Posted inଖେଳ

ଭାରତରେ ନିର୍ମିତ ହେଉଛି ପୃଥିବୀର ପ୍ରଥମ ହାଇଟେକ୍‌ ଷ୍ଟାଡ଼ିୟମ୍‌: ବର୍ଷାରେ ବି ଖେଳାଯାଇ ପାରିବ କ୍ରିକେଟ ମ୍ୟାଚ୍‌

ଚଣ୍ଡିଗଡ଼, ୨୮।୬: ବର୍ଷା ହେଲେ କ୍ରିକେଟ ଖେଳ ସମ୍ଭବ ହୋଇ ପାରି ନ ଥାଏ। ତେବେ ଏହାର ସମାଧାନ ପାଇଁ ପଞ୍ଜାବ କ୍ରିକେଯ ସଂଘ ପକ୍ଷରୁ ଚଣ୍ଡିଗଡ଼ଠାରେ ଏକ ହାଇଟେକ୍‌ ଷ୍ଟାଡ଼ିୟମ୍‌ ନିର୍ମାଣ ପାଇଁ ଯୋଜନା କରାଯାଉଛି। ସ୍ଥାନୀୟ ମୁଲ୍ଲାପୁରସ୍ଥିତ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡ଼ିୟମ୍‌କୁ ଗ୍ରୀନ୍‌ ବିଲ୍ଡିଂ କନସେପ୍ଟ ଆଧାରରେ ନିର୍ମାଣ କରାଯାଉଛି। ୮ଲକ୍ଷ ବର୍ଗଫୁଟ ପରିମିତ ଅଞ୍ଚଳରେ ନିର୍ମିତ ହେଉଥିବା ଏହି ଷ୍ଟାଡ଼ିୟମ ପାଇଁ ୧୫୦ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଷ୍ଟାଡ଼ିୟମ ମୋହାଲିର ଆଇଏସ୍‌ ବିନ୍ଦ୍ରା ଷ୍ଟାଡ଼ିୟମ୍‌ଠାରୁ ୩ ଗୁଣା ବଡ଼ ହେବ। ଏହାର ନିର୍ମାଣ କାର୍ଯ୍ୟ ୨୦୨୧ ମାର୍ଚ୍ଚ ସୁଦ୍ଧା ଶେଷ ହେବ ବୋଲି କୁହାଯାଉଛି। ପୂର୍ବରୁ ଏହାର ନିର୍ମାଣ ୨୦୨୦ ଅଗଷ୍ଟ ଶେଷ ସୁଦ୍ଧା ସମ୍ପନ୍ନ ହେବ ବୋଲି ଧାର୍ଯ୍ୟ ହୋଇଥିଲା। ତେବେ କରୋନା ସଂକ୍ରମଣ ରୋକିବା ଲାଗି ଜାରି ହୋଇଥିବା ଲକ୍‌ଡାଉନ ଯୋଗୁ ଏହା ସମ୍ଭବ ହୋଇପାରି ନ ଥିବା ସିଇଓ ଦୀପକ ଶର୍ମା ସୂଚନା ଦେଇଛନ୍ତି। ଆସନ୍ତା ବର୍ଷ ହେବାକୁ ଥିବା ଟି-୨୦ ବିଶ୍ୱକପ୍‌ର କେତେକ ମ୍ୟାଚ୍‌ ଏଠାରେ ଖେଳାଯାଇପାରିବ ବୋଲି ସେ କହିଛନ୍ତିି।


Enter your email to get our daily news in your inbox.

All Right Reserved By Dharitri.Com

କଟକରେ ଦୁର୍ଘଟଣା; ବାଇକ୍‌ ଆରୋହୀଙ୍କ ଉପରେ ଚଢ଼ିଗଲା ଆମ ବସ୍‌, ତାପରେ…

କଟକ,୯।୭(ପ୍ରଭୁକଲ୍ୟାଣ ପାଲ୍): ପୁଣି ଦୁର୍ଘଟଣା କଲା ଆମ ବସ୍ । କଟକ ବାଦାମବାଡ଼ି ମଲାଚଣ୍ଡିଆ ଛକ ନିକଟରେ ଏକ ବାଇକ ଉପରେ ଚଢ଼ିଲା ଆମ ବସ୍ ।…

ସରକାରଙ୍କ ଅଣଦେଖା! ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଗର୍ଜିଲେ ଆଶାକର୍ମୀ

ବରଗଡ଼,୯।୭(ପ୍ରେମାନନ୍ଦ ଖମାରୀ): ରାଜ୍ୟରେ କାର୍ଯ୍ୟରତ ଆଶାକର୍ମୀଙ୍କ ପ୍ରତି ସରକାର ଅଣଦେଖା ମନୋଭାବ ପୋଷଣ କରୁଛନ୍ତି । ଏଭଳି ଅଭିଯୋଗ ଆଣି ଗୁରୁବାର ଜିଲାପାଳଙ୍କ କାର୍ଯ୍ୟାଳୟରେ ରଣହୁଙ୍କାର ଦେଇଛନ୍ତି…

ପ୍ରଧାନମନ୍ତ୍ରୀ ମୋଦି କ୍ରିକେଟ ମ୍ୟାଚ ସହ ଟସ ବିଷୟରେ କାହିଁକି କହିଲେ? ହସ ରୋକି ପାରିଲେନି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆଲବାନିଜ

ମେଲବୋର୍ନ,୯।୭: ଅଷ୍ଟ୍ରେଲିଆରେ ପହଞ୍ଚିବା ପରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେଲବୋର୍ନରେ ତାଙ୍କ ଭାଷଣ ସମୟରେ କ୍ରିକେଟ ବିଷୟ ଉଠାଇ ପରିବେଶକୁ ହାଲୁକା କରିଥିଲେ। ଏକ ମିଳିତ ପ୍ରେସ…

ଔଷଧୀୟ ଚାରାରୋପଣ କଲେ ବିଧାୟକ

ଛତ୍ରପୁର,୯।୭(ଦିଲ୍ଲୀପ ସାମଲ): ରୋଗୀଙ୍କ ନିରୋଗ ସ୍ବାସ୍ଥ୍ୟ କାମନା ନିମନ୍ତେ ଅଗ୍ରପୂଜ୍ୟ ମହାପ୍ରଭୁ ଶ୍ରୀ ଗଣେଶଙ୍କ ମୂର୍ତ୍ତୀ ଗୁରୁବାର ସ୍ଥାନୀୟ ଉପକଣ୍ଠ ଚିକିତ୍ସାଳୟରେ ପ୍ରତିଷ୍ଠା କରାଯାଇଛି। ଏହି ଅବସରରେ…

NDAରେ ଯୋଗ ଦେବେ ଶରଦ ପାଓ୍ବାର? କଳ୍ପନା ଜଳ୍ପନା ମଧ୍ୟରେ ଦଳ ଭିତରେ ମତଭେଦ

ମୁମ୍ବାଇ,୯।୭: ମହାରାଷ୍ଟ୍ରରେ ପୁଣି ଥରେ ଏକ ବଡ଼ ରାଜନୈତିକ ଅସ୍ଥିରତା ସୃଷ୍ଟି ହେବାର ଚର୍ଚ୍ଚା ଜୋର ଧରିଛି। ‘ଅପରେସନ ଟାଇଗର’ ପରେ, ‘ଅପରେସନ ଟୁଟାରି’ ସମ୍ପର୍କରେ ଆଲୋଚନା…

ମେଡ଼ିକାଲ ଯିବା ବାଟରେ ଖରାପ ହେଲା ଆମ୍ବୁଲାନ୍ସ: ୩ ଘଣ୍ଟା ଛଟପଟ ହୋଇ ଚାଲିଗଲା ନାବାଳିକାଙ୍କ ଜୀବନ

ଭବାନୀପାଟଣା,୯।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଗୁରୁବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଯାନ୍ତ୍ରିକ ତ୍ରୁଟି ଯୋଗୁ ଏକ ଆମ୍ବୁଲାନ୍ସ ଦୀର୍ଘ ୩ ଘଣ୍ଟା ଧରି…

ଟିଏମସିର ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇପାରିବେ ମମତା, ହାଇକୋର୍ଟରୁ ମିଳିଲା ବଡ଼ ଆଶ୍ବସ୍ତି

କୋଲକାତା,୯।୭: ମମତା ବାନାର୍ଜୀଙ୍କ ଦଳ, ତୃଣମୂଳ କଂଗ୍ରେସ (TMC)କୁ କୋଲକାତା ହାଇକୋର୍ଟରୁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ମିଳିଛି । ଦୈନନ୍ଦିନ ଖର୍ଚ୍ଚ ପୂରଣ କରିବା ପାଇଁ କୋର୍ଟ ଟିଏମସିକୁ…

ଅନ୍ଧକାର ଆଡକୁ ଯାଉଛି ଭାରତୀୟ କ୍ରିକେଟର୍‌ ଭବିଷ୍ୟତ: ବିସ୍ଫୋରକ ବୟାନ ଦେଲେ ପୂର୍ବତନ କ୍ରିକେଟ୍‌ର

ନୂଆଦିଲ୍ଲୀ,୯।୭: ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ ଭାରତୀୟ କ୍ରିକେଟ୍‌ ଦଳର ବର୍ତ୍ତମାନର ରଣନୀତି ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି ଏବଂ ଦଳ ପରିଚାଳନା ଦ୍ୱାରା ନିଆଯାଇଥିବା ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri