ବିଶ୍ୱ ସମସ୍ୟା

ଅଲେଖ ଚନ୍ଦ୍ର ସାମଲ

 

 

ବିଶ୍ୱ ସମସ୍ୟା ବର୍ତ୍ତମାନ ଅଦ୍ଭୁତ ଆକାର ଏବଂ ବିରାଟ ଅବସ୍ଥା ଧାରଣ କରୁଛି। ସେଗୁଡ଼ିକ ଆଉ ବ୍ୟକ୍ତିଗତ ଅଥବା ସ୍ଥାନୀୟ ନୁହେଁ। ସେ ସବୁ ବିଶ୍ୱଜନୀନ ଏବଂ ସମସ୍ତ ମାନବ ଜାତିକୁ ଆକ୍ରାନ୍ତ କରୁଛି। ଗୋଟିଏ ଦିଗରେ ବିଶ୍ୱ ସମୃଦ୍ଧି ସହିତ ବିଜ୍ଞାନ ଓ ଯାନ୍ତ୍ରିକତାର ଅଗ୍ରଗତି ଘଟୁଛି। ପ୍ଲାଷ୍ଟିକ, ଇଲେକ୍ଟ୍ରୋନିକ ଏବଂ କମ୍ପ୍ୟୁଟର ଯାନ୍ତ୍ରିକତା ମାଧ୍ୟମରେ ଏହି ଚମତ୍କାରିତା ଶୀର୍ଷରେ ଉପନୀତ ହୋଇଛି। ଅନ୍ୟ ଦିଗରେ ବାରମ୍ବାର ଘଟୁଥିବା ରାଜନୈତିକ ଓ ଅର୍ଥନୈତିକ ସଙ୍କଟ, ରାଷ୍ଟ୍ରୀୟ, ରାଜ୍ୟସ୍ତରୀୟ, ଧାର୍ମୀୟ, ଜାତିଗତ ଏବଂ ବର୍ଣ୍ଣ ବିଦ୍ୱେଷ, ସଂକୀର୍ଣ୍ଣ ବିଶ୍ୱସ୍ତତା ଏବଂ ଶିକ୍ଷାୟତନରେ ଅଶାନ୍ତିର ବିସ୍ଫୋରଣ ଦ୍ୱାରା ମାନବଜାତି ଉପତ୍ୀଡ଼ିତ। ଏସବୁ ସମଗ୍ର ବିଶ୍ୱରେ ଅଶାନ୍ତି ଏବଂ ଉଚ୍ଛୃଙ୍ଖଳତା ପରିବ୍ୟାପ୍ତ କରିଛି। ଏହା ଏକ ଭାରସାମ୍ୟହୀନ ଏବଂ ପରସ୍ପର ବିରୋଧୀ ଅବସ୍ଥା। ଏହାର ପ୍ରକୃତ କାରଣ କ’ଣ? ଧର୍ମ ଏବଂ ନୈତିକତାପୁଷ୍ଟ କରିଥିବା ମଣିଷ ମନର ଭୟଙ୍କର ଅଧଃପତନରେ ଏହାର କାରଣ ନିହିତ ଅଛି କି?
ପୂର୍ବ ଅପେକ୍ଷା ମଣିଷ ଅଧିକ ଅନାଚାରୀ ହୋଇଛି। ପୂର୍ବ ଯୁଗମାନଙ୍କ ଅପେକ୍ଷା ନିଷ୍ଠୁର ଆଚରଣରେ ସେ ନିଜର ବୁଦ୍ଧି ଓ ଦକ୍ଷତା ଅଧିକ ପରିମାଣରେ ନିୟୋଗ କରୁଛି। ଅସଂଖ୍ୟ ଯୁଦ୍ଧ ହୋଇଛି । ତେବେ ଏହି ଭୟଙ୍କର ଖେଳ ଯେ ବନ୍ଦ ହେବ ଏଯାଏ କୌଣସି ସଙ୍କେତ ମିଳୁନାହିଁ। ଆସନ୍ନ ପରମାଣୁ ଯୁଦ୍ଧ ସମଗ୍ର ମାନବଜାତିକୁ ଧ୍ୱଂସ କରିବା ପାଇଁ ଭୟ ସଞ୍ଚାର କରୁଛି। ଏହା ସୁସ୍ପଷ୍ଟ ଯେ ମଣିଷ ମଧ୍ୟରେ ପଶୁର ପ୍ରାଧାନ୍ୟ ତଥାପି ରହିଛି। ଏହା ଅଦ୍ୟାବଧି ପରାଭୂତ ହୋଇନାହିଁ। ଯଦି ହୁଏ ତା’ହେଲେ ଆମେ ଶାନ୍ତି ଓ ଆନନ୍ଦ ଲାଭ କରିବା। ଆମର ରାଷ୍ଟ୍ର ଏବଂ ବିଶ୍ୱରେ ମଧ୍ୟ ଶାନ୍ତି ଓ ଆନନ୍ଦ ବିରାଜମାନ କରିବ। ଆଜିର ପୃଥିବୀ ନୂତନ ନିୟମ, ନୂତନ ଶିକ୍ଷା ପଦ୍ଧତି, ନୂତନ ସମାଜ ଅଥବା ନୂତନ ଧର୍ମ ଆବଶ୍ୟକ କରୁନାହିଁ। ମନ ପାଇଁ ଆରୋଗ୍ୟ ଆବଶ୍ୟକ, ହୃଦୟ ପବିତ୍ରତାରେ ପୂର୍ଣ୍ଣ ହେବା ଆବଶ୍ୟକ। ପବିତ୍ରତା ଅଙ୍କୁରିତ ହେବା ଉଚିତ। ଏହି କ୍ଷେତ୍ରରେ କେବଳ ବ୍ରହ୍ମବିଦ୍ୟା ମାଧ୍ୟମରେ ସାଥର୍କତା ଲାଭ ହୋଇପାରିବ। ମାତ୍ର ଦୁର୍ଭାଗ୍ୟର ବିଷୟ ଯେ ଆଜିର ମଣିଷ କେବଳ ସମ୍ପଦ ସଂଗ୍ରହ ଓ ସଞ୍ଚୟ ସମ୍ପର୍କରେ ଗଭୀର ଆସ୍ଥାବାନ। ସେ ତ୍ୟାଗ କରି ଜାଣେ ନାହିଁ। ସତ୍ୟ ଉପରେ ତା’ର ଆସ୍ଥା ନାହିଁ। ମଣିଷ ସବୁ ବିଷୟ ଜାଣିବା ପାଇଁ ଆଗ୍ରହୀ। ମାତ୍ର ସତ୍ୟ ଉପଲବ୍ଧି ପାଇଁ ତା’ର ଆଗ୍ରହ ନାହଁି। ସେ ନିଜର ଆଶଙ୍କା ଓ ଅନ୍ଧବିଶ୍ୱାସଗୁଡ଼ିକର ସତ୍ୟତା ପ୍ରତିପାଦିତ କରିଥାଏ। ତେଣୁ ମଣିଷର ପ୍ରଥମ କର୍ତ୍ତବ୍ୟ ହେଉଛି ନିଜର ଦୁର୍ବଳତା ଓ ଅନ୍ୟର ଅନିଷ୍ଠ କରିବା ମନୋବୃତ୍ତିକୁ ପରିହାର କରିବା।
ମଣିଷକୁ ବିଶ୍ୱର ପ୍ରତ୍ୟେକ ପଦାର୍ଥର ମୂଲ୍ୟ ଏବଂ ଉପଯୋଗିତା ଅନୁସନ୍ଧାନ କରିବାକୁ ହେବ। ଦୃଷ୍ଟାନ୍ତ ସ୍ବରୂପ, ଜନ୍ମ ପୂର୍ବରୁ ଶରୀର ନ ଥିଲା ଏବଂ ମୃତ୍ୟୁ ପରେ ମଧ୍ୟ ଏହା ଏଠାରେ ରହିବ ନାହିଁ। ଯେ କୌଣସି ପଦାର୍ଥ ହେଲେ ବି ବିଶ୍ୱ ବ୍ରହ୍ମାଣ୍ଡର କୌଣସି ବସ୍ତୁ ସମୟ ପ୍ରଭାବରୁ ମୁକ୍ତ ନୁହେଁ, ମୃତ୍ୟୁ ଏବଂ ଧ୍ୱଂସ ଦାଉରୁ ଏହା ରକ୍ଷା ପାଇପାରିବ ନାହିଁ। ବୃକ୍ଷ ଓ ଭୂମି, ସଦନ ଓ ଶରୀର, ସମ୍ରାଟ ଓ ସାମ୍ରାଜ୍ୟ ସମସ୍ତଙ୍କୁ ଏଇ ଶେଷ ପରିଣତି ଭୋଗ କରିବାକୁ ହେବ। ନିଜ ମଧ୍ୟରେ ଥିବା ଅମରତ୍ୱ ସମ୍ପର୍କରେ ସଚେତନ ହେବାର ଉପାୟକୁ ମଣିଷ ଉପେକ୍ଷା କରିଥାଏ। ନୈତିକ ସ୍ତର ସହିତ ସମ୍ପର୍କିତ ଜ୍ଞାନରେ ସେ ମୋହିତ ହୋଇଥାଏ। ଯେଉଁମାନେ ଏହି ସହଜ ଆକର୍ଷଣର ଶିକାର ହୁଅନ୍ତି ସେମାନେ ନନ୍ଦନ ବନ ପରିତ୍ୟାଗ କରି ବିଷାକ୍ତ ଉଦ୍ଭିଦଭରା ଜଙ୍ଗଲରେ ପ୍ରବେଶ କରନ୍ତି। ପ୍ରକୃତି ବା ଆତ୍ମାଠାରୁ ସେମାନେ ଦୂରେଇ ଯାଆନ୍ତି। ପ୍ରତିବିମ୍ବ ଅଥବା ଦୃଶ୍ୟ ଦ୍ୱାରା ସେମାନେ ବିମୋହିତ ହୁଅନ୍ତି। ଏପରି ମନୋବୃତ୍ତି ସେମାନଙ୍କୁ ସତ୍ୟ ସନ୍ଧାନ ବା ସତ୍ୟଜ୍ଞାନ କହି ଅଜ୍ଞ ରୂପେ ପରିଣତ କରେ।
ମଣିଷ ଜାଣିବା ଉଚିତ ଯେ ତ୍ରିଭୁବନ, ତ୍ରିକାଳ (ଅତୀତ, ବର୍ତ୍ତମାନ, ଭବିଷ୍ୟତ) ଏବଂ ଚେତନାର ଅବସ୍ଥାତ୍ରୟରୁ (ଜାଗ୍ରତ, ସ୍ବପ୍ନ, ସୁଷୁପ୍ତ) ବିନ୍ଦୁଏ ହେଲେ ନିଚ୍ଛକ ସୁଖ ମିଳିବ ନାହିଁ। ମଣିଷମାନଙ୍କ ମଧ୍ୟରୁ କେବଳ ମୂଢ଼ମାନେ ସାଂସାରିକ କର୍ମ ମାଧ୍ୟମରେ ସୀମିତ ଅସାର ସୁଖ ଲାଭ କରି ସଂତୃପ୍ତ ହେବା ପାଇଁ ଉଦ୍ୟମ କରନ୍ତି। ଜ୍ଞାନୀମାନେ କିନ୍ତୁ ଉତ୍ତମ ରୂପେ ବୁଝିଥାନ୍ତି। ଆକର୍ଷଣୀୟ ମିଠା ଅଙ୍ଗୁର ପେନ୍ଥା ଏଡ଼ାଇ ଦେଲେ ଯେଉଁମାନେ କଣ୍ଟାଆଡ଼କୁ ଦୌଡ଼ନ୍ତି ସେମାନେ ଉଷ୍ଟ୍ର। ସେମାନଙ୍କୁ ଭିନ୍ନ ଶ୍ରେଣୀରେ ଅନ୍ତର୍ଭୁକ୍ତ କରିହେବନାହିଁ।
ପୂର୍ବତନ ଡିଏଫ୍‌ଓ (କେନ୍ଦୁଲିଫ୍‌)
ଜୟପୁର ଡିଭିଜନ
ମୋ: ୯୪୩୭୨୫୭୧୨୩


Enter your email to get our daily news in your inbox.

All Right Reserved By Dharitri.Com

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

ଏଇ ଭାରତରେ

ଏମ୍‌. ନାଗରାଜୈହ ବେଙ୍ଗାଲୁରୁର ବସ୍ତିରେ ରହୁଥିବା ପିଲାଙ୍କ ଭବିଷ୍ୟତ ଗଢ଼ିବା ଲାଗି ଚେଷ୍ଟା ଜାରି ରଖିଛନ୍ତି। ସେ ଅଧାରୁ ପାଠ ଛାଡ଼ିଦେଇଥିବା ଏବଂ ଶିଶୁ ଶ୍ରମିକ ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri