ଡିସେମ୍ବର ୨୭ରୁ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା

ବରଗଡ଼ ଅଫିସ,୨୪ା୮: ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ଡିସେମ୍ବର ୨୭ରୁ ଆରମ୍ଭ ହେବ। ଏହି ଯାତ୍ରା ଦୀର୍ଘ ୧୧ ଦିନ ବ୍ୟାପୀ ୨୦୨୩ ଜାନୁୟାରୀ ୬ ପର୍ଯ୍ୟନ୍ତ ଚାଲିବ। କରୋନା କଟକଣା ଯୋଗୁ ଦୀର୍ଘ ୨ ବର୍ଷ ଧରି ହୋଇପାରି ନ ଥିବାରୁ ଅନ୍ୟବର୍ଷ ତୁଳନାରେ ଏଥର ଧନୁଯାତ୍ରା ମହୋତ୍ସବକୁ ଅଧିକ ଆକର୍ଷଣୀୟ କରାଯିବ। ବୁଧବାର ବରଗଡ଼ ଜିଲାପାଳ ଅଫିସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଧନୁଯାତ୍ରା ମହୋତ୍ସବ ସମିତିର ସାଧାରଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ଧନୁଯାତ୍ରା ମହୋତ୍ସବ କମିଟିର ସଭାପତି ତଥା ବରଗଡ଼ ଜିଲାପାଳ ମୋନିଷା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସମିତିର ସମ୍ପାଦକ ସୁରେଶ୍ୱର ଶତପଥୀ ପ୍ରାରମ୍ଭିକ ବିବରଣୀ ଉପସ୍ଥାପନ କରିଥିଲେ। ବୈଠକରେ ଯୋଗଦେଇ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ କହିଥିଲେ, ଏଥର ଧନୁଯାତ୍ରା ପ୍ଲାଟିନମ ଜୁବୁଲି ପାଳନ କରିବାକୁ ଯାଉଛି। ସେହିପରି ଆସନ୍ତା ସେପ୍ଟେମ୍ବର ୧୫ ସୁଦ୍ଧା ରାଜ୍ୟ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ବରଗଡ଼ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି । ନିର୍ଦ୍ଦେଶକଙ୍କ ଏହି ଗସ୍ତରେ ବରଗଡ଼ ଧନୁଯାତ୍ରାକୁ ଆହୁରି ଆକର୍ଷଣୀୟ କରିବା ପାଇଁ ତାଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ସେ ସୂଚନା ଦେଇଥିଲେ। ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ବୈଠକରେ ଯୋଗଦେଇ ଏଥର ସ୍ବତନ୍ତ୍ର ଭାବେ ଧନୁଯାତ୍ରା ଆୟୋଜନ ସହିତ ସଞ୍ଚାର, ଧୂନକେଲ୍‌, କଳାକୁଞ୍ଜ ଭଳି ଲୋକକଳାକୁ ଗୁରୁତ୍ୱ ଦେବାକୁ ପ୍ରସ୍ତାବ ଦେଇଥିଲେ। ଏହା ସହିତ ଥିଏଟର୍‌, ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରଖ୍ୟାତ କଳାକାରଙ୍କୁ ଆମନ୍ତ୍ରଣ କରିବାକୁ ଛୁରିଆ ପ୍ରସ୍ତାବ ଦେଇଥିଲେ।

ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ରୀତା ସାହୁ ବୈଠକରେ ଉପସ୍ଥିତ ରହି ଧନୁଯାତ୍ରାରେ ବିଗତବର୍ଷ ଭଳି ଏଥର ମଧ୍ୟ ଜାତୀୟ ହସ୍ତତନ୍ତ ଏକ୍ସପୋ ଆୟୋଜନ ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ ଏବଂ ଅନ୍ୟବର୍ଷ ତୁଳନାରେ ଅଧିକ ଆଡ଼ମ୍ବରରେ ଧନୁଯାତ୍ରା ପାଳନ  ପାଇଁ ପ୍ରସ୍ତାବ ଦେଇଥିଲେ। ଜିଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ ଧନୁଯାତ୍ରାରେ ପାରମ୍ପରିକ ସହିତ ନୂତନତାକୁ ଯୋଡ଼ିବାକୁ ପ୍ରସ୍ତାବ ଦେଇଥିଲେ। ରାଜ୍ୟ ସରକାରଙ୍କ ବିନା ଅନୁମତିରେ ହାତୀ ଆସି ପାରୁ ନ ଥିବାରୁ ଧନୁଯାତ୍ରା ପାଇଁ ଉଦ୍ଦିଷ୍ଟ ହାତୀ ଆଣିବାକୁ ଏବେଠାରୁ ପଦକ୍ଷେପ ନେବା ପାଇଁ ସମିତିର ସମ୍ପାଦକ ଶତପଥୀ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସାଂସ୍କୃତିକ କମିଟିର ସଭ୍ୟା ସଙ୍ଗୀତା ପଣ୍ଡା ଷଡ଼ଙ୍ଗୀ ଧନୁଯାତ୍ରାବେଳେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମର ଆର୍ଥିକ କାରବାରରେ ସ୍ବଚ୍ଛତା ଆଣିବାକୁ ପ୍ରସ୍ତାବ ଦେଇଥିଲେ।

ଧନୁଯାତ୍ରାବେଳେ ହେଉଥିବା ଜମି ଅଧିଗ୍ରହଣ ପ୍ରକ୍ରିୟାରେ ଏକ ନିର୍ଦ୍ଦିଷ୍ଟ ମାଫିଆ ଗୋଷ୍ଠୀ ସକ୍ରିୟ ହେଉଥିବା ଏବଂ ଏଥିପାଇଁ ଦର୍ଶକ ଶୋଷିତ ହେଉଥିବାରୁ ଏଥିରେ ସ୍ବଚ୍ଛତା ଆଣିବା ଏବଂ କଳାକାରଙ୍କ ପୋଷାକ, ପରିଚ୍ଛଦ, ବ୍ୟବହୃତ ଖଣ୍ଡା, ମୁଦ୍‌ଗର ଉନ୍ନତ କରିବାକୁ ଆଡ଼ଭୋକେଟ୍‌ ଲିପ୍‌ସିତ୍‌ ମିଶ୍ର ପ୍ରସ୍ତାବ ଦେଇଥିଲେ । ରାଜେନ୍ଦ୍ର ସିକନ୍ଦର ତାଙ୍କ ପ୍ରସ୍ତାବରେ ପ୍ରଚାର, ପ୍ରସାରକୁ ଗୁରୁତ୍ୱ ଦେଇଥିବାବେଳେ ହରଦୀପ ସିଂ ସ୍ଥାୟୀ ମଞ୍ଚ ନିର୍ମାଣକୁ ଗୁରୁତ୍ୱ ଦେଇଥିଲେ । ଅଶୋକ ବେହେରା, ପ୍ରୀତମ ସିଂ ମଧ୍ୟ ଧନୁଯାତ୍ରାକୁ ଆକର୍ଷଣୀୟ କରିବାକୁ ପ୍ରସ୍ତାବ ଦେଇଥିଲେ। ଧନୁଯାତ୍ରାରେ ଗୋପପୁର ଉପେକ୍ଷିତ ହେଉଥିବା ନେଇ ଦୟାନିଧି ପ୍ରଧାନ, ରବିନ୍ଦ୍ର ପୂଜାରୀ, ଈଶ୍ୱର ବାଗ, ପଦ୍ମଲୋଚନ ମଲ୍ଲିକ ପ୍ରମୁଖ ସଭାରେ ଉପସ୍ଥିତ କମିଟିର କାର୍ଯ୍ୟକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସ୍ଥାୟୀ ପଡ଼ିଆ, ମଣ୍ଡପ ନିର୍ମାଣ ସହିତ ଗୋପପୁର ଅନୁଦାନ ବଢ଼ାଇବାକୁ ସେମାନେ ଦାବି କରିଥିଲେ। ବୈଠକରେ ସମିତିର ଉପସଭାପତି ତଥା ଏସ୍‌ପି ସ୍ମିତ୍‌ ପି. ପରମାର୍‌, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ କୃତ୍ତିବାସ ରାଉତ, ବରଗଡ଼ ପୌରାଧ୍ୟକ୍ଷା କଳ୍ପନା ମାଝିଙ୍କ ସମେତ ବିଭିନ୍ନ କମିଟିର ଆବାହକ, ସଦସ୍ୟ ଉପସ୍ଥିତ ଥିଲେ। ଅତିରିକ୍ତ ଜିଲାପାଳ ମିର୍ଦ୍ଧା ଟପ୍ପୋ ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସକାଳୁ ନିଆଁବର୍ଷା! ୩୫ ଛୁଇଁଲାଣି ପାରା

ଭୁବନେଶ୍ୱର,୨୦।୪: ଆଜି ବି କଲବଲ କରିବ ତାତି । ସକାଳୁ ଛୁଇଁଲାଣି ୩୫ । ଆଜି ସକାଳ ୮ଟା ସୁଦ୍ଧା ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା...

ରାଜନୀତିରେ ରାଜାରାଣୀ, ଜୋରଦାର ହେବ ଲଢେଇ

ଭୁବନେଶ୍ୱର,୨୦।୪: ୨୦୨୪ ନିର୍ବାଚନରେ ଓଡିଶା ଦେଖିବାକୁ ଯାଉଛି ଭିନ୍ନ ଧରଣର ଲଢେଇ। କାରଣ ଏଥର ରାଜ୍ୟ ରାଜନୀତିକୁ ଏଣ୍ଟ୍ରି ମାରିଛନ୍ତି ରାଜ ପରିବାର। ମଇଦାନରେ ଜନତା...

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

ମହାନଦୀରେ ଡଙ୍ଗାବୁଡି ଘଟଣା: ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡ଼ି ଘଟଣାରେ ଆଉ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ପୋଲିସ ଓ ଅଗ୍ନିଶମ ବାହିନୀ ଗତକାଲି ଠାରୁ ଉଦ୍ଧାର କାର୍ଯ୍ୟ ଜାରି...

ଭୁବନେଶ୍ୱରରେ କାମ ବନ୍ଦ ଘୋଷଣା କଲେ ସଫେଇ କର୍ମଚାରୀ

ଭୁବନେଶ୍ୱର,୨୦।୪: କାମ ବନ୍ଦ କଲେ ସଫେଇ କର୍ମଚାରୀ । ରାଜଧାନୀରେ ଆଉ ସଫେଇ କାମ କରିବେନି ବୋଲି ଘୋଷଣା କରିଛନ୍ତି କର୍ମଚାରୀ। ଭୁବନେଶ୍ୱର ୬୪ ନମ୍ବର...

ଅସହ୍ୟ ହେଲାଣି ପାଓ୍ବାର କଟ୍‌, ବିଦ୍ୟୁତ ବିତରଣ କମ୍ପାନୀକୁ କଡା ନିର୍ଦ୍ଦେଶ ଦେଲେ ସରକାର

ଭୁବନେଶ୍ୱର,୨୦।୪: ଅସହ୍ୟ ଗ୍ରୀଷ୍ମ ସହ ଗୁଳୁଗୁଳି ଭିତରେ ପାୱାର୍‌ କଟ୍‌ ସମସ୍ୟା ପରେ ତତ୍ପର ହୋଇଛନ୍ତି ରାଜ୍ୟ ସରକାର। ଏନେଇ ତୁରନ୍ତ ଦୃଷ୍ଟି ଦେବାକୁ ବିଦ୍ୟୁତ...

ଏବେଠାରୁ କୋହଲା ପାଗ, ଏହିସବୁ ଜିଲାକୁ କାଳବୈଶାଖୀ ବର୍ଷା ଆଲର୍ଟ!

ଭୁବନେଶ୍ୱର,୨୦।୪: ଆଜି ତାତିରୁ ମିଳିପାରେ ଆଶ୍ୱସ୍ତି। ଗତ ୨୪ ଘଣ୍ଟାରେ ରାଜ୍ୟର ଅନେକ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଛି । ବିଶେଷ କରି ବାଲେଶ୍ବର,...

ମହାନଦୀ ଡଙ୍ଗାବୁଡି ଘଟଣା: ମିଳିଲା ଆଉ ୩ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀରେ ଡଙ୍ଗାବୁଡି ଘଟଣାରେ ଆଉ ୩ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ମହାନଦୀରେ ଗତକାଲି ଅର୍ଥାତ୍‌ ଶୁକ୍ରବାର ଏଭଳି ଅଭାବନୀୟ ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri