ଦେଦର୍ହା ଗାଁରେ ବ୍ୟାପୁଛି ଝାଡାବାନ୍ତି: ଗୋଟିଏ ପରିବାରର ଚାଲିଗଲା ୨ ଜୀବନ

ଖପ୍ରାଖୋଲ,୫।୯(ଡି.ଏନ.ଏ.): ବଲାଙ୍ଗିର ଜିଲା ଖପ୍ରାଖୋଲ ବ୍ଲକ ପଡ଼ିଆବହାଲ ପଞ୍ଚାୟତ ଦେଦର୍ହା ଗାଁ ବ୍ୟାପୁଛି ଝାଡାବାନ୍ତି। ଝାଡାବାନ୍ତିରେ ଗାଁର ଗୋଟିଏ ପରିବାରର ଦୁଇ ଜଣଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ଜଣାପଡିଛି। ଏହାସହ ୨୫ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ହୋଇଛନ୍ତି। ମୃତକମାନେ ହେଲେ କୁମାରୀ ମେହେର (୪୮) ଓ ତାଙ୍କର ନାତି ବବୁଲ ମେହେର(୧୦)।
ସୂଚନା ଅନୁସାରେ, ଗାଁରେ ନବାନ୍ନ ପରେ କିଛି ପରିବାର ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ବେଳେ ରବିବାର ରାତିରେ ପାଟଣାଗଡ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ କୁମାରୀ ମେହେରଙ୍କ ମୃତ୍ୟୁ ହୋଇଥିଲା। ସୋମବାର ସକାଳେ ନାତି ବବୁଲୁଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଏନେଇ ଖପ୍ରାଖୋଲ ବ୍ଲକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ମେଡିକାଲ ଅଫିସର ଡ଼ା. ସୁରଜ ଦୀପଙ୍କୁ ପଚାରିବାରୁ ଗାଁରେ ମେଡିକାଲ ଟିମ ପହଁଞ୍ଚିଥିବା କହିଛନ୍ତି। ତୁରନ୍ତ ରୋଗ ରୋକିବା ସହ ଅନ୍ୟ ଗାଁକୁ କିଭଳି ନ ବ୍ୟାପିବା ସେଥିପାଇଁ ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରୟାଲ୍‌ଟି ଅନିୟମିତତା: ୩ ଖଣିକୁ ନୋଟିସ

ଯୋଡ଼ା, ୨୦ା୧୨(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡ଼ା ଖଣିମଣ୍ଡଳ ଅନ୍ତର୍ଗତ ୩ ଖଣିକୁ ଷ୍ଟାକ୍‌(ମାନ ନିର୍ଦ୍ଧାରଣ କରାଯାଇଥିବା ଗଚ୍ଛିତ ଖଣିଜ)ରେ ରୟାଲ୍‌ଟି ଅନିୟମିତତା ଅଭିଯୋଗରେ ଯୋଡ଼ା ଖଣି...

ମହିଳାଙ୍କ ଦେହରେ ବାଜିଲା ପୋଲିସ ଗୁଳି

ଅନୁଗୋଳ ଅଫିସ,୧୧ା୫: ଅନୁଗୋଳ ଥାନା ଅନ୍ତର୍ଗତ ସରଧାପୁର ଗ୍ରାମର ମହିଳାଙ୍କ ଦେହରେ ସୋମବାର ମଧ୍ୟାହ୍ନରେ ପୋଲିସର ଗୁଳି ବାଜିଛି। ଫାୟାରିଂ ରେଞ୍ଜରେ ଅଭ୍ୟାସ ଚାଲିଥିବା ବେଳେ...

ଦାରିଙ୍ଗବାଡ଼ିରେ ଶୀତ, ସର୍ବନିମ୍ନ ତାପମାତ୍ରା ୧୦ଡିଗ୍ରୀ

ଦାରିଙ୍ଗବାଡ଼ି,୧୪।୧୧(ଡି.ଏନ୍‌.ଏ.) -ଦାରିଙ୍ଗବାଡ଼ିରେ ଶୀତ ଅନୁଭୂତ ହୋଇଛି। ଚଳିତ ବର୍ଷ ବିଳମ୍ବରେ ଶୀତ ହୋଇଥିବାରୁ ପାଣିପାଗରେ ଅନିୟମିତତା ଯୋଗୁ ଏପରି ହୋଇଥିବା କୁହାଯାଉଛି। ବାରମ୍ବାର ଲଘୁଚାପ ସହ...

ପୁଣି ଜଳେଶ୍ବରରେ ବ୍ରାଉନସୁଗାର ଜବତ, ଜଣେ ମହିଳା ଗିରଫ

ଜଳେଶ୍ୱର, ୧୧।୧୨(ଡି.ଏନ.ଏ.): ଜଳେଶ୍ବର ଥାନା ଅନ୍ତର୍ଗତ ଶାସନବାଡ ଗ୍ରାମରେ କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ, ବାଲେଶ୍ବର ପୋଲିସ ଓ ଜଳେଶ୍ବର ଅବକାରୀ ବିଭାଗର ମିଳିତ...

ସମ୍ମାନିତ ହେଲେ କରୋନା ଯୋଦ୍ଧା

କାମାକ୍ଷାନଗର, ୧୧।୫(ଡି.ଏନ.ଏ.) କାମାକ୍ଷାନଗରର ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ପିପୁଲ୍ସ ଫର୍‌ ସ୍ମାଇଲ’ ପକ୍ଷରୁ ରବିବାର କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। କରୋନା ସଙ୍କଟ ସମୟରେ ସ୍ବାସ୍ଥ୍ୟ ବିଭାଗ,...

କରୋନା ଲକ୍ଷଣ ଲୁଚାଇଲେ ବିପଦ: ଗଞ୍ଜାମ ଜିଲାପାଳ

ଛତ୍ରପୁର, ୬।୭(ଡି.ଏନ୍‌.ଏ.): ସପ୍ତାହକ ମଧ୍ୟରେ କେତେକ କେସ୍‌ ଅନୁଧ୍ୟାନ କରିବା ପରେ ବହୁ ଲୋକ ନିଜର କରୋନା ଲକ୍ଷଣ ଲୁଚାଉଥିବା ଜଣାପଡ଼ିଛି। ଏ ନେଇ ସୋମବାର...

କୃତ୍ରିମ ହ୍ରଦ ପାଲଟିଛି ଚୋରଦା କାଳୀ ମେଲଣ ପଡିଆ

ଯାଜପୁର ରୋଡ,୩୦-୮(ନି.ପ୍ର.)- ବ୍ୟାସନଗର ପୌର ପରିଷଦର ୯ ନମ୍ବର ୱାର୍ଡରେ ଥିବା କାଳୀ ମେଲଣ ପଡ଼ିଆ ଶୋଚନୀୟ ହୋଇପଡିଛି। ଏହା ସହରର ମୁଖ୍ୟ ପଡିଆ ହୋଇଥିବାରୁ...

ମୃତ୍ତିକା ବିନା ଶସ୍ୟ ଉତ୍ପାଦନ ଅସମ୍ଭବ

ମାଲକାନଗିରି, ୫।୧୨(ଡି.ଏନ.ଏ.): ମାଲକାନଗିରି ଜିଲା ସଦର ମହକୁମାଠାରେ ମୁଖ୍ୟ କୃଷି ଅଧିକାରୀ କାର୍ଯ୍ୟାଳୟ ପରିସରରେ ଗୁରୁବାର ବିଶ୍ୱ ମୃତ୍ତିକା ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ...

Advertisement
Archives

Model This Week