ଆଇପିଏସ୍‌ଙ୍କୁ

କୋଲକାତା,୧୭।୨: ବିବାହକୁ ସ୍ମୃତି କରିବା ପାଇଁ ଯୁବକ ଯୁବତୀ ଭିନ୍ନ ଭିନ୍ନ ଉପାୟ ଆପଣାଇଥାନ୍ତି। ଏହାକୁ ଗ୍ରାଣ୍ଡଓ୍ବେରେ ସେଲିବ୍ରେଟ କରିବା ପାଇଁ ବହୁ ଦିନରୁ ଆୟୋଜନ...

ଦିନକୁ ଅନେକ ଥର ରଙ୍ଗ ବଦଳାଏ ଏହି ହ୍ରଦ

ଭାରତରେ ଏପରି ଅନେକ ସ୍ଥାନ ଅଛି, ଯାହାକୁ ଦେଶ ତଥା ବିଦେଶର ପର୍ଯ୍ୟଟକମାନେ ବହୁତ ପସନ୍ଦ କରନ୍ତ। କଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଭାରତରେ ପ୍ରାକୃତିକ ସୌନ୍ଦର୍ଯ୍ୟ...

ପରାଜୟ ପରେ ବି ହ୍ବାଇଟ୍‌ ହାଉସ୍‌ ଛାଡି ନ ଥିଲେ ଆମେରିକାର ଏହି ରାଷ୍ଟ୍ରପତି

ଚାରି ଦିନର ସଂଘର୍ଷ ପରେ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଜୋ ବାଇଡେନଙ୍କ ବିଜୟର ରାସ୍ତା ସ୍ପଷ୍ଟ ହୋଇଯାଇଛି। ଡେମୋକ୍ରାଟିକ ପାର୍ଟିର ବାଇଡେନ ଏହି ନିର୍ବାଚନରେ ଜିତିଛନ୍ତି...

ଶୋଇପଡ଼ିଲେ ଡ୍ରାଇଭର, ୧୫୦କିଲୋମିଟର ଗାଡ଼ି ଚଳାଇ ଘରେ ପହଞ୍ଚିଲେ ମହିଳା

ପୁଣେ: ମହାରାଷ୍ଟ୍ରର ଜଣେ ମହିଳା ପୁଣେରୁ ପ୍ରାୟ ୧୫୦ କିମି ଦୂର ମୁମ୍ବାଇ ଯିବା ପାଇଁ ଉବର ବୁକ୍‌ କରିଥିଲେ। କିନ୍ତୁ ରାସ୍ତାରେ ଡ୍ରାଇଭରଙ୍କୁ ନିଦ...

ଦାଢ଼ି କାଟିବାକୁ ସେଲୁନ୍‌ରେ ପହଞ୍ଚିଲା ମାଙ୍କଡ଼, ଆଉ ତା’ ପରେ…

ଆଜିକାଲି ସୋସିଆଲ ମିଡିଆରେ ଅନେକ କୌତୂହଳପୂର୍ଣ୍ଣ ଭିଡିଓ ଭାଇରାଲ ହେଉଥିବାର ଦେଖିଥିବେ। ଏବେ ସେମିତି ଏକ ମାଙ୍କଡ଼ର ଭିଡିଓ ଭାଇରାଲ ହେଉଛି। ଯାହା ଦେଖିଲେ ହସି...

ପ୍ରଥମ ଟଙ୍କାରେ ହନୁମାନଙ୍କ ପାଖେ ଭୋଗ କରିଥିଲି: ଡା. ଶିବପ୍ରସାଦ

ଖୋର୍ଦ୍ଧା ଜିଲା କୁହୁଡ଼ି ନିକଟସ୍ଥ ଗଈନଡ଼ା ଗାଁରେ ମୋ ଜନ୍ମ। ଚିଲିକା ଉଚ୍ଚ ବିଦ୍ୟାପୀଠରୁ ୨୦୦୪ରେ ମାଟ୍ରିକ୍‌ ପାସ୍‌ କରିବା ପରେ ପୁରୀ ଏସ୍‌.ସି.ଏସ୍‌. କଲେଜରେ...

କରୋନା ରୋଗୀଙ୍କ ମେଡିକାଲ ବିଲ୍‌ ଆସିଲା ୧ କୋଟି ୫୨ ଲକ୍ଷ

କରୋନାରେ ସଂକ୍ରମିତ ହୋଇ ଲକ୍ଷ ଲକ୍ଷ ଲୋକ ଏବେ ଚିକିତ୍ସାଧୀନ ଅଛନ୍ତି। ଏଥିପାଇଁ ସରକାରୀ ହସ୍ପିଟାଲରେ ଲୋକଙ୍କ ଭିଡ଼ ଜମୁଛି। ମାତ୍ର ଅଧିକ ଖର୍ଚ୍ଚ ଭୟରେ...

ଆସୁଛି ରାଖୀପୂର୍ଣ୍ଣିମା: ଶୁଣନ୍ତୁ ଏହି ଗୀତ, ଭଉଣୀଙ୍କ ସହ ସମ୍ପର୍କକୁ କରନ୍ତୁ ନିବିଡ଼

ଭଉଣୀ ଭାଇର ପବିତ୍ର ସମ୍ପର୍କକୁ ସୁଦୃଢ଼ କରିଥାଏ ରାଖୀ। ତେବେ ବର୍ଷରେ ଥରୁଟିଏ ଆସୁଥିବା ଏହି ରାଖୀପୂର୍ଣ୍ଣିମାକୁ ସବୁ ଭାଇଭଉଣୀ ଉତ୍ସୁକତାର ସହ ଅପେକ୍ଷା କରିଥାନ୍ତି।...

Advertisement
Archives

Model This Week