୧୧ରୁ କାର୍ଯ୍ୟସ୍ଥଳରେ ଟିକା

ନୂଆଦିଲ୍ଲୀ, ୮।୪: ଦେଶରେ କରୋନା ସଂକ୍ରମଣ ହୁହୁ ହୋଇ ବଢ଼ୁଥିବାରୁ ଟିକାକରଣକୁ ଅଧିକ ବ୍ୟାପକ କରିବା ଲାଗି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଏପ୍ରିଲ ୧୧ରୁ ସରକାରୀ ଓ ଘରୋଇ କାର୍ଯ୍ୟସ୍ଥଳରେ ଟିକାକରଣ ଆରମ୍ଭ ହେବ। ଏଥିପାଇଁ ଆବଶ୍ୟକ ପ୍ରସ୍ତୁତି ଲାଗି ବୁଧବାର ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। କାର୍ଯ୍ୟସ୍ଥଳରେ ଅନୂ୍ୟନ ୧୦୦ ଜଣ ଯୋଗ୍ୟ ତଥା ଆଗ୍ରହୀ ହିତାଧିକାରୀ ଥିଲେ ସେଠାରେ ଟିକାଦାନ କରାଯିବ।
କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ରାଜ୍ୟଗୁଡ଼ିକୁ ପତ୍ର ଲେଖି ଏ ସମ୍ପର୍କରେ ଜଣାଇଛନ୍ତି। ୪୫ ବର୍ଷରୁ ଊର୍ଦ୍ଧ୍ୱ ବୟସର ଲୋକଙ୍କ ମଧ୍ୟରୁ ଅନେକ ସଂଗଠିତ କ୍ଷେତ୍ର, ଆନୁଷ୍ଠାନିକ ପେସା କିମ୍ବା ଉତ୍ପାଦନ ଓ ସେବା ସେକ୍ଟରରେ ନିୟୋଜିତ ଥିବାରୁ ସେମାନଙ୍କ ପାଖରେ ଟିକା ପହଞ୍ଚାଇବା ପାଇଁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଫଳରେ ଅଧିକରୁ ଅଧିକ ଲୋକ ଟିକା ନେବାର ସୁବିଧା ପାଇବେ। ବର୍ତ୍ତମାନର ଟିକାକରଣ କେନ୍ଦ୍ର ସହ ୧୦୦ ହିତାଧିକାରୀ ଥିବା ସରକାରୀ ଓ ଘରୋଇ କାର୍ଯ୍ୟସ୍ଥଳରେ ଟିକା ଦିଆଯିବ ବୋଲି ଭୂଷଣ କହିଛନ୍ତି। ଏଥିପାଇଁ ରାଜ୍ୟ ସରକାର ଘରୋଇ ଓ ସରକାରୀ ସେକ୍ଟରଗୁଡ଼ିକର ନିଯୁକ୍ତିଦାତା ଓ ପରିଚାଳନା ବିଭାଗ ସହ ଯୋଗାଯୋଗ କରି କାର୍ଯ୍ୟସ୍ଥଳୀରେ ଟିକାଦାନ ବ୍ୟବସ୍ଥା କରାଇବେ। ଏଥିପାଇଁ କେନ୍ଦ୍ର ପକ୍ଷରୁ ଗାଇଡ୍‌ଲାଇନ ମଧ୍ୟ ପ୍ରସ୍ତୁତ ହୋଇଛି।
ସଂକ୍ରମଣ ବଢ଼ୁଥିବାରୁ ଯୋଗ୍ୟ ବର୍ଗର ଲୋକଙ୍କୁ ତୁରନ୍ତ ଟିକା ନେବା ପାଇଁ ସରକାର ପ୍ରୋତ୍ସାହିତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ୪୫ ବର୍ଷରୁ ଊର୍ଦ୍ଧ୍ୱ ସମସ୍ତ ସରକାରୀ କର୍ମଚାରୀଙ୍କୁ ଟିକା ନେବା ପାଇଁ କେନ୍ଦ୍ର ସରକାର ମଙ୍ଗଳବାର ନିର୍ଦ୍ଦେଶ ଦେଇଥିଲେ। ଦିଲ୍ଲୀ ସମେତ କେତେକ ରାଜ୍ୟ ଟିକାକରଣ କେନ୍ଦ୍ର ୨୪ ଘଣ୍ଟା ଖୋଲା ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ମହାରାଷ୍ଟ୍ର ସମେତ କେତେକ ରାଜ୍ୟରେ ଟିକା ନିଅଣ୍ଟ ଥିବା ଖବର ଆସିବା ପରେ କେନ୍ଦ୍ର ସରକାର କାର୍ଯ୍ୟସ୍ଥଳୀରେ ଟିକା ଦେବା ଲାଗି ନିଷ୍ପତ୍ତି ନେଇଛନ୍ତି। ମହାରାଷ୍ଟ୍ରରେ ମହଜୁଦ୍‌ ଥିବା ଟିକା ୩ ଦିନରେ ଶେଷ ହୋଇଯିବ ବୋଲି ସେଠାର ସ୍ବାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ କହିଥିଲେ। ସେହିପରି କଂଗ୍ରେସ ନେତା ରାହୁଲ ଗାନ୍ଧୀ ସମସ୍ତଙ୍କୁ ଟିକା ଦେବା ପାଇଁ ଦାବି କରିଥିଲେ। ଆମ୍‌ ଆଦ୍‌ମୀ ପାର୍ଟି ସମେତ କେତେକ ରାଜନୈତିକ ଦଳ ମଧ୍ୟ କେନ୍ଦ୍ରର ଟିକାକରଣ ନୀତିକୁ ନେଇ ପ୍ରଶ୍ନ ଉଠାଇଥିଲେ। ଟିକା ରପ୍ତାନି କରା ନ ଯାଇ ଦେଶରେ ବ୍ୟବହାର ଲାଗି ମହଜୁଦ ରଖାଯିବାର ଆବଶ୍ୟକ ଥିଲା ବୋଲି ସେମାନେ କହିଥିଲେ। ତେବେ ଟିକା ଆଦୌ ନିଅଣ୍ଟ ନାହିଁ ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ବୁଧବାର କହିଛନ୍ତି।
ଟିକାକରଣରେ ଆମେରିକା ପରେ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି। ତେବେ ଲୋକ ସଂଖ୍ୟାକୁ ଦେଖିଲେ ଭାରତରେ ଆଶାନୁରୂପ ଟିକାକରଣ ହୋଇପାରିନାହିଁ। ଆମେରିକାରେ ଦିନକୁ ୩୦.୫ ଲକ୍ଷ ଲୋକଙ୍କୁ ଟିକାଦିଆଯାଉଥିବାବେଳେ ଭାରତରେ ୨୬.୫ ଲକ୍ଷ ଟିକା ନେଉଛନ୍ତି। ଜାନୁୟାରୀ ୧୬ରୁ ଦେଶରେ ଟିକାଦାନ ଆରମ୍ଭ ହୋଇଥିବାବେଳେ ବର୍ତ୍ତମାନ ସୁଦ୍ଧା ୮.୪୫ କୋଟିରୁ ଅଧିକ ଡୋଜ୍‌ ଦିଆଗଲାଣି। ସେଥିରୁ ୧.୦୨ କୋଟି ଟିକାର ଉଭୟ ଡୋଜ୍‌ ନେଇଛନ୍ତି, ଯାହା କି ମୋଟ ଲୋକସଂଖ୍ୟାର ୧ ପ୍ରତିଶତ ବି ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri