Posted inଖେଳ

ମହିଳା ଟି୨୦ ଚ୍ୟାଲେଞ୍ଜ୍‌: କର ବା ମର ସ୍ଥିତିରେ ସୁପରନୋଭାସ୍‌

ଶାରଜା,୭।୧୧(ପି.ଟି.): ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ଚାଲିଥିବା ମହିଳା ଟି୨୦ କ୍ରିକେଟ ଚ୍ୟାଲେଞ୍ଜ୍‌ରେ ଗତଥରର ଚାମ୍ପିୟନ ସୁପରନୋଭାସ୍‌ ଏବେ କର ବା ମର ସ୍ଥିତିର ସମ୍ମୁଖୀନ ହୋଇଛି। ଶନିବାର ସୁପରନୋଭାସ ପ୍ରତିପକ୍ଷ ଟ୍ରେଲବ୍ଲେଜର୍ସକୁ ଭେଟିବ। ଗୁରୁବାର ଭେଲୋସିଟିକୁ ପରାସ୍ତ କରିଥିବା ଟ୍ରେଲବ୍ଲେଜର୍ସ ଆଉ ଏକ ବିଜୟ ହାସଲ କରିବା ଲକ୍ଷ୍ୟରେ ରହିଛି। ଦୁଇଟି ବିଜୟ ହାସଲ କରିବା ପରେ ଟ୍ରେଲବ୍ଲେଜର୍ସ ନଭେମ୍ବର ୯ ତାରିଖରେ ଫାଇନାଲ ଖେଳିବ। ତେବେ ଏଥିପାଇଁ ସୁପରନୋଭାସକୁ ହରାଇବାକୁ ଟ୍ରେଲବ୍ଲେଜର୍ସ ପ୍ରୟାସ କରିବ।
ଅପରପକ୍ଷରେ ସୁପରନୋଭାସ୍‌ ପ୍ରଥମ ମ୍ୟାଚ୍‌ରେ ଭେଲୋସିଟିଠାରୁ ପରାସ୍ତ ହୋଇଛି। ଆଉ ଏକ ପରାଜୟ ସୁପରନୋଭାସ୍‌କୁ ଟୁର୍ନାମେଣ୍ଟରୁ ବାହାର କରିଦେବାକୁ ଯଥେଷ୍ଟ ହେବ। ଭଲ ନେଟ୍‌ ରନ୍‌ ରେଟ୍‌ ସହ ସୁପରନୋଭାସ୍‌ ବିଜୟୀ ହେଲେ ସମ୍ଭବତଃ ଭେଲୋସିଟିକୁ ଏଲିମିନେଟ୍‌ କରିବ। କାରଣ ଭେଲୋସିଟିର ନେଟ୍‌ ରନ୍‌ ରେଟ୍‌ -୧.୮୬୯ ରହିଛି। ସେହିପରି ଭେଲୋସିଟି ସୁପରନୋଭାସ ପରାସ୍ତ ହେଉ ବୋଲି ଚାହିଁବ। ଏହା ହେଲେ ଭୋଲେସିଟି ଫାଇନାଲକୁ ଉଠିବ।
ଭାରତୀୟ ଟି୨୦ ଅଧିନାୟିକା ହରମନପ୍ରୀତ କୌର ଓ ଶ୍ରୀଲଙ୍କା ସ୍ପିନର ଚମାରୀ ଆଟାପାଟୁ ନିଜ ଦକ୍ଷତା ଅନୁରୂପ ପ୍ରଦର୍ଶନ କରି ସୁପରନୋଭାସକୁ ବିଜୟୀ କରାଇବାକୁ ଚେଷ୍ଟା କରିବେ। ପ୍ରଥମ ମ୍ୟାଚ୍‌ରେ ସୁପରନୋଭାସ ଭଲ ସ୍ଥିତିରେ ଥିଲା। ତେବେ ସୁଷମା ବର୍ମା ଓ ସୁନ ଲୁସ୍‌ ସୁପରନୋଭାସଠାରୁ ମ୍ୟାଚ୍‌ ଛଡାଇ ନେଇଥିଲେ। ଚାପରେ ବୋଲରମାନେ ଭଲ ପ୍ରଦର୍ଶନ କରି ନ ଥିବାରୁ ଏହି ଦୁଇ ବ୍ୟାଟ୍ସଓମେନ ଫାଇଦା ଉଠାଇ ଦଳକୁ ବିଜୟୀ କରାଇଥିଲେ।
ସ୍ଥାନୀୟ ଶାରଜା ପିଚ୍‌ ଧୀରେ ଧୀରେ ମନ୍ଥର ହୋଇଛି। ତେଣୁ ଏହି ମ୍ୟାଚ୍‌ରେ ସ୍ପିନରମାନେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ। ଏକଲେଷ୍ଟୋନ୍‌ ଟ୍ରେଲବ୍ଲେଜର୍ସ ପାଇଁ ପୁଣିଥରେ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବେ। ସାଥୀ ବାମହାତୀ ସ୍ପିନର ରାଜେଶ୍ୱରୀ ଗାଏକ୍ୱାଡ ଓ ଅଭିଜ୍ଞ ଝୁଲଣ ଗୋସ୍ବାମୀଙ୍କ ପ୍ରଦର୍ଶନ ଉପରେ ଦଳର ଭାଗ୍ୟ ନିର୍ଭର କରୁଛି। ଉଭୟ ସୁପରନୋଭାସ ଓ ଟ୍ରେଲବ୍ଲେଜର୍ସ ଦଳରେ କ୍ୱାଲିଟି ସ୍ପିନର ରହିଛନ୍ତି। ତେବେ ବ୍ୟାଟ୍ସଓମ୍ୟାନଙ୍କ ପ୍ରଦର୍ଶନ ଉପରେ ଦୁଇ ଦଳର ସଫଳତା ନିର୍ଭର କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବୈଭବ ସୂର୍ଯ୍ୟବଂଶୀଙ୍କ ସ୍ବପ୍ନ ଆଜି ହେବ ସାକାର! ନିଷ୍ପତ୍ତି ନେବେ ଆୟର

ରାଞ୍ଚି,୯।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ୍‌ର ଦ୍ୱିତୀୟ ମୁକାବିଲା ଆଜି ରାଞ୍ଚିରେ ଖେଳାଯିବ। ପ୍ରଥମ ମ୍ୟାଚ୍‌ରେ ବିଜୟ ହାସଲ…

କୋହଲିଙ୍କ ଏହି ସ୍କିଲ୍‌ ଚୋରାଇବାକୁ ଚାହୁଁଛନ୍ତି ଅଭିଷେକ: କହୁ କହୁ କହିଦେଲେ ମନର କଥା

ନୂଆଦିଲ୍ଲୀ,୯।୧୦: ଭାରତୀୟ କ୍ରିକେଟ୍‌ର ଯୁବ ତାରକା ଅଭିଷେକ ଶର୍ମା ନିଜ ବିସ୍ଫୋରକ ବ୍ୟାଟିଂ ପାଇଁ ବେଶ ପରିଚିତ। ଛକା ଓ ଚୌକା ବର୍ଷା କରିବାରେ ମାହିର ଏହି…

ଚମକିଲେ ବସ୍‌ ଡ୍ରାଇଭରଙ୍କ ପୁଅ, ସଞ୍ଚୁ-ବୈଭବଙ୍କୁ ଦେଲେ ଚକ୍‌ମା: ମିଳିଲା ବଡ଼ ଅଫର୍‌

ରାଞ୍ଚି,୯।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚକୁ ନେଇ ରାଞ୍ଚିର JSCA ଇଣ୍ଟରନ୍ୟାଶନାଲ ଷ୍ଟାଡିୟମ୍‌ରେ ଉତ୍ସାହ ଦେଖିବାକୁ ମିଳୁଛି। ମ୍ୟାଚ ପୂର୍ବରୁ ଭାରତୀୟ ଦଳର…

ମାତ୍ର ୨୭ ବର୍ଷରେ କ୍ରିକେଟ୍‌ କ୍ୟାରିୟର ଶେଷ! କୋହଲିଙ୍କ ସହ ଝଗଡା କରି ଚର୍ଚ୍ଚାରେ ଥିବା କ୍ରିକେଟ୍‌ର ଧରିଲେ ମାଇକ

ନୂଆଦିଲ୍ଲୀ,୯।୧୦: ଆଇପିଏଲ୍‌ରେ ବିରାଟ କୋହଲିଙ୍କ ସହ ପଡ଼ିଆରେ ଝଗଡାକୁ ନେଇ ଚର୍ଚ୍ଚାକୁ ଆସିଥିବା ଆଫଗାନିସ୍ତାନର ଦ୍ରୁତ ବୋଲର୍‌ ନବୀନ-ଉଲ-ହକ ଏବେ ଏକ ନୂଆ ଭୂମିକାରେ ଦେଖାଦେବେ। ବଲ…

ପୁଣି ଭାରତ-ପାକିସ୍ତାନ ସାମ୍ନାସାମ୍ନି: ଦୀପାବଳିରେ ହେବ ହାଇଭୋଲ୍ଟେଜ ମ୍ୟାଚ

ନୂଆଦିଲ୍ଲୀ,୯।୧୦: କ୍ରିକେଟ ପ୍ରେମୀଙ୍କ ପାଇଁ ବଡ଼ ଖବର। ଏସିଆନ କ୍ରିକେଟ କାଉନସିଲ (ACC) ପକ୍ଷରୁ ଅଣ୍ଡର-୧୯ ଏସିଆ କପ ୨୦୨୬ର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଏଥର ନଭେମ୍ବର…

ଭାରତର ନୂଆ କ୍ରିକେଟ୍‌ ବିସ୍ମୟ ତନ୍ମୟ: ଗୋଟିଏ ଟେଷ୍ଟରେ ୧୪ ଉଇକେଟ ନେଇ ରଚିଲେ ଇତିହାସ

ଅହମ୍ମଦାବାଦ,୯।୧୦: କ୍ରିକେଟ ପଡ଼ିଆରେ ଭାରତୀୟ ଯୁବ ସ୍ପିନର ତନ୍ମୟ ବଲୋଦାଙ୍କ କମାଲ। ଅଷ୍ଟ୍ରେଲିଆର ଅଣ୍ଡର-୧୯ ଦଳ ବିପକ୍ଷରେ ଦ୍ୱିତୀୟ ଅନୌପଚାରିକ ଟେଷ୍ଟ ମ୍ୟାଚ୍‌ରେ ନିଜର ଘାତକ ବୋଲିଂରେ…

ଇତିହାସ ବଦଳାଇବେ ଅଭିଷେକ ଶର୍ମା: କରିବେ ଏହି ବଡ଼ ବିଶ୍ୱ ରେକର୍ଡ

ରାଞ୍ଚି,୯।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଟି-୨୦ ସିରିଜ୍‌ର ଦ୍ୱିତୀୟ ମ୍ୟାଚ ଆଜି ରାଞ୍ଚିର JSCA ଇଣ୍ଟରନ୍ୟାଶନାଲ ଷ୍ଟାଡିୟମ୍‌ରେ ଖେଳାଯିବ। ଏହି ମ୍ୟାଚ୍‌ରେ ଭାରତୀୟ ଦଳର ବିସ୍ଫୋରକ…

IPL 2027 ପୂର୍ବରୁ ରିଷଭ ପନ୍ତଙ୍କୁ ବଡ଼ ଝଟ୍‌କା, ଦିଲ୍ଲୀ କ୍ୟାପିଟାଲ୍ସରେ ମିଳିବନି ଏହି ଦାୟିତ୍ୱ!

ନୂଆଦିଲ୍ଲୀ,୯।୧୦: ଦିଲ୍ଲୀ କ୍ୟାପିଟାଲ୍ସକୁ ଫେରିବା ପରେ ରିଷଭ ପନ୍ତଙ୍କ ବ୍ୟାଟିଂ ପୋଜିସନକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। IPL 2027ରେ ପନ୍ତଙ୍କୁ ଟପ୍ ଅର୍ଡରରେ ବ୍ୟାଟିଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?