Posted inଫୁରସତ

ବିଶ୍ୱର ପ୍ରଥମ ଏଡ୍‌ସ ଆକ୍ରାନ୍ତ ବ୍ୟକ୍ତି କିଏ ଥିଲେ ଜାଣନ୍ତି କି

ଆଜି ଡିସେମ୍ବର ୧। ସମଗ୍ର ବିଶ୍ୱ ଏହି ଦିନକୁ ‘ବିଶ୍ୱ ଏଡସ ଦିବସ’ ପାଳନ କରେ। ୧୯୮୮ରୁ ଏଡସ ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଏହି ଦିବସ ପାଳନ କରାଯାଉଛି। ଫଳରେ ଅନେକ ସଚେତନତା ଅଭିଯାନର ସାହାଯ୍ୟରେ ସମଗ୍ର ବିଶ୍ୱ ଏହି ବିପଜ୍ଜନକ ରୋଗ ବିଷୟରେ ଜାଣିପାରୁଛି। କିନ୍ତୁ ଏହି ରୋଗ ବିଷୟରେ ଆଉ ଏକ ପ୍ରଶ୍ନ ଅଛି ଯାହା ବିଷୟରେ ଅନେକ ଲୋକ ଏପର୍ଯ୍ୟନ୍ତ ଜାଣି ନାହାଁନ୍ତି। ସେହି ପ୍ରଶ୍ନଟି ହେଉଛି ପ୍ରଥମ ଏଡ୍‌ସ ଆକ୍ରାନ୍ତ ବ୍ୟକ୍ତି କିଏ ଥିଲେ ଏବଂ ଏହି ବିପଦପୂର୍ଣ୍ଣ ରୋଗ କିପରି ବ୍ୟାପିଗଲା। ୧୯୨୯ ମସିହାରେ କଙ୍ଗୋରେ ଏକ ସିମ୍ପାଜି ଦ୍ୱାରା ଏଚ.ଆଇ.ଭି. ଭୂତାଣୁ ବ୍ୟାପିତତ୍ବା କୁହାଯାଏ। କାମେରୁନ ଜଙ୍ଗଲରେ ଜଣେ ଶିକାରୀଙ୍କୁ ସିମ୍ପାଜି କାମୁଡ଼ି ଦେଇଥିଲା। ଏହା ପରେଶିକାରୀଙ୍କ ଶରୀରରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ଏହି ସମୟ ମଧ୍ୟରେ, ଆହତ ଶିମ୍ପାଜିର ରକ୍ତ ଶିକାରୀଙ୍କ ଶରୀରରେ ପ୍ରବେଶ କଲା ଏବଂ ପରେ ଏହା ଏଚ.ଆଇ.ଭି. ଭୂତାଣୁ ବୋଲି ପରେ ଜଣାପଡିଲା। ଆମେରିକାର ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ରର ରିପୋର୍ଟରେ ଆଉ କିଛି କୁହାଯାଇଛି। ତଦନୁସାରେ, ସମଲିଙ୍ଗୀ ଯୁବକଙ୍କ ଯୋଗୁ ଏହି ଭୂତାଣୁ ବ୍ୟାପିଗଲା। ୧୯୮୧ ମସିହାରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ପ୍ରାୟ ୩୮ ବର୍ଷ ପୂର୍ବେ ଆମେରିକାର ଲସ ଏଞ୍ଜେଲସରେ ପାଞ୍ଚ ଜଣଙ୍କଠାରେ ଏହି ଜୀବାଣୁ ମିଳିଥିଲା। ସମସ୍ତ ପାଞ୍ଚଜଣ ସମଲିଙ୍ଗୀ ଥିଲେ। ଏଚ.ଆଇ.ଭିର ପ୍ରଥମ ମାମଲା ଗ୍ୟାଟନ ଡୁଗାସ ନାମକ ଜଣେ ବ୍ୟକ୍ତିଙ୍କଠାରୁ ମିଳିଥିଲା। ଗ୍ୟାଟନ ବୃତ୍ତିରେ କାନାଡାର ଜଣେ ବିମାନ କର୍ମଚାରୀ ଥିଲେ। ସେ ଆମେରିକାର ଅନେକ ଲୋକଙ୍କୁ ସଂକ୍ରମିତ କରିବା ପାଇଁ ଉଦ୍ଦେଶ୍ୟମୂଳକ ଭାବେ ସମ୍ପର୍କ ସ୍ଥାପନ କରିଥିବା କୁହାଯାଏ। ଏହି କାରଣରୁ ତାଙ୍କ ନାମ ‘ପେସେଣ୍ଟ ଜିରୋ’ ରଖାଯାଇଥିଲା। ଆମେରିକାରେ ଏହି ରୋଗ ପ୍ରଥମେ ଚିହ୍ନଟ ହେବାର ପ୍ରଥମ ଆଠ ବର୍ଷ ୯୨ ପ୍ରତିଶତ ଏଚ.ଆଇ.ଭି ରୋଗୀ ପୁରୁଷ ଥିଲେ। ଧୀରେ ଧୀରେ ମହିଳା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଲା।


Enter your email to get our daily news in your inbox.

All Right Reserved By Dharitri.Com

କଟକ ରେଳଷ୍ଟେଶନ ଅଞ୍ଚଳରୁ ନାବାଳିକା ନିଖୋଜ: ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ୍‌, ଅପହରଣକାରୀ…

କଟକ,୩୧ା୮(ପ୍ରଭୁକଲ୍ୟାଣ ପାଲ): କଟକ ଜିଲା ଚାଉଳିଆଗଞ୍ଜ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ। ଷ୍ଟେଶନ ଅଞ୍ଚଳରୁ ୭ ବର୍ଷର ନାବାଳିକାଙ୍କୁ ଅପହରଣ ହୋଇଥିବା ଅଭିଯୋଗ ହୋଇଛି। ୬୦ ବର୍ଷରୁ ଊଦ୍ଧର୍‌ବ…

ଯୌତୁକ ପାଇଁ ବିଷ ଦେଇ ବଧୂ ହତ୍ୟା ଅଭିଯୋଗ, ସ୍ବାମୀ ସମେତ ୧୦ ଜଣଙ୍କ ନାମରେ ମାମଲା

ଅମରପାଲି,୩୧।୮( ପୀତାମ୍ବର ସାହୁ): ଯୌତୁକ ଦାବିକୁ କେନ୍ଦ୍ର କରି ଜଣେ ବିବାହିତା ମହିଳାଙ୍କୁ ବିଷ ପିଆଇ ହତ୍ୟା କରାଯାଇଥିବା ନେଇ ବୀରମହାରାଜପୁର ଥାନାରେ ଅଭିଯୋଗ ହୋଇଛି। ଏହି…

ବିପର୍ଯ୍ୟୟ ପରେ ଚାଇନା ଉପରେ ନେପାଳର ବଡ଼ ଅଭିଯୋଗ

କାଠମାଣ୍ଡୁ,୩୧।୮: ନେପାଳରେ ହଠାତ ବନ୍ୟାରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି, ଏବେ ବି 3,000 ରୁ ଅଧିକ ଲୋକ ନିଖୋଜ ଅଛନ୍ତି। ବନ୍ୟା ସମ୍ପର୍କିତ ତଥ୍ୟ…

IPL ରୁ ଉଚ୍ଛେଦ ହେବ ‘ଇମ୍ପାକ୍ଟ ପ୍ଲେୟାର ନିୟମ’! ହଇଚଇ ସୃଷ୍ଟି କଲାଣି BCCI ର ନୂଆ ନିଷ୍ପତ୍ତି

ନୂଆଦିଲ୍ଲୀ,୩୧।୮: ‘ଇମ୍ପାକ୍ଟ ପ୍ଲେୟାର’ ନିୟମ ପ୍ରଥମେ 2023 ମସିହାରେ IPLରେ ପ୍ରଚଳନ କରାଯାଇଥିଲା। ପ୍ରତିବର୍ଷ ଏହାକୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଛି ଏବଂ ଶେଷରେ BCCI ଏହାକୁ…

ଗଣତାନ୍ତ୍ରିକ ପ୍ରତିନିଧିତ୍ୱରୁ ସାଧାରଣ ଜନତା ବଞ୍ଚିତ

ସମ୍ବଲପୁର,୩୧ା୮(ପ୍ରମୋଦ ବହିଦାର): ଦୀର୍ଘ ୧୨ ବର୍ଷ ଧରି ବହୁ ପ୍ରତୀକ୍ଷିତ ସମ୍ବଲପୁର ମହାନଗର ନିଗମ (ଏସ୍‌ଏମ୍‌ସି) ନିର୍ବାଚନ ପରିଚାଳନା ନେଇ ବିଜ୍ଞପ୍ତି ପ୍ରକାଶ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ…

ଶିକ୍ଷିତ ବେକାରୀ ଯୁବକଙ୍କୁ ନିଯୁକ୍ତି ଦେଉନି କମ୍ପାନୀ, ଆନ୍ଦୋଳନ ପାଇଁ ସଜବାଜ ଯୁବ ଗୋଷ୍ଠୀ

ଗଞ୍ଜାମ,୩୧।୮,(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ଠାରେ ଅବସ୍ଥିତ ଗ୍ରାସୀମ କମ୍ପାନୀ ସ୍ଥାନୀୟ ଅଞ୍ଚଳ ଶିକ୍ଷିତ ବେକାରୀ ଯୁବକଙ୍କୁ ନିଯୁକ୍ତି ଦେଉ ନଥିବା ଅଭିଯୋଗ ହୋଇଛି। ରାଜ୍ୟ…

ଏଇ ଭାରତରେ

ଅଭାବୀ ପରିବାରର ପିଲାମାନେ ଶିକ୍ଷାରୁ ବଞ୍ଚିତ ନ ହେବା ଲାଗି ସୁଯୋଗ ସୃଷ୍ଟି କରିଛନ୍ତି ବେଙ୍ଗାଲୁରୁର ହରେକାଲା ହଜାବ୍ବା। ଏଥିପାଇଁ ତାଙ୍କୁ ଜୀବନରେ ଅନେକ କଷ୍ଟ ସ୍ବୀକାର…

ସବୁକିଛି ବଦଳାଇବା ଠିକ୍‌ କି

ବିକାଶ ଏକ ନିରନ୍ତର ପ୍ରକ୍ରିୟା। ଏହା ସବୁବେଳେ ପୂର୍ବଜଙ୍କ କାନ୍ଧରେ ପାଦ ରଖିଥାଏ। ମୂଳଦୁଆ ଦୁର୍ବଳ ହେଲେ ଆମର ଅସ୍ତିତ୍ୱ ଦୁର୍ବଳ ହୁଏ। ସେହିପରି ପରିବର୍ତ୍ତନ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri