ହ୍ବିଲଚେୟାରରେ ବିଶ୍ୱ ରେକର୍ଡ

ଭୁବନେଶ୍ୱର,୧୭।୧ (ସ୍ପୋଟର୍‌ସ ବ୍ୟୁରୋ): ରାଜ୍ୟର ଜଣାଶୁଣା ହ୍ବିଲଚେୟାର ମାରାଥନର କମଳାକାନ୍ତ ନାୟକ ବିଶ୍ୱ ରେକର୍ଡ କରିଛନ୍ତି। ୨୮ ବର୍ଷୀୟ କମଳାକାନ୍ତ ଶନିବାର ଅପରାହ୍ନ ୩ଟାରୁ ରବିବାର ଅପରାହ୍ନ ୩ଟା ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ମାନୁଆଲ ହ୍ବିଲଚେୟାରରେ ୨୧୩ କି.ମି. ଅତିକ୍ରମ କରି ଏହି ସଫଳତା ପାଇଛନ୍ତି। ପୂର୍ବରୁ ୨୦୦୭ ଡିସେମ୍ବର ୩-୪ରେ ପର୍ତ୍ତୁଗାଲର ପାରାଲିମ୍ପିକ୍‌ ଆଥଲେଟ୍‌ ମାରିଓ ଟ୍ରିନାଡେଡ୍‌ ସେଠାକାର ଭିଲେରାଲ ଷ୍ଟାଡିୟମରେ ୨୪ ଘଣ୍ଟା ମଧ୍ୟରେ ୧୮୨.୪ କି.ମି. ଅତିକ୍ରମ କରି ବିଶ୍ୱରେକର୍ଡ ସ୍ଥାପନ କରିଥିଲେ। ପୁରୀ ଜିଲା ବ୍ରହ୍ମଗିରିର କମଳାକାନ୍ତ ସେହି ରେକର୍ଡକୁ ଭାଙ୍ଗି ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ତାଙ୍କର ଏହି ବିରଳ ସଫଳତା ଦେଶ ତଥା ରାଜ୍ୟ ପାଇଁ ଗୌରବ ଆଣିଦେଇଛି।

ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକରୁ ରାଜମହଲ ଛକ ପର୍ଯ୍ୟନ୍ତ ସାଇକେଲ ଟ୍ରାକ୍‌ ପଏଣ୍ଟରେ କମଳାକାନ୍ତ ତାଙ୍କର ଏହି ସଫଳ ହ୍ବିଲଚେୟାର ଯାତ୍ରା କରିଥିଲେ। ତାଙ୍କୁ ଉତ୍ସାହିତ କରିବା ପାଇଁ ବହୁ କ୍ରୀଡ଼ାପ୍ରେମୀ ଉପସ୍ଥିତ ଥିଲେ। ନିଜ ସଫଳତାରେ ସେ ଖୁସି ବ୍ୟକ୍ତ କରିଛନ୍ତିି। ବହୁ ବର୍ଷ ଧରି ଏଥିପାଇଁ ଅଭ୍ୟାସ କରି ଆସୁଥିଲେ। ଆଉ କେତୋଟି ଔପଚାରିକତା ପରେ ତାଙ୍କର ଏହି ସଫଳତା ଗିନିଜ ଓ୍ବାଲର୍‌ଡ ରେକର୍ଡରେ ସ୍ଥାନ ପାଇବ ବୋଲି ଆଶା କରାଯାଉଛି। ଓଡ଼ିଶା ହ୍ବିଲଚେୟାର ବାସ୍କେଟବଲ ଆସୋସିଏଶନ ଓ ତାଙ୍କ ଟିମ୍‌ ବେଟରଲାଇଫ୍‌ ଫାଉଣ୍ଡେଶନ କମଳାକାନ୍ତଙ୍କ ଏହି ସଫଳତା ମାଧ୍ୟମରେ ଦିବ୍ୟାଙ୍ଗ ସମାଜକୁ ‘ଲାଇଫ୍‌ ଇଜ୍‌ ପସିବୁଲ’ ନାମରେ ଏକ ସକାରାତ୍ମକ ବାର୍ତ୍ତା ଦେଇଛି। ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ ଏହି ଅଭିନବ ପ୍ରୟାସ ପାଇଁ ତାଙ୍କୁ ସହାୟତାର ହାତ ବଢ଼ାଇଥିଲା। କମଳାକାନ୍ତଙ୍କ ଅଭିଯାନ ଆରମ୍ଭ ପୂର୍ବରୁ ରାଜ୍ୟ ଭିନ୍ନକ୍ଷମ କମିଶନର ସୁଲୋଚନା ଦାସ, ଅଭିନେତା ସବ୍ୟସାଚୀ ମିଶ୍ର, ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା, ବିଧାୟକ ଅନନ୍ତ ନାରାୟଣ ଜେନା ଅତିଥିଭାବେ ଯୋଗଦେଇ କମଳାକାନ୍ତଙ୍କୁ ଉତ୍ସାହିତ କରିଥିଲେ।
ଉଲ୍ଲେଖଥାଉ କି, ମେରୁଦଣ୍ଡରେ ଆଘାତ ପାଇବା ପରେ କମଳାକାନ୍ତ ଅଣ୍ଟା ତଳକୁ ପକ୍ଷାଘାତର ଶିକାର ହୋଇଥିଲେ। ତେବେ ସେ ଏଥିରେ ହାର ମାନି ନ ଥିଲେ। ଏହା ପୂର୍ବରୁ ସେ ଓଡ଼ିଶା ସରକାରଙ୍କ ସୋସିଆଲ ସିକ୍ୟୁରିଟି ଆଣ୍ଡ ଏମ୍ପାଓ୍ବାରମେଣ୍ଟ ଅଫ୍‌ ପର୍ସନ୍ସ (ଏସ୍‌ଏସ୍‌ଇପିଡି) ବିଭାଗ ଦ୍ୱାରା କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଆବିଲିଟି ମାରାଥନରେ ଅଂଶଗ୍ରହଣ କରିଥିଲେ। ଏହାପରେ ଦେଶର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ମାରାଥନରେ ଭାଗ ନେଇଆସୁଛନ୍ତି ଏହି ଦିବ୍ୟାଙ୍ଗ ଆଥଲେଟ୍‌। ସେ ଏକମାତ୍ର ଭାରତୀୟ ଭାବେ ୧୫ ଘଣ୍ଟା ମଧ୍ୟରେ ୧୩୯.୫୭ କି.ମି. ବିଶିଷ୍ଟ ହ୍ବିଲଚେୟାର ଅଲଟ୍ରା ମାରାଥନକୁ ଅତିକ୍ରମ କରିଥିଲେ। ସେହିପରି ୧୬ ଥର ହାଫ୍‌ ମାରାଥନ (୨୧ କି.ମି.) ଏବଂ ୧୩ ଥର ଫୁଲ୍‌ ମାରାଥନ (୪୨ କି.ମି.) ରନର ଭାବେ ପ୍ରସିଦ୍ଧି ହାସଲ କରିଛନ୍ତି। ସେ ଓଡ଼ିଶା ହ୍ବିଲଚେୟାର ବାସ୍କେଟବଲ ଦଳର ଅଧିନାୟକ ମଧ୍ୟ ରହିଛନ୍ତି। ୨୦୨୦ରେ କମଳାକାନ୍ତ ହ୍ବିଲଚେୟାରରେ ୪୨୦୦ କି.ମି. ଯାତ୍ରା କରିବାର ରେକର୍ଡ କରିଛନ୍ତି। ଏହାସହ ଜାତୀୟ ପାରା ଆଥଲେଟିକ ଚାମ୍ପିୟନଶିପ୍‌ ଓ ଜାତୀୟ ହ୍ବିଲଚେୟାର ଫେନ୍ସିଂ ଚାମ୍ପିୟନଶିପ୍‌ରେ ଦୁଇଥର ଲେଖାଏ ଭାଗ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧାନକିଣା: ଟୋକନ ଅପେକ୍ଷାରେ ଚାଷୀ

ପଦ୍ମପୁର,୨୨।୧୨(ପ୍ରଦୀପ୍ତ ଦାଶ):ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡରେ ମଣ୍ଡି ଖୋଲିବାର ୨୫ ଦିନ ବିତିଯାଇଛି। ମାତ୍ର ଅଧିକାଂଶ ଚାଷୀଙ୍କ ପାଖରେ ଏଯାଏ ଟୋକନ ପହଞ୍ଚି ପାରିନାହିଁ। ଯେଉଁ...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ବରଗଡ଼ ଧନୁଯାତ୍ରା ମହୋତ୍ସବ: ସାଜସଜ୍ଜାରେ ଆଗୁଆ, ପ୍ରଚାରରେ ପଛୁଆ

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ। ଏହି ମହୋତ୍ସବର ଭିନ୍ନ ଏକ ପରିଚୟ ରହିଛି। ଅନେକ ସ୍ଥାନରେ ଏବେ ଧନୁଯାତ୍ରା ଚାଲିଛି। ହେଲେ...

୧.୩ ଲକ୍ଷ ଘର ଅନ୍ଧାରରେ: ଚିନ୍ତାରେ ସରକାର

ସାନ୍‌ ଫ୍ରାନ୍ସିସ୍କୋ,୨୨ା୧୨:ସାନ୍‌ ଫ୍ରାନ୍ସିସ୍କୋରେ ବିଜୁଳି ବିଭ୍ରାଟରୁ ୧ ଲକ୍ଷ ୩୦ ହଜାର ଘର ଏବଂ ବ୍ୟବସାୟ ପ୍ରତିଷ୍ଠାନ ଅନ୍ଧାରରେ ରହିଥିବା ପାସିଫିକ୍‌ ଗ୍ୟାସ୍‌ ଆଣ୍ଡ ଇଲେକ୍ଟ୍ରିକ୍‌...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ଘରୁ ଖାଦ୍ୟ ନେଇଗଲେ ଆତଙ୍କବାଦୀ: ଜଙ୍ଗଲକୁ ଘେରାବନ୍ଦୀ

ଜମ୍ମୁ,୨୨ା୧୨:ଜମ୍ମୁ-କଶ୍ମୀରର ଉଧାମପୁର ଜିଲା ଅନ୍ତର୍ଗତ ଏକ ଗ୍ରାମରେ ଆତଙ୍କବାଦୀମାନେ ଜଣକ ଘରେ ପଶି ଖାଦ୍ୟ ନେଇ ଜଙ୍ଗଲ ମଧ୍ୟକୁ ଖସି ପଳାଇଥିବା ସୂଚନା ମିଳିଛି। ସେମାନଙ୍କୁ...

ଭିତ୍ତିଭୂମି ଅଛି, ଚାଷୀଙ୍କ ଆଗ୍ରହ ନାହିଁ

ଭଣ୍ଡାରିପୋଖରୀ,୨୨।୧୨ (ରାଜେନ୍ଦ୍ର ଶତପଥୀ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକରେ ଆଳୁଚାଷ ପାଇଁ ଉପଯୋଗୀ ୮ଶହ ହେକ୍ଟର ଉର୍ବର ପଟୁ ମାଟି ମିଶା ଦୋରସା ଚାଷଜମି ରହିଛି।...

ଭାଜପାକୁ ନେଇ ଗୁମର ଖୋଲିଦେଲେ RSS ନେତା ମୋହନ ଭାଗବତ: ଦେଶରେ ହଲଚଲ

ନୂଆଦିଲ୍ଲୀ,୨୨ା୧୨:ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)ର କୌଣସି ରାଜନୈତିକ କାର୍ଯ୍ୟସୂଚୀ ନାହିଁ। ଭାଜପା ଚଷମାରେ ଏହି ସଂଗଠନକୁ ଦେଖିବା ବଡ଼ ଭୁଲ୍‌ ବୋଲି ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri