ଶେଷ ରାଉଣ୍ଡରେ ୨ ଭୋଟରେ ଜିତିଲେ

ସମ୍ବଲପୁର,୧।୩(ବ୍ୟୁରୋ): ସମ୍ବଲପୁର ଜିଲାରେ ପଞ୍ଚାୟତ ନିର୍ବାଚନ ଫଳାଫଳ ଘୋଷଣା ହୋଇସାରିଛି। ମାତ୍ର ୨ଖଣ୍ଡ ଭୋଟରେ ଜଣେ ସରପଞ୍ଚ ପ୍ରାର୍ଥୀ ବିଜୟ ହେବା ଘଟଣା ଆଲୋଚନାର ବିଷୟ ହୋଇଛି। ଚଳିତ ନିର୍ବାଚନରେ ଯୁଯୁମୁରା ବ୍ଲକ ଉପାଧ୍ୟକ୍ଷ ନିରଞ୍ଜନ ପଣ୍ଡା ଝାଙ୍କରପାଲି ପଞ୍ଚାୟତ ଓ ଧନକଉଡ଼ା ବ୍ଲକ ଉପାଧ୍ୟକ୍ଷା ସୁଷମା ସାହୁ କଳାମାଟି ପଞ୍ଚାୟତରୁ ସରପଞ୍ଚ ଭାବେ ବିଜୟୀ ହୋଇଛନ୍ତି। ଅନ୍ୟପଟେ ଜିଲା ପରିଷଦ ଅଧ୍ୟକ୍ଷ ଥିବା ରାଧେଶ୍ୟାମ ବାରିକ ଭାଜପା ପ୍ରାର୍ଥୀ ଭାବେ ରେଙ୍ଗାଲି ବ୍ଲକ ଜୋନ୍‌-୨ରେ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ। ହେଲେ ସେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ବିଜେଡିର ଦେଓନାରାୟଣ ତିୱାରୀଙ୍କଠାରୁ ଶୋଚନୀୟ ଭାବେ ପରାଜିତ ହୋଇଛନ୍ତି। ବିଜେଡି ପ୍ରାର୍ଥୀ ତିଓ୍ବାରୀ ୮୭୬୬ ଭୋଟ ଅଧିକ ପାଇ ବିଜୟୀ ହୋଇଛନ୍ତି। ଏହାକୁ ନେଇ ସହରରେ ଚର୍ଚ୍ଚା ଚାଲିଛି। ଅନ୍ୟପଟେ ଝାଙ୍କରପାଲି ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ବ୍ଲକ ଉପାଧ୍ୟକ୍ଷ ପଣ୍ଡା ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଯତୀନ୍‌ ବାରିକଙ୍କଠାରୁ ମାତ୍ର ୨ ଖଣ୍ଡ ଭୋଟ ଅଧିକ ପାଇ ବିଜୟୀ ହୋଇଛନ୍ତି। ପଣ୍ଡା ଯତୀନଙ୍କଠାରୁ ବହୁ ପଛରେ ଥାଇ ଶେଷ ରାଉଣ୍ଡରେ ବିଜୟ ହାସଲ କରିଛନ୍ତି। ସେହିପରି ବ୍ଲକ ଉପାଧ୍ୟକ୍ଷା ସାହୁ କଳାମାଟି ପଞ୍ଚାୟତର ସରପଞ୍ଚ ଭାବେ ବିଜୟୀ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କୁନି ମିଶ୍ରଙ୍କଠାରୁ ଅଧିକ ୧୨୬୪ ଭୋଟ ପାଇଛନ୍ତି। ଅନ୍ୟପଟେ ଝାଙ୍କରପାଲି ପଞ୍ଚାୟତର ପରାଜିତ ପ୍ରାର୍ଥୀ ବାରିକ ପୁନଃ ଗଣତି ପାଇଁ ଜିଲା ପ୍ରଶାସନ ଓ ଯୁଯୁମୁରା ବ୍ଲକ ବିଡିଓ ସୁରଜ ବିଶ୍ୱାଳଙ୍କୁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅପେରା ପ୍ରଦର୍ଶନକୁ ବିରୋଧ

ବରଗଡ଼ ଅଫିସ୍‌,୨୦।୯: ବରଗଡ଼ ଜିଲାରେ ଜିଲା ବାହାର ଅପେରା(ଯାତ୍ରା) ପ୍ରଦର୍ଶନ ଉପରେ ଦୀର୍ଘବର୍ଷ ପୂର୍ବରୁ ପ୍ରଶାସନ କଟକଣା ଜାରି କରିଛି। ଫଳରେ ଜିଲାରେ ଯାତ୍ରା ପ୍ରଦର୍ଶନ...

୯ ଦିନରେ ଏନ୍‌ବିଡବ୍ଲ୍ୟୁରେ ବନ୍ଧାହେଲେ ୫୧୨୧

କଟକ ଅଫିସ, ୬ା୨: ପୋଲିସ ଡିଜି ଅଭୟଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ କ୍ରାଇମବ୍ରାଞ୍ଚ ପକ୍ଷରୁ ଜାମିନବିହୀନ ଗିରଫ ପରଓ୍ବାନା(ଏନ୍‌ବିଡବ୍ଲ୍ୟୁ)ଗୁଡିକୁ କାର୍ଯ୍ୟକାରୀ କରିବା ପାଇଁ ଗତ ୨୭ ତାରିଖରୁ...

ଭତ୍ତା ଟଙ୍କା ପାଇଁ ଖରାରେ ଲମ୍ବା ଧାଡ଼ି

ପୁରୁଷୋତ୍ତମପୁର,୧୯।୫(ଡି.ଏନ୍‌.ଏ.): କରୋନା ମହାମାରୀ ଯୋଗୁ ଲୋକଙ୍କୁ ଘରୁ ବାହାରକୁ ନ ଆସିବା ଲାଗି ସରକାର ନିର୍ଦ୍ଦେଶ ଦେଇ ଲକ୍‌ଡାଉନ୍‌ ଜାରି କରିଛନ୍ତି। ମାତ୍ର ଗଞ୍ଜାମ ଜିଲା...

ବିବାହ ପ୍ରତିଶ୍ରୁତି ଦେଇ ବଳାତ୍କାର: ଅଭିଯୁକ୍ତ ଗିରଫ

ଭୁବନେଶ୍ୱର, ୧୭-୧୧ (ବ୍ୟୁରୋ):କ୍ୟାପିଟାଲ ଥାନା ଅଞ୍ଚଳରେ ଜଣେ ବିଧବା ମହିଳାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ବଳାତ୍କାର କରିବା ଅଭିଯୋଗରେ ବଡ଼ଗଡ଼ ଥାନା ଅଧୀନ ଝରଣା ସାହିର...

ବାରପାହାଡ଼ ଫେରୁଛନ୍ତି ହାତୀପଲ: ଚିନ୍ତାରେ ଚାଷୀ

ଭଟ୍‌ଲି,୨୬ା୧୦(ଡି.ଏନ୍‌.ଏ.): ବରଗଡ଼ ଜିଲା ବାରପାହାଡ଼ ଜଙ୍ଗଲରୁ ଛତିଶଗଡ଼ ଜଙ୍ଗଲକୁ ଚାଲିଯାଇଥିବା ହାତୀପଲ ଶନିବାର ପୁଣିଥରେ ବାରପାହାଡ଼ ଜଙ୍ଗଲମୁହାଁ ହୋଇଛନ୍ତି। ବିଗତ ୩ଦିନ ଧରି ଭଟ୍‌ଲି ବନ...

‘ସରକାରଙ୍କ ଯୋଜନା ଜାଣି ସୁବିଧା ନିଅ’

ଫୁଲବାଣୀ ଅଫିସ/ଫିରିଙ୍ଗିଆ, ୨୧ା୨- ସରକାର ଗରିବଙ୍କ ପାଇଁ ଅନେକ ଯୋଜନା କରିଛନ୍ତି। ଏସବୁ ଯୋଜନା ବିଷୟରେ ଗ୍ରାମାଞ୍ଚଳର ଆଦିବାସୀ ଏବଂ ପଛୁଆବର୍ଗର ଲୋକେ ଜାଣି ପାରୁନାହାନ୍ତି।...

ସପ୍ତାହେ ପରେ ନିର୍ବାଚନ ଫଳ: ପ୍ରାର୍ଥୀ ଜାଳିଲେଣି ଅଖଣ୍ଡ ଦୀପ

ବଅଁରପାଳ, ୧୭।୫(ଡି.ଏନ୍‌.ଏ.) ଆସନ୍ତା ୨୩ ତାରିଖରେ ହେବ ଭୋଟ ଗଣତି। ପରିସମାପ୍ତି ଘଟିବ ଫଳାଫଳକୁ ନେଇ ଥିବା ସବୁ ଉତ୍କଣ୍ଠା, ଉଦ୍ଦୀପନାର। ଭୋଟରମାନେ କାହାକୁ ପସନ୍ଦ...

ତମ୍ବା ପଇସାକୁ ନେଇ ହୋଇଥିଲା ହତ୍ୟାକାଣ୍ଡ

ନୂଆପଡା ଅଫିସ,୨୮ା୮ ବହୁ ଚର୍ଚ୍ଚିତ ଡବଲ ମର୍ଡର ଘଟଣାର ପର୍ଦ୍ଦାଫାଶ କରିଛି ନୂଆପଡା ପୋଲିସ । ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ପୋଲିସ ଗିରଫ...

Advertisement
Archives

Model This Week