Posted inଫୁରସତ

ଗୋଟିଏ ଟିକେଟର ଦାମ୍‌ ୧୮ଲକ୍ଷ…

ସାରା ଦେଶରେ କରୋନା ଭାଇରସ୍‌ ସଂକ୍ରମଣର ପ୍ରକୋପ ଜାରି ରହିଛି। ଏହି ସମୟରେ ଲୋକମାନେ ଯାତ୍ରା କରିବା ତ ଦୂରର କଥା ବାହାରେ ବୁଲିବା ବି ଭୁଲିଗଲେଣି। ହେଲେ ବିଳାସପୂର୍ଣ୍ଣ ଥିବା ଏକ ଟ୍ରେନ୍‌ ବିଷୟରେ ଜାଣିଲେ ଯାତ୍ରା କରିବାକୁ ମନବଳିଯିବ। ମହାରାଜା ଏକ୍ସପ୍ରେସର ଯାତ୍ରା ବିଶ୍ୱର ସବୁଠାରୁ ବିଳାସପୂର୍ଣ୍ଣ ଓ ମହଙ୍ଗା ଟ୍ରେନ୍‌ ଯାତ୍ରା ଭାବେ ବେଶ୍‌ ଜଣାଶୁଣା। ଏହାକୁ ଦେଖିଲେ କୌଣସି ୫ଷ୍ଟାର ହୋଟେଲ ମଧ୍ୟ ଫିକା ପଡ଼ିଯିବ। ଏହି ଟ୍ରେନରେ ଯାତ୍ରୀମାନଙ୍କୁ ରାଜା ମହାରାଜାଙ୍କ ଭଳି ସୁବିଧା ମିଳୁଥିବା ବେଳେ ଯାତ୍ରୀମାନେ ରାଜକୀୟ ଅନୁଭୂତି ଅନୁଭବ କରିଥାନ୍ତି। ମହାରାଜା ଏକ୍ସପ୍ରେସ ଟ୍ରେନ୍‌କୁ କେତେଥର ଓ୍ବାଲର୍ଡ ଟ୍ରାଭେଲ ଆଓ୍ବାର୍ଡରେ ମଧ୍ୟ ସମ୍ମାନିତ କରାଯାଇସାରିଛି। ହେଲେ ଏହି ଟ୍ରେନ୍‌ରେ ଯାତ୍ରା କରିବାକୁ ହେଲେ ଟିକେଟର ଦାମ୍‌ କେତେ ଜାଣିଛନ୍ତି। ଏହାର ଟିକେଟର ଦାମ୍‌ ୧୮ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି। ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିବା ହେଲେ କଥାଟି ସତ।

ଯାତ୍ରୀମାନଙ୍କୁ ବିଳାସପୂର୍ଣ୍ଣ ଅନୁଭୂତି ସହ ଭାରତ ଦର୍ଶନ କରାଇବା ଉଦ୍ଦେଶ୍ୟରେ ୨୦୧୦ରେ ମହାରାଜା ଏକ୍ସପ୍ରେସ୍‌ ଆରମ୍ଭ ହୋଇଥିଲା। ୧ କିଲୋମିଟର ଲମ୍ବ ଏହି ଟ୍ରେନ୍‌ରେ ମୋଟ ୨୩ଟି ବଗି ରହିଛି। ଏହି ୨୩ଟି ବଗିରେ କେବଳ ୮୮ଜଣ ଯାତ୍ରା କରିପାରିବେ। କାରଣ ଯାତ୍ରୀଙ୍କ ସଂଖ୍ୟା କମ୍‌ ରହିେଲେ ସେମାନଙ୍କୁ ଭଲରେ ରାଜକୀୟ ସେବା ପ୍ରଦାନ କରାଯାଇପାରିବ ବୋଲି କୁହାଯାଏ। ମହାରାଜା ଏକ୍ସପ୍ରେସ୍‌ ଟ୍ରେନ୍‌ରେ ମୌର ମହଲ ଓ ରଙ୍ଗ ମହଲ ନାମରେ ୨ଟି ରେଷ୍ଟୁରାଣ୍ଟ ରହିଛି। ଏହି ଭବ୍ୟ ରେଷ୍ଟୁରାଣ୍ଟର ସାଜସଜ୍ଜାକୁ ଦେଖିଲେ ଯାକାହାରି ବି ଆଖି ଲାଖିଯିବ।

ରେଷ୍ଟୁରାଣ୍ଟର ସବୁଠାରୁ ବିଶେଷତଃ କଥା ହେଲା ଏଥିରେ ୨୪ କ୍ୟାରେଟ ସୁନାରେ ଆବୃତ ହୋଇଥିବା ବାସନରେ ଖାଦ୍ୟ ପରଷାଯାଇଥାଏ। ୨ଟି ଯାକ ରେଷ୍ଟୁରାଣ୍ଟରେ ଇଣ୍ଡିଆନ, ଚାଇନିଜ୍‌, କଣ୍ଟିନେଣ୍ଟାଲ ଓ ମଓ୍ବୋଡ଼ି ଖାଦ୍ୟର ଲାଭ ଉଠାଇପାରିବେ। ଏହି ରାଜକୀୟ ଟ୍ରେନ୍‌ ଦିଲ୍ଲୀ, ଆଗ୍ରା, ବିକାନେର, ଫତେହପୁର ସିକରି, ଓରଛା, ଖଜୁରାହୋ, ଜୟପୁର, ଯୋଧପୁର, ଉଦୟପୁର, ବାରଣାସୀ ଓ ମୁମ୍ବାଇ ମାର୍ଗ ଦେଇ ଯାତ୍ରା କରିଥାଏ। ଏହି ଯାତ୍ରା ସମୟରେ ଯାତ୍ରୀମାନଙ୍କୁ ୫ଷ୍ଟାର ହୋଟେଲର ସମସ୍ତ ସୁବିଧା ଯୋଗାଇ ଦିଆଯାଇଥାଏ।

 

ଏହି ଟ୍ରେନ୍‌ରେ ୮୮ଜଣ ଯାତ୍ରୀଙ୍କ ପାଇଁ ମୋଟ ୪୩ଟି ଅତିଥି କ୍ୟାବିନ ରହିଛି। ସେଥିମଧ୍ୟରୁ ୨୦ଟି ଡିଲକ୍ସ କ୍ୟାବିନ, ୧୮ଟି ଜୁନିୟର ସୁଇଟ, ୪ସୁଇଟ ଓ ଗୋଟିଏ ଗ୍ରାଣ୍ଡ ପ୍ରେସିଡେନ୍ସିଆଲ ସୁଇଟ୍‌ ରହିଛି। ପ୍ରତ୍ୟେକ କ୍ୟାବିନରେ ୨ଜଣ ବ୍ୟକ୍ତି ରହିବାର ସୁବିଧା ଥିବା ବେଳେ କେବଳ ପ୍ରେସିଡେନ୍ସିଆଲ ସୁଇଟରେ ୪ଜଣ ଯାତ୍ରୀ ଯାତ୍ରା କରିପାରିବେ। ଏହି କ୍ୟାବିନ ସବୁଠାରୁ ମହଙ୍ଗା ଥିବା ବେଳେ ଏହା ନବରତ୍ନ ନାମରେ ମଧ୍ୟ ନାମିତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୩ ରାଜ୍ୟର ବିଧାନସଭା ଆସନ ପାଇଁ ମତଦାନ ଆରମ୍ଭ

ନୂଆଦିଲ୍ଲୀ,୯।୪: କେରଳମ୍‌, ଆସାମ ଓ ପୁଡୁଚେରୀର ମୋଟ ୨୯୬ ଆସନରେ ଗୁରୁବାର ଗୋଟିଏ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ସକାଳୁ ସକାଳୁ ଲାଇନରେ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri