Posted inଖେଳ

ବାୟୋ-ବବଲରେ ନିୟମତ ଖେଳିବା କଷ୍ଟକର

ଦୁବାଇ,୭।୧୧(ପି.ଟି.): କୋଭିଡ୍‌-୧୯ ମହାମାରୀ କାରଣରୁ ଜୈବସୁରକ୍ଷିତ ପରିବେଶ ବା ବାୟୋ ବବଲ୍‌ରେ ନିୟମିତ ଖେଳିବା ଏକ ବଡ଼ ଚ୍ୟାଲେଞ୍ଜ୍‌ ଓ ଏହା କଷ୍ଟକର ବୋଲି ଭାରତୀୟ ଅଧିନାୟକ ବିରାଟ କୋହଲି କହିଛନ୍ତି। ତେଣୁ ଏଭଳି ସ୍ଥିତିରେ ଭବିଷ୍ୟତରେ ବିଭିନ୍ନ ଗସ୍ତର ସମୟସୀମା ନେଇ ବିଚାର କରିବାକୁ କୋହଲି ସୌରଭ ଗାଙ୍ଗୁଲିଙ୍କ ନେତୃତ୍ୱାଧୀନ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)କୁ କହିଛନ୍ତି।
ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଭାରତୀୟ ଦଳ ଏକ ଲମ୍ବା ଗସ୍ତରେ ଅଷ୍ଟ୍ରେଲିଆ ଯିବାର କାର୍ଯ୍ୟକ୍ରମ ରହିଛି। ତେଣୁ ଭାରତୀୟ ଖେଳାଳିଙ୍କୁ ଏବେ ଗୋଟିଏ ବାୟୋ ବବଲରୁ ଆଉ ଗୋଟିଏକୁ ଯିବା ଏକ ବଡ଼ ଚ୍ୟାଲେଞ୍ଜ ସଦୃଶ ହୋଇଛି ବୋଲି କୋହଲି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲେରର ୟୁଟ୍ୟୁବ ଚ୍ୟାନେଲ୍‌ରେ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି କହିଛନ୍ତି। ତେବେ ଯଦି ସାଥୀ ଖେଳାଳିମାନେ ବନ୍ଧୁତ୍ୱପୂର୍ଣ୍ଣ ଥାନ୍ତି ତା’ହେଲେ ଏହି ପ୍ରକ୍ରିୟା ସହଜ ହୋଇଥାଏ ବୋଲି ସେ କହିଛନ୍ତି। ଆଇପିଏଲ୍‌ରେ ଥିବା ବାୟୋ ବବଲ ବେଶ୍‌ ଆମୋଦଦାୟକ ବୋଲି ସେ କହିଛନ୍ତି। ତେବେ ବାରମ୍ବାର ବାୟୋ ବବଲରେ ରହିବା ନିଶ୍ଚିତ ଭାବେ କଷ୍ଟକର ବୋଲି ସେ ସ୍ପଷ୍ଟ କରିଛନ୍ତି। ଦଳର ଅଧିକାଂଶ ସଦସ୍ୟ ଗତ ଅଗଷ୍ଟରୁ ୟୁଏଇରେ ରହୁଛନ୍ତି। ଏହା ପରେ ଲମ୍ବା ଗସ୍ତରେ ଅଷ୍ଟ୍ରେଲିଆ ଯିବାକୁ ହେବ। ଫଳରେ ଖେଳାଳିମାନେ ୪ ମାସରୁ ଅଧିକ ସମୟ ଏହି ପ୍ରକ୍ରିୟା ସହିତ ଜଡିତ ରହିବେ। ଖେଳାଳିମାନେ ଏହି ସମୟରେ ବାହ୍ୟଜଗତ ସହ ସମ୍ପର୍କରେ ରହିବେ ନାହିଁ। ଲମ୍ବା କାର୍ଯ୍ୟସୂଚୀ ସହ ବାୟୋ ବବଲର ବନ୍ଧନ ଖେଳାଳିମାନଙ୍କର ମାନସିକ ବିଷାଦ ବଢାଇବ। ବାରମ୍ବାର ବାୟୋ ବବଲରେ ସମାନ ପରିସ୍ଥିତିର ରହିବା ନିହାତି କଷ୍ଟକର। ତେଣୁ ଏ ନେଇ ଗୁରୁତର ଭାବେ ଚିନ୍ତା କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ଖେଳାଳିମାନେ ମାନସିକତା ଶ୍ରେଷ୍ଠସ୍ତରରେ ରହିବା ଆବଶ୍ୟକ। ଖେଳାଳିମାନେ ଉଭୟ କେବଳ ଶାରୀରିକ ନୁହେଁ ମାନସିକସ୍ତରରେ ସୁସ୍ଥ ରହିବା ନିହାତି ଦରକାର। ଅଷ୍ଟ୍ରେଲିଆ ଗସ୍ତ ପରେ ଭାରତ ଘରୋଇ ମାଟିରେ ଇଂଲଣ୍ଡ ବିପକ୍ଷରେ ସିରିଜ ଖେଳିବ। ୩ଟି ଫର୍ମାଟରେ ଜଡିତ ରହିଲେ ଭିନ୍ନ ଭିନ୍ନ ବବଲ ଦେଇ ଗତିକରିବାକୁ ହେବ। ଏପରିସ୍ଥଳେ ଖେଳାଳିମାନେ ପରିବାର ସହିତ ସମୟ କଟେଇବାର ସୁଯୋଗ ପାଇବେ ନାହିଁ। ଆଇପିଏଲ୍‌ ଖେଳୁଥିବା ପ୍ରାୟ ସବୁ ଦେଶର ଖେଳାଳି ଏ ନେଇ ନିଜର ଚିନ୍ତା ପ୍ରକଟ କରିଛନ୍ତି। ତେଣୁ ଗଠନମୂଳକ ନିଷ୍ପତ୍ତି ନେବାର ଆବଶ୍ୟକତା ରହିଛି ବୋଲି କୋହଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପନ୍ତଙ୍କ ପରେ ଦ୍ୱିତୀୟ ୱିକେଟ୍ କିପର କିଏ ? ହାର୍ଦ୍ଦିକଙ୍କ ପାଇଁ ଚିନ୍ତାର କାରଣ ଖରାପ ଫର୍ମ; ଅକ୍ସର, ଆବେଶ, ବିଷ୍ଣୋଇଙ୍କ ମଧ୍ୟରୁ ଜଣେ

ମୁମ୍ବାଇ,୨୫।୪: ଟି -୨୦ ବିଶ୍ୱକପରେ ଭାରତର ୱିକେଟ୍ କିପର କିଏ ହେବେ? ବର୍ତ୍ତମାନ ଭାରତୀୟ ପ୍ରଶଂସକଙ୍କ ମାନେ ଏହା ସବୁଠୁ ବଡ଼ ପ୍ରଶ୍ନ। ଦୁର୍ଘଟଣାରୁ ଫେରିବା...

‘ଆମେ ୬ ବଲ୍‌ରେ ୬ ଛକା ମାରିବୁ’

ଲକ୍ଷ୍ନୌ,୨୫।୪: ସମାଜବାଦୀ ପାର୍ଟୀ(ଏସ୍‌ପି) ମୁଖ୍ୟ ଅଖିଳେଶ ଯାଦବ ଗୁରୁବାର କନୈାଜ ଲୋକ ସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହାପରେ ସେ ଭାଜପା ପ୍ରାର୍ଥୀ ସୁବ୍ରତ...

ଏହି ଟିମ୍‌ ହେବ ଏଥର ଆଇପିଏଲ୍‌ ଚାମ୍ପିୟନ୍‌: ଭବିଷ୍ୟବାଣୀ କଲେ ୱାସିମ ଆକ୍ରମ

ନୂଆଦିଲ୍ଲୀ,୨୫।୪: ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ୱାସିମ ଆକ୍ରମ ଆଇପିଏଲ ୨୦୨୪ର ବିଜେତାକୁ ନେଇ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି, ଏହା ପୂର୍ବାନୁମାନ କରିବା କଷ୍ଟକର...

ପନ୍ତଙ୍କ ଛକାରେ କ୍ୟାମେରାମ୍ୟାନ୍‌ ଆହତ: ମ୍ୟାଚ୍‌ ପରେ ଏମିତି କଥା କହି ସମସ୍ତଙ୍କ ହୃଦୟ ଜିତିଲେ

ନୂଆଦିଲ୍ଲୀ,୨୫।୪: ଆଇପିଏଲ୍‌ ୨୦୨୪ରେ ରିଷଭ ପନ୍ତ ଭଲ ଫର୍ମ ଦେଖାଉଛନ୍ତି। ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଖେଳାଯାଇଥିବା ଟୁର୍ନାମେଣ୍ଟର ୪୦ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଏକ...

ଏହି କ୍ରିକେଟର୍‌ଙ୍କୁ ଆକ୍ରମଣ କଲା ଚିତାବାଘ: ପୋଷା କୁକୁର ବଞ୍ଚାଇଦେଲା ଜୀବନ

ହରାରେ,୨୫।୪: ଜିମ୍ବାୱେର ପୂର୍ବତନ କ୍ରିକେଟର ଗାଏ ହ୍ବିଟଲଙ୍କୁ ଏକ ଚିତାବାଘ ଆକ୍ରମଣ କରିଛି। ଏହି ଆକ୍ରମଣରେ ସେ ଗୁରୁତର ଆହତ ହୋଇଛନ୍ତି। ପୋଷା କୁକୁର ତାଙ୍କ...

ଯଦି ଫାଇନାଲରେ କୁମ୍ବଲେଙ୍କ ଏହି କଥା ମାନିଥାନ୍ତେ ଉଥପ୍ପା, ଆଇପିଏଲ୍‌ ଚାମ୍ପିୟନ ହୋଇଥାନ୍ତା RCB

ନୂଆଦିଲ୍ଲୀ,୨୫।୪: ବର୍ତ୍ତମାନ ସମୟରେ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ଲୋକପ୍ରିୟ ଟିମ୍‌ ମଧ୍ୟରେ ରହିଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ। ଏହାଛଡ଼ା ରୟାଲ ଚ୍ୟାଲେଞ୍ଜର୍ସ...

ଗୋଟିଏ ବଲ୍‌ରେ ପଲଟିଗଲା ପୂରା ମ୍ୟାଚ୍‌: ସମସ୍ତେ ହୋଇଗଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫।୪: ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସକୁ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନ୍‌ରେ ପରାସ୍ତ କରିଛି। ମୁକେଶ କୁମାର ଶେଷ ଓଭରରେ ଭଲ ବୋଲିଂ କରିଥିଲେ।...

ଭାରତର ଘରୋଇ କ୍ରିକେଟରମାନେ ବର୍ଷକୁ କୋଟିଏ ଟଙ୍କା ପାଇବେ ଦରମା, ବିସିସିଆଇର ବଡ଼ ନିଷ୍ପତି

ମୁମ୍ବାଇ,୨୫।୪: ଘରୋଇ ଖେଳାଳିଙ୍କ ଆୟ ବଢାଇବାକୁ ବିସିସିଆଇ ଚାହୁଁଛି। ଭାରତର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ନେତୃତ୍ୱରେ ଚୟନ କମିଟିକୁ ଦରମା ବୃଦ୍ଧି କରିବାର ଉପାୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri