Posted inଫୁରସତ

ପୃଥିବୀର ସବୁଠାରୁ ଦାମୀ ଶାଢି: ଓଜନ ୮ କି.ଗ୍ରା., ମୂଲ୍ୟ ୪୦ ଲକ୍ଷ ଟଙ୍କା

ଭାରତୀୟ ନାରୀଙ୍କର ଶାଢି ପ୍ରତି ଥାଏ ଅହେତୁକ ଦୁର୍ବଳତା। ସେଥିପାଇଁ ତ ଆଲମାରୀ ଭର୍ତ୍ତି ଶାଢି ଥିଲେ ହେଁ ନୂଆ ଶାଢି ଦେଖୁ ଦେଖୁ ଲୋଭ ବଢିଯାଏ। ଆଉ କିଣିବାକୁ ମନ ବଳାଏ। ହେଲେ ଏମିତି ଏକ ଶାଢି ଅଛି ଯାହା ଦେଖିବାକୁ ଏତେ ସୁନ୍ଦର ଯେ, କିଣିବାକୁ ମନ ଆଉଟୁ ପାଉଟୁ ହେବ। ହେଲେ ତାକୁ କିଣି ହେବନି। କାରଣ ଏହା ହେଉଛି ପୃଥିବୀର ସବୁଠାରୁ ଦାମୀ ଶାଢି, ଯାହାର ନାଁ ‘ବିବାହ ପଟୁ’। ଏହା ଏକ ଚେନ୍ନାଇ ସିଲ୍କ ଶାଢି। ନବରତ୍ନ ପଥର ଯେମିତିକି ସୁନା, ହୀରା, ଇମେରାଲ୍ଡ, ରୁବି, ୟେଲୋ ସାଫାୟର୍‌, ସାଫାୟର, ଟୋପାଜ୍‌, ମୋତି, କୋରାଲ ଆଦି ଏଥିରେ ଖଚ୍ଚିତ ହୋଇଛି। ସୁନା, ପ୍ଲାଟିନମ୍‌, ରୁପାର ତାରରେ ଏଥିରେ ଏମ୍ବ୍ରୋଏଡାରୀ କାମ ହୋଇଛି। ଏହାବାଦ ଏଥିରେ ପ୍ରସିଦ୍ଧ ଚିତ୍ରକର ରବି ବର୍ମାଙ୍କର ୧୧ଟି ପେଣ୍ଟିଂକୁ ବୁଣି କରାଯାଇଛି। ଉକ୍ତ ଶାଢିର ଡିଜାଇନ୍‌ ଚେନ୍ନାଇ ସିଲ୍କସ୍‌ର ନିର୍ଦ୍ଦେଶକ କରିଛନ୍ତି। କାଞ୍ଚତ୍ପୁରମ୍‌ ଚେନ୍ନାଇ ସିଲ୍କ ମିଲ୍‌ର ୩୬ଜଣ କାରିଗର ୧୨ ମାସରେ ଏହାକୁ ତିଆରି କରିଥିଲେ। ଏହାର ଓଜନ ୮ କି.ଗ୍ରା.ଓ ମୂଲ୍ୟ ୪୦ ଲକ୍ଷ ଟଙ୍କା। ଏହି ଶାଢି ପ୍ରଥମେ ବାଙ୍ଗାଲୋରର ଜଣେ ବ୍ୟବସାୟୀ ବିବାହର ୧୦ମ ବାର୍ଷିକୀ ଅବସରରେ ପତ୍ନୀଙ୍କୁ ଉପହାର ଦେବା ପାଇଁ କିଣିଥିଲେ। ଏହାପରେ କୁଏତର ଜଣେ ଧନୀକ ବ୍ୟବସାୟୀ ବି ଏହି ଶାଢି ତିଆରି କରିବା ଲାଗି ଅନୁରୋଧ କରିଥିଲେ। ଉକ୍ତ ଶାଢିର ଓଜନ ଅଧିକ ହୋଇଥିଲେ ହେଁ ପିନ୍ଧିବା ପରେ ଓଜନ ଏତେଟା ଜଣାପଡ଼େନା। ଆଉ ଏହା ଏତେ ସୁନ୍ଦର ଦେଖାଯାଏ ଯେ, ଓଜନ କଥା ମନକୁ ଆସେନା।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରେକ୍‌ଅପ୍‌ ପରେ ପ୍ରେମିକଙ୍କ ଉପରେ ଅଜବ ପ୍ରତିଶୋଧ ନେଲେ ପ୍ରେମିକା: ଘରର ତାପମାତ୍ରା ବଢ଼ାଇ ଭାଙ୍ଗିଦେଲେ…

ଯେତେବେଳେ ହୃଦୟ ଭାଙ୍ଗିଯାଏ ବା କେହି ବିଶ୍ୱାସଘାତକତା କରି ଆଗକୁ ବଢ଼ିଯାଏ, ସେତେବେଳେ ବ୍ୟକ୍ତି ପ୍ରତିଶୋଧ ନେବା ପାଇଁ ଅଜବ ଅଜବ ଉପାୟ ସବୁ ଆପଣାଇଥାଏ। ବ୍ରିଟେନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?