କେନ୍ଦୁଝର ସଦର ରେଞ୍ଜରେ କାଠ ମାଫିଆ ସକ୍ରିୟ

କେନ୍ଦୁଝର,୨୫ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ରେଞ୍ଜରେ କାଠ ମାଫିଆ ସକ୍ରିୟ ହୋଇପଡ଼ିଛନ୍ତି। ଅନ୍ୟପକ୍ଷେ ବନ ବିଭାଗର ଅପାରଗତା ଯୋଗୁ କେନ୍ଦୁଝର ସଦର ରେଞ୍ଜର ବିଭିନ୍ନ ଜଙ୍ଗଲରେ କାଠ ମାଫିଆ ଅବାଧରେ ପଶି ମେଶିନ ସାହାର୍ଯ୍ୟରେ ଶହ ଶହ ଗଛ କାଟି ନେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। କେନ୍ଦୁଝର ମୁଖ୍ୟାଳୟଠାରୁ ମାତ୍ର ୭ କି.ମି. ଦୂର ନେଲୁଙ୍ଗ ଗ୍ରାମ୍ୟ ଜଙ୍ଗଲରେ କେତେକ କାଠ ମାଫିଆ କଟର ମେଶିନ ସାହାଯ୍ୟରେ ଗଛ କାଟୁଥିବା ବେଳେ ସ୍ଥାନୀୟ ଲୋକେ ଏହାକୁ ବିରୋଧ କରିଥିଲେ। ଘଟଣା ସମ୍ପର୍କରେ ବନ ବିଭାଗକୁ ସୂଚନା ଦେଇଥିଲେ। ହେଲେ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ କାଠ ମାଫିଆମାନେ ଛତ୍ରଭଙ୍ଗ ଦେଇ ଫେରାର ହୋଇଯିବାକୁ ସକ୍ଷମ ହୋଇଥିଲେ।

ବେଲଦା ବିଟ୍‌ ଦାୟିତ୍ୱରେ ଥିବା ବନରକ୍ଷୀ ସରୋଜ କୁମାର ପାତ୍ର ଘଟଣାସ୍ଥଳରୁ ଗୋଟିଏ କଟର ମେଶିନ ଏବଂ ବହୁ ପରିମାଣର କଟାଯାଇଥିବା କାଠ ଗଣ୍ଡି ଜବତ କରିଥିଲେ । ଗତ କିଛି ଦିନ ହେବ ଉକ୍ତ ଅଞ୍ଚଳରେ କାଠ ମାଫିଆ ସକ୍ରିୟ ରହିଛନ୍ତି।

ନେଲୁଙ୍ଗ ଗ୍ରାମ୍ୟ ଜଙ୍ଗଲ ନିକଟରେ ମଇଦାନକେଲ ସଂରକ୍ଷିତ ଜଙ୍ଗଲ ଏବଂ ନେଲୁଙ୍ଗ ସଂରକ୍ଷିତ ଜଙ୍ଗଲ ରହିଛି । ବର୍ତ୍ତମାନ ଉକ୍ତ ଜଙ୍ଗଲ ଘଞ୍ଚ ରହିଥିବାବେଳେ ହାତୀ, ଭାଲୁ, କୁଟୁରା, ଠେକୁଆ, ବାର୍‌ହା, ଝିଙ୍କ, ବଣ ବିଲେଇ ଆଦି ବନ୍ୟଯନ୍ତ୍‌ୁ ବହୁ ସଂଖ୍ୟାରେ ରହିଛନ୍ତି। ବର୍ତ୍ତମାନ ଜଙ୍ଗଲରୁ ବେଆଇ ଗଛକଟା ଯୋଗୁ ବନ୍ୟପ୍ରାଣୀଙ୍କ ଅବାସସ୍ଥଳୀ ନଷ୍ଟ ହେବାରେ ଲାଗିଛି। ଫଳରେ ବନ୍ୟଯନ୍ତୁ ଗାଁ ମୁହାଁ ହୋଇ ଶିକାରୀ ହାବୁଡ଼ରେ ପଡୁଛନ୍ତି।

ଏପରିକି ବନ ବିଭାଗର ଅବହେଳାରୁ ଜଙ୍ଗଲ କ୍ଷୟ ହେବା ସହ ବନ୍ୟପ୍ରାଣୀ ସଙ୍କଟରେ ରହୁଥିବା ସ୍ଥାନୀୟ କେତେକ ବୁଦ୍ଧିଜୀବୀ ମତପ୍ରକାଶ କରିଛନ୍ତି। କେନ୍ଦୁଝର ବନଖଣ୍ଡରେ କାଠ ମାଫିଆମାନେ ଘୁରି ବୁଲୁଥିବା ବେଳେ କାଠ ଚୋରା କାରବାର ସହିତ ବନ୍ୟପ୍ରାଣୀ ଶୀକାର କରୁଛନ୍ତି । ଗୋଟିଏ ପଟେ ବନ ବିଭାଗ ବ୍ୟାପକ ଜଙ୍ଗଲ ସୃଷ୍ଟି କରୁଥିବା ବେଳେ ଅନ୍ୟପକ୍ଷେ ମାଫିଆମାନେ ବେଧଡକ ଜଙ୍ଗଲ କାଟି ପଦା କରି ଦେଉଥିବାରୁ ପରିବେଶ କ୍ଷତିଗସ୍ତ ହେଉଛି ।

ନିକଟରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ମନ୍ତ୍ରୀ ଗଣେଷ ରାମ ସିଂ ଖୁଣ୍ଟିଆ କେନ୍ଦୁଝର ଜିଲା ଗସ୍ତ କରି ବିଭିନ୍ନ ବନୀକରଣ କାର୍ଯ୍ୟ ବୁଲି ଦେଖିଥିଲେ। ଏପରିକି ବିଭିନ୍ନ କାରଣରୁ ହେଉଥିବା ଜଙ୍ଗଲ ଧ୍ୱଂସ ରୋକିବା ନେଇ ସଭଳି ସମୀକ୍ଷା କରି ନ ଥିଲେ । ଫଳରେ ପରିବେଶପ୍ରେମୀମାନେ ଅସନ୍ତୋଷ ପ୍ରକାଶ କରିଥିଲେ।

ଆହୁରି ଆଚମ୍ବିତ କଥା ହେଲା କେନ୍ଦୁଝର ସଦର ରେଞ୍ଜ ଟାଉନ ବିଟ୍‌ର ବନରକ୍ଷୀ ସରୋଜ କୁମାର ପାତ୍ରଙ୍କୁ ଅତିରିକ୍ତ ଭାବେ ବେଲଦା ବିଟ, ମଇଦାନକେଲ ବିଟ ଏବଂ ପଦ୍ମପୁର ମେଗା ନର୍ସରୀ ଦାୟିତ୍ୱରେ ରହିଛନ୍ତି । ଫଳରେ ବନୀକରଣ ଏବଂ ଜଙ୍ଗଲ ସୁରକ୍ଷା ଠିକ ଭାବେ ହୋଇପାରୁନାହିଁ । ତେଣୁ ଏହାର ସୁଯୋଗ ନେଇ କାଠ ମାଫିଆମାନେ ଜଙ୍ଗଲ କାଟି ନଷ୍ଟ କରୁଥିବା ଦେଖିବାକୁ ମିଳିଛି । କାହିଁକି ଏବଂ କାହାସ୍ବାର୍ଥରେ ଜଣେ ବନରକ୍ଷୀଙ୍କୁ ଏତେ ଦାୟିତ୍ୱ ଦିଆଯାଇଛି ଏହାକୁ ନେଇ ବିଭିନ୍ନ ମହଲରେ ଭିନ୍ନ ଭିନ୍ନ ଚର୍ଚ୍ଚା ହେଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାକୁ ଶକ୍ତ ଧକ୍କା, ନାମାଙ୍କନ ପ୍ରତ୍ୟାହାର କଲେ ଅଭିଷେକ ସିହ୍ନା

ପାଟନା,୧୦।୭: ଭାରତୀୟ ଜନତା ପାର୍ଟି (ଭାଜପା) ପ୍ରାର୍ଥୀ ଅଭିଷେକ ସିହ୍ନା ‘ବଣ୍ଟି’ ନିର୍ବାଚନ ଲଢିବେ ନାହିଁ ବୋଲି ତାଙ୍କର ନାମାଙ୍କନ ପ୍ରତ୍ୟାହାର କରିଛନ୍ତି। ସେ ରାଜ୍ୟ ସଭାପତି…

୧୦ କିଲୋମିଟର ବାଇକରେ ବୁହା ହେଲା ନାବାଳିକାଙ୍କ ମୃତଦେହ

ନବରଙ୍ଗପୁର,୧୦।୭ (ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାର ଉମରକୋଟ ଅଞ୍ଚଳରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ପ୍ରାୟ ୧୦ କିଲୋମିଟର ଦୂର ବାଇକରେ ଜଣେ ନାବାଳିକାଙ୍କ ମୃତଦେହ…

