ନାଗାର୍ଜୁନଙ୍କ ଫେରିବା ବାଟକୁ ଚାହିଁ ବସିଛନ୍ତି ପରିବାର: ଉତ୍ତରାଖଣ୍ଡ ହିମସ୍ଖଳନ

ଭଦ୍ରକ ଅଫିସ, ୧୦ା୨- ଉତ୍ତରାଖଣ୍ଡରେ ହିମସ୍ଖଳନ ଯୋଗୁ ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ବାଂଶଡ଼ା ଥାନା ଅନ୍ତର୍ଗତ ଯଶିପୁର ପଞ୍ଚାୟତ କୁଦକାନ୍ଥି ଗ୍ରାମର ରବୀନ୍ଦ୍ର ଦାସଙ୍କ ପୁଅ ନାଗାର୍ଜୁନ ନିଖୋଜ ଥିବା ସୂଚନା ମିଳିଛି। ଏନେଇ ପରିବାର ଲୋକେ ନାନା ଆଶା ଆଶଙ୍କାରେ ଦିନ କାଟୁଛନ୍ତି। ମା’,ବାପା, ସ୍ତ୍ରୀ, ଆତ୍ମୀୟସ୍ବଜନ ଏବଂ ଗ୍ରାମବାସୀ ତାଙ୍କ ଫେରିବା ବାଟକୁ ଚାହିଁ ରହିଛନ୍ତି। ଅଞ୍ଚଳବାସୀ ଦୁଃଖରେ ମ୍ରିୟମାଣ ହୋଇ ପଡ଼ିଛନ୍ତି।


ଉତ୍ତରାଖଣ୍ଡରେ ଥିବା ଋଷୀଗଙ୍ଗା ପାୱାର ପ୍ରକଳ୍ପରେ ଅଧୀନ ତପୋବନରେଣୀ ବ୍ୟାରେଜରେ ସେ ଇଲେକ୍ଟ୍ରିସିଆନ ଭାବେ କାର୍ଯ୍ୟ କରୁଥିଲେ। ରବିବାର ହୋଇଥିବା ହିମସ୍ଖଳନରେ ଶତାଧିକ ଶ୍ରମିକ ନିଖୋଜ ଥିବା ବେଳେ ନାଗାର୍ଜୁନଙ୍କ ପତ୍ତା ମିଳୁ ନ ଥିବା କଥା ତାଙ୍କ ପରିବାର ଲୋକେ ଜାଣିବାକୁ ପାଇଥିଲେ। ନାଗାର୍ଜୁନଙ୍କ ସ୍ତ୍ରୀ ଲିପିସ୍ମିତା ଫୋନ ଯୋଗେ ତପୋବନ ରେଣୀ ବ୍ୟାରେଜ ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ। ନନ୍ଦାଦେବୀ ହିମଖଣ୍ଡର ସ୍ଖଳନ ଯୋଗୁ ଅଳକାନନ୍ଦା ଓ ଧଉଳିଗଙ୍ଗା ନଦୀରେ ଆକସ୍ମିକ ବନ୍ୟା ଆସିବାରୁ ବହୁ ଶ୍ରମିକ ନିଖୋଜ ହୋଇଥିବା କଥା ବ୍ୟାରେଜ ଅଧିକାରୀ କହିଥିଲେ। ଉତ୍ତରାଖଣ୍ଡ ସରକାର ଜାରି କରିଥିବା ହେଲପ୍‌ ଲାଇନ ନମ୍ବରରେ ଯୋଗାଯୋଗ କରିବାରୁ ତାଙ୍କ ନିକଟରେ ଭାସିଯାଇଥିବା ଅଥବା ପ୍ରାଣ ହରାଇଥିବା ସମସ୍ତ ଶ୍ରମିକଙ୍କ ଖବର ନାହିଁ ଏବଂ ଖୁବ୍‌ଶୀଘ୍ର ସେମାନେ ସମସ୍ତ ଶ୍ରମିକଙ୍କୁ ଠାବ କଲାପରେ ସମ୍ପୃକ୍ତ ରାଜ୍ୟ ସରକାରଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯିବ ବୋଲି କହିଥିବା ନାଗାର୍ଜୁନଙ୍କ ପରିବାର ଲୋକେ ପ୍ରକାଶ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, କିଛି ଦିନ ତଳେ ନାଗାର୍ଜୁନ ବିବାହ କରିଥିବା ବେଳେ ତାଙ୍କର ୩ ମାସର ଗୋଟିଏ ପୁଅ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୬ ଯାଏ ବଢ଼ିଲା ବିଜୁ ସେତୁ ଯୋଜନା ଅବଧି

ଭୁବନେଶ୍ୱର,୨୪ା୪(ବ୍ୟୁରୋ)-ରାଜ୍ୟ ସରକାର ବିଜୁ ସେତୁ ଯୋଜନାକୁ ୨୦୨୫-୨୬ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ ରାଜ୍ୟ...

