Posted inଫୁରସତ

ଆଜି ବିଶ୍ୱ ଜଳାତଙ୍କ ଦିବସ: ସଚେତନତା ପାଇଁ ସମ୍ମିଳିତ ଉଦ୍ୟମ ଆବଶ୍ୟକ

ଜଳାତଙ୍କ ଏକ ଭୂତାଣୁଜନିତ ରୋଗ। ପାଗଳା କୁକୁର କାମୁଡ଼ିଲେ ଏହି ରୋଗର ଆଶଙ୍କା ଅଧିକ ଥାଏ। ଏ ସମ୍ପର୍କରେ ଜନସାଧାରଣଙ୍କୁ ଅଧିକ ସଚେତନ କରିବା ଲାଗି ପ୍ରତିବର୍ଷ ସେପ୍ଟେମ୍ବର ୨୮ ତାରିଖକୁ ‘ବିଶ୍ୱ ଜଳାତଙ୍କ ଦିବସ’ ଭାବରେ ପାଳନ କରାଯାଇଥାଏ। ଚଳିତବର୍ଷ ଏହି ଦିବସର ଥିମ୍‌ ରହିଛି- ‘ଆକ୍ଟ ନାଓଁ, ୟୁ, ମି, କମ୍ୟୁନିଟିଜ୍‌’। ଅର୍ଥାତ୍‌ ଏ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲାଗି କେବଳ ମୁଁ ନୁହେଁ, ଆପଣ ଏବଂ ସମସ୍ତଙ୍କର ସହଯୋଗର ଆବଶ୍ୟକତା ରହିଛି। ସବୁଠାରୁ ଖାସ୍‌ କଥା ହେଲା, ଏଭଳି ସମସ୍ୟାର ସମ୍ମୁଖୀନ ହେଲେ ତାହାର ସ୍ଥାୟୀ ଚିକିତ୍ସା ପ୍ରାୟ ନାହିଁ। ଅର୍ଥାତ୍‌ ଜଳାତଙ୍କ ଦ୍ୱାରା ଆକ୍ରାନ୍ତ ହେଲେ ମୃତ୍ୟୁ ପ୍ରାୟ ସୁନିଶ୍ଚିତ। ଏହି ରୋଗ କୁକୁର, ବିରାଡ଼ି, ବିଲୁଆ, ଗଧିଆ ଆଦି ସ୍ତନ୍ୟପାୟୀ ପ୍ରାଣୀମାନଙ୍କଠାରୁ ମନୁଷ୍ୟ ତଥା ଅନ୍ୟ ପ୍ରାଣୀମାନଙ୍କୁ ବ୍ୟାପିଥାଏ। ଜଳାତଙ୍କ ରୋଗ ଲାଇସା ଭୂତାଣୁ ଦ୍ୱାରା ବ୍ୟାପିଥାଏ। ଏହି ଭୂତାଣୁ ମୁଖ୍ୟତଃ ବୁଲା ପାଗଳା କୁକୁର କାମୁଡ଼ିବା କିମ୍ବା ସେମାନଙ୍କ ଲାଳ ଦ୍ୱାରା ସୁସ୍ଥ ମନୁଷ୍ୟ କିମ୍ବା ପଶୁମାନଙ୍କୁ ବ୍ୟାପିଥାଏ। କ୍ଷତ ସ୍ଥାନ ଜଳାପୋଡ଼ା ଏବଂ କୁଣ୍ଡେଇ ହେବା, ସ୍ନାୟବିକ ଦୁର୍ବଳତା ଓ ଅକ୍ଷମତା, ପାଣି, ପବନ, ନିଅଁା, ଶବ୍ଦ ଏବଂ ଆଲୋକ ଆଦିକୁ ଭୟ କରିବା, ଅତ୍ୟଧିକ ପରିଶ୍ରମ ସହ୍ୟ କରି ନ ପାରିବା, ଖାଦ୍ୟ ଢୋକିବାରେ କଷ୍ଟ ଅନୁଭବ କରିବା ଏବଂ ବାନ୍ତି ହେବା ହେଉଛି ଜଳାତଙ୍କର ପ୍ରମୁଖ ଲକ୍ଷଣ।
ଯଦି ଗୋଟିଏ ସୁସ୍ଥ ପ୍ରାଣୀ କିମ୍ବା ମନ୍ୟୁଷକୁ ଏକ ବୁଲା କୁକୁର କାମୁଡ଼ିଦେଲା, ତେବେ ଡାକ୍ତରୀ ପରାମର୍ଶ କରି ଟିକା ନେବା ପୂର୍ବରୁ ଉକ୍ତ କାମୁଡ଼ା ଜାଗାଟିକୁ ଭଲ ଭାବରେ ସାବୁନ୍‌ରେ ଅତିକମ୍‌ରେ ୧୫ ମିନିଟ୍‌ ଯାଏ ଧୁଅନ୍ତୁ। ଧୋଇ ସାରିବା ପରେ ଉକ୍ତ ଜାଗାଟିକୁ ଚଳନ୍ତା ପାଣି ସ୍ରୋତ କିମ୍ବା ଟ୍ୟାପ୍‌ ପାଣିରେ ୧୫ ମିନିଟ୍‌ ଯାଏ ଧୁଅନ୍ତୁ। ତା’ପରେ ଉକ୍ତ ସ୍ଥାନଟିରେ ଆଣ୍ଟିସେପ୍ଟିକ ମଲମ କିମ୍ବା ଲୋଶନ ଲଗାନ୍ତୁ। କୌଣସି ପରିସ୍ଥିତିରେ ଉକ୍ତ ଜାଗାକୁ ବ୍ୟାଣ୍ଡେଜ କରନ୍ତୁ ନାହିଁ। ଉପରୋକ୍ତ ପ୍ରାଥମିକ ଚିକିତ୍ସା କରିସାରିବା ପରେ ଡାକ୍ତରୀ ପରାମର୍ଶ ଅନୁସାରେ ଟିକା ନିଅନ୍ତୁ।
– ଡା. ଅନନ୍ତ ଆଚାର୍ଯ୍ୟ


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନିକସ୍ତରରେ ବଡ଼ ଅଦଳବଦଳ: ଦୁଇ ବରିଷ୍ଠ IAS ଅଧିକାରୀଙ୍କୁ ମିଳିଲା ନୂଆ ଦାୟିତ୍ୱ

ଭୁବନେଶ୍ୱର,୧୮।୬: ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ଗୁରୁତ୍ୱପୂର୍ଣ୍ଣ ଅଦଳବଦଳ କରାଯାଇଛି। ସରକାରଙ୍କ ପକ୍ଷରୁ ଦୁଇ ଜଣ ବରିଷ୍ଠ ଆଇଏଏସ (IAS) ଅଧିକାରୀଙ୍କୁ ନୂଆ ତଥା ଅତିରିକ୍ତ ଦାୟିତ୍ୱ…

ଭାଜପା ସହ ବଡ଼ ଗେମ ଖେଳିଦେଲେ ଡିକେ ଶିବକୁମାର! କ୍ରସ-ଭୋଟିଂ କରି ୫ ଆସନ ହାସଲ କଲେ

ବେଙ୍ଗାଲୁରୁ,୧୮।୬: ଡି.କେ. ଶିବକୁମାର କର୍ନାଟକର ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ନିର୍ବାଚନୀ ପ୍ରତିଯୋଗିତାରେ, ଗୁରୁବାର (ଜୁନ ୧୮, ୨୦୨୬) ଶାସକ କଂଗ୍ରେସ ଦଳ ସାତଟି ବିଧାନସଭା ପରିଷଦ…

NEET ମାମଲାରେ ଟେଲିଗ୍ରାମ ବନାମ ସରକାର: ସରକାର ହ୍ବାଟସଆପ-ଫେସବୁକକୁ ଛାଡି କେବଳ ଟେଲିଗ୍ରାମକୁ କାହିଁକି ବ୍ୟାନ କଲେ? ଜଣାପଡିଲା କାରଣ

ନୂଆଦିଲ୍ଲୀ,୧୮।୬: NEET ପେପର୍‌ ଲିକ ମାମଲା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି, ଭାରତ ସରକାର ବୁଧବାର ଟେଲିଗ୍ରାମ ଉପରେ ଅସ୍ଥାୟୀ ପ୍ରତିବନ୍ଧକ ଲଗାଇଛନ୍ତି। ଜୁନ ୨୨…

