କର୍ମଜୀବୀ ଓ ସନ୍ତାନର ଯତ୍ନ

ଜଣେ କର୍ମଜୀବୀ ନିଜ ଚାକିରି ସହ ପରିବାର ଏବଂ ପିଲାଙ୍କ ପ୍ରତି ଯତ୍ନବାନ୍‌ ହୋଇଥାଆନ୍ତି। ସେମାନଙ୍କର କେତୋଟି କଥା ପିଲାମାନଙ୍କର ଭବିଷ୍ୟତ ଗଢ଼ିବାରେ ବେଶ୍‌ ସହାୟକ ହୋଇଥାଏ। ସେ ବିଷୟରେ ଉପସ୍ଥପାନା…

ଆଜିକାଲି ମହିଳାମାନେ ନିଜକୁ ବିଭିନ୍ନ କ୍ଷେତ୍ରରେ ପାରଦର୍ଶୀ ବୋଲି ପ୍ରମାଣିତ କରିସାରିଲେଣି। ତେବେ ଜଣେ କର୍ମଜୀବୀକୁ କେବଳ ଚାକିରି ନୁହେଁ, ଅନ୍ୟପକ୍ଷରେ ପରିବାର ଏବଂ ନିଜ ସନ୍ତାନଙ୍କ ଯତ୍ନ ମଧ୍ୟ ନେବାକୁ ପଡ଼ିଥାଏ। ତେଣୁ ତାକୁ ଏକ ରୁଟିନ୍‌ ଜୀବନଯାପନ କରିବାକୁ ପଡ଼େ। ସକାଳୁ ଘର କାମ କରିବା, ପିଲାଙ୍କୁ ସ୍କୁଲକୁ ଯିବାକୁ ପ୍ରସ୍ତୁତ କରିବା ଆଦି କାମରେ ସେମାନେ ବ୍ୟସ୍ତ ରୁହନ୍ତି। ହେଲେ କର୍ମଜୀବୀଙ୍କଠାରେ ଏଭଳି କିଛି ମହତ୍ତ୍ୱ ରହିଛି, ଯାହାକୁ ତାଙ୍କର ପିଲାମାନେ ଆପଣେଇପାରନ୍ତି। ଜଣେ ମହିଳା ଚାକିରି କରିବା ପରେ ନିଜ ପିଲାଟି କିପରି ପାଠ ପଢ଼ି ମଣିଷ ହେବ ସେ ନେଇ ବେଶ୍‌ ଯତ୍ନବାନ୍‌ ହୋଇଥାନ୍ତି। ତେବେ ଜଣେ କର୍ମଜୀବୀ ସନ୍ତାନର ଯତ୍ନ କିପରି ନେଇପାରିଲେ ତାହା ତାଙ୍କ ପାଇଁ ଲାଭପ୍ରଦ ସାବ୍ୟସ୍ତ ହେବ, ସେ ନେଇ କେତୋଟି ଟିପ୍ସ।
ମା’ ହୋଇଥାନ୍ତି ରୋଲ୍‌ ମଡେଲ : ବେଳେବେଳେ ମା’ମାନଙ୍କଠାରେ ଲୁଚି ରହିଥିବା ପ୍ରତିଭା ପିଲାମାନଙ୍କ ପାଇଁ ପ୍ରେରଣାଦାୟୀ ସାଜିଥାଏ। ତେବେ ଏ ବିଷୟରେ ପିଲାମାନେ ଭଲ ଭାବରେ ଅବଗତ ହେବା ନିହାତି ଦରକାର। ସବୁବେଳେ ସେମାନେ ନିଜ ମା’ର ଭଲ ଗୁଣଗୁଡ଼ିକ ବିଷୟରେ ଜାଣିବା ଆବଶ୍ୟକ। କାରଣ ଗୁରୁଜନଙ୍କଠାରୁ ଅନେକ କିଛି ଶିଖିବାର ଅଛି। ତେବେ ଏ ନେଇ ନିଜ ମନରେ ଉତ୍ସୁକତା ରହିଲେ ତାହା ଲାଭପ୍ରଦ ସାବ୍ୟସ୍ତ ହୋଇଥାଏ। ଯଦି ମା’ ଏକ ଭଲ ଚାକିରି କରିଛନ୍ତି ତେବେ ପିଲା ତାଙ୍କୁ ଲକ୍ଷ୍ୟ ରଖିବା ଉଚିତ। ଏହାଦ୍ୱାରା ସେମାନେ ନିଜ ଲକ୍ଷ୍ୟ ହାସଲ କରିପାରିବେ। ତେଣୁ ନିଜ ଭବିଷ୍ୟତ ପାଇଁ ମା’କୁ ରୋଲ୍‌ ମଡେଲ ଭାବରେ ଗ୍ରହଣ କରିପାରନ୍ତି।
ଲାଇଫ୍‌ ମ୍ୟାନେଜମେଣ୍ଟ : ଜୀବନର ରାସ୍ତାରେ ଚାଲିବା ସହଜ ନୁହେଁ। ବେଳେବେଳେ ଏହା ବେଶ୍‌ କଣ୍ଟକିତ ହୋଇଥାଏ। କୌଣସି ସମସ୍ୟାର ସମ୍ମୁଖୀନ ହେଲେ ତାହାକୁ ସମାଧାନ କରିବାକୁ ପିଲାମାନେ ବାଟ ଖୋଜି ପାଇ ନ ଥାନ୍ତି। ତେଣୁ ଲାଇଫ୍‌ ମ୍ୟାନେଜମେଣ୍ଟ ବିଷୟରେ ମା’ଙ୍କ ନିକଟରୁ ଶିଖନ୍ତୁ। କେଉଁ ପରିସ୍ଥିତିକୁ କିପରି ସାମ୍‌ନା କରିବାକୁ ପଡ଼ିବ ହୁଏତ ତାଙ୍କର ଟିପ୍ସ ତୁମମାନଙ୍କ ପାଇଁ ବେଶ୍‌ କାମରେ ଆସିପାରେ। ସାଧାରଣତଃ ଜଣେ କର୍ମଜୀବୀକୁ ଦୁଇଟି ସମାନ୍ତରାଳ ରାସ୍ତାରେ ଯାତ୍ରା କରିବାକୁ ପଡ଼ିଥାଏ। ଗୋଟିଏ ହେଲା ପରିବାର ଏବଂ ଅନ୍ୟଟି ନିଜର କର୍ମସଂସ୍ଥାନ। ତେଣୁ ଏହି ଦୁଇଟିକୁ ସୁରୁଖୁରୁରେ ଚଳାଇବାକୁ ବୁଦ୍ଧିର ଆବଶ୍ୟକତା ରହିଛି। କୌଣସି ଗୋଟିକୁ ଯଦି ଅବହେଳା କରନ୍ତି, ତେବେ ସବୁକିଛି ଅଡୁଆ ହୋଇଯିବ। ତେଣୁ ସବୁବେଳେ ଏକ ରୁଟିନ୍‌ ଲାଇଫ୍‌ ଅନୁସରଣ କରନ୍ତୁ। ପ୍ରତ୍ୟେକ କର୍ମଜୀବୀ ମହିଳାଙ୍କ ନିକଟରୁ ତାଙ୍କର ପିଲା ଯେଉଁ ପ୍ରଥମ କଥା ଶିଖିବା ଦରକାର ତାହା ହେଲା, ସମୟାନୁବର୍ତ୍ତିତା। କାରଣ ନିଜ ଜୀବନକୁ ଆଗେଇନେବାରେ, ଶିକ୍ଷା କ୍ଷେତ୍ର ଅବା ଚାକିରିରେ ଏହାର ବେଶ୍‌ ଗୁରୁତ୍ୱ ରହିଛି। ତେଣୁ ର୍କମଜୀବୀ ମା’ଙ୍କ ନିକଟରୁ ପିଲାମାନେ ଏହା ଶିଖିବା ଦରକାର।
କାମର ମହତ୍ତ୍ୱ : ନିଜେ କରୁଥିବା କାମକୁ ତୁଲାଇବି ବୋଲି କହିଦେଲେ ହେବ ନାହିଁ। ଏହାକୁ ଶେଷ କରିବା ଲାଗି ନିଜର ସାମର୍ଥ୍ୟ ଥିବା ଦରକାର। ତା’ସହ କାମଟିକୁ କିପରି ସମ୍ପାଦନ କରିବେ ସେ ନେଇ ଯୋଜନା ପ୍ରସ୍ତୁତ କରନ୍ତୁ। ବିଶେଷଭାବରେ କର୍ମଜୀବୀ ନିଜ ଅଫିସ୍‌ କାମ ଏବଂ ଘର କାମକୁ ତୁଲାଇଥାଆନ୍ତି। ତେଣୁ ସେମାନଙ୍କୁ ଯୋଜନାବଦ୍ଧ ଭାବରେ ଆଗେଇବାକୁ ପଡ଼ିଥାଏ। ଏ ବିଷୟରେ ସେମାନଙ୍କର ପିଲାମାନେ ଶିଖିବା ଦରକାର। କାରଣ ଏବେ ସେମାନେ ହୁଏତ ପାଠ ପଢ଼ୁଛନ୍ତି, ଭବିଷ୍ୟତରେ ଚାକିରି କରିବେ। ସେ ସମୟରେ କିପରି ନିଜ କାମକୁ ତୁଲାଇବେ ସେ ବିଷୟରେ ନିଜ କର୍ମଜୀବୀ ମା’ଙ୍କ ନିକଟରୁ କିଛି ଶିଖି ନିଅନ୍ତୁ।
କାର୍ଯ୍ୟ ସମ୍ପାଦନ କରିବା ପ୍ରଣାଳୀ : ବେଳେବେଳେ ଜଣଙ୍କୁ ଏକାଧିକ କାମ ତୁଲାଇବାକୁ ପଡ଼ିଥାଏ। ଏହି ସମୟରେ ସଂଯମର ଆବଶ୍ୟକତା ରହିଛି। କାର୍ଯ୍ୟ ଭାରରେ କଦାପି ଧୈର୍ଯ୍ୟହରା ହୁଅନ୍ତୁ ନାହିଁ। କାମଗୁଡ଼ିକୁ ଗୋଟିଏ ପରେ ଗୋଟିଏ ତୁଲାନ୍ତୁ। ଏକାଥରେ ଗୁଡ଼ାଏ କାମ ତୁଲାଇବା ସହଜ କଥା ନୁହେଁ। ତେଣୁ କାମ ଧରିବା ସମୟରେ ନିଜର ସାମର୍ଥ୍ୟ ବିଷୟରେ ଅବଗତ ହୁଅନ୍ତୁ। କାରଣ ଜଣେ କର୍ମଜୀବୀ ଅଫିସରେ ନିଜ କାମ ସହ ବେଳେବେଳେ ଅନ୍ୟ କିଛି କାମ ତୁଲାଇବାକୁ ପଡ଼ିଥାଏ। ଏଭଳି କାମକୁ ମା’ କିପରି ଶେଷ କରୁଛନ୍ତି ତାହାର କାଇଦା ପିଲାମାନେ ଶିଖିନେବା ଦରକାର। ଏହାଦ୍ୱାରା ଭବିଷ୍ୟତରେ ଯଦି ପିଲା ଏଭଳି ପରିସ୍ଥିତିର ସାମ୍ନା କରନ୍ତି ତେବେ ବିଚଳିତ ନ ହୋଇ କାମଗୁଡିକୁ ବେଶ୍‌ ସୁଚାରୁ ରୂପେ ସମ୍ପାଦନ କରିପାରିବେ।
ସ୍ବାବଲମ୍ବୀ ହେବାର କାଇଦା
ପାଠ ପଢ଼ିବା ପରେ ନିଜ ଗୋଡ଼ରେ ନିଜେ ଠିଆହେବାର ଅନେକ ଉଦାହରଣ ରହିଛି। ଏଥିପାଇଁ ଉପଯୁକ୍ତ ଯୋଜନାର ଆବଶ୍ୟକତା ରହିଛି। ପାଠ ପଢ଼ିବା ସମୟରେ ମା’ ଭବିଷ୍ୟତରେ କ’ଣ କରିବାକୁ ଚାହୁଁଥିଲେ ତାହା ପଚାରି ବୁଝନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?