Posted inଫୁରସତ

ହିମାଳୟର ୧୮ ହଜାର ଫୁଟ୍‌ ଉଚ୍ଚରୁ ଡେଇଁ ବିଶ୍ୱ ରେକର୍ଡ

କାଠମାଣ୍ଡୁ: ବିଶ୍ବରେ ଏପରି ବହୁ ସାହସୀ ଲୋକ ଅଛନ୍ତି ଯେଉଁମାନେ ନିଜ ନାମକୁ ପ୍ରସିଦ୍ଧ କରିବା ପାଇଁ ବିଭିନ୍ନ ଆଶ୍ଚର୍ଯ୍ୟଜନକ କାରନାମା କରି ଦେଖାଇଥାନ୍ତି। ଏହି କ୍ରମରେ ବ୍ରିଟେନର ଜୋଶୁଆ ବ୍ରେଗ୍‌ମେନ୍‌(୩୪) ନାମକ ଜଣେ ବ୍ୟକ୍ତି ନେପାଳସ୍ଥିତ ହିମାଳୟ ପର୍ବତର ୫,୭୧୭ ମିଟର (୧୮,୭୫୩ ଫୁଟ) ଉଚ୍ଚରୁ ସଫଳତାର ସହ ସ୍କାଇ-ବେସ୍‌ ଜମ୍ପ କରି ଏକ ନୂତନ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ସର୍ବୋଚ୍ଚ ଉଚ୍ଚତାରୁ ସ୍କାଇ-ବେସ୍‌ ଜମ୍ପ କରିଥିବାରୁ ତାଙ୍କର ନାମ ଗିନିଜ୍‌ ବୁକ୍‌ ଅଫ୍‌ ଓ୍ବାର୍ଲଡ ରେକର୍ଡସ୍‌ରେ ସ୍ଥାନିତ ହୋଇଛି। ୨୦୧୯ରୁ ଫ୍ରାନ୍ସର ମାଥିଆସ ଗିରୌଦ୍‌ଙ୍କ ନାମରେ ଏହି ରେକର୍ଡ ରହିଆସିଥିଲା।
ସ୍କାଇ-ବେସ୍‌ ଜମ୍ପିଂରେ ଉଭୟ ସ୍କାଇଂ ଏବଂ ବେସ୍‌ ଜମ୍ପିଂ କ୍ରୀଡ଼ା ଏକତ୍ର ଭାବେ ହୋଇଥାଏ। ଏଥିରେ ବ୍ୟକ୍ତି ପ୍ରଥମେ କିଛି ଦୂର ପାଇଁ ପର୍ବତ ଉପରେ ସ୍କାଇଂ କରନ୍ତି ଏବଂ ତା’ପରେ ସେଠାରୁ ଡେଇଁପଡ଼ନ୍ତି। ସର୍ବଦା ଦୁଃସାହସିକ କାର୍ଯ୍ୟକୁ ଭଲ ପାଉଥିବା ଜୋଶୁଆ ସ୍କାଇଂ କରିବା ପରେ ପାରାଶୁଟ୍‌ ବ୍ୟବହାର କରି ଶନିବାର ଭୂମିରେ ଅବତରଣ କରିଛନ୍ତି। ଏହି ବିଶ୍ୱ ରେକର୍ଡ ଦ୍ୱାରା ମିଳିଥିବା ଅର୍ଥ ମାଧ୍ୟମରେ ଜୋଶୁଆ ନେପାଳରେ ମାନବ ଚାଲାଣ ସମସ୍ୟା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ କାର୍ଯ୍ୟ କରିବେ ବୋଲି କହିଛନ୍ତି। ଜୋଶୁଆ କହିଛନ୍ତି, ଏହି ରେକର୍ଡ ପ୍ରସ୍ତୁତ କରିବା ପାଇଁ ତାଙ୍କୁ ଓ ତାଙ୍କର ସହଯୋଗୀମାନଙ୍କୁ ଗତ ୨ ସପ୍ତାହ ଧରି କଠିନ ପରିଶ୍ରମ କରିବାକୁ ପଡ଼ିଥିଲା। ଅମ୍ଳଜାନର ଅଭାବ, ନିରନ୍ତର ମୁଣ୍ଡବିନ୍ଧା ଏବଂ ପ୍ରାୟ ୬ ହଜାର ମିଟର ଉଚ୍ଚରେ ଶୋଇବା ଯୋଗୁ ତାଙ୍କ ଶରୀର ଦୁର୍ବଳ ହୋଇଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରାବଣରେ ଶାହରୁଖ ଖାନ୍‌ଙ୍କ ଘରୁ ବାହାରିଲା ସାପ ଯୋଡ଼ି: ଜାଣନ୍ତୁ ଘରେ ସାପ ଆସିବା କେଉଁ ସଙ୍କେତ ଦିଏ…

ହିନ୍ଦୁ ଧର୍ମୀୟ ଶାସ୍ତ୍ରରେ ସାପକୁ ପୂଜନୀୟ ମନେ କରାଯାଏ। ଭଗବାନ ଶିବ ମଧ୍ୟ ନିଜ ବେକରେ ନାଗକୁ ଧାରଣ କରିଥିବାରୁ ନାଗଙ୍କୁ ନେଇ ଧାର୍ମିକ ମାନ୍ୟତା ରହିଛି।…

ଇଣ୍ଡୋନେସିଆରେ ପୁଣି ୫.୭ ତୀବ୍ରତାର ଭୂମିକମ୍ପ

ଜାକର୍ତ୍ତା,୨୦।୮: ଇଣ୍ଡୋନେସିଆର ରୁଟେଙ୍ଗ ନିକଟରେ ୫.୭ ତୀବ୍ରତାର ଭୂମିକମ୍ପ ହୋଇଛି। USGS ଅନୁଯାୟୀ, ଏହାର କେନ୍ଦ୍ରସ୍ଥଳ ରୁଟେଙ୍ଗର ପ୍ରାୟ ୩୨ କିଲୋମିଟର ଉତ୍ତର-ଉତ୍ତରପୂର୍ବ (NNE) ରେ ୧୦…

ଉସେନ ବୋଲ୍ଟଙ୍କୁ ପଛରେ ପକାଇଦେବ ରୋବୋ ‘ସୁପରମ୍ୟାନ୍‌’: ଡେଇଁପାରିବ ୨ ମିଟର

ବେଜିଂ,୨୦ା୮:ଚାଇନାର ପ୍ରସିଦ୍ଧ ରୋବୋଟିକ୍ସ ସଂସ୍ଥା ‘ୟୁନିଟ୍ରି ରୋବୋଟିକ୍ସ’ ଏକ ନୂଆ ହ୍ୟୁମାନଏଡ୍‌ (ମଣିଷ ଭଳି ଦିଶୁଥିବା) ରୋବୋ ପ୍ରସ୍ତୁତ କରିଛି, ଯାହା ମାନବୀୟ ଶାରୀରିକ ଦକ୍ଷତାର ସମସ୍ତ…

GEN-Z ,ଆଲ୍ଫାଙ୍କ ମନ ଜିତିବାକୁ ମୋଦି ସରକାରଙ୍କ ମାଷ୍ଟରପ୍ଲାନ୍‌: କଲେ ଏମିତି କାମ, ଦେଶରେ ଚହଳ

ନୂଆଦିଲ୍ଲୀ,୨୦।୮: ଜନ୍ତର-ମନ୍ତରରେ ନିକଟରେ ହୋଇଥିବା ପ୍ରତିବାଦ ପରେ ଜେନ ଜି ଓ ଜେନ ଆଲ୍ଫା ପିଢ଼ିଙ୍କ ନିକଟରେ ପହଞ୍ଚିବା ପାଇଁ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଏକ…

ଚିନି ଦର ବଢ଼ିବା ପରେ ସରକାର ନେଲେ ବଡ଼ ପଦକ୍ଷେପ, ସେପ୍ଟେମ୍ବର ୧ରୁ …

ନୂଆଦିଲ୍ଲୀ,୨୦।୮: ଭାରତ ବିଶ୍ୱରେ ଚିନିର ସବୁଠାରୁ ବଡ଼ ଉପଭୋକ୍ତା। ଅଗଷ୍ଟରୁ ନଭେମ୍ବର ମଧ୍ୟରେ ଗଣେଶ ଚତୁର୍ଥୀ, ଦଶହରା ଏବଂ ଦୀପାବଳି ଭଳି ପର୍ବପର୍ବାଣୀ ଯୋଗୁ ଚିନିର ଚାହିଦା…

୩ ରାଶି ହୋଇଯାଆନ୍ତୁ ସତର୍କ, ମାଡିଆସୁଛି ସଙ୍କଟ! ରକ୍ଷାବନ୍ଧନରେ ଘଟୁଛି ଏଭଳି ଯାହା କେବେ…

ରକ୍ଷାବନ୍ଧନ ଦିନ ଅର୍ଥାତ୍‌ ୨୮ ଅଗଷ୍ଟରେ ଆଂଶିକ ଚନ୍ଦ୍ରଗ୍ରହଣ ହେବ। ଜ୍ୟୋତିଷଙ୍କ ମତାନୁସାରେ, ଏହି ଗ୍ରହଣର ପ୍ରଭାବ କିଛି ରାଶିର ବ୍ୟକ୍ତିଙ୍କ ଉପରେ ପଡ଼ିପାରେ। ବିଶେଷକରି ମେଷ,…

ଭାଙ୍ଗିଗଲା ବିବାହ ସ୍ବପ୍ନ: ପ୍ରେମିକଙ୍କ ଆଗରେ ଏମିତି କାମ କଲେ ପ୍ରେମିକା

ରାଉରକେଲା,୨୦।୮(ସଙ୍ଗୀତା ଜେନା):ବିବାହ କରିବାକୁ ମନା କରିବାରୁ ଝିରପାଣି ଥାନା ଅନ୍ତର୍ଗତ ଝିରପାଣି ଭଟା ବସ୍ତିରେ ଗତ ୧୪ ତାରିଖ ସକାଳେ ଜଣେ ଯୁବତୀ ତାଙ୍କ ପ୍ରେମିକଙ୍କ ସମ୍ମୁଖରେ…

ଲୋକ ସଭା ଆସନକୁ ନେଇ ବଡ଼ ଗେମ୍‌ ଖେଳିବ କଂଗ୍ରେସ! ମୁଖ୍ୟମନ୍ତ୍ରୀ ବିଜୟଙ୍କ ପରି ଏକ ପ୍ରସ୍ତାବ ପାସ କରୁଛି

ନୂଆଦିଲ୍ଲୀ,୨୦।୮: କଂଗ୍ରେସ ବୁଧବାର ଦାବି କରିଥିଲା ଯେ ଆଗାମୀ ୨୫ ବର୍ଷ ପାଇଁ ୫୪୩ ଲୋକ ସଭା ଆସନର ବର୍ତ୍ତମାନର ସଂଖ୍ୟା ବଜାୟ ରଖାଯାଉ। ଦଳ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri