Posted inଖେଳ

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ: ଚତୁର୍ଥ ସ୍ଥାନକୁ ଖସିଲା ଭାରତ: ଇଂଲଣ୍ଡ ଆଶା ଉଜ୍ଜୀବିତ

ଦୁବାଇ, ୧୦ା୨ (ପି.ଟି.)-ଚେନ୍ନାଇରେ ଅନୁଷ୍ଠିତ ଇଂଲଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ୨୨୭ ରନରେ ପରାଜୟ ଦ୍ୱାରା ଭାରତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ର଼୍ୟାଙ୍କିଙ୍ଗ ତାଲିକାରେ ଚତୁର୍ଥ ସ୍ଥାନକୁ ଖସି ଆସିଛି। ଅନ୍ୟପକ୍ଷରେ ଭ୍ରମଣକାରୀ ଦଳର ଉଦ୍‌ଘାଟନୀ ଇଭେଣ୍ଟର ଫାଇନାଲରେ ପ୍ରବେଶ ଆଶା ଉଜ୍ଜୀବିତ ରହିଛି। ଆଗକୁ ନ୍ୟୁଜିଲାଣ୍ଡର କୌଣସି ସିରିଜ ଖେଳିବାର କାର୍ଯ୍ୟକ୍ରମ ନାହିଁ। ଦଳ କିନ୍ତୁ ଖେଳିସାରିଥିବା ମ୍ୟାଚଗୁଡ଼ିକରୁ ୭୦.୦ ପ୍ରତିଶତ ସ୍କୋର କରି ପ୍ରଥମ ଦଳ ଭାବେ ଚଳିତ ବର୍ଷ ପରବର୍ତ୍ତୀ ଭାଗରେ ଲଡର୍‌ସଠାରେ ଖେଳାଯିବାକୁ ଥିବା ଟେଷ୍ଟ ଚାମ୍ପିୟନଶିପ୍‌ ଲାଗି ଯୋଗ୍ୟତା ଅର୍ଜନ କରିସାରିଛି। ଚେପକଠାରେ ବିଜୟ ଦ୍ୱାରା ଟେବୁଲରେ ଇଂଲଣ୍ଡ ପ୍ରତିଶତ ପଏଣ୍ଟ ସହ ଶୀର୍ଷକୁ ଉନ୍ନୀତ ହୋଇପାରିଛି। ଦଳ ଯଦି ଏହି ସିରିଜ ୩-୧, ୩-୦ କିମ୍ବା ୪-୦ରେ ଜିତେ ତେବେ ଫାଇନାଲକୁ ଉନ୍ନୀତ ହୋଇପାରିବ। ଗତ ମାସରେ ଅଷ୍ଟ୍ରେଲିଆ ବିପକ୍ଷରେ ଚମତ୍କାର ସିରିଜ ବିଜୟ ପରେ ଭାରତ ଟେବୁଲର ଶୀର୍ଷ ସ୍ଥାନ ଅଧିକାର କରିନେଇଥିଲା। ମାତ୍ର ଇଂଲଣ୍ଡ ବିପକ୍ଷ ଓପନିଂ ଟେଷ୍ଟରେ ପରାଜୟ ଦ୍ୱାରା ଭାରତ ୬୮.୩ ପ୍ରତିଶତ ପଏଣ୍ଟ ସହ ଚତୁର୍ଥ ସ୍ଥାନକୁ ଖସି ଆସିଛି। ଭାରତ ଯଦି ଅବଶିଷ୍ଟ ତିନୋଟି ମ୍ୟାଚ ମଧ୍ୟରୁ ଅତିକମ୍‌ରେ ଦୁଇଟିରେ ବିଜୟ ହାସଲ ସହ ସିରିଜ ୨-୧ କିମ୍ବା ୩-୧ରେ ଜିତେ ତେବେ ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିପାରିବ। ଅନ୍ୟପକ୍ଷରେ ଭାରତ-ଇଂଲଣ୍ଡ ସିରିଜ ଯଦି ଡ୍ର ରୁହେ ଅବା ଇଂଲଣ୍ଡ ଏଥିରେ ୧-୦, ୨-୧ ଅବା ୨-୦ରେ ବିଜୟ ଲାଭ କରେ ତେବେ ଅଷ୍ଟ୍ରେଲିଆ ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିବ ବୋଲି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ଏକ ପ୍ରେସ୍‌ ରିଲିଜ୍‌ରେ କୁହାଯାଇଛି। ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ସିରିଜ ୨-୦ରେ ଜିତିବା ଦ୍ୱାରା ପାକିସ୍ତାନ ୪୩.୩ ପ୍ରତିଶତ ପଏଣ୍ଟ ସହ ୫ମ ସ୍ଥାନରେ ରହିଥିବା ବେଳେ ଦକ୍ଷିଣ ଆଫ୍ରିକା ୩୦.୦ ପ୍ରତିଶତ ପଏଣ୍ଟ ସହ ୬ଷ୍ଠ ସ୍ଥାନକୁ ଖସି ଆସିଛି। ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଆକର୍ଷଣୀୟ ବିଜୟ ପରେ ଓ୍ବେଷ୍ଟଇଣ୍ଡିଜ ଟେବୁଲର ୭ମ ସ୍ଥାନରେ ରହିଛି। ବାଂଲାଦେଶ ଏପର୍ଯ୍ୟନ୍ତ କୌଣସି ପଏଣ୍ଟ ଅର୍ଜନ ନ କରି ଟେବୁଲର ସର୍ବନିମ୍ନ ସ୍ଥାନରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଫର୍ମ ଫେରିବା ସଙ୍କେତ ଦେଲେ କୋହଲି

କେପ୍‌ ଟାଉନ,୧୩।୧: ଭାରତୀୟ ଟେଷ୍ଟ ଅଧିନାୟକ ବିରାଟ କୋହଲି ଏଠାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚାଲିଥିବା ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ୍‌ରେ ଫର୍ମକୁ ଫେରିଥିବା ସଙ୍କେତ...

ପିଏସ୍‌ଜି ସହ ରହିବେ ନେମାର

ପ୍ୟାରିସ,୧।୯(ଏଏଫ୍‌ପି): ବ୍ରାଜିଲ ଷ୍ଟାର ଫରଓ୍ବାର୍ଡ ନେମାର ଜୁନିୟରଙ୍କ ସହ ଚୁକ୍ତି କରିବାରେ ବିଫଳ ହୋଇଛି ଲା ଲିଗା ଲିଗ୍‌ ଚାମ୍ପିୟନ ବାର୍ସିଲୋନା। ଫଳରେ ସେ ଗତ...

ନୂଆ ଲୁକ୍‌ରେ ଧୋନୀ: ପ୍ରଶଂସକ ଖୋଜୁଛନ୍ତି କାରଣ…

ନୂଆଦିଲ୍ଲୀ,୨୦।୮: ଲମ୍ବା କେଶ ହେଉ କି ସାଧୁ ବେଶ, ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ତାଙ୍କର ମେକ୍‌ଓଭରକୁ ନେଇ ଜଣାଶୁଣା। ଆଇପିଏଲ୍‌ର...

ଟସ୍‌ ଜିତିଲା ଇଂଲଣ୍ଡ

ବର୍ମିହାମ,୧୦।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତୃତୀୟ ଟି -୨୦ ଆଜି ନଟିଂହାମରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଇଂଲଣ୍ଡ ଅଧିନାୟକ ଜୋସ ବଟଲର୍‌ ଟସ ଜିତି...

ହାରୁଥିବା ବାଜି କିଭଳି ଜିତାଯାଏ, ଭାରତୀୟ ଖେଳାଳି ଜାଣନ୍ତି: ଇଂଲଣ୍ଡ କୋଚ୍‌

ନୂଆଦିଲ୍ଲୀ,୮।୯: ଇଂଲଣ୍ଡ କ୍ରିକେଟ ଟିମ୍‌ର ମୁଖ୍ୟ କୋଚ୍‌ କ୍ରିସ ସିଲଭରଉଡ୍‌ ଭାରତୀୟ କ୍ରିକେଟ ଟିମ୍‌ର ପ୍ରଶଂସା କରିଛନ୍ତି। ପ୍ରଥମ ଇନିଂସରେ ୯୯ରନ୍‌ରେ ପଛୁଆ ରହିବା ସତ୍ତ୍ୱେ...

ଡେବ୍ୟୁ ମ୍ୟାଚରେ ମାରିଥିଲେ ଶତକ, ଏବେ ଶ୍ରମିକ ଭାବେ କାର୍ଯ୍ୟ କରୁଛନ୍ତି ଏହି ଖେଳାଳି

କ୍ରିକେଟ ପଡିଆରେ ଦିନେ ମ୍ୟାକଗ୍ରାଥ, ବ୍ରେଟ ଲିଙ୍କ ଭଳି ବୋଲରଙ୍କ ମୁଣ୍ଡବିନ୍ଧାର କାରଣ ସାଜିଥିବା ଖେଳାଳି ଏବେ ଶ୍ରମିକ ଭାବେ କାର୍ଯ୍ୟ କରୁଛନ୍ତି। କଥାଟା ଆଶ୍ଚର୍ଯ୍ୟ...

ଅନ୍‌ଲାଇନ୍‌ ଚେସ: ନିିପୁନ ଚାମ୍ପିୟନ

ଭୁବନେଶ୍ୱର, ୧୯।୫(କ୍ରୀଡ଼ା ପ୍ରତିନିଧି)-ଏସ୍‌.ଆର୍‌. ଚେସ୍‌ ସେଣ୍ଟର ପକ୍ଷରୁ ତୃତୀୟ ଅନ୍‌ଲାଇନ୍‌ ଚେସ୍‌ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ୫ ରାଉଣ୍ଡ ବିଶିଷ୍ଟ ଏହି ପ୍ରତିଯୋଗିତାରେ ୪୬ ଖେଳାଳି...

ଧୋନୀ, ରାୟୁଡୁଙ୍କୁ ପଛରେ ପକାଇଲେ ରାହୁଲ

ରାଜକୋଟ,୧୭।୧- ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଦଳର ଉଇକେଟକିପର ବ୍ୟାଟ୍ସମ୍ୟାନ ଲୋକେଶ ରାହୁଲ ବିସ୍ଫୋରକ ୮୦ ରନ୍‌ର ଇନିଂସ ଖେଳିଥିଲେ। ଏହି ଅବସରରେ ସେ...

Advertisement
Archives

Model This Week