Posted inଜାତୀୟ

ପୃଥିବୀର ପ୍ରଥମ ନିଃଶ୍ୱାସରେ ନେଇ ହେଉଥିବା କରୋନା ଟିକା, ଜରୁରୀ କାଳୀନ ବ୍ୟବହାର ଲାଗି ଚାଇନାର ମଞ୍ଜୁରୀ …

ବେଜିଂ, ୫।୯ : ନିଃଶ୍ୱାସରେ ନେଇ ହେଉଥିବା ପୃଥିବୀର ପ୍ରଥମ କରୋନା ଟିକାକୁ ଚାଇନା ଜରୁରୀ କାଳୀନ ବ୍ୟବହାର ଲାଗି ମଞ୍ଜୁରୀ ପ୍ରଦାନ କରିଛି। ଛୁଞ୍ଚିମୁକ୍ତ ଟିକା ଏଡି-୫-ଏନ୍‌ କୋଭ୍‌କୁ ବ୍ୟବହାର କରିବାରେ ଚାଇନା ପ୍ରଥମ ଦେଶ ହୋଇପାରିଛି। ଏହି ଟିକା ଟିଆନଜିନ ଭିତ୍ତିକ କାନସିନୋ ବାୟୋଲୋଜିକ୍ସ ଦ୍ୱାରା ବିକଶିତ କରାଯାଇଛି। ଏହି ଟିକାକୁ ନିଃଶ୍ୱାସ ନେଇ କରୋନା ସଂକ୍ରମଣରୁ ଦୂରେଇ ରହିହେବ।

ଏହି ଟିକାକୁ ବୁଷ୍ଟର ଡୋଜ୍‌ ଭାବେ ଜରୁରୀ କାଳୀନ କ୍ଷେତ୍ରରେ ବ୍ୟବହାର କରାଯିବ। ୨୦୨୦ ମାର୍ଚ୍ଚରେ ଏହାର ପ୍ରଥମ ମାନବ ପରୀକ୍ଷଣ କରାଯାଇଥିଲା। ୨୦୨୧ ଫେବୃୟାରୀରେ ମେକ୍ସିକୋ, ପାକିସ୍ତାନ,ମାଲେସିଆ ଏବଂ ହଙ୍ଗେରୀରେ ଏହାର ପରୀକ୍ଷଣ କରାଯାଇଥିଲା।

ଚାଇନା ସରକାରଙ୍କ ମଞ୍ଜୁରୀ ପରେ ହଂକଂରେ ଟିକା ପ୍ରସ୍ତୁତକାରୀ କମ୍ପାନୀର ଶେୟାରରେ ସୋମବାର ୧୪.୫ ପ୍ରତିଶତ ବୃଦ୍ଧି ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଘୃଣା ମନ୍ତବ୍ୟ ଏକ ଆତଙ୍କ

ନୂଆଦିଲ୍ଲୀ,୧୪।୧: ଘୃଣା ମନ୍ତବ୍ୟକୁ ସୁପ୍ରିମକୋର୍ଟ ଏକ ‘ସମ୍ପୂର୍ଣ୍ଣ ଆତଙ୍କ’ ରୂପେ ଅଭିହିତ କରିବା ସହ ଏଥିପାଇଁ ଟିଭି ନ୍ୟୁଜ୍‌ କଣ୍ଟେଣ୍ଟ ଉପରେ ନିୟନ୍ତ୍ରଣର ଅଭାବକୁ ଦାୟୀ...

ଇସ୍ତଫା ଦେଲେ ସିଦ୍ଧୁ

ଚଣ୍ଡିଗଡ, ୧୬।୩: ପଞ୍ଜାବ କଂଗ୍ରେସ କମିଟି ସଭାପତି ନବଜୋତ ସିଂ ସିଦ୍ଧୁ ଆଜି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। କଂଗ୍ରେସର ମଧ୍ୟବର୍ତ୍ତୀକାଳୀନ ସଭାପତି ସୋନିଆ ଗାନ୍ଧୀ...

ଆତଙ୍କବାଦ-ବାମପନ୍ଥୀ ଉଗ୍ରବାଦ ୮୦ ପ୍ରତିଶତ ହ୍ରାସ ପାଇଛି: ଶାହା…

ମୁମ୍ବାଇ,୧୮।୨ : କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ କାର୍ଯ୍ୟକାଳ ମଧ୍ୟରେ ଜମ୍ମୁ-କଶ୍ମୀରରେ ଆତଙ୍କବାଦ, ଉତ୍ତର-ପୂର୍ବରେ ବାମପନ୍ଥୀ...

ଭାଜପା ଏଏପି ପ୍ରାର୍ଥୀଙ୍କୁ କରିଛି ଅପହରଣ: ସିସୋଡିଆ…

ନୂଆଦିଲ୍ଲୀ,୧୬।୧୧ : ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ତଥା ଏଏପି ନେତା ମନୀଷ ସିସୋଡିଆ ଭାଜପା ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ମନୀଷ ସିସୋଡିଆ ବୁଧବାର କହିଛନ୍ତି ଯେ...

୨୦ ହଜାର କର୍ମଚାରୀଙ୍କୁ ଛଟେଇ କରିବ ଆମାଜନ…

ନୂଆଦିଲ୍ଲୀ,୮।୧୨ : ଟୁଇଟର, ଗୁଗଲ, ଫେସବୁକ, ପେପସିକୋ ପରେ ବର୍ତ୍ତମାନ ଆମାଜନ ମଧ୍ୟ ବହୁ ପରିମାଣରେ କର୍ମଚାରୀଙ୍କୁ ଛଟେଇ କରିବାକୁ ଯାଉଛି। କମ୍ପ୍ୟୁଟର ୱାଲର୍‌ଡର ଏକ...

କୋକେରନାଗ୍‌ରେ ସର୍ଚ୍ଚ ଅପରେଶନ୍‌

ଶ୍ରୀନଗର,୨୮।୫: ଜମ୍ମୁ-କଶ୍ମୀର ଅନନ୍ତନାଗ ଜିଲା କୋକେରନାଗ୍‌ରେ ମିଳିତ ସୁରକ୍ଷାକର୍ମୀଙ୍କ ଦ୍ୱାରା ସର୍ଚ୍ଚ ଅପରେଶନ୍‌ ଆରମ୍ଭ ହୋଇଛି। ସ୍ଥାନୀୟ କଚଓ୍ବାନ୍‌ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚିଥିବା ଖବର...

ଡିଗ୍ରୀ ବିବାଦକୁ ପାଓ୍ବାରଙ୍କ ସମାଲୋଚନା

ମୁମ୍ବାଇ, ୧୦ା୪ : ନେତାମାନଙ୍କ ଶିକ୍ଷାଗତ ଯୋଗ୍ୟତା ପ୍ରସଙ୍ଗ ଉଠାଉଥିବା ଲୋକଙ୍କୁ ଏନ୍‌ସିପି ଅଧ୍ୟକ୍ଷ ଶରଦ ପାଓ୍ବାର ସମାଲୋଚନା କରିଛନ୍ତି। ଦେଶରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ...

ଭାଜପା ନେତାଙ୍କ ଝିଅଙ୍କୁ ନିସ୍ତୁକ ମାଡ଼ ପରେ ହତ୍ୟା

ରାଞ୍ଚି, ୯।୬: ଝାଡ଼ଖଣ୍ଡର ପାଲାମୁ ଜିଲାର ଲାଲିମାଟି ଜଙ୍ଗଲରୁ ବୁଧବାର ୧୬ ବର୍ଷୀୟା ନାବାଳିକାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ସ୍ଥାନୀୟ ଭାଜପା ନେତାଙ୍କ ଝିଅ...

Advertisement
Archives

Model This Week