ଦେଶରେ ମୌସୁମୀ ଆକ୍ଟିଭ: ଆସନ୍ତା ସପ୍ତାହରେ ପ୍ରବଳ ବର୍ଷିବ, ଜାଣନ୍ତୁ କ’ଣ କହୁଛି IMD

ନୂଆଦିଲ୍ଲୀ,୧୦।୭: ଆଗାମୀ କିଛି ଦିନ ମଧ୍ୟରେ ଦେଶର ବିଭିନ୍ନ ରାଜ୍ୟରେ ବର୍ଷା ଜାରି ରହିବ ବୋଲି ଆଶା କରାଯାଉଛି। ଭାରତୀୟ ପାଣିପାଗ ବିଭାଗ (IMD)ର ବରିଷ୍ଠ ବୈଜ୍ଞାନିକ…

ଜୁଆଙ୍ଗ ମୃତ୍ୟୁ ରାଜ୍ୟବାସୀଙ୍କୁ କରିଛି ଲଜ୍ଜିତ, ତୁରନ୍ତ ଆଦିବାସୀ ମନ୍ତ୍ରୀଙ୍କୁ ଘଟଣାସ୍ଥଳକୁ ପଠାଇବା ପାଇଁ ଦାବି

କେନ୍ଦୁଝର,୧୦ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ସୁଦୂର ତାମିଲନାଡୁରେ ଥିବା ଏକ ଖାଦ୍ୟ ପ୍ରକ୍ରିୟାରଣ ଶିଳ୍ପରେ କେନ୍ଦୁଝର ଜିଲାର ଆଦିମ ଜନଜାତି ଜୁଆଙ୍ଗ ବାଳିକାଙ୍କ ମୃତ୍ୟୁ ଘଟଣାକୁ ନେଇ ରାଜ୍ୟ…

ମ୍ୟାକ୍ସ ପିକ୍‌ଅପ୍ ସହ ବାଇକ୍‌ର ମୁହାଁମୁହିଁ ଧକ୍କା: ଦୁଇ ଯୁବକ ଗୁରୁତର

ମୋହନା,୧୦।୭(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ବୁଲଡାପଙ୍କା ଗାଁ ନିକଟ ବୁଲାଣି ରାସ୍ତାରେ ଶୁକ୍ରବାର ଏକ ସଡ଼କ ଦୁର୍ଘଟଣାରେ ଦୁଇ ଜଣ ଯୁବକ ଗୁରୁତର …

କଲେଜରେ ବନ ମହୋତ୍ସବ ପାଳିତ: ୧୦୦ ଔଷଧୀୟ ବୃକ୍ଷର ଚାରାରୋପଣ, ସାମିଲ ହେଲେ ଛାତ୍ରୀଛାତ୍ର

ଗଞ୍ଜାମ , ୧୦।୭(ବିଦ୍ୟାଧର ସାହୁ): ଗଞ୍ଜାମ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା (ଏନଏସଏସ) ୟୁନିଟ୍‌ର ଆନୁକୂଲ୍ୟରେ ଶୁକ୍ରବାର ବନ ମହୋତ୍ସବ ଶୁକ୍ରବାର ପାଳିତ ହୋଇଯାଇଛିl ଏହି ଅବସରରେ…

ଟ୍ରେଲର୍‌କୁ ପଛପଟୁ ଧକ୍କା ଦେଲା ଘରୋଇ ବସ୍‌; ୫ରୁ ଅଧିକ ଯାତ୍ରୀ ଆହତ

ଚୌଦ୍ୱାର, ୮।୭:  କଟକ ଜିଲା ଟାଙ୍ଗୀ ଥାନା ଅନ୍ତର୍ଗତ ନିର୍ଗୁଣ୍ଡି ନିକଟ ଜାତୀୟ ରାଜପଥ–୧୬ରେ ମଙ୍ଗଳବାର ଏକ ସଡ଼କ ଦୁର୍ଘଟଣାରେ ଘରୋଇ ଯାତ୍ରୀବାହୀ ବସ୍‌ ଏକ ଟ୍ରେଲର୍‌କୁ…

ଅଭିଯୋଗ ପରେ ମିଳୁଛି ଧମକ, ମୋବାଇଲ ଗଲା, ଏବେ ଜୀବନ ପ୍ରତି ରହିଛି ଭୟ

ବାଲିପାଟଣା,୧୦ା୭(ଅଭିମନ୍ୟୁ ନାୟକ): ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ଅଞ୍ଚଳରେ ଘଟିଥିବା ଏକ ମୋବାଇଲ ଛଡ଼ାଇ ନେବା ଘଟଣା ଏବେ ନୂଆମୋଡ଼ ନେଇଛି। ଅଭିଯୋଗ କରିବା ପରେ ପୀଡ଼ିତଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri