Posted inଖେଳ

ମହିଳା ଭଲିବଲ ଚ୍ୟାଲେଞ୍ଜ: ଭାରତ ଚାମ୍ପିୟନ

ଭୁବନେଶ୍ୱର, ୨୯।୫(କ୍ରୀଡ଼ା ପ୍ରତିନିଧି): ନେପାଳର କାଠମାଣ୍ଡୁରେ ରବିବାର ଶେଷ ହୋଇଥିବା ଏନ୍‌ଏସ୍‌ସି କାଭା (ସେଣ୍ଟ୍ରାଲ ଏସିଆନ ଭଲିବଲ ଆସୋସିଏଶନ) ମହିଳା ଭଲିବଲ ଚ୍ୟାଲେଞ୍ଜ୍‌ କପ୍‌ରେ ଭାରତ ଚାମ୍ପିୟନ ହୋଇଛି। ରବିବାର ଅନୁଷ୍ଠିତ ଫାଇନାଲରେ ଭାରତ ୩-୦ (୨୫-୧୫, ୨୫-୨୨, ୨୫-୧୮)ରେ କାଜାଖସ୍ତାନକୁ ହରାଇ ଏହି ଐତିହାସିକ ସଫଳତା ଲାଭ କରିଛି। ଟାଇଟଲ ମୁକାବିଲାରେ ଆଟାକର ଅନୁଶ୍ରୀ, ବ୍ଲକର ଅଶ୍ୱିନ ଓ ସୋର୍ଯ୍ୟା ଏବଂ ଅଲ୍‌ରାଉଣ୍ଡର ଜିନ୍‌ସି ଭାରତକୁ ଚାମ୍ପିୟନ କରାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା। ଭାରତ ସ୍ବର୍ଣ୍ଣ, କାଜାଖସ୍ତାନ ରୌପ୍ୟ ଓ ଆୟୋଜକ ନେପାଳ ବ୍ରୋଞ୍ଜ ପଦକ ହାସଲ କରିଛି। ଏନ୍‌ଏସ୍‌ସି କାଭା ମହିଳା ଭଲିବଲ ଚ୍ୟାଲେଞ୍ଜ୍‌ କପ୍‌ର ଏହାଥିଲା ତୃତୀୟ ସଂସ୍କରଣ। ମାତ୍ର ଭାରତ ପ୍ରଥମଥରପାଇଁ ଏଥିରେ ଭାଗନେଇ ଟାଇଟଲ ହାସଲ କରିଛି। ଭାରତୀୟ ଦଳର ଅଧିନାୟିକା ନିର୍ମାଲ ଟୁର୍ନାମେଣ୍ଟର ସବୁଠାରୁ ମୂଲ୍ୟବାନ ଖେଳାଳି ବିବେଚିତ ହୋଇଛନ୍ତି। ସୋର୍ଯ୍ୟାଙ୍କୁ ଶ୍ରେଷ୍ଠ ମିଡିଲ ବ୍ଲକର, ଜିନି ଶ୍ରେଷ୍ଠ ସେଟର ଓ ଅନୁଶ୍ରୀଙ୍କୁ ଦ୍ୱିତୀୟ ଶ୍ରେଷ୍ଠ ଆଉଟ ସାଇଡ୍‌ ହିଟର ପୁରସ୍କାର ପ୍ରଦାନ କରାଯାଇଛି। ଭଲିବଲ ଫେଡେରେଶନ ଅଫ୍‌ ଇଣ୍ଡିଆ (ଭିଏଫ୍‌ଆଇ) ସଭାପତି ତଥା ଏମ୍‌ପି ଅଚ୍ୟୁତ ସାମନ୍ତ ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇଛନ୍ତି।
ପ୍ରକାଶ ଯୋଗ୍ୟ ଯେ, ଅଚ୍ୟୁତ ଭିଏଫ୍‌ଆଇ ସଭାପତି ହେବାପରେ ଏହି କ୍ରୀଡ଼ାର ବିକାଶ ପାଇଁ ଅନେକ ପଦକ୍ଷେପ ନେଇଛନ୍ତି। ଫଳରେ ସ୍ବରୂପ ଦଳକୁ ସଫଳତା ମିଳିବାରେ ଲାଗିଛି। ଗତବର୍ଷ ଥାଇଲାଣ୍ଡରେ ଅନୁଷ୍ଠିତ ଏସିଆନ ଭଲିବଲ ଚାମ୍ପିୟନଶିପ୍‌ରେ ଭାରତ ରୌପ୍ୟ ପଦକ ପାଇଥିଲା। ତେଣୁ ୨ ବର୍ଷ ମଧ୍ୟରେ ଭାରତୀୟ ମହିଳା ଦଳ ଅନ୍ତର୍ଜାତୀୟ ସ୍ତରରେ ୨ଟି ପଦକ ହାସଲ କରିଛି। ଏହା ବ୍ୟତୀତ ୨୦ ବର୍ଷରୁ କମ୍‌ ଭାରତୀୟ ପୁରୁଷ ଦଳ ଦୀର୍ଘ ୨୦ ବର୍ଷ ବ୍ୟବଧାନରେ ଏସିଆନ ପୁରୁଷ ଭଲିବଲରେ ରୌପ୍ୟ ପଦକ ପାଇବା ସହ ଏଫ୍‌ଆଇଭସିବି ୨୧ ବର୍ଷରୁ କମ୍‌ ପୁରୁଷ ବିଶ୍ୱ ଭଲିବଲ ଚାମ୍ପିୟନଶିପ୍‌ ପାଇଁ ଯୋଗ୍ୟତା ଅର୍ଜନ କରିଛି। ସେହିପରି ୧୮ ବର୍ଷରୁ କମ୍‌ ଭାରତୀୟ ପୁରୁଷ ଭଲିବଲ ଦଳ ୧୪ ବର୍ଷ ପରେ ଏସିଆନ ପୁରୁଷ ଭଲିବଲ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ହାସଲ କରିଛି। ଏଥିସହ ଏହି ଦଳ ୧୯ ବର୍ଷରୁ କମ୍‌ ଏଫ୍‌ଆଇଭିବି ବିଶ୍ୱ ଚାମ୍ପିୟନଶିପ୍‌ ପାଇଁ ଯୋଗ୍ୟତା ପାଇଛି। ଗତ ୨ ବର୍ଷ ମଧ୍ୟରେ ଭାରତୀୟ ଭଲିବଲ ଦଳ ୮ଟି ଭିନ୍ନ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?