କାଳିଆହତା ଫରେଷ୍ଟ ବିଟ ଅଞ୍ଚଳରେ ୪ ହାତୀଙ୍କ ଉପଦ୍ରବ: ଘର ଭାଙ୍ଗିବା ସହ ଧାନ ଚାଉଳ ଖାଇଥିବା ଅଭିଯୋଗ

ତେଲକୋଇ, ୩।୯(ଡି.ଏନ.ଏ.)-ତେଲକୋଇ ବନାଞ୍ଚଳ ଅଧୀନର କାଳିଆହତା ଫରେଷ୍ଟ ବିଟ ଅଞ୍ଚଳରେ ହାତୀ ପଲ ଘର ଭାଙ୍ଗିଛନ୍ତି। ଉକ୍ତ ଅଞ୍ଚଳର ରାଇସୁଆ ପଞ୍ଚାୟତ ଅଧୀନ ନୂଆଗାଁରେ ଗତ...

ବାର୍‌ହା ଆକ୍ରମଣରେ ମହିଳା ଗୁରୁତର

ନୟାଗଡ଼ ଅଫିସ,୨୧ା୪: ଓଡ଼ଗାଁ ଥାନା ପେଟେଇଚଣ୍ଡୀ ମନ୍ଦିର ପଛପଟେ ଥିବା କାଜୁ ଜଙ୍ଗଲରେ ଶନିବାର ବାର୍‌ହା ଆକ୍ରମଣ ଜଣେ ମହିଳା ଗୁରୁତର ହୋଇଛନ୍ତି। ସେ ହେଲେ...

ରୋଗୀଙ୍କୁ ମିଳୁନି ଚିକତ୍ସା ସେବା

କପ୍ତିପଦା,୨୯ା୭(ଡି଼.ଏନ୍‌.ଏ)- ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ ଅଞ୍ଚଳରେ ସ୍ବାସ୍ଥ୍ୟସେବା ବିପଯର୍‌ୟସ୍ତ ହୋଇପଡିଛି। ଡାକ୍ତରଙ୍କ ଅଭାବ ସାଙ୍ଗକୁ ପରିଚାଳନାଗତ ଅବ୍ୟବସ୍ଥା କପ୍ତିପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ସବୁବେଳେ ଚର୍ଚ୍ଚାରେ...

ବିସ୍ଥାପିତଙ୍କ ଆନ୍ଦୋଳନ, କୋଇଲା ଉତ୍ପାଦନ ବାଧାପ୍ରାପ୍ତ

ଲଖନପୁର,୨୪।୫(ଡି.ଏନ୍‌.ଏ) ମହାନଦୀ କୋଲ୍‌ଫିଲ୍ଡ ଲିମିଟେଡ୍‌ (ଏମ୍‌ସିଏଲ୍‌) ଲଖନପୁର ଖୋଲାମୁହଁ କୋଇଲାଖଣି ଦ୍ୱାରା ବିସ୍ଥାପିତ ହୋଇଥିବା ଉବୁଡା ଗ୍ରାମର ୩ ପରିବାର ଚାକିରି ଓ କ୍ଷତିପୂରଣ ଦାବିରେ...

ମହିଳା ଖବରଦାତାଙ୍କୁ ଆକ୍ରମଣ ଘଟଣା : ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ବ୍ରହ୍ମଗିରି,୩୧ା୧୨(ଡି.ଏନ୍‌.ଏ.): ଭୁବନେଶ୍ୱରରେ କାର୍ଯ୍ୟରତ ଜଣେ ମହିଳା ଖବରଦାତାଙ୍କୁ ଆକ୍ରମଣ ଘଟଣାରେ ସୋମବାର ବ୍ରହ୍ମଗିରି ପ୍ରେସ କ୍ଲବ ପକ୍ଷରୁ ନିନ୍ଦା କରାଯାଇଛି। ଏହା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ...

ରାଜ୍ୟରେ ୧୨,୮୮,୨୧୦ ଛୁଇଁଲାଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ଆଜି ୮ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୯ା୫(ବ୍ୟୁରୋ): ରାଜ୍ୟରୁ ସୋମବାର ୮ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୮,୨୧୦ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ...

ଉଜୁଡ଼ିଲାଣି କୋବି ଫସଲ, ଚିନ୍ତାରେ ଚାଷୀ

ରସୁଲପୁର,୧।୧୨(ଡି.ଏନ.ଏ.): ଏଥର ପରିବା ଫସଲ ପାଇଁ ପାଗ ଅନୁକୂଳ ରହିଛି। ମାତ୍ର ପରିବେଶର ତାପମାତ୍ରାରେ ଅସମ୍ଭବ ଧରଣର ପରିବର୍ତ୍ତନ ପରିବା ଫସଲରେ ନୂଆ ରୋଗପୋକ ସୃଷ୍ଟି...

Advertisement
Archives

Model This Week