ବିପଦରେ ଶ୍ରମିକଙ୍କ ଅଧିକାର

ଭାରତର ୬୦ କୋଟି ଶ୍ରମିକଙ୍କ ମଧ୍ୟରୁ ପ୍ରାୟ ୧୦% ସଂଗଠିତ ଓ ଅବଶିଷ୍ଟ ୯୦% ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ। ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକଙ୍କ ଚାକିରି ଅସୁରକ୍ଷିତ ଏବଂ ନିର୍ଦ୍ଦିଷ୍ଟ ମଜୁରି, ସାମାଜିକ ସୁରକ୍ଷା, ପେନ୍‌ସନ୍‌ ଆଦିର ସେପରି ସୁଯୋଗ ନ ଥାଏ। ସଂଗଠିତ କ୍ଷେତ୍ରର ଶ୍ରମିକଙ୍କଙ୍କ କ୍ଷେତ୍ରରେ ଏହି ସୁବିଧା ଥିଲାବେଳେ ତାହା ଆଜିର ଜଗତୀକରଣ, ଉଦାରୀକରଣ ଓ ଘରୋଇକରଣ ଯୁଗରେ ବିପନ୍ନ ହେବାକୁ ବସିଛି। ଶ୍ରମିକଙ୍କ ସ୍ବାର୍ଥ, ଅଧିକାର ଆଜି ବିପନ୍ନ ହୋଇଥିଲାବେଳେ ପେନ୍‌ସନ ସୁନିଶ୍ଚିତ ନୁହେଁ। ସାମାଜିକ ନ୍ୟାୟ ବିପନ୍ନ।

ଘରୋଇକରଣ ପ୍ରକ୍ରିୟା ଆହୁରି ଚାକିରିର ନିରାପତ୍ତା ବିପନ୍ନ କରିଛି। ଠିକା ଶ୍ରମିକ ବ୍ୟବସ୍ଥା, ଗିଗ ଅର୍ଥନୀତିର ବୃଦ୍ଧି, ଶ୍ରମିକଙ୍କ ବଦଳରେ ଯନ୍ତ୍ରପାତି, ସୂଚନା ଓ ପ୍ରଯୁକ୍ତିବିଦ୍ୟା ଏବଂ ପୁଞ୍ଜିର ବହୁଳ ବ୍ୟବହାର ଯୋଗୁ ଶ୍ରମିକମାନେ ଅଧିକ କ୍ଷତିଗ୍ରସ୍ତ ଓ ଶୋଷିତ ହେଉଛନ୍ତି, କର୍ମସଂସ୍ଥାନ ହରାଉଛନ୍ତି, ବେକାରି ବୃଦ୍ଧି ପାଉଛି। ଅପରପକ୍ଷରେ ଶିଳ୍ପପତିମାନେ ପ୍ରଚୁର ଲାଭର ପାହାଡ଼ ସୃଷ୍ଟି କରୁଛନ୍ତି। ପୁଞ୍ଜି କେବଳ ଶ୍ରମ-ଶକ୍ତିକୁ ଶୋଷଣ କରିବାକୁ ଚେଷ୍ଟା କରେ ନାହିଁ, ବରଂ ବିକାଶ ପ୍ରକ୍ରିୟାରେ ଏହାର ଅବଦାନକୁ ମଧ୍ୟ ଅଣଦେଖା କରେ। ପୁଞ୍ଜିପତିମାନେ ସେହି ପ୍ରକ୍ରିୟାରେ ଶ୍ରମିକଙ୍କ ଅବଦାନକୁ ଲୁଚାଇବାକୁ ଚାହାନ୍ତି। ଅପରପକ୍ଷରେ ଶ୍ରମିକମାନେ ସେମାନଙ୍କର ଅବଦାନକୁ ସମ୍ପୂର୍ଣ୍ଣ ସ୍ବୀକୃତି ପାଇବାକୁ ଚେଷ୍ଟା କରନ୍ତି, ଯାହା ଆନ୍ଦୋଳନର ରୂପ ନିଏ।

ବାସ୍ତବରେ ଶିଳ୍ପପତି, ପୁଞ୍ଜିପତି କେବଳ ସମ୍ପଦ ସୃଷ୍ଟିକାରୀ ନୁହନ୍ତି, ବରଂ ଶ୍ରମିକମାନେ ସମ୍ପଦର ପ୍ରକୃତ ସୃଷ୍ଟିକର୍ତ୍ତା। କିନ୍ତୁ ଶ୍ରମିକଙ୍କ ସ୍ବାର୍ଥ କ୍ୱଚିତ ସୁରକ୍ଷିତ। ପ୍ରକୃତରେ ଶ୍ରମିକମାନଙ୍କ ବାସ୍ତବ ମଜୁରି (ନାମମାତ୍ର ମଜୁରି ମୁଦ୍ରାସ୍ଫୀତି) ଶ୍ରମିକଙ୍କ କଲ୍ୟାଣର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ସୂଚକାଙ୍କ ମଧ୍ୟରୁ ଗୋଟିଏ। ଯଦି ଦେଶର ଜିଡିପି ବୃଦ୍ଧି ସହିତ ପ୍ରକୃତ ମଜୁରି ବୃଦ୍ଧି ନ ପାଏ କିମ୍ବା ସମୟ ବିତିବା ସହିତ ବାସ୍ତବ ମଜୁରିରେ କୌଣସି ଯଥେଷ୍ଟ ବୃଦ୍ଧି ନ ପାଏ, ତେବେ ଶ୍ରମିକମାନେ ଶୋଷିତ ବୋଲି ଧରାଯାଏ। ଆଜି ଭାରତୀୟ ଅର୍ଥନୀତିରେ ଠିକ୍‌ ଏହା ଘଟୁଥିବା ପରି ମନେ ହେଉଛି। ବାସ୍ତବ ମଜୁରିରେ ଅଭୂତପୂର୍ବ ହ୍ରାସ ପାଇଛି। ଭାରତର ଅର୍ଥନୈତିକ ଅଭିବୃଦ୍ଧି ମଜୁରି ସଙ୍କଟକୁ ଘୋଡାଇ ଦେଉଛି। ୨୦୨୫ ମସିହାର ଅର୍ଥନୈତିକ ସର୍ଭେ ଅନୁଯାୟୀ, ଭାରତର ଅଭିବୃଦ୍ଧି ସତ୍ତ୍ୱେ, ପୁରୁଷମାନଙ୍କ ବାସ୍ତବ ମଜୁରି ହ୍ରାସ ପାଇଛି, ଯାହା ଅସମାନତାକୁ ବୃଦ୍ଧି କରୁଛି। ମୁଦ୍ରାସ୍ଫୀତି ଯୋଗୁ ମଧ୍ୟ କ୍ରୟ ଶକ୍ତି ହ୍ରାସ ଘଟୁଛି ଏବଂ ସମ୍ପଦର ସୁଷମ ବଣ୍ଟନ ନ ହେବା ଯୋଗୁ ଆର୍ଥିକ ଅସମାନତା ବୃଦ୍ଧି ପାଉଛି। ୨୦୨୩-୨୪ ମସିହାରେ ପୁରୁଷ ବେତନଭୋଗୀ ଶ୍ରମିକଙ୍କ ପ୍ରକୃତ ମାସିକ ମଜୁରି ୨୦୧୭-୧୮ ତୁଳନାରେ ୬.୪% କମ୍‌ ଥିଲା, ଯାହା କ୍ରୟ ଶକ୍ତିର ଏକ ଗୁରୁତ୍ୱପୂର୍ଣ୍ଣ ହ୍ରାସ ଦର୍ଶାଉଛି। ଆତ୍ମନିଯୁକ୍ତି ପୁରୁଷଙ୍କ ପାଇଁ ସମାନ ସମୟ ମଧ୍ୟରେ ବାସ୍ତବ ଆୟ ୯.୧% ହ୍ରାସ ପାଇଛି। ଗ୍ରାମୀଣ ଭାରତରେ ଏହି ସଙ୍କୋଚନ ଆହୁରି ସ୍ପଷ୍ଟ।
ପୁଞ୍ଜିପତି ଓ ଶିଳ୍ପ୍ପପତିଙ୍କ ସ୍ବାର୍ଥସାଧନ ପାଇଁ ଶାସକ ଶ୍ରେଣୀ ଅଧିକ ଗୁରୁତ୍ୱ ଦେଲାବେଳେ ଶ୍ରମିକ ଓ କର୍ମଚାରୀଙ୍କ ଅଧିକାର କ୍ଷୁଣ୍ଣ କରିବା ସହ ଶୋଷଣ ବିରୋଧରେ ପ୍ରତିବାଦ କରିବାର ସେମାନଙ୍କ ଅଧିକାରକୁ ଦୁର୍ବଳ କରୁଛନ୍ତି। ଦୈନିକ କାର୍ଯ୍ୟ ନିର୍ଘଣ୍ଟକୁ ବୃଦ୍ଧି କରାଯାଉଛି। ଇଂରେଜ ଶାସନ କାଳରୁ ଆଜିଯାଏ କର୍ମଚାରୀଙ୍କ ସୁରକ୍ଷା ଓ ମଙ୍ଗଳ ପାଇଁ ଉଦ୍ଦିଷ୍ଟ ସମୁଦାୟ ୪୪ଟି ଶ୍ରମ ଅଧିନିୟମରୁ ୧୫ଟିକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରି ବାକି ୨୯ଟି ଅଧିନିୟମକୁ କେନ୍ଦ୍ର ସରକାର ଶିଳ୍ପପତି, ନିଯୁକ୍ତିଦାତାଙ୍କୁ ସୁହାଇଲା ଭଳି ୪ଟି ଶ୍ରମ ସହିଂତାରେ ପରିଣତ କରିସାରିଛନ୍ତି। ସେଗୁଡିକ ହେଉଛି ‘ମଜୁରି ସଂହିତା ୨୦୧୯’; ‘ଔଦ୍ୟୋଗିକ ସମ୍ପର୍କ ସଂହିତା ୨୦୨୦’ ;‘ସାମାଜିକ ସୁରକ୍ଷା ସଂହିତା ୨୦୨୦’; ବୃତ୍ତିଗତ ସୁରକ୍ଷା, ସ୍ବାସ୍ଥ୍ୟ ଓ କାର୍ଯ୍ୟ ସର୍ତ୍ତାବଳୀ ସଂହିତା ୨୦୨୦। ଯାହାକୁ ନେଇ ଶ୍ରମିକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ଏବଂ ସେମାନେ ଆନ୍ଦୋଳନ ଭିତରକୁ ଯାଉଛନ୍ତି। ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲ୍‌ଓ) ଦୈନିକ ୮ ଘଣ୍ଟା କାର୍ଯ୍ୟ ଦିବସକୁ ଅନୁମୋଦନ କରିଥିଲା, ଯାହା ବିଶ୍ୱ ଶ୍ରମ ଆନ୍ଦୋଳନର ଗୁରୁତ୍ୱକୁ ଦୃଢ଼ କରିଥିଲା। ଭାରତର କାରଖାନା ଆଇନ ୧୯୪୮ ଅନୁଯାୟୀ ପ୍ରତି ସପ୍ତାହରେ ୪୮ ଘଣ୍ଟା କାର୍ଯ୍ୟ ନିର୍ଘଣ୍ଟରେ ସୀମିତ କରିବା ସତ୍ତ୍ୱେ, ସହରାଞ୍ଚଳରେ ଅନେକ କର୍ମଚାରୀ ପ୍ରାୟତଃ ପର୍ଯ୍ୟାପ୍ତ କ୍ଷତିପୂରଣ ବିନା ଅଧିକ ସମୟ କାମ କରନ୍ତି। ଶ୍ରମିକମାନଙ୍କୁ ସୁରକ୍ଷା ଦେବା ପାଇଁ ଉଦ୍ଦିଷ୍ଟ ଶ୍ରମ ଆଇନଗୁଡ଼ିକ ସର୍ବଦା ପ୍ରଭାବଶାଳୀ ଭାବରେ କାର୍ଯ୍ୟକାରୀ କରାଯାଏ ନାହିଁ, ଯାହା ଫଳରେ ସେମାନେ ଶୋଷଣର ଶିକାର ହୁଅନ୍ତି। ଦୁର୍ଭାଗ୍ୟବଶତଃ, ନିଯୁକ୍ତିଦାତାଙ୍କ ଲାଭ ବୃଦ୍ଧି କରିବା ପାଇଁ ସପ୍ତାହକୁ ୪୮ ଘଣ୍ଟାରୁ ୭୦ ଘଣ୍ଟା ପର୍ଯ୍ୟନ୍ତ, ଏପରିକି ୯୦ ଘଣ୍ଟା ପର୍ଯ୍ୟନ୍ତ କାର୍ଯ୍ୟ ସମୟ ବୃଦ୍ଧି କରିବା ବିଷୟରେ ଆଲୋଚନା ହେଉଛି। ନୂତନ ଭାରତୀୟ ଶ୍ରମ ସଂହିତା ୪-ଦିନର କାର୍ଯ୍ୟ ସପ୍ତାହକୁ ଅନୁମତି ଦିଏ, କିନ୍ତୁ ସର୍ବାଧିକ ପୂର୍ବପରି ୪୮ ଘଣ୍ଟାର ସାପ୍ତାହିକ କାର୍ଯ୍ୟନିର୍ଘଣ୍ଟ ପୂରଣ କରିବା ପାଇଁ ଦୈନିକ ୧୨-ଘଣ୍ଟା ପର୍ଯ୍ୟନ୍ତ କାମ କରିବାକୁ ପଡ଼ିବ। ପ୍ରକୃତରେ ଶିଳ୍ପପତି ୪ ଦିନର କାର୍ଯ୍ୟ ସପ୍ତାହ ନୁହେଁ ବରଂ ୬ଦିନ ଅର୍ଥାତ ୭୨ ଘଣ୍ଟା କାର୍ଯ୍ୟ କରିବାକୁ ଶ୍ରମିକମାନଙ୍କୁ ବାଧ୍ୟ କରିବେ।
ପୁନଶ୍ଚ ଆଉ ଦୈନିକ ୩ଟା ସିଫ୍ଟ ନରହି ୨ଟା ସିଫ୍ଟ ହେବ ଏବଂ ଅଧିକାଂଶ ନିଯୁକ୍ତି ବା କର୍ମ ସଂସ୍ଥାନ ହରାଇବେ। ସପ୍ତାହରେ ୬ ଦିନ ବା ୪ ଦିନ କାର୍ଯ୍ୟ କରିବା ଯେତିକି ଚିନ୍ତାଜନକ ନୁହେଁ ଦୈନିକ ୧୨ ଘଣ୍ଟା କାର୍ଯ୍ୟ କଲେ, ଶ୍ରମିକ ଓ କର୍ମଚାରୀଙ୍କ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପଡ଼ିବ। ମହିଳାମାନଙ୍କ ଜୀବନ ବିପର୍ଯ୍ୟସ୍ତ ହେବ। ବୈବାହିକ ତଥା ପାରିବାରିକ ଜୀବନରେ ଝଡ଼ଝଞ୍ଜା ଆସିବ । ଅନ୍ତର୍ଜାତୀୟ ଶ୍ରମ ସଂଗଠନ ଏବଂ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ର ଏକ ମିଳିତ ଅଧ୍ୟୟନ ଅନୁଯାୟୀ, ଓଭର୍‌ଟାଇମ ସହିତ ଜଡିତ ମୃତ୍ୟୁ ଭାରତରେ ପ୍ରାୟ ସର୍ବାଧିକ। ଏହି ସମୟରେ ଗୁଜରାଟ ସରକାର କାରଖାନା କାର୍ଯ୍ୟ ଆଇନରେ ସଂଶୋଧନ କରିଛନ୍ତି। ମହିଳାମାନଙ୍କ ପାଇଁ ୧୨ ଘଣ୍ଟା ସିଫ୍ଟ ଏବଂ ରାତି ଡ୍ୟୁଟିକୁ ଅନୁମତି ଦେଇଛନ୍ତି। ଏହି ପଦକ୍ଷେପ କାରଖାନା (ଗୁଜରାଟ ସଂଶୋଧନ) ଅଧ୍ୟାଦେଶ, ୨୦୨୫ର ଏକ ଅଂଶ, ଯାହାକୁ ରାଜ୍ୟ ବିଧାନସଭା ଅଧିବେଶନ ଅନୁପସ୍ଥିତିରେ ଶ୍ରମ, ଦକ୍ଷତା ବିକାଶ ଏବଂ ନିଯୁକ୍ତି ବିଭାଗ ଦ୍ୱାରା ୧ଜୁଲାଇରେ ଜାରି କରାଯାଇଥିଲା। ପୁନଶ୍ଚ ନୂତନ ଶ୍ରମ ସଂହିତା ଅନୁସାରେ ଦୈନିକ ମଜୁରି ପ୍ରଦାନ ବ୍ୟବସ୍ଥା ବଦଳରେ ଘଣ୍ଟା ପ୍ରତି ମଜୁରି ପ୍ରଦାନ ବ୍ୟବସ୍ଥା ପ୍ରଚଳନ କରାଯାଇଛି। ବର୍ତ୍ତମାନ କାମ ସମ୍ପୂର୍ଣ୍ଣ ଦିନର ହୋଇନଥିଲେ ମଧ୍ୟ ସମ୍ପୂର୍ଣ୍ଣ ଦିନ ପାଇଁ ମଜୁରି ଦେବାକୁ ପଡୁଛି। ତେବେ ଏବେ ନିଯୁକ୍ତିଦାତା ଘଣ୍ଟା ହିସାବରେ ଅଳ୍ପ ମଜୁରି ଦେଇ ଅଧିକ କାମ କରାଇପାରିବେ। ପରୋକ୍ଷରେ ଶୋଷଣ କରିବେ।
ସେହିପରି ସ୍ଥାୟୀ ନିଯୁକ୍ତି ବଦଳରେ ଏକ ନିର୍ଦ୍ଦିଷ୍ଟ ଅବଧି ଯଥା ୧ ବା ୨ ବା ୪ ବର୍ଷ ପାଇଁ ନିଯୁକ୍ତି ପ୍ରଦାନ କରାଯିବ। ଏହାର ବାର୍ଷିକ ନବୀକରଣ ନିଯୁକ୍ତିଦାତାଙ୍କ ଇଚ୍ଛା ଉପରେ ନିର୍ଭର କରିବ। ଏହା ଶ୍ରମିକଙ୍କୁ ସଂଗଠିତ ହେବା ଏବଂ ନିଜ ଦାବି ପାଇଁ ଆନ୍ଦୋଳନ କରିବାରୁ ନିବୃତ୍ତ କରିବ। ଚାକିରି ହରାଇବା ଭୟ ସର୍ବଦା ଘାରିବ। ପୁନଶ୍ଚ ଆଗରୁ ୧୦୦ କିମ୍ବା ତା’ଠାରୁ ଅଧିକ ଶ୍ରମିକ ଥିବା ଏକ ସଂସ୍ଥା ବନ୍ଦ କରିବା ପାଇଁ ମାଲିକଙ୍କୁ ସରକାରଙ୍କ ଅନୁମତି ଆବଶ୍ୟକ ପଡୁଥିଲା। କିନ୍ତୁ ସେହି ସୀମାକୁ ୩୦୦କୁ ବୃଦ୍ଧି କରାଯାଇଛି। ଫଳସ୍ବରୂପ ୬୦% ବ୍ୟବସାୟିକ ପ୍ରତିଷ୍ଠାନ ଶ୍ରମ ଆଇନ ପରିସର ବାହାରେ ରହିବ। ନୂତନ ନିୟମରେ ବନ୍ଦ ପାଇଁ କୌଣସି କ୍ଷତିପୂରଣ ଉଲ୍ଲେଖ କରାଯାଇ ନାହିଁ। ପୁନଶ୍ଚ ବର୍ତ୍ତମାନ ଧର୍ମଘଟ ପୂର୍ବରୁ ୧୪ ଦିନର ନୋଟିସ ଅବଧି ଆବଶ୍ୟକ, ଯାହାକୁ ୬୦ ଦିନକୁ ବୃଦ୍ଧି କରାଯାଇଛି। ଏହା ଯୋଗୁ ସାମୂହିକ ମୂଲଚାଲ ଅଧିକାର ଏକ ସ୍ବପ୍ନ ହୋଇରହିଯିବ। ଶ୍ରମିକମାନଙ୍କ ମଧ୍ୟରେ ଭୟ ସୃଷ୍ଟି କରିବ ଏବଂ ନ୍ୟାଯ୍ୟ ଦାବି ପାଇଁ ସେମାନଙ୍କର ଧର୍ମଘଟ କରିବାର ଶକ୍ତି ଏବଂ ଗଣତାନ୍ତ୍ରିକ ଅଧିକାରକୁ ସୀମିତ କରିବା ପାଇଁ ଏକ ପରିବେଶ ସୃଷ୍ଟି କରିବ।

: ଡ. ସନ୍ତୋଷ କୁମାର ମହାପାତ୍ର, ମୋ:୯୪୩୭୨୦୮୭୬୨


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ।…

ପୁରସ୍କାର ପସରା

ବୁଲାବିକାଳି ତା’ ପସରା ଧରି ନିତିଦିନିଆ ବେପାର କରେ ଗାଁ ଗାଁ ବୁଲି। ଯାହା ବିକ୍ରିବଟା ହୁଏ, ସେଥିରେ ଚଳେ। ପରିବାର ସଦସ୍ୟଙ୍କ ପେଟ ପୋଷେ। ବୁଲାବିକାଳିର…

ନିଃସନ୍ତାନ କର ଭଗବାନ

ମୋଟେ ସହଜ ନୁହେଁ ଭଗବାନଙ୍କୁ ଏମିତି ବର ମାଗିବା! ଶିଶୁ ସନ୍ତାନର ଓଠରୁ ଝରି ପଡୁଥିବା ‘ବାପା’ ଡାକ ଶୁଣିବାରେ ପିତୃତ୍ୱ ଯେମିତି ଅନିର୍ବଚନୀୟ ଉଲ୍ଲାସରେ ଜଡ଼ସଡ଼…

କ୍ଷଣସ୍ଥାୟୀ କରୁଛନ୍ତି କ୍ଷତି

ଭାରତ ନୂଆଦିଲ୍ଲୀଠାରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରି ବାହାବା ନେଲା। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତକୁ ବିରାଟ…

ବିଫଳତାର ସ୍ମାରକୀ

ଚଳିତ ମାସରୁ ୱାଶିଂଟନ ଡିସିରେ ଡୋନାଲ୍ଡ ଟ୍ରମ୍ପ୍‌ ଏକ ତୋରଣାକୃତି ବିଜୟ ସ୍ମାରକୀ କାମ ଆରମ୍ଭ କରିବାକୁ ଯାଉଛନ୍ତି। ପ୍ୟାରିସ୍‌ର ‘ଆର୍କ ଡି ଟ୍ରାୟୋମ୍ଫ’ ଢାଞ୍ଚାରେ ଏହାକୁ…

ଏଆଇ ସୁରକ୍ଷା ଚିନ୍ତା

ଓପନ୍‌ଏଆଇର ସିଇଓ ସାମ୍‌ ଅଲ୍ଟମ୍ୟାନ୍‌ ସ୍ପଷ୍ଟ କରିଛନ୍ତି ଯେ ସୁରକ୍ଷା ଚିନ୍ତା ଯୋଗୁ କମ୍ପାନୀ ୨୦୨୬ରେ ଏହାର ଆଇପିଓ (ପ୍ରାରମ୍ଭିକ ପବ୍ଲିକ୍‌ ଅଫରିଂ) ଲଞ୍ଚ କରିବ ନାହିଁ।…

ଗଣତନ୍ତ୍ରର ରାଜତନ୍ତ୍ରୀକରଣ

ଗତ ଜୁଲାଇରେ ବିହାର ରାଜ୍ୟ କିନ୍ନର ଜନମଙ୍ଗଳ ସମିତି ସେହି ସମାଜର ମଙ୍ଗଳ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶେଷ ଅବଦାନକୁ ସ୍ବୀକୃତି ଦେଇ ତାଙ୍କର ଏକ…

କଠୋର ଆଭିମୁଖ୍ୟ

ସପ୍ତାହେ ମଧ୍ୟରେ ୪ଜଣ ବରିଷ୍ଠ ଅଧିକାରୀଙ୍କୁ ସେମାନଙ୍କର ମୂଳ କ୍ୟାଡରକୁ ଫେରାଇ ଦିଆଯିବା ଏକ ଉଲ୍ଲେଖନୀୟ ଘଟଣା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଏକ ବର୍ଦ୍ଧିତ ‘କୁଲିଂ-ଅଫ୍‌’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?