Posted inଖେଳ

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ: ଚତୁର୍ଥ ସ୍ଥାନକୁ ଖସିଲା ଭାରତ: ଇଂଲଣ୍ଡ ଆଶା ଉଜ୍ଜୀବିତ

ଦୁବାଇ, ୧୦ା୨ (ପି.ଟି.)-ଚେନ୍ନାଇରେ ଅନୁଷ୍ଠିତ ଇଂଲଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ୨୨୭ ରନରେ ପରାଜୟ ଦ୍ୱାରା ଭାରତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ର଼୍ୟାଙ୍କିଙ୍ଗ ତାଲିକାରେ ଚତୁର୍ଥ ସ୍ଥାନକୁ ଖସି ଆସିଛି। ଅନ୍ୟପକ୍ଷରେ ଭ୍ରମଣକାରୀ ଦଳର ଉଦ୍‌ଘାଟନୀ ଇଭେଣ୍ଟର ଫାଇନାଲରେ ପ୍ରବେଶ ଆଶା ଉଜ୍ଜୀବିତ ରହିଛି। ଆଗକୁ ନ୍ୟୁଜିଲାଣ୍ଡର କୌଣସି ସିରିଜ ଖେଳିବାର କାର୍ଯ୍ୟକ୍ରମ ନାହିଁ। ଦଳ କିନ୍ତୁ ଖେଳିସାରିଥିବା ମ୍ୟାଚଗୁଡ଼ିକରୁ ୭୦.୦ ପ୍ରତିଶତ ସ୍କୋର କରି ପ୍ରଥମ ଦଳ ଭାବେ ଚଳିତ ବର୍ଷ ପରବର୍ତ୍ତୀ ଭାଗରେ ଲଡର୍‌ସଠାରେ ଖେଳାଯିବାକୁ ଥିବା ଟେଷ୍ଟ ଚାମ୍ପିୟନଶିପ୍‌ ଲାଗି ଯୋଗ୍ୟତା ଅର୍ଜନ କରିସାରିଛି। ଚେପକଠାରେ ବିଜୟ ଦ୍ୱାରା ଟେବୁଲରେ ଇଂଲଣ୍ଡ ପ୍ରତିଶତ ପଏଣ୍ଟ ସହ ଶୀର୍ଷକୁ ଉନ୍ନୀତ ହୋଇପାରିଛି। ଦଳ ଯଦି ଏହି ସିରିଜ ୩-୧, ୩-୦ କିମ୍ବା ୪-୦ରେ ଜିତେ ତେବେ ଫାଇନାଲକୁ ଉନ୍ନୀତ ହୋଇପାରିବ। ଗତ ମାସରେ ଅଷ୍ଟ୍ରେଲିଆ ବିପକ୍ଷରେ ଚମତ୍କାର ସିରିଜ ବିଜୟ ପରେ ଭାରତ ଟେବୁଲର ଶୀର୍ଷ ସ୍ଥାନ ଅଧିକାର କରିନେଇଥିଲା। ମାତ୍ର ଇଂଲଣ୍ଡ ବିପକ୍ଷ ଓପନିଂ ଟେଷ୍ଟରେ ପରାଜୟ ଦ୍ୱାରା ଭାରତ ୬୮.୩ ପ୍ରତିଶତ ପଏଣ୍ଟ ସହ ଚତୁର୍ଥ ସ୍ଥାନକୁ ଖସି ଆସିଛି। ଭାରତ ଯଦି ଅବଶିଷ୍ଟ ତିନୋଟି ମ୍ୟାଚ ମଧ୍ୟରୁ ଅତିକମ୍‌ରେ ଦୁଇଟିରେ ବିଜୟ ହାସଲ ସହ ସିରିଜ ୨-୧ କିମ୍ବା ୩-୧ରେ ଜିତେ ତେବେ ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିପାରିବ। ଅନ୍ୟପକ୍ଷରେ ଭାରତ-ଇଂଲଣ୍ଡ ସିରିଜ ଯଦି ଡ୍ର ରୁହେ ଅବା ଇଂଲଣ୍ଡ ଏଥିରେ ୧-୦, ୨-୧ ଅବା ୨-୦ରେ ବିଜୟ ଲାଭ କରେ ତେବେ ଅଷ୍ଟ୍ରେଲିଆ ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିବ ବୋଲି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ଏକ ପ୍ରେସ୍‌ ରିଲିଜ୍‌ରେ କୁହାଯାଇଛି। ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ସିରିଜ ୨-୦ରେ ଜିତିବା ଦ୍ୱାରା ପାକିସ୍ତାନ ୪୩.୩ ପ୍ରତିଶତ ପଏଣ୍ଟ ସହ ୫ମ ସ୍ଥାନରେ ରହିଥିବା ବେଳେ ଦକ୍ଷିଣ ଆଫ୍ରିକା ୩୦.୦ ପ୍ରତିଶତ ପଏଣ୍ଟ ସହ ୬ଷ୍ଠ ସ୍ଥାନକୁ ଖସି ଆସିଛି। ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଆକର୍ଷଣୀୟ ବିଜୟ ପରେ ଓ୍ବେଷ୍ଟଇଣ୍ଡିଜ ଟେବୁଲର ୭ମ ସ୍ଥାନରେ ରହିଛି। ବାଂଲାଦେଶ ଏପର୍ଯ୍ୟନ୍ତ କୌଣସି ପଏଣ୍ଟ ଅର୍ଜନ ନ କରି ଟେବୁଲର ସର୍ବନିମ୍ନ ସ୍ଥାନରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଫିଫା ବିଶ୍ୱକପ୍‌ରେ ୨୫ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଖେଳାଳିଙ୍କ ପଦାର୍ପଣ

ମଣ୍ଟେରି,୧୫ା୬: ଭାରତୀୟ ବଂଶୋଦ୍ଭବ ଖେଳାଳି ନିଶାନ ଭେଲୁପିଲେ ଅଷ୍ଟ୍ରେଲିଆ ପାଇଁ ଫିଫା ବିଶ୍ୱକପ୍‌ରେ ପଦାର୍ପଣ କରିଛନ୍ତି। ତାଙ୍କ ପ୍ରତିନିଧିତ୍ୱରେ ଅଷ୍ଟ୍ରେଲିଆ ଗ୍ରୁପ୍‌-ଡି’ ମ୍ୟାଚ୍‌ରେ ଶକ୍ତିଶାଳୀ ତୁର୍କୀକୁ ୨-୦…

ଅନ୍ତିମ ମିନିଟ୍‌ରେ ମ୍ୟାଚ ଜିତିଲା ଆଇଭରି କୋଷ୍ଟ

ଫିଲାଡେଲଫିଆ,୧୫ା୬: ୧୨ ବର୍ଷରେ ପ୍ରଥମ ଥର ପାଇଁ ବିଶ୍ୱକପ୍‌ରେ ଖେଳୁଥିବା ଆଇଭରି କୋଷ୍ଟ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ୬୮,୨୭୪ ଦର୍ଶକଙ୍କ ଉପସ୍ଥିତିରେ ଲିଙ୍କନ ଫାଇନାନ୍‌ସିଆଲ…

ପଡ଼ିଆ ମଝିରେ ମହାଭାରତ! ବୈଭବ ସୂର୍ଯ୍ୟବଂଶୀଙ୍କ ସହ ମୁହାଁମୁହିଁ ହେଲେ ଶ୍ରୀଲଙ୍କା ଟିମ୍, ଭୟଙ୍କର ଧସ୍ତାଧସ୍ତିର ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୫।୬: ଜୁନ୍ ୧୫ ତାରିଖ ତ୍ରି-ସିରିଜର ଚତୁର୍ଥ ମ୍ୟାଚରେ ଶ୍ରୀଲଙ୍କା ଟିମ୍ ସୁପର ଓଭରରେ ଭାରତ ଏ ଦଳକୁ ପରାସ୍ତ କରିଥିଲା। ମ୍ୟାଚ୍ ଟାଇ ହେବା ପରେ ବିଜେତା…

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ, ୧୪ା୬: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ…

ମହିଳା ବିଶ୍ୱକପ୍‌ରେ ପାକିସ୍ତାନ ସହ ହାତ ମିଳାଇଲା ନାହିଁ ଭାରତ

ବର୍ମିଂହାମ, ୧୪ା୬: ପଡ଼ୋଶୀ ପାକିସ୍ତାନ ସହ ହାତ ନ ମିଳାଇବା ନୀତି ଭାରତ ଜାରି ରଖିଛି। ରବିବାର ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତର ଅଧିନାୟିକା ହରମନପ୍ରୀତ କୌର…

ମହିଳା ଟି୨୦ ବିଶ୍ୱକପ୍‌: ପାକିସ୍ତାନ ସମ୍ମୁଖରେ ୧୭୧ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ

ବର୍ମିଂହାମ,୧୪ା୬: ଚଳିତ ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ରବିବାର ଖେଳାଯାଉଥିବା ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଭାରତ ଓ ପାକିସ୍ତାନ ପରସ୍ପରକୁ ଭେଟିଛନ୍ତି। ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ…

ବୈଭବ ସୂର୍ଯ୍ୟବଂଶୀଙ୍କ ସଫଳତାର ରାଜ ଖୋଲିଲେ କୋଚ, ଆପଣବି ଜାଣିଲେ…

ନୂଆଦିଲ୍ଲୀ,୧୪।୬: ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ତାଙ୍କ ବିସ୍ଫୋରକ ବ୍ୟାଟିଂରେ ସମସ୍ତଙ୍କୁ ମୋହିତ କରିଛନ୍ତି। କ୍ରିକେଟ ପ୍ରଶଂସକ ଏବଂ ପୂର୍ବତନ କ୍ରିକେଟରମାନେ ସମସ୍ତେ ତାଙ୍କ ବିସ୍ଫୋରକ ବ୍ୟାଟିଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri