ତାଗିଦ ପରେ ବି ସରିନି କାମ: ଚାଷୀଙ୍କ ଅସନ୍ତୋଷ

ସମ୍ବଲପୁର,୨୬ା୧୨(ବ୍ୟୁରୋ):ସମ୍ବଲପୁର ଜିଲା ହୀରାକୁଦ ଜଳଭଣ୍ଡାରର ସେଚାଞ୍ଚଳରେ ଚଳିତ ରବିଚାଷ ବିଳମ୍ବ ହେବାର ସୁନିଶ୍ଚିତ ହୋଇଛି ା ଏଥର ଶାସନ କେନାଲରେ ପାଣି ଛାଡିବା ବିଳମ୍ବ ହେବା ଏହାର ମୁଖ୍ୟ କାରଣ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ରବିବାର ଚାଷୀ ପ୍ରତିନିଧି ଦଳ ଶାସନ କେନାଲ ପରିଦର୍ଶନ କରିବା ସହ ବିଭାଗୀୟ ଅଧିକାରୀ ଓ ଠିକାସଂସ୍କା ସହ ଆଲୋଚନା କରିଥିଲେ ା ଘଟଣାସ୍ଥଳରେ ଅସନ୍ତୋଷର ବାତାବରଣ ଦେଖାଦେଇଥିଲା। ଉକ୍ତ କେନାଲର ନବୀକରଣ କାମ କରୁଥିବା ଠିକାସଂସ୍ଥାର ଅବହେଳାକୁ ଦାୟୀ କରିଛନ୍ତି ଚାଷୀ। ପୂର୍ବରୁ ଡିସେମ୍ବର ୧୫ରୁ ୨୦ ତାରିଖ ଭିତରେ କେନାଲରେ ପାଣି ଛଡା ଯାଇଥାଏ। ଚଳିତଥର ନବୀକରଣ କାମ ଚାଲିଥିବାରୁ ଡିସେମ୍ବର ୨୫ ତାରିଖ ସୁଦ୍ଧା ପାଣି ଛାଡିବାକୁ ସମୟ ଧାର୍ଯ୍ୟ ହୋଇଥିଲା। ଚାଷୀମାନେ ମଧ୍ୟ ଉନ୍ନୟନ କାମକୁ ସ୍ବାଗତ କରି ସହଯୋଗ କରିଥିଲେ। ହେଲେ ରବିବାର ଠିକା ସଂସ୍ଥା କାମ ଜାରି ରଖଥିବା ଦେଖିବାକୁ ମିଳିଥିଲା। ଠିକାସଂସ୍ଥା କେନାଲ ମଝିରେ ମାଟି ପକାଇ ବନ୍ଦ କରି ଦେଇଛି। କେନାଲ ପାଣି ଛାଡିଲେ କେନାଲରେ ପାଣି ଫୁଲିଯାଇ ଘାଇ ହେବାର ଭୟ ରହିଛି। କେନାଲରେ ଘାଇ ସୃଷ୍ଟି ହେଲେ ପୁଣି ପାଣି ମଡାଇବାରେ ବିଳମ୍ବ ହେବ ଓ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହେବ। ଏବେ ଚାଷର ଉପଯୁକ୍ତ ସମୟ। ବିଳମ୍ବରେ କଲେ ଅମଳ ଉପରେ ପ୍ରଭାବ ପଡିବ। ଅପରପକ୍ଷରେ କେନାଲ ପାଣି ନ ଆସିବାରୁ ଚାଷୀମାନେ ତଳି କିଆରୀ ପ୍ରସ୍ତୁତ କରି ପାରି ନାହାନ୍ତି। ବିଲ ମଧ୍ୟ ଜୋତ କରିନାହାନ୍ତି ା ଏଭଳି ହେଲେ ଚାଷୀ ଓ ଚାଷ ପ୍ରଭାବିତ ହେବ ା ଏହାସହ କାମ ନିମ୍ନମାନର ହୋଇଥିବା ଚାଷୀ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ ପଣ୍ଡା କହିଛନ୍ତି ଯେ, ପାଣି ଛାଡିବାରେ ସାମାନ୍ୟ ବିଳମ୍ବ ହୋଇଛି ା ଚାଷୀଙ୍କ ପାଇଁ କେନାଲ ନବୀକରଣ କରାଯାଉଛି। ଚାଷୀମାନେ ମଧ୍ୟ ସହଯୋଗ କରିଥିଲେ। ଠିକା ସଂସ୍ଥାକୁ ବାରମ୍ବାର ସମୟ ଭିତରେ କାମ ସାରିବା ଓ କେନାଲ ଭିତରୁ ସମସ୍ତ ସାମଗ୍ରୀ ବାହାର କରି କେନାଲ ସଫା କରିବାକୁ ତାଗିଦ କରାଯାଇଛି। ଆସନ୍ତାକାଲି ସୋମବାର ଯାହା ହେଲେ ମଧ୍ୟ ପାଣି ଛଡ଼ାଯିବ। ଏବେ ଯେତେଦିନ ବିଳମ୍ବ ହୋଇଛି। ଯଦି ଶେଷ ସମୟରେ ପାଣି ଆବଶ୍ୟକ ପଡେ, ତେବେ କିଛିଦିନ ପାଣି ଛଡାଯିବା ସମୟ ବୃଦ୍ଧି କରାଯିବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri