କର୍ମଜୀବୀ ଓ ସନ୍ତାନର ଯତ୍ନ

ଜଣେ କର୍ମଜୀବୀ ନିଜ ଚାକିରି ସହ ପରିବାର ଏବଂ ପିଲାଙ୍କ ପ୍ରତି ଯତ୍ନବାନ୍‌ ହୋଇଥାଆନ୍ତି। ସେମାନଙ୍କର କେତୋଟି କଥା ପିଲାମାନଙ୍କର ଭବିଷ୍ୟତ ଗଢ଼ିବାରେ ବେଶ୍‌ ସହାୟକ ହୋଇଥାଏ। ସେ ବିଷୟରେ ଉପସ୍ଥପାନା…

ଆଜିକାଲି ମହିଳାମାନେ ନିଜକୁ ବିଭିନ୍ନ କ୍ଷେତ୍ରରେ ପାରଦର୍ଶୀ ବୋଲି ପ୍ରମାଣିତ କରିସାରିଲେଣି। ତେବେ ଜଣେ କର୍ମଜୀବୀକୁ କେବଳ ଚାକିରି ନୁହେଁ, ଅନ୍ୟପକ୍ଷରେ ପରିବାର ଏବଂ ନିଜ ସନ୍ତାନଙ୍କ ଯତ୍ନ ମଧ୍ୟ ନେବାକୁ ପଡ଼ିଥାଏ। ତେଣୁ ତାକୁ ଏକ ରୁଟିନ୍‌ ଜୀବନଯାପନ କରିବାକୁ ପଡ଼େ। ସକାଳୁ ଘର କାମ କରିବା, ପିଲାଙ୍କୁ ସ୍କୁଲକୁ ଯିବାକୁ ପ୍ରସ୍ତୁତ କରିବା ଆଦି କାମରେ ସେମାନେ ବ୍ୟସ୍ତ ରୁହନ୍ତି। ହେଲେ କର୍ମଜୀବୀଙ୍କଠାରେ ଏଭଳି କିଛି ମହତ୍ତ୍ୱ ରହିଛି, ଯାହାକୁ ତାଙ୍କର ପିଲାମାନେ ଆପଣେଇପାରନ୍ତି। ଜଣେ ମହିଳା ଚାକିରି କରିବା ପରେ ନିଜ ପିଲାଟି କିପରି ପାଠ ପଢ଼ି ମଣିଷ ହେବ ସେ ନେଇ ବେଶ୍‌ ଯତ୍ନବାନ୍‌ ହୋଇଥାନ୍ତି। ତେବେ ଜଣେ କର୍ମଜୀବୀ ସନ୍ତାନର ଯତ୍ନ କିପରି ନେଇପାରିଲେ ତାହା ତାଙ୍କ ପାଇଁ ଲାଭପ୍ରଦ ସାବ୍ୟସ୍ତ ହେବ, ସେ ନେଇ କେତୋଟି ଟିପ୍ସ।
ମା’ ହୋଇଥାନ୍ତି ରୋଲ୍‌ ମଡେଲ : ବେଳେବେଳେ ମା’ମାନଙ୍କଠାରେ ଲୁଚି ରହିଥିବା ପ୍ରତିଭା ପିଲାମାନଙ୍କ ପାଇଁ ପ୍ରେରଣାଦାୟୀ ସାଜିଥାଏ। ତେବେ ଏ ବିଷୟରେ ପିଲାମାନେ ଭଲ ଭାବରେ ଅବଗତ ହେବା ନିହାତି ଦରକାର। ସବୁବେଳେ ସେମାନେ ନିଜ ମା’ର ଭଲ ଗୁଣଗୁଡ଼ିକ ବିଷୟରେ ଜାଣିବା ଆବଶ୍ୟକ। କାରଣ ଗୁରୁଜନଙ୍କଠାରୁ ଅନେକ କିଛି ଶିଖିବାର ଅଛି। ତେବେ ଏ ନେଇ ନିଜ ମନରେ ଉତ୍ସୁକତା ରହିଲେ ତାହା ଲାଭପ୍ରଦ ସାବ୍ୟସ୍ତ ହୋଇଥାଏ। ଯଦି ମା’ ଏକ ଭଲ ଚାକିରି କରିଛନ୍ତି ତେବେ ପିଲା ତାଙ୍କୁ ଲକ୍ଷ୍ୟ ରଖିବା ଉଚିତ। ଏହାଦ୍ୱାରା ସେମାନେ ନିଜ ଲକ୍ଷ୍ୟ ହାସଲ କରିପାରିବେ। ତେଣୁ ନିଜ ଭବିଷ୍ୟତ ପାଇଁ ମା’କୁ ରୋଲ୍‌ ମଡେଲ ଭାବରେ ଗ୍ରହଣ କରିପାରନ୍ତି।
ଲାଇଫ୍‌ ମ୍ୟାନେଜମେଣ୍ଟ : ଜୀବନର ରାସ୍ତାରେ ଚାଲିବା ସହଜ ନୁହେଁ। ବେଳେବେଳେ ଏହା ବେଶ୍‌ କଣ୍ଟକିତ ହୋଇଥାଏ। କୌଣସି ସମସ୍ୟାର ସମ୍ମୁଖୀନ ହେଲେ ତାହାକୁ ସମାଧାନ କରିବାକୁ ପିଲାମାନେ ବାଟ ଖୋଜି ପାଇ ନ ଥାନ୍ତି। ତେଣୁ ଲାଇଫ୍‌ ମ୍ୟାନେଜମେଣ୍ଟ ବିଷୟରେ ମା’ଙ୍କ ନିକଟରୁ ଶିଖନ୍ତୁ। କେଉଁ ପରିସ୍ଥିତିକୁ କିପରି ସାମ୍‌ନା କରିବାକୁ ପଡ଼ିବ ହୁଏତ ତାଙ୍କର ଟିପ୍ସ ତୁମମାନଙ୍କ ପାଇଁ ବେଶ୍‌ କାମରେ ଆସିପାରେ। ସାଧାରଣତଃ ଜଣେ କର୍ମଜୀବୀକୁ ଦୁଇଟି ସମାନ୍ତରାଳ ରାସ୍ତାରେ ଯାତ୍ରା କରିବାକୁ ପଡ଼ିଥାଏ। ଗୋଟିଏ ହେଲା ପରିବାର ଏବଂ ଅନ୍ୟଟି ନିଜର କର୍ମସଂସ୍ଥାନ। ତେଣୁ ଏହି ଦୁଇଟିକୁ ସୁରୁଖୁରୁରେ ଚଳାଇବାକୁ ବୁଦ୍ଧିର ଆବଶ୍ୟକତା ରହିଛି। କୌଣସି ଗୋଟିକୁ ଯଦି ଅବହେଳା କରନ୍ତି, ତେବେ ସବୁକିଛି ଅଡୁଆ ହୋଇଯିବ। ତେଣୁ ସବୁବେଳେ ଏକ ରୁଟିନ୍‌ ଲାଇଫ୍‌ ଅନୁସରଣ କରନ୍ତୁ। ପ୍ରତ୍ୟେକ କର୍ମଜୀବୀ ମହିଳାଙ୍କ ନିକଟରୁ ତାଙ୍କର ପିଲା ଯେଉଁ ପ୍ରଥମ କଥା ଶିଖିବା ଦରକାର ତାହା ହେଲା, ସମୟାନୁବର୍ତ୍ତିତା। କାରଣ ନିଜ ଜୀବନକୁ ଆଗେଇନେବାରେ, ଶିକ୍ଷା କ୍ଷେତ୍ର ଅବା ଚାକିରିରେ ଏହାର ବେଶ୍‌ ଗୁରୁତ୍ୱ ରହିଛି। ତେଣୁ ର୍କମଜୀବୀ ମା’ଙ୍କ ନିକଟରୁ ପିଲାମାନେ ଏହା ଶିଖିବା ଦରକାର।
କାମର ମହତ୍ତ୍ୱ : ନିଜେ କରୁଥିବା କାମକୁ ତୁଲାଇବି ବୋଲି କହିଦେଲେ ହେବ ନାହିଁ। ଏହାକୁ ଶେଷ କରିବା ଲାଗି ନିଜର ସାମର୍ଥ୍ୟ ଥିବା ଦରକାର। ତା’ସହ କାମଟିକୁ କିପରି ସମ୍ପାଦନ କରିବେ ସେ ନେଇ ଯୋଜନା ପ୍ରସ୍ତୁତ କରନ୍ତୁ। ବିଶେଷଭାବରେ କର୍ମଜୀବୀ ନିଜ ଅଫିସ୍‌ କାମ ଏବଂ ଘର କାମକୁ ତୁଲାଇଥାଆନ୍ତି। ତେଣୁ ସେମାନଙ୍କୁ ଯୋଜନାବଦ୍ଧ ଭାବରେ ଆଗେଇବାକୁ ପଡ଼ିଥାଏ। ଏ ବିଷୟରେ ସେମାନଙ୍କର ପିଲାମାନେ ଶିଖିବା ଦରକାର। କାରଣ ଏବେ ସେମାନେ ହୁଏତ ପାଠ ପଢ଼ୁଛନ୍ତି, ଭବିଷ୍ୟତରେ ଚାକିରି କରିବେ। ସେ ସମୟରେ କିପରି ନିଜ କାମକୁ ତୁଲାଇବେ ସେ ବିଷୟରେ ନିଜ କର୍ମଜୀବୀ ମା’ଙ୍କ ନିକଟରୁ କିଛି ଶିଖି ନିଅନ୍ତୁ।
କାର୍ଯ୍ୟ ସମ୍ପାଦନ କରିବା ପ୍ରଣାଳୀ : ବେଳେବେଳେ ଜଣଙ୍କୁ ଏକାଧିକ କାମ ତୁଲାଇବାକୁ ପଡ଼ିଥାଏ। ଏହି ସମୟରେ ସଂଯମର ଆବଶ୍ୟକତା ରହିଛି। କାର୍ଯ୍ୟ ଭାରରେ କଦାପି ଧୈର୍ଯ୍ୟହରା ହୁଅନ୍ତୁ ନାହିଁ। କାମଗୁଡ଼ିକୁ ଗୋଟିଏ ପରେ ଗୋଟିଏ ତୁଲାନ୍ତୁ। ଏକାଥରେ ଗୁଡ଼ାଏ କାମ ତୁଲାଇବା ସହଜ କଥା ନୁହେଁ। ତେଣୁ କାମ ଧରିବା ସମୟରେ ନିଜର ସାମର୍ଥ୍ୟ ବିଷୟରେ ଅବଗତ ହୁଅନ୍ତୁ। କାରଣ ଜଣେ କର୍ମଜୀବୀ ଅଫିସରେ ନିଜ କାମ ସହ ବେଳେବେଳେ ଅନ୍ୟ କିଛି କାମ ତୁଲାଇବାକୁ ପଡ଼ିଥାଏ। ଏଭଳି କାମକୁ ମା’ କିପରି ଶେଷ କରୁଛନ୍ତି ତାହାର କାଇଦା ପିଲାମାନେ ଶିଖିନେବା ଦରକାର। ଏହାଦ୍ୱାରା ଭବିଷ୍ୟତରେ ଯଦି ପିଲା ଏଭଳି ପରିସ୍ଥିତିର ସାମ୍ନା କରନ୍ତି ତେବେ ବିଚଳିତ ନ ହୋଇ କାମଗୁଡିକୁ ବେଶ୍‌ ସୁଚାରୁ ରୂପେ ସମ୍ପାଦନ କରିପାରିବେ।
ସ୍ବାବଲମ୍ବୀ ହେବାର କାଇଦା
ପାଠ ପଢ଼ିବା ପରେ ନିଜ ଗୋଡ଼ରେ ନିଜେ ଠିଆହେବାର ଅନେକ ଉଦାହରଣ ରହିଛି। ଏଥିପାଇଁ ଉପଯୁକ୍ତ ଯୋଜନାର ଆବଶ୍ୟକତା ରହିଛି। ପାଠ ପଢ଼ିବା ସମୟରେ ମା’ ଭବିଷ୍ୟତରେ କ’ଣ କରିବାକୁ ଚାହୁଁଥିଲେ ତାହା ପଚାରି ବୁଝନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ରେଭନ୍ତ ରେଡ୍ଡୀଙ୍କୁ ଆମେରିକା ଯିବା ପାଇଁ ମିଳିଲା ନାହିଁ ଅନୁମତି, ଜାଣନ୍ତୁ ସରକାରୀ ଅନୁମତି କିପରି ମିଳିଥାଏ

ନୂଆଦିଲ୍ଲୀ,୨୩।୮: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବେ ୟୁକେରୁ ସିଧାସଳଖ ଭାରତ ଫେରିବେ; ସରକାରୀ ଅନୁମୋଦନ ଅଭାବରୁ ତାଙ୍କର ଆମେରିକା ଗସ୍ତ ବାତିଲ କରାଯାଇଛି। ସେ ଇଂଲଣ୍ଡ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

ହାତୀ ନଦୀରେ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଭବାନୀପାଟଣା,୨୩।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳ ସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାରେ…

ସମାଜସେବା ସହ ଆଧ୍ୟାତ୍ମିକ ଜ୍ଞାନ: ରକ୍ତ ଦାନ ମହତ ଦାନ

ଭଞ୍ଜନଗର, ୨୩।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ (ଓମ୍ ଶାନ୍ତି)ର ଶାନ୍ତି ସ୍ରୋତ ଭବନ ପରିସରରେ ରବିବାର ଏକ ରକ୍ତଦାନ…

‘ବିଶ୍ୱବାସୀଙ୍କୁ ଭାରତ ଆସିବା ଉଚିତ ବୋଲି ଅନୁଭବ କରିବା ଦରକାର,’ ମହାକାଶ ଷ୍ଟାର୍ଟଅପ୍ସର ପ୍ରତିଷ୍ଠାତାମାନଙ୍କୁ ଏମିତି କହିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ମହାକାଶ କ୍ଷେତ୍ରକୁ ବିଶ୍ୱ ଆକର୍ଷଣର କେନ୍ଦ୍ର କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ମହାକାଶ ଷ୍ଟାର୍ଟଅପଗୁଡ଼ିକର ସିଇଓ ଏବଂ ପ୍ରତିଷ୍ଠାତାମାନଙ୍କ ସହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri