ବୈଶ୍ୱିକ ବିଜୟ

ଗ୍ଲୋବାଲ ବାୟୋଫୁଏଲ ଆଲିଆନ୍ସ (ଜିବିଏ) ଓ ଭାରତ ମଧ୍ୟରେ ହୋଷ୍ଟ କଣ୍ଟ୍ରି ଏଗ୍ରିମେଣ୍ଟ ହୋଇଛି। ପ୍ରାୟୋଜକ ଦେଶ ଭାବେ ଭାରତ ଚୁକ୍ତିଭୁକ୍ତ ହେବା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ(ଏମ୍‌ଇଏ) ପାଇଁ ଏକ ଗୁରୁତ୍ୱପୂଣ୍ଣ ବିଜୟ। ଏହି ପଦକ୍ଷେପ ଦ୍ୱାରା ଜିବିଏର ସଚିବାଳୟ ଭାରତକୁ ଆସିିଛି। ଏହା ଅକ୍ଷୟ ଶକ୍ତି କ୍ଷେତ୍ର ପାଇଁ ଏକ ମାଇଲଖୁଣ୍ଟ । ଏମ୍‌ଇଏ, ତୈଳ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟର ଅଧିକାରୀମାନେ ଏହି ଚୁକ୍ତିରେ ସ୍ବାକ୍ଷର କରି ଭାରତୀୟ ଆଇନ ଅଧୀନରେ ଜିବିଏକୁ ବୈଧତା ଓ ସ୍ବାଧୀନତାର ଏକ ଆଧାର ପ୍ରଦାନ କରିଛନ୍ତି। ଜାତିସଂଘ କମ୍‌ ବିକଶିତ ଓ ବିକାଶଶୀଳ ଦେଶଗୁଡ଼ିକରେ ଥିବା ଏହି ନୂତନ ମୁଖ୍ୟାଳୟଗୁଡ଼ିକୁ ବିଶ୍ୱ ଶକ୍ତି ପରିବର୍ତ୍ତନର ଏକ ସଙ୍କେତ ଭାବରେ ଦେଖୁଛି । କଞ୍ଚାମାଲ ଏବଂ ଯୋଗାଣ ଶୃଙ୍ଖଳ, ପୁଞ୍ଜି ବିନିଯୋଗକୁ ଆକର୍ଷିତ କରିବା ତଥା ସାଧାରଣ ମାନକ ସୃଷ୍ଟିକରି ବିଶ୍ୱବ୍ୟାପୀ ଜୈବ ଇନ୍ଧନ ବ୍ୟବହାରକୁ ବଢ଼ାଇବା ହେଉଛି ଜିବିଏର କାର୍ଯ୍ୟ। ୨୦୨୩ରେ ଭାରତ ଜି୨୦ର ଅଧ୍ୟକ୍ଷତା ସମୟରେ ଏହା ଆରମ୍ଭ ହୋଇଥିଲା। ଏହା ପରଠାରୁ ଏହି ମେଣ୍ଟରେ ୨୭ଟି ଦେଶ ଏବଂ ୧୨ଟି ଅନ୍ତର୍ଜାତୀୟ ସଙ୍ଗଠନ ସାମିଲ ହୋଇସାରିଲେଣି। ଜୈବ ଇନ୍ଧନ ବ୍ୟବହାର ପାଇଁ ବିଶ୍ୱସ୍ତରରେ ଦେଖାଯାଇଥିବା ଆଗ୍ରହର ଏହା ଏକ ଦୃଢ଼ ନିଦର୍ଶନ। ଭାରତକୁ ଜିବିଏ ସଚିବାଳୟ ଆଣିବା ଏଥିପାଇଁ ସୁଯୋଗ ସୃଷ୍ଟି କରୁଛି। ଭାରତୀୟ ଜୈବ ଇନ୍ଧନ ବିଶେଷଜ୍ଞମାନେ ମନେକରୁଛନ୍ତି ଯେ ଏଥିରେ ନୂତନ ଚାକିରିର ସମ୍ଭାବନା ରହିଥିବା ସହ ଘରୋଇ କ୍ଷେତ୍ର ବୈଷୟିକ ଜ୍ଞାନକୌଶଳ ପ୍ରଦର୍ଶନ ପାଇଁ ଏକ ପ୍ଲାଟ୍‌ଫର୍ମ ପାଇବ।
ଟିକସ ବୋଝ କମିବ
ଆୟକର ବିଭାଗ ଏହାର ଅଧିକାରୀମାନଙ୍କୁ କିଛି ସର୍ତ୍ତ ଅନୁଯାୟୀ ଅନାଦାୟ ଟିକସ ଉପରେ ସୁଧ ଛାଡ଼ କିମ୍ବା ହ୍ରାସ କରିବାକୁ ଅନୁମତି ଦେଇ ଟିକସଦାତାଙ୍କ ଉପରେ ବୋଝ ହ୍ରାସ କରିବାକୁ ପଦକ୍ଷେପ ନେଇଛି। ଆୟକର ଆଇନର ଧାରା ୨୨୦(୨ଏ) ଅନୁଯାୟୀ ଡିମାଣ୍ଡ ନୋଟିସରେ ନିର୍ଦ୍ଦିଷ୍ଟ ଅର୍ଥ ଯଦି ଟିକସଦାତା ଦେବାରେ ବିଳମ୍ବ କରନ୍ତି , ତେବେ ତାହା ଉପରେ ସେମାନଙ୍କୁ ୧ ପ୍ରତିଶତ ସୁଧ ଦେବାକୁ ହୁଏ। ଏବେ ଯାହା ହେଉ ନିର୍ଦ୍ଧାରିତ ମାର୍ଗଦର୍ଶିକା ଆଧାରରେ ଅଧିକାରୀମାନେ ଛାଡ଼ କରିପାରିବେ। କେତେ ସୁଧ ଛାଡ଼ କିମ୍ବା ହ୍ରାସ କରାଯାଇପାରିବ ତାହା ନିକଟରେ ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଡାଇରେକ୍ଟ ଟ୍ୟାକ୍ସ (ସିବିଡିଟି) ବା କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ ଏକ ଚିଠିରେ ଦର୍ଶାଇଛି । ଏବେ ପ୍ରିନ୍ସିପାଲ ଚିଫ୍‌ କମିଶନର ଅଫ୍‌ ଇନ୍‌କମ୍‌ ଟ୍ୟାକ୍ସ (ପିଆର୍‌ସିସିଆଇଟି) କିମ୍ବା ଚିଫ୍‌ କମିଶନର ଅଫ୍‌ ଇନ୍‌କମ୍‌ ଟ୍ୟାକ୍ସ (ସିସିଆଇଟି) ପରି ବରିଷ୍ଠ ଟିକସ ଅଧିକାରୀଙ୍କ ହାତରେ ବ୍ୟାପକ ଅଧିକାର ରହିଛି। ୧.୫ କୋଟିରୁ ଅଧିକ ଉପରେ ସୁଧ ଛାଡ଼ ଜଣେ ପିଆର୍‌ସିସିଆଇଟି ନିଷ୍ପତ୍ତି ନେଇପାରିବେ। ଅନ୍ୟପଟେ ଜଣେ ସିସିଆଇଟି ୫୦ ଲକ୍ଷରୁ ୧.୫ କୋଟି ଟଙ୍କା ମଧ୍ୟରେ ସୁଧ ଛାଡ଼ କରିପାରିବ । ୫୦ ଲକ୍ଷରୁ କମ୍‌ ରାଶି ପାଇଁ ସୁଧ ଛାଡ଼ ନିଷ୍ପତ୍ତି ଜଣେ ମୁଖ୍ୟ କମିଶନର କିମ୍ବା କମିଶନର ନେଇପାରିବେ। ଅଧିକାରୀମାନଙ୍କ ପାଇଁ ଅଧିକ ଛାଡ଼ ଏବଂ ଅଧିକ କେହଳର ଭଲ ଓ ମନ୍ଦ ପ୍ରଭାବ ରହିଛି। ଯଦି ଅଧିକାରୀମାନେ ଏହାକୁ ସ୍ବଚ୍ଛତାର ସହ କାର୍ଯ୍ୟକାରୀ କରନ୍ତି, ତେବେ ଏହା ଏକ ଭଲ ସଙ୍କେତ ହେବା ସହ ଟିକସଦାତାଙ୍କ ପକ୍ଷରୁ ସକାରାମତ୍କ ପ୍ରତିକ୍ରିୟା ମିଳିବ। ଟିକସ ବିଶେଷଜ୍ଞମାନେ ଏହାକୁ ନେଇ ଆଶାବାଦୀ ଅଛନ୍ତି । ସେମାନେ ଏହା ମଧ୍ୟ ଆଶା କରୁଛନ୍ତି ଯେ, ଏହି ବ୍ୟବସ୍ଥାଗୁଡ଼ିକ ଟିକସଦାତାଙ୍କ ପାଇଁ ଛାଡ଼ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବା ଉଚିତ। ଏହି ପଦକ୍ଷେପ ସ୍ବଚ୍ଛତା ଏବଂ ଦକ୍ଷତାକୁ ପ୍ରୋତ୍ସାହିତ କରିବାର ସମ୍ଭାବନା ଅଛି। ପରିଶେଷରେ ଏହି ସଂସ୍କାର କରଦାତାମାନଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଉପାୟରେ ସହଯୋଗ କରିବାର ଏକ ସୁଯୋଗକୁ ପ୍ରତିପାଦିତ କରେ ।
ପ୍ରଯୁକ୍ତି ଦୌଡ଼ରେ ଉତ୍ତରପ୍ରଦେଶ
ନିକଟରେ ଉତ୍ତରପ୍ରଦେଶ ସରକାର ପୁରୁଷ ହେୟାର ପାର୍ଲର ଓ ଦରଜୀ ଦୋକାନକୁ ମହିଳାମାନେ ଯିବାକୁ ବାରଣ କରି ଏକ ନିର୍ଦ୍ଦେଶନାମା ଜାରିକରିବା ପରେ ବିବାଦୀୟ ହୋଇଥିଲେ। ସେହି ସପ୍ତାହରେ ରାଜ୍ୟ ଅମଲାତନ୍ତ୍ରୀମାନେ ଉଚ୍ଚ ବୈଷୟିକ ଭବିଷ୍ୟତରେ ରାଜ୍ୟ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ସୁରକ୍ଷିତ ରଖିବାକୁ ଲକ୍ଷ୍ୟ ରଖିଥିଲେ। ୩୦,୭୦୦କୋଟି ଟଙ୍କା ମୂଲ୍ୟର ସେମିକଣ୍ଡକ୍ଟର ଉତ୍ପାଦନ ପ୍ରକଳ୍ପ ଘୋଷଣାକରି ସେମାନେ ବିଶ୍ୱ ପ୍ରଯୁକ୍ତି ଦୌଡ଼ରେ ଉତ୍ତରପ୍ରଦେଶ ପାଇଁ ଏକ ସ୍ଥାନ ପାଇବାକୁ ଚେଷ୍ଟା କରୁଛନ୍ତି। ଉତ୍ତରପ୍ରଦେଶ ରାଜ୍ୟ କ୍ୟାବିନେଟ୍‌ ଦ୍ୱାରା ଦୁଇଟି ପ୍ରମୁଖ ପ୍ରକଳ୍ପର ଅନୁମୋଦନ କ୍ରମେ ନୋଏଡା ଏକ ପ୍ରମୁଖ ସେମିକଣ୍ଡକ୍ଟର ଉତ୍ପାଦନ କେନ୍ଦ୍ର ହେବାକୁ ଯାଉଛି। ପ୍ରଥମଟି, ଟାର୍କ ସେମିକଣ୍ଡକ୍ଟର (ହୀରାନନ୍ଦନୀ ଗ୍ରୁପ୍‌) ଦ୍ୱାରା ୨୭,୦୦୦ କୋଟି ଟଙ୍କାର କେନ୍ଦ୍ର ସ୍ମାର୍ଟଫୋନ ଏବଂ କାର୍‌ ପାଇଁ ଗୁରୁତ୍ୱପୂର୍ଣ୍ଣ ମାଇକ୍ରୋଚିପ୍‌ ଉତ୍ପାଦନ କରିବ। ଦ୍ୱିତୀୟଟି ହେଉଛି ଭାମା ସୁନ୍ଦରୀ ଇନ୍‌ଭେଷ୍ଟମେଣ୍ଟ (ଏଚ୍‌ସିଏଲ୍‌ ଗ୍ରୁପ୍‌) ଦ୍ୱାରା ୩,୭୦୦ କୋଟି ଟଙ୍କାର ପ୍ଲାଣ୍ଟ। ଏହା ଡ୍ରାଇଭର ଆଇସି ଏବଂ ଡିସ୍‌ପ୍ଲେ ଡ୍ରାଇଭର ସର୍କିଟ ଉପତ୍ାଦନ କରିବ। ଉଭୟ କମ୍ପାନୀ ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ରହିବ ଏବଂ ଏହି ଅଞ୍ଚଳର ବଢ଼ୁଥିବା ବୈଷୟିକ ପରିସଂସ୍ଥାକୁ ଅଧିକ ସହଯୋଗ କରିବ। କେନ୍ଦ୍ର ସରକାରଙ୍କ ଯୋଜନା ସହଯୋଗରେ ସେମିକଣ୍ଡକ୍ଟର ଉତ୍ପାଦନ କ୍ଷମତାକୁ ମଜଭୁତ କରିବା ପାଇଁ ନିଆଯାଉଥିବା ପଦକ୍ଷେପ ଭଳି ଏହା କାମ କରିବ। ଜାତୀୟ ସୁରକ୍ଷା ପାଇଁ ଚିପ୍ସ ଉପତ୍ାଦନ ଲାଗି ରାଜ୍ୟର ଏହି ଯୋଜନାରେ ଆମେରିକାର ଭାଗୀଦାରି ରହିଛି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

SIM ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର, ବଦଳିଲା ନିୟମ; ପାଖରେ ଏତିକି ସିମ୍‌ ଥିଲେ ମିଳିବନି…

ନୂଆଦିଲ୍ଲୀ,୨୪।୮: ମୋବାଇଲ ସିମ କାର୍ଡ ନେବା, ବଦଳାଇବା, ଟ୍ରାନ୍ସଫର କରିବା କିମ୍ବା ବନ୍ଦ କରିବାର ନିୟମ ଏବେ ଆହୁରି କଡ଼ା ହୋଇଛି। ନକଲି ସିମ କାର୍ଡ ଓ…

ଚନ୍ଦ୍ରିକାଙ୍କ ପଦଚ୍ୟୁତ ପରେ ସରପଞ୍ଚ ଦାୟିତ୍ୱ ନେଲେ ଦୀପକ: ମୌଳିକ ସମସ୍ୟା ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି

ଦାରିଙ୍ଗବାଡି, ୨୪।୮ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ସରପଞ୍ଚ ସୁଶ୍ରୀ ଚନ୍ଦ୍ରିକା ମଲ୍ଲିକଙ୍କ ଅନାସ୍ଥା ପରେ ନିଜ ପଦ ହରାଇ ବସିଥିଲେ। ତାଙ୍କ ସ୍ଥାନରେ ସୋମବାର…

ରାଜନୀତିରେ ହଲଚଲ! ସନ୍ନ୍ୟାସ ନେବେ କି ଗଡ଼କରୀ? ଏଭଳି ବୟାନକୁ ନେଇ ବଢ଼ିଲା ଚର୍ଚ୍ଚା

ନୂଆଦିଲ୍ଲୀ,୨୪।୮: କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡକରୀଙ୍କ ଏକ ବୟାନକୁ ନେଇ ରାଜନୈତିକ ମହଲରେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି । ନାଗପୁରର…

କର୍ଲାମୁଣ୍ଡାରେ ଯୁଗ୍ମ ଜନଶୁଣାଣି: ଜିଲାପାଳ ସଚିନ୍ ପାୱାରଙ୍କ ଅଧ୍ୟକ୍ଷତାରେ ୮୨ଟି ଅଭିଯୋଗ

କର୍ଲାମୁଣ୍ଡା, ୨୪।୮ (ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ପରିସରସ୍ଥିତ ରାଜୀବ ଗାନ୍ଧୀ ସେବା ଭବନରେ ସୋମବାର ଏକ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ…

୨ ମାସ ହେବ ବଲକି ଗାଁ ଅନ୍ଧାର: ବିଦ୍ୟୁତ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ତୁମୁଡ଼ିବନ୍ଧ, ୨୪।୮ (ଦୀପକ କୁମାର ପରାସେଠ): ଦୁଇ ମାସ ହେବ ବଲକି ଗାଁ ଅନ୍ଧାରରେ। ଟ୍ରାନ୍ସଫର୍ମର ଖରାପ ହୋଇଯିବା ପରେ ଆଜି ପର୍ଯ୍ୟନ୍ତ ବିଦ୍ୟୁତ ସେବା ସ୍ୱାଭାବିକ…

ଧୋନୀଙ୍କ ଐତିହାସିକ ରେକର୍ଡ ଭାଙ୍ଗିଲେ ରିଷଭ ପନ୍ତ: ଭାରତର ସବୁଠୁ ସଫଳ…

ନୂଆଦିଲ୍ଲୀ,୨୪।୮: ଭାରତର ଉଇକେଟକିପର-ବ୍ୟାଟସମ୍ୟାନ ରିଷଭ ପନ୍ତ ଏବେ ଚମତ୍କାର ଫର୍ମରେ ଅଛନ୍ତି। ତାଙ୍କର ଶେଷ ଚାରୋଟି ଟେଷ୍ଟ ଇନିଂସରେ ତିନୋଟି ଅର୍ଦ୍ଧଶତକ ମାରିଛନ୍ତି। ସେ କଲମ୍ବୋ ଟେଷ୍ଟରେ…

ପୂର୍ବତନ SRAଙ୍କ ଦୁଇମହଲା କୋଠା, ଟେଣ୍ଟ ହାଉସ୍‌ ଠାବ

ଜଗତସିଂହପୁର, ୨୪।୮: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଓ ଆର୍ଥିକ ଅନିୟମିତତା ଅଭିଯୋଗରେ ତିର୍ତ୍ତୋଲର ପୂର୍ବତନ SRA ଭଞ୍ଜକିଶୋର ବେହେରାଙ୍କ ବିରୋଧରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଚଢ଼ାଉ…

ଖୁସିଖବର: ମାତ୍ର ୧୩-୧୪ ଟଙ୍କାରେ ମିଳୁଛି ଚିନି! ଜାଣନ୍ତୁ କିଏ ପାଇପାରିବେ ଏହି ସୁବିଧା

ନୂଆଦିଲ୍ଲୀ,୨୪।୮: ଚିନିର ଦର ଲଗାତାର ବଢ଼ିବାରୁ ସାଧାରଣ ଲୋକଙ୍କ ଉପରେ ମହଙ୍ଗା ମାଡ଼ ବଢ଼ିଛି। ଦୈନନ୍ଦିନ ରୋଷେଇରେ ଚିନିର ବ୍ୟବହାର ହେଉଥିବା ବେଳେ ପର୍ବପର୍ବାଣୀ ସମୟରେ ଏହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri