Posted inଖେଳ

ମହିଳା ଟି୨୦: ସିରିଜ୍‌ ଜିତିଲା ଭାରତ

ମୀରପୁର, ୧୨ା୭: ବାଂଲାଦେଶ ମହିଳା ଦଳ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଦ୍ୱିପାକ୍ଷିକ ଟି୨୦ ସିରିଜର ଦ୍ୱିତୀୟ ମ୍ୟାଚ୍‌କୁ ଜିତିବା ସହିତ ସିରିଜ୍‌ ଉପରେ ଆଗୁଆ କବ୍‌ଜା କରି ନେଇଛି ଭାରତ। ମୀରପୁରର ଶେର ଏ ବାଂଲା ଷ୍ଟାଡିୟମରେ ଖେଳାଯାଇଥିବା ଲୋ ସ୍କୋରିଂ ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୮ ଉଇକେଟରେ ୯୫ ରନ୍‌ ସଂଗ୍ରହ କରିଥିଲା। ଜବାବରେ ଭାରତୀୟ ସ୍ପିନରଙ୍କ ଘାତକ ବୋଲିଂ ବଳରେ ବାଂଲାଦେଶ ୨୦ ଓଭରରେ ସମସ୍ତ ଉଇକେଟ ହରାଇ ୮୭ ରନ୍‌ କରିଥିଲା। ୮ ରନ୍‌ରେ ମ୍ୟାଚକୁ ଜିତିବା ସହିତ ଭାରତ ସିରିଜ୍‌ରେ ୨-୦ରେ ଆଗୁଆ ରହିଛି। ଭାରତ ପକ୍ଷରୁ ଶେଫାଳି ବର୍ମା ଓ ଦୀପ୍ତି ଶର୍ମା ଉଭୟ ବ୍ୟାଟ୍‌ ଓ ବଲ୍‌ ଜରିଆରେ ଚମତ୍କାର ପ୍ରଦର୍ଶନ କରିଥିଲେ।
ସ୍ପିନରଙ୍କ ଦବ୍‌ଦବା: ମଙ୍ଗଳବାର ଭାରତୀୟ ଅଧିନାୟିକା ହରମନ୍‌ପ୍ରୀତ୍‌ କୌର୍‌ ଟସ୍‌ ଜିତି ବ୍ୟାଟିଂ ନେଇଥିଲେ। ଦୁଇ ଓପନର ସ୍ମୃତି ମନ୍ଧାନା (୧୩) ଓ ଶେଫାଳି ବର୍ମା(୧୯) ପ୍ରଥମ ଉଇକେଟରେ ୩୩ ରନ୍‌ ଯୋଡିଥିଲେ। ମାତ୍ର ୬ ବଲ୍‌ ମଧ୍ୟରେ ଉଭୟ ଓପନରଙ୍କ ସହିତ ପ୍ରଥମ ମ୍ୟାଚ୍‌ର ଅର୍ଦ୍ଧଶତକ ହାସଲକାରୀ ହରମନ୍‌ପ୍ରୀତ କୌର ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ ଫେରିଥିଲେ। ୧୪ ବଲ୍‌ର ଶେଫାଳିଙ୍କ ଇନିଂସରେ ୪ ଚୌକା ସାମିଲ ଥିଲା। ପରେ ୟସ୍ତିକା ଭାଟିଆ ୧୧ ରନ୍‌ କରି ଇନିଂସ ସଜାଡ଼ିବାକୁ ଉଦ୍ୟମ କରିଥିଲେ ମଧ୍ୟ ବଡ଼ ଶଟ୍‌ ଖେଳିବାକୁ ଯାଇ ଆଉଟ ହୋଇଥିଲେ।
ଜେମିମା-ହରଲିନ୍‌ଙ୍କ ଧିମା ବ୍ୟାଟିଂ: ଭାରତୀୟ ଦଳ ୪୮ ରନ୍‌ରେ ୪ ଉଇକେଟ ହରାଇ ସଙ୍କଟରେ ପଡ଼ିଥିବା ବେଳେ ଜେମିମା ରୋଡ୍ରିଗୁଏଜ୍‌ ଓ ହରଲିନ୍‌ ଦେଓଲ ଅତ୍ୟନ୍ତ ଧିମା ବ୍ୟାଟିଂ କରିଥିଲେ। ବାଂଲାଦେଶୀ ଲେଗ୍‌ ସ୍ପିନର ଫହିମା ଖାତୁନ୍‌ ଓ ରାବେୟା ଖାନ୍‌ ଉଭୟ ଖେଳାଳିଙ୍କୁ ହାତ ଖୋଲିବାର ସୁଯୋଗ ଦେଇ ନ ଥିଲେ। ଜେମିମା ୨୦ ବଲ୍‌ ଖେଳି ୮ ରନ୍‌ କରିଥିବା ବେଳେ ହରଲିନ୍‌ ୨୧ ବଲ୍‌ ଖେଳି ମାତ୍ର ୬ ରନ୍‌ ସ୍କୋର କରିଥିଲେ। ଶେଷ ଭାଗରେ ଦୀପ୍ତି ଶର୍ମା୧୦ ଓ ଅମନଜୋତ କୌର ୧୪ ରନ୍‌ ସ୍କୋର କରିବାରୁ ଭାରତ ୯୫ ରନ୍‌ରେ ପହଞ୍ଚିଥିଲା। ଏକଦା ଭାରତ ୧୫୦ ରନ୍‌ କରିବା ଭଳି ମନେହେଉଥିଲେ ହେଁ ବାଂଲାଦେଶ ବୋଲର ଭାରତକୁ ୧୦୦ ରନ୍‌ ମଧ୍ୟରେ ସୀମିତ ରଖିଥିଲେ। ପ୍ରଥମ ୧୦ ଓଭରରେ ଭାରତ ୫୧ ରନ୍‌ କରିଥିବା ବେଳେ ଦ୍ୱିତୀୟ ୧୦ ଓଭରରେ ମାତ୍ର ୪୪ ରନ୍‌ କରିଥିଲା।
ସଂକ୍ଷିପ୍ତ ସ୍କୋର: ଭାରତ ୨୦ ଓଭରରେ ୯୫/୮(ଶେଫାଳି ବର୍ମା-୧୯, ଅମନଜୋତ କୌର-୧୪, ସ୍ମୃତି ମନ୍ଧାନା-୧୩, ସୁଲତାନା ଖାତୁନ ୩/୨୧, ଫହିମା ଖାତୁନ-୨/୧୬, ନାହିଦା ଅଖତର-୧/୧୪)।
ବାଂଲାଦେଶ ୨୦ ଓଭରରେ ୮୭/୧୦(ନିଗାର ସୁଲତାନା ଜ୍ୟୋତି-୩୮, ଦୀପ୍ତି ଶର୍ମା-୩/୧୨, ଶେଫାଳି ବର୍ମା୩/୧୫, ମିନୁ ମଣି-୨/୯)।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ କିଏ ସ୍ଥିର କରେ ଚିନି ଦାମ୍‌? ସରକାର ନା କୃଷକ, ଜାଣନ୍ତୁ…

ନୂଆଦିଲ୍ଲୀ,୨୩ା୮: ଚା’ କପ୍‌ରୁ ଆରମ୍ଭ କରି ପର୍ବପର୍ବାଣିର ମିଠା ପର୍ଯ୍ୟନ୍ତ, ଚିନି ପ୍ରତ୍ୟେକ ଘରର ଦୈନନ୍ଦିନ ଆବଶ୍ୟକତାର ଏକ ପ୍ରମୁଖ ଅଂଶ। ଏହି ସମୟରେ ଦେଶରେ ଚିନି…

୨୪ ତାରିଖ ଯାଏଁ ଓଡ଼ିଶାରେ ପ୍ରବଳବର୍ଷା

ଭୁବନେଶ୍ୱର,୨୩।୮ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଓଡ଼ିଶାରେ ପୁଣି ବଢ଼ିବ ବର୍ଷାର ପରିମାଣ। ଭାରତୀୟ ପାଣିପାଗ ବିଭାଗର…

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri