୪ରୁ ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା

ଢେଙ୍କାନାଳ ଅଫିସ,୧୩ା୧: ବିଶ୍ୱବିଖ୍ୟାତ ମହିମା ଧର୍ମପୀଠ ଯୋରନ୍ଦା ମହିମାଗାଦିରେ ଆସନ୍ତା ଫେବୃୟାରୀ ୪ରେ ପ୍ରସିଦ୍ଧ ମାଘମେଳା ଅନୁଷ୍ଠିତ ହେବ। ମହିମା ଧର୍ମାବଲମ୍ବୀଙ୍କ ମୁଖ୍ୟ ମହୋତ୍ସବକୁ ଶାନ୍ତିଶୃଙ୍ଖଳାର ସହ ଆୟୋଜନ କରିବା ଲାଗି ଏକ ପ୍ରସ୍ତୁତି ବୈଠକ ଗୁରୁବାର ଢେଙ୍କାନାଳ ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ ଆୟୋଜିତ ହୋଇଯାଇଛି। ତେବେ ଉପାସନାସ୍ଥଳୀ ଉଚ୍ଛେଦକୁ ନେଇ ସୃଷ୍ଟି ହୋଇଥିବା ବିବାଦର ସମାଧାନ ହୋଇ ନ ଥିବାରୁ କୌପୀନଧାରୀ ମହିମା ସମାଜର ସାଧୁସନ୍ଥମାନେ ବୈଠକ ବର୍ଜନ କରିଥିବା ବେଳେ କେବଳ ବଳ୍‌କଳଧାରୀ ଗୋଷ୍ଠୀର ସାଧୁସନ୍ନ୍ୟାସୀ ଉପସ୍ଥିତ ଥିଲେ। ଉଭୟ ଗୋଷ୍ଠୀ ଆପୋସ ବୁଝାମଣା ମାଧ୍ୟମରେ ମେଳା ଆୟୋଜନ କରିବା ଏବଂ ମହିମା ଧର୍ମର ଗରିମା ବୃଦ୍ଧି କରିବା ପାଇଁ ଜିଲାପାଳ ସରୋଜ କୁମାର ସେଠୀ ପରାମର୍ଶ ଦେଇଛନ୍ତି।
କୌପୀନଧାରୀ ମହିମା ସମାଜ ପକ୍ଷରୁ ଜିଲାପାଳଙ୍କ ନିକଟରେ ହୋଇଥିବା ଅଭିଯୋଗରୁ ଜଣାପଡ଼ିଛି, ବାରମ୍ବାର ନିବେଦନ ସତ୍ତ୍ୱେ ଜିଲା ପ୍ରଶାସନ କୌପୀନଧାରୀ ଗୋଷ୍ଠୀକୁ ଅଣଦେଖା କରିଚାଲିଛି। ନ୍ୟାୟାଳୟଙ୍କ ଆଦେଶକୁ ଅଣଦେଖା କରି ନ୍ୟାଯ୍ୟ ଦାବିରୁ ବଞ୍ଚତ୍ତ କରାଯାଉଛି। ମହିମା ସ୍ବାମୀଙ୍କ ସମ୍ପତ୍ତି, ନୀତିକାନ୍ତି ପାଳନରେ ସମାନ ଅଧିକାର ଦେବାରେ ପକ୍ଷପାତିତା କରାଯାଉଛି। ଏଭଳି ସ୍ଥିତିରେ ମାଘମେଳା ବୈଠକରେ ଯୋଗଦାନ ମୂଲ୍ୟହୀନ ବୋଲି କୌପୀନଧାରୀ ମହିମା ସମାଜ ସଭାପତି ଶ୍ରୀମଦ୍‌ ବାବା ରଘୁନାଥ ଦାସ ଜିଲାପାଳଙ୍କୁ ଲିଖିତ ଭାବେ ଜଣାଇଛନ୍ତି।
ଆଲୋଚନାରେ ଭାଗ ନେଇ ଏସ୍‌ପି ଜ୍ଞାନରଞ୍ଜନ ମହାପାତ୍ର କହିଲେ, ମେଳା ଆୟୋଜନରେ ପୋଲିସ ପକ୍ଷରୁ ସମ୍ପୂର୍ଣ୍ଣ ସହଯୋଗ କରାଯିବ। ବିଶୃଙ୍ଖଳା ଏଡ଼ାଇବାକୁ ଆବଶ୍ୟକସ୍ଥଳେ କଟକଣା ଜାରି କରାଯିବ। ଶାନ୍ତିଶୃଙ୍ଖଳା ରକ୍ଷା, ଯାନବାହନ ନିୟନ୍ତ୍ରଣ, ପାର୍କିଂ, ମାଦକଦ୍ରବ୍ୟ ବ୍ୟବସାୟ ନିୟନ୍ତ୍ରଣ ଲାଗି ବିହିତ ବ୍ୟବସ୍ଥା କରାଯିବ। ଦୁଇ ଗୋଷ୍ଠୀର ସାଧୁସନ୍ଥମାନେ ସହଯୋଗ ମନୋଭାବ ନେଇ ମେଳା ଆୟୋଜନ କରିବାକୁ ସେ ନିବେଦନ କରିଛନ୍ତି। ଖୁବ୍‌ଶୀଘ୍ର ଉଭୟ ଗୋଷ୍ଠୀକୁ ନେଇ ଏକ ବୈଠକ ହେବ। ମେଳାର ଆନୁଷଙ୍ଗିକ ବ୍ୟବସ୍ଥା ତଦାରଖ କରିବା ପାଇଁ ପରିଚାଳନା କମିଟି ଗଠନ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ବୈଠକରେ ପାର୍କିଂ ଫି’ ଧାର୍ଯ୍ୟ, ଆଲୋକୀକରଣ, ନିରାପତ୍ତା, ଅଗ୍ନି ନିର୍ବାପକ ବ୍ୟବସ୍ଥା, ମାଦକଦ୍ରବ୍ୟ ନିଷେଧ, ଜଳଉତ୍ସ ବିଶୋଧନ, ସିସିଟିଭି କ୍ୟାମେରା ବ୍ୟବସ୍ଥା, ପାନୀୟ ଜଳଯୋଗାଣ, ଜାଳେଣି କାଠ ଯୋଗାଣ, ନିୟନ୍ତ୍ରଣ କକ୍ଷ ସ୍ଥାପନ, ନିରବଚ୍ଛିନ୍ନ ବିଦ୍ୟୁତ୍‌ ସେବା, ଖାଦ୍ୟପଦାର୍ଥ ଯାଞ୍ଚ ସମ୍ପର୍କରେ ଆଲୋଚନା ହୋଇଥିଲା। ଉପଜିଲାପାଳ ସ୍ନିଗ୍ଧାରାଣୀ ଧଳ, ଅତିରିକ୍ତ ଜିଲାପାଳ (ସାଧାରଣ) ରମେଶ ଚନ୍ଦ୍ର ସେଠୀ, ଗଁଦିଆ ବିଡିଓ ଆଶିଷ ରଞ୍ଜନ ସାହୁ, ଥାନାଧିକାରୀ ସତ୍ୟବ୍ରତ ଭୂତିଆ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ପ୍ରଚାର ଜୋରଦାର: ଘରଘର ବୁଲି ଆଶୀର୍ବାଦ ଭିକ୍ଷା କରୁଛନ୍ତି ପ୍ରାର୍ଥୀ

ଖଡ଼ିଆଳ,୨୮।୪(ସୁଜିତ କୁମାର ପ୍ରଧାନ)-ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ନିର୍ବାଚନୀ ଉଷ୍ମତା ସେତେ ବୃଦ୍ଧିପାଉଛି। ନୂଆପଡ଼ା ଜିଲାର ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ରାଜନୈତିକ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

୩୦ରେ ନାମାଙ୍କନପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ: ପ୍ରସ୍ତୁତି ବୈଠକରେ ହୋହଲ୍ଲା

ହିଞ୍ଜିଳିକାଟୁ ୨୮।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୩୦ ଏପ୍ରିଲରେ ହିଞ୍ଜିଳି ବିଧାନସଭା ପାଇଁ ନାମାଙ୍କନପତ୍ର ଦାଖଲ କରିବେ। ଏହି...

ବଢୁଛି ତାତି: ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ କର

ସମ୍ବଲପୁର,୨୭ା୪(ବି.ଶଙ୍କର): ସଂପ୍ରତି ରାଜ୍ୟରେ ତାପମାତ୍ରା ବୃଦ୍ଧି ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ଯୋଗୁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଓ...

ଦୀପ ନିଆଁରେ ପୋଡ଼ିଯାଇଥିବା ମହିଳାଙ୍କ ଚାଳିଗଲା ଜୀବନ

ଚିକିଟ,୨୮ା୪(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କ.ନୂଆଗାଁ ଥାନା ଚିକିଟିପେଣ୍ଠସ୍ଥିତ ପଣ୍ଡିତରା ସାହିରେ ଗତ ୧୬ ତାରିଖ ଚୈତ୍ର ମଙ୍ଗଳବାର ମନ୍ଦିର ଦୀପରେ ପୋଡ଼ିଯାଇଥିବା ଜଣେ...

ଆମ୍ବ ଗୋଟାଇବା ପାଇଁ ଯାଇଥିଲେ: ହେଲା ବଜ୍ରପାତ

ଧରାକୋଟ,୨୮ା୪(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ବାହାରପୁର ପଞ୍ଚାୟତ କାଠଗଡା ଗ୍ରାମର ଜଣେ ବୃଦ୍ଧା ବଜ୍ରପାତରେ ଆହତ ହୋଇଛନ୍ତି। ସେ ହେଲେ ଘନ...

ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଭାରତ ବଦଳି ଯାଇଛି : ନଡ୍ଡା

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରରେ ରବିବାର ଭାଜପାର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଭାଜପାରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri