Posted inଖେଳ

ରମେଶ ପାଓ୍ବାର ମୁମ୍ବାଇ କୋଚ୍‌ ନିଯୁକ୍ତ

ମୁମ୍ବାଇ, ୧୦ା୨ (ପି.ଟି.)-ଫେବୃୟାରୀ ୨୦ରୁ ଆରମ୍ଭ ହେବାକୁ ଥିବା ବିଜୟ ହଜାରେ ଟ୍ରଫି ପାଇଁ ଭାରତର ପୂର୍ବତନ ଅଫ୍‌ ସ୍ପିନର ରମେଶ ପାଓ୍ବାରଙ୍କୁ ମୁମ୍ବାଇ କ୍ରିକେଟ ଦଳର କୋଚ ଭାବେ ନିଯୁକ୍ତି ଦିଆଯାଇଛି। ମୁମ୍ବାଇ କ୍ରିକେଟ ଆସୋସିଏଶନ (ଏମ୍‌ସିଏ) ସମ୍ପାଦକ ସଞ୍ଜୟ ନାୟକ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି। ପୂର୍ବତନ ଘରୋଇ କ୍ରିକେଟର ଅମିତ୍‌ ପାଗ୍‌ନିସଙ୍କୁ ପ୍ରଥମେ ମୁମ୍ବାଇ କୋଚ୍‌ ଭାବେ ନିଯୁକ୍ତି ଦିଆଯାଇଥିଲା। ମାତ୍ର ସୟଦ ମୁସ୍ତାକ ଅଲୀ ଟ୍ରଫିରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ ସେ ତାଙ୍କ ପଦ ତ୍ୟାଗ କରିଥିଲେ। ୪୨ ବର୍ଷୀୟ ପାଓ୍ବାର ଭାରତ ତରଫରୁ ୨ ଟେଷ୍ଟ ଏବଂ ୩୧ ଅନ୍ତର୍ଜାତୀୟ ଦିନିକିଆ ଖେଳିଛନ୍ତି। ସେ ଜାତୀୟ ମହିଳା ଦଳର କୋଚ୍‌ ଥିଲେ। ବେଙ୍ଗାଲୁରୁସ୍ଥିତ ନ୍ୟାଶନାଲ କ୍ରିକେଟ ଏକାଡେମୀରେ ମଧ୍ୟ ସେ କାର୍ଯ୍ୟକରିଛନ୍ତି। ବିଜୟ ହଜାରେ ଟ୍ରଫି ହେଉଛି ୫୦ ଓଭର ବିଶିଷ୍ଟ ଘରୋଇ ଟୁର୍ନାମେଣ୍ଟ। ଦିଲ୍ଲୀ, ମହାରାଷ୍ଟ୍ର, ହିମାଚଳ ପ୍ରଦେଶ, ରାଜସ୍ଥାନ ଏବଂ ପଣ୍ଡିଚେରୀ ସହ ମୁମ୍ବାଇ ଏଲିଟ୍‌ ଗ୍ରୁପ୍‌ ଡି’ରେ ସ୍ଥାନ ପାଇଛି। ମୁମ୍ବାଇର ମ୍ୟାଚଗୁଡ଼ିକ ଜୟପୁରରେ ଖେଳାଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କ୍ରିକେଟ୍‌କୁ ଫେରିବା ପାଇଁ ମ୍ୟାକ୍ସଓ୍ବେଲ୍‌ଙ୍କ ପ୍ରସ୍ତୁତି

ମେଲବୋର୍ନ, ୬।୧୨ (ପି.ଟି.)- ଅଷ୍ଟ୍ରେଲିଆ କ୍ରିକେଟ୍‌ ପାଇଁ ଖୁସି ଖବର। ବିସ୍ଫୋରକ ବ୍ୟାଟ୍ସମ୍ୟାନ ଗ୍ଲେନ ମ୍ୟାକ୍ସଓ୍ବେଲ କ୍ରିକେଟ୍‌କୁ ପ୍ରତ୍ୟାବର୍ତ୍ତନ ଲାଗି ଅଭ୍ୟାସ ଆରମ୍ଭ କରିଦେଇଛନ୍ତି। ମାନସିକ...

ପନ୍ତଙ୍କ ୫ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ତିଳକ

ମୁମ୍ବାଇ,୨୨।୫: ଆଇପିଏଲ୍‌ ୨୦୨୨ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ନିରାଶଜନକ ରହିଥିଲେ ହେଁ ଦଳର କିଛି ଖେଳାଳି ନିଜର ବ୍ୟକ୍ତିଗତ ପ୍ରଦର୍ଶନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ସେଥିରୁ...

ଓ୍ବେଷ୍ଟଇଣ୍ଡିଜର ସମସ୍ତ ଖେଳାଳି ଖେଳିବେ

ବାଙ୍ଗାଲୁରୁ,୧୪।୨: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ମେଗା ଅକ୍‌ଶନର ଦିନକ ପରେ ଓ୍ବେଷ୍ଟଇଣ୍ଡିଜର ପ୍ରତ୍ୟେକ ଖେଳାଳି ଆସନ୍ତା ସଂସ୍କରଣରେ ଖେଳିବେ। ଏହା ସ୍ପଷ୍ଟ କରିଛି କ୍ରିକେଟ...

ଆଇପିଏଲ୍‌ରେ ସବୁଠୁ ଲମ୍ବା ଛକା କିଏ ମାରିଛନ୍ତି ଜାଣନ୍ତି

ମୁମ୍ବାଇ,୪।୫: ଚଳିତ ଆଇପିଏଲ ସିଜିନରେ ପଞ୍ଜାବ କିଙ୍ଗ୍ସର ଲିଆମ ଲିଭିଙ୍ଗଷ୍ଟୋନ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଦୀର୍ଘତମ ଛକା ମାରିଛନ୍ତି। ଲିଭିଙ୍ଗଷ୍ଟୋନ ୧୧୭ ମିଟର ଲମ୍ବା ଛକା...

ଲଢୁଆ ବ୍ୟାଟିଂ ସତ୍ତ୍ୱେ ୨୦ ରନରେ ହାରିଲା ନ୍ୟୁଜିଲାଣ୍ଡ…

ମେଲବୋର୍ନ,୧।୧୧: ଟି-୨୦ ବିଶ୍ୱକପର ୩୩ତମ ମ୍ୟାଚରେ ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଲଢୁଆ ବ୍ୟାଟିଂ ସତ୍ତ୍ୱେ ନ୍ୟୁଜିଲାଣ୍ଡ ହାରିଛି। ଧାର୍ଯ୍ୟ ୧୮୦ ରନ୍‌ର...

ୟୁଏସ୍‌ ଓପନ ମୁଖ୍ୟ ପର୍ଯ୍ୟାୟରେ ନାଗାଲ

ନ୍ୟୁୟର୍କ,୨୪।୮(ପିଟି): ଭାରତୀୟ ଟେନିସ ଖେଳାଳି ସୁମିତ ନାଗାଲ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଖେଳିବାର ସ୍ବପ୍ନ ପୂରା କରିଛନ୍ତି। ସିଜନର ଅନ୍ତିମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ୟୁଏସ୍‌ ଓପନର ମୁଖ୍ୟ...

ଗର୍ଲଫ୍ରେଣ୍ଡଙ୍କୁ ବିହାହ କରିଥିଲେ ଏହି ପ୍ରସିଦ୍ଧ ମହିଳା କ୍ରିକେଟର୍‌: ଏବେ ହେବେ ମା’

ବ୍ରିସ୍‌ବେନ୍‌,୧୨।୮: ଅଷ୍ଟ୍ରେଲିଆର ମହିଳା କ୍ରିକେଟ ଦଳର ଦ୍ରୁତ ବୋଲର ମେଗାନ ଶୁଟ୍‌ ଗର୍ଭବତୀ ଅଛନ୍ତି। ନିକଟରେ ସେ ତାଙ୍କ ମହିଳା ସାଥୀ ଜେସ ହୋଲିଓକେ ସହ...

ଆଇସିସି ଟି -୨୦ ର଼୍ୟାଙ୍କିଙ୍ଗ: ଶୀର୍ଷରେ ସୂର୍ଯ୍ୟକୁମାର ଯାଦବ

ନୂଆଦିଲ୍ଲୀ,୨୭।୪: ଭାରତୀୟ କ୍ରିକେଟ ଦଳ ଏବଂ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ ଫର୍ମକୁ ଫେରିଛନ୍ତି। ଯଦିଓ, ସୂର୍ଯ୍ୟକୁମାର ଯାଦବ ଦୀର୍ଘ ଦିନ ଧରି...

Advertisement
Archives

Model This Week