Posted inଖେଳ

ମହିଳା ଭଲିବଲ ଚ୍ୟାଲେଞ୍ଜ: ଭାରତ ଚାମ୍ପିୟନ

ଭୁବନେଶ୍ୱର, ୨୯।୫(କ୍ରୀଡ଼ା ପ୍ରତିନିଧି): ନେପାଳର କାଠମାଣ୍ଡୁରେ ରବିବାର ଶେଷ ହୋଇଥିବା ଏନ୍‌ଏସ୍‌ସି କାଭା (ସେଣ୍ଟ୍ରାଲ ଏସିଆନ ଭଲିବଲ ଆସୋସିଏଶନ) ମହିଳା ଭଲିବଲ ଚ୍ୟାଲେଞ୍ଜ୍‌ କପ୍‌ରେ ଭାରତ ଚାମ୍ପିୟନ ହୋଇଛି। ରବିବାର ଅନୁଷ୍ଠିତ ଫାଇନାଲରେ ଭାରତ ୩-୦ (୨୫-୧୫, ୨୫-୨୨, ୨୫-୧୮)ରେ କାଜାଖସ୍ତାନକୁ ହରାଇ ଏହି ଐତିହାସିକ ସଫଳତା ଲାଭ କରିଛି। ଟାଇଟଲ ମୁକାବିଲାରେ ଆଟାକର ଅନୁଶ୍ରୀ, ବ୍ଲକର ଅଶ୍ୱିନ ଓ ସୋର୍ଯ୍ୟା ଏବଂ ଅଲ୍‌ରାଉଣ୍ଡର ଜିନ୍‌ସି ଭାରତକୁ ଚାମ୍ପିୟନ କରାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା। ଭାରତ ସ୍ବର୍ଣ୍ଣ, କାଜାଖସ୍ତାନ ରୌପ୍ୟ ଓ ଆୟୋଜକ ନେପାଳ ବ୍ରୋଞ୍ଜ ପଦକ ହାସଲ କରିଛି। ଏନ୍‌ଏସ୍‌ସି କାଭା ମହିଳା ଭଲିବଲ ଚ୍ୟାଲେଞ୍ଜ୍‌ କପ୍‌ର ଏହାଥିଲା ତୃତୀୟ ସଂସ୍କରଣ। ମାତ୍ର ଭାରତ ପ୍ରଥମଥରପାଇଁ ଏଥିରେ ଭାଗନେଇ ଟାଇଟଲ ହାସଲ କରିଛି। ଭାରତୀୟ ଦଳର ଅଧିନାୟିକା ନିର୍ମାଲ ଟୁର୍ନାମେଣ୍ଟର ସବୁଠାରୁ ମୂଲ୍ୟବାନ ଖେଳାଳି ବିବେଚିତ ହୋଇଛନ୍ତି। ସୋର୍ଯ୍ୟାଙ୍କୁ ଶ୍ରେଷ୍ଠ ମିଡିଲ ବ୍ଲକର, ଜିନି ଶ୍ରେଷ୍ଠ ସେଟର ଓ ଅନୁଶ୍ରୀଙ୍କୁ ଦ୍ୱିତୀୟ ଶ୍ରେଷ୍ଠ ଆଉଟ ସାଇଡ୍‌ ହିଟର ପୁରସ୍କାର ପ୍ରଦାନ କରାଯାଇଛି। ଭଲିବଲ ଫେଡେରେଶନ ଅଫ୍‌ ଇଣ୍ଡିଆ (ଭିଏଫ୍‌ଆଇ) ସଭାପତି ତଥା ଏମ୍‌ପି ଅଚ୍ୟୁତ ସାମନ୍ତ ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇଛନ୍ତି।
ପ୍ରକାଶ ଯୋଗ୍ୟ ଯେ, ଅଚ୍ୟୁତ ଭିଏଫ୍‌ଆଇ ସଭାପତି ହେବାପରେ ଏହି କ୍ରୀଡ଼ାର ବିକାଶ ପାଇଁ ଅନେକ ପଦକ୍ଷେପ ନେଇଛନ୍ତି। ଫଳରେ ସ୍ବରୂପ ଦଳକୁ ସଫଳତା ମିଳିବାରେ ଲାଗିଛି। ଗତବର୍ଷ ଥାଇଲାଣ୍ଡରେ ଅନୁଷ୍ଠିତ ଏସିଆନ ଭଲିବଲ ଚାମ୍ପିୟନଶିପ୍‌ରେ ଭାରତ ରୌପ୍ୟ ପଦକ ପାଇଥିଲା। ତେଣୁ ୨ ବର୍ଷ ମଧ୍ୟରେ ଭାରତୀୟ ମହିଳା ଦଳ ଅନ୍ତର୍ଜାତୀୟ ସ୍ତରରେ ୨ଟି ପଦକ ହାସଲ କରିଛି। ଏହା ବ୍ୟତୀତ ୨୦ ବର୍ଷରୁ କମ୍‌ ଭାରତୀୟ ପୁରୁଷ ଦଳ ଦୀର୍ଘ ୨୦ ବର୍ଷ ବ୍ୟବଧାନରେ ଏସିଆନ ପୁରୁଷ ଭଲିବଲରେ ରୌପ୍ୟ ପଦକ ପାଇବା ସହ ଏଫ୍‌ଆଇଭସିବି ୨୧ ବର୍ଷରୁ କମ୍‌ ପୁରୁଷ ବିଶ୍ୱ ଭଲିବଲ ଚାମ୍ପିୟନଶିପ୍‌ ପାଇଁ ଯୋଗ୍ୟତା ଅର୍ଜନ କରିଛି। ସେହିପରି ୧୮ ବର୍ଷରୁ କମ୍‌ ଭାରତୀୟ ପୁରୁଷ ଭଲିବଲ ଦଳ ୧୪ ବର୍ଷ ପରେ ଏସିଆନ ପୁରୁଷ ଭଲିବଲ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ହାସଲ କରିଛି। ଏଥିସହ ଏହି ଦଳ ୧୯ ବର୍ଷରୁ କମ୍‌ ଏଫ୍‌ଆଇଭିବି ବିଶ୍ୱ ଚାମ୍ପିୟନଶିପ୍‌ ପାଇଁ ଯୋଗ୍ୟତା ପାଇଛି। ଗତ ୨ ବର୍ଷ ମଧ୍ୟରେ ଭାରତୀୟ ଭଲିବଲ ଦଳ ୮ଟି ଭିନ୍ନ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କୋହଲିଙ୍କୁ ନେଇ ଗାଭାସ୍କରଙ୍କ ବଡ଼ ବୟାନ

ନୂଆଦିଲ୍ଲୀ,୧୮।୧୧: ଦକ୍ଷିଣ ଆଫ୍ରିକା ଗସ୍ତରେ ୩ ଟେଷ୍ଟ ଏବଂ ସମାନ ସଂଖ୍ୟକ ଦିନିକିଆ ଖେଳିବ ଭାରତ। ଏହି ଗସ୍ତରେ ଟେଷ୍ଟ ଦଳର ନେତୃତ୍ୱ ନେବେ ବିରାଟ...

ବଢିବ ବ୍ରିଜଭୂଷଣଙ୍କ ଅଡୁଆ, ଆଜି ଦିଲ୍ଲୀ ପୋଲିସ ଦାଖଲ କରିବ ଏଫଆଇଆର

ନୂଆଦିଲ୍ଲୀ,୨୮।୪: ମହିଳା ରେସଲରଙ୍କ ଧାରଣା ପ୍ରଦର୍ଶନ ମାମଲାରେ ଏମପି ବ୍ରିଜଭୂଷଣ ଶରଣ ସିଂଙ୍କ ଅଡୁଆ ବଢିପାରେ। ଦିଲ୍ଲୀ ପୋଲିସ କହିଛି କି ସେ ଆଜି ଅର୍ଥାତ...

ରାଜସ୍ଥାନ ରୟାଲ୍ସକୁ ଫେରିଲେ ଓ୍ବର୍ନ

ଦୁବାଇ, ୧୫।୯: ଅଷ୍ଟ୍ରେଲିଆର ପୂର୍ବତନ ମହାନ ଲେଗ୍‌-ସ୍ପିନର ଶେନ୍‌ ଓ୍ବର୍ନ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଟିମ୍‌ ରାଜସ୍ଥାନ ରୟାଲ୍ସକୁ ପୁଣିଥରେ ଫେରିଛନ୍ତି। ଓ୍ବର୍ନଙ୍କୁ ରାଜସ୍ଥାନ...

ପିଏସ୍‌ଜି ସହ ୪ ବର୍ଷଆ ଚୁକ୍ତି କଲେ ଇକାର୍ଡି

ମିଲାନ,୨।୬(ପି.ଟି.): ଆର୍ଜେଣ୍ଟିନ ଫୁଟବଲର ତଥା ଇଣ୍ଟର ମିଲାନ ଷ୍ଟ୍ରାଇକର ମାଉରୋ ଇକାର୍ଡି ଜଣାଶୁଣା କ୍ଲବ ପ୍ୟାରିସ ସେଣ୍ଟ ଜର୍ମାନ (ପିଏସ୍‌ଜି) ସହ ଏକ ୪ ବର୍ଷଆ...

ବୁଧବାର କଟକ ଆସିବେ ରାଇନା, ପ୍ରଜ୍ଞାନ

କଟକ ଅଫିସ,୧୪ା୨: ଭାରତର ପୂର୍ବତନ କ୍ରିକେଟର ସୁରେଶ ରାଇନା ଓ ପ୍ରଜ୍ଞାନ ଓଝା ବୁଧବାର କଟକ ଆସିବେ। ଗୁରୁଡିଝାଟିଆ ଥାନା ଅଧୀନ କପୁରସିଂହ ଖେଳପଡ଼ିଆରେ ଏମ୍‌ଜିଏମ୍‌...

ଭାରତ ବିପକ୍ଷ ଦିନିକିଆ ସିରିଜ: ଅଷ୍ଟ୍ରେଲିଆ ଦଳରେ ଲାବୁସାନେ ସାମିଲ

ମେଲବୋର୍ନ, ୧୭।୧୨ (ପି.ଟି.)- ଆସନ୍ତା ମାସରେ ଅଷ୍ଟ୍ରେଲିଆ କ୍ରିକେଟ୍‌ ଦଳ ଭାରତ ଗସ୍ତରେ ଆସି ୩ ମ୍ୟାଚ୍‌ବିଶିଷ୍ଟ ଦିନିକିଆ ସିରିଜ ଖେଳିବାର କାର୍ଯ୍ୟସୂଚୀ ରହିଛି। ଏହି...

ଫର୍ମୁଲା ଓ୍ବାନ୍‌ ସୁପରଷ୍ଟାର

ଲୁଇସ୍‌ ହାମିଲଟନ ଷଷ୍ଠଥର ପାଇଁ ବିଶ୍ୱ ଚାମ୍ପିୟନଶିପ୍‌ ଟାଇଟଲ ହାସଲ କରି ମାଇକେଲ ସୁମାକରଙ୍କଠାରୁ ଗୋଟିଏ ପାଦ ଦୂରରେ ରହିଛନ୍ତି। ୩୪ ବର୍ଷରେ ପଦାର୍ପଣ କରିଥିବାରୁ...

ଗୋଟିଏ ଦିନରେ ୩୦୯ ରନ୍‌: ୯୧ ବର୍ଷ ହେଲାଣି ଭାଙ୍ଗିନି ଏହି ଅଷ୍ଟ୍ରେଲିୟ ବ୍ୟାଟ୍ସମ୍ୟାନ୍‌ଙ୍କ ରେକର୍ଡ

ବ୍ରିସ୍‌ବେନ୍‌,୨୭।୮: ଭାରତୀୟ କ୍ରିକେଟ ଟିମ୍‌ ବିପକ୍ଷରେ ଅଷ୍ଟ୍ରେଲିୟ ଦଳ ସଂଘର୍ଷ କରିବା ଭଳି ଘଟଣା ବହୁତ୍‌ କମ୍‌ ଦେଖିବାକୁ ମିଳିଛି। ଉଭୟ ଦଳର ମ୍ୟାଚ୍‌ ଭିତରେ...

Advertisement
Archives

Model This Week