୨୦୨୭ ଆଇପିଏଲ୍‌ ଆଗୁଆ ହୋଇପାରେ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧୮ା୬- ମେ’ ମାସର ଅତ୍ୟଧିକ ଗ୍ରୀଷ୍ମ ପ୍ରବାହରୁ ବର୍ତ୍ତିବା ଲାଗି ବିସିସିଆଇ ଆଇପିଏଲ୍‌କୁ ଆଗୁଆ କରିବାକୁ ଯୋଜନା ଚଳାଇଛି। ଆସନ୍ତା ବର୍ଷଠାରୁ ପରବର୍ତ୍ତୀ ସଂସ୍କରଣ ଲାଗି ମାର୍ଚ୍ଚ…

ମ୍ୟାଚ୍‌ ପୂର୍ବରୁ ଟ୍ରେନିଂ କ୍ୟାମ୍ପ ପାଖରେ ଖସିଲା ଡ୍ରୋନ

ଗୁଆଡାଲାଜାରା,୧୮ା୬: ମେକ୍ସିକୋ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଦକ୍ଷିଣ କୋରିଆର ଜାତୀୟ ଫୁଟବଲ ଦଳର ଟ୍ରେନିଂ କ୍ୟାମ୍ପ ପାଖରେ ଗୁରୁବାର ଉଡ଼ୁଥିବା ଏକ ଡ୍ରୋନକୁ ମେକ୍ସିକାନ ସାମରିକ ବାହିନୀ…

ଭାଜପାରେ ଯୋଗଦେବେ ହେମନ୍ତ ସୋରେନ! NDA ବିଧାୟକ ଦେଲେ ବଡ଼ ଅଫର

ରାଞ୍ଚି,୧୮।୬: ଝାଡ଼ଖଣ୍ଡରେ ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂ ପରେ, ଭାଜପା ସମର୍ଥିତ ସ୍ବାଧୀନ ପ୍ରାର୍ଥୀ ପରିମଳ ନାଥୱାନୀ ବିଜୟୀ ହୋଇଥିଲେ। କଂଗ୍ରେସକୁ ଝଟକା ଲାଗିଥିଲା କାରଣ…

ଘସିପୁରା ପୋଲିସକୁ ଆକ୍ରମଣ-ଦାଦାଗିରି: ୧୮ ଦିନ ପରେ ମୁଖ୍ୟ ଅଭିଯୁକ୍ତ ଗିରଫ

ହାଟଡିହୀ,୧୮।୬(ଶୁଭକାନ୍ତ ନାୟକ): କର୍ତ୍ତବ୍ୟରତ ପୋଲିସ କର୍ମଚାରୀଙ୍କୁ ଆକ୍ରମଣ ଓ ଧମକ ଚମକ ଦେବା ଘଟଣାରେ ଶେଷରେ ପୋଲିସକୁ ମିଳିଛି ବଡ଼ ସଫଳତା। କେନ୍ଦୁଝର ଜିଲା ଘସିପୁରା ଥାନା…

Video: ପ୍ରକୃତ ବିଜୟ ପୂର୍ବରୁ ଉତ୍ସବ ପାଳିଲେ ଖେଳାଳି, ତା’ପରେ ପୁଣି ପଡ଼ିଆକୁ ଫେରିଲେ, ହେଲେ ପୂର୍ବରୁ ଷ୍ଟମ୍ପଗୁଡ଼ିକୁ ଟାଣି ସାରିଥିଲେ

ନୂଆଦିଲ୍ଲୀ,୧୮।୬: ଛତିଶଗଡ଼ କ୍ରିକେଟ ପ୍ରିମିୟର ଲିଗର ତୃତୀୟ ସଂସ୍କରଣରେ ଶେଷ ଓଭରର ଘଟଣାଗୁଡ଼ିକ ବହୁତ ମଜାଦାର ଥିଲା। ପରାଜିତ ଦଳ ସ୍ବାଭାବିକ ଭାବରେ ନିରାଶ ହୋଇଥିଲେ ମଧ୍ୟ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri