ତାଲିବାନ ବିରୋଧରେ ମହିଳା ଆନ୍ଦୋଳନ ତେଜିଲା…

କାବୁଲ,୪।୯: ସରକାର ଗଠନ ପାଇଁ ତାଲିବାନ ଯୋଜନା ପୁଣି ଥରେ ଲଟକିଛି। ପୂର୍ବରୁ କୁହାଯାଇଥିଲା ଯେ ତାଲିବାନ ଶନିବାର କାବୁଲରେ ନୂଆ ସରକାର ଗଠନ କରିବ। କିନ୍ତୁ ବିଳମ୍ବିତ ରାତିରେ କିଛି କାରଣରୁ ଏହା ହୋଇପାରିଲା ନାହିଁ। ଏହା ପରେ ନୂଆ ସରକାର ଗଠନକୁ ସ୍ଥଗିତ ରଖାଯାଇଥିବା ତାଲିବାନର ମୁଖପାତ୍ର ସୂଚନା ଦେଇଛନ୍ତି।ଆସନ୍ତା ୨ରୁ୩ ଦିନ ମଧ୍ୟରେ ସରକାର ଗଠନ କରାଯିବ ବୋଲି ସେ କହିଛନ୍ତି।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ କାବୁଲରେ ମହିଳାଙ୍କ ବିରୋଧ ପ୍ରଦର୍ଶନ ତୀବ୍ର ହେବାରେ ଲାଗିଛି। ତାଲିବାନ ପକ୍ଷରୁ ମହିଳାଙ୍କ ଉପରେ ଲୁହବୁହା ଗ୍ୟାସ ସହିତ ଗୁଳି ଚାଳନା କରାଯାଇଛି। ସରକାରରେ ମହିଳାଙ୍କ କମ ଅଂଶଗ୍ରହଣ ଏବଂ କାର୍ଯ୍ୟ କରିବାର ଅଧିକାରକୁ ନେଇ ମହିଳାମାନେ ପ୍ରଦର୍ଶନ କରିଥିଲେ। ଏହି ସମୟରେ ପ୍ରାୟ ୫୦ରୁ ଅଧିକ ଆଫଗାନୀ ମହିଳା ହାତରେ ପ୍ଲାକାର୍ଡ ଧରି ସ୍ଲୋଗାନ ଦେଉଥିବାର ଦେଖାଯାଇଥିଲା।
ତେବେ ତାଲିବାନ କହିଛି ଯେ ନୂଆ ସରକାରରେ ମହିଳାମାନଙ୍କ ଚାକିରୀ ଜାରି ରହିବ।

୨୦୦୧ ପୂର୍ବରୁ ତାଲିବାନ ଇସଲାମର ଶରିଆ ଆଇନ ପାଳନ କରିବାରେ ହିଂସା ଏବଂ ବର୍ବରତା ପ୍ରଦର୍ଶନ କରିଥିଲା। ସେହି ସମୟରେ ମହିଳାଙ୍କ ଶିକ୍ଷା ଏବଂ କାର୍ଯ୍ୟ ଉପରେ ଏକ ନିଷେଧାଦେଶ ଜାରି କରାଯାଇଥିଲା। ତାଲିବାନ ମହିଳାମାନଙ୍କୁ କ୍ୟାବିନେଟରେ ସ୍ଥାନ ଦେବାକୁ ଦାବି କରାଯାଇଛି। ମହିଳାଙ୍କ ସହିତ ଆଲୋଚନା କରି ତାଲିବାନ ପଦକ୍ଷେପ ଗ୍ରହଣ କରୁ ବୋଲି ସେମାନେ ଦାବି କରିଛନ୍ତି। ମହିଳାମାନେ ରାଷ୍ଟ୍ରପତି ଭବନ ମୁହାଁ ହୋଇଥିଲେ। ତେବେ ସେମାନଙ୍କୁ ବାଟରେ ଅଟକାଇ ଦିଆଯାଇଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ବିନା କାଗଜପତ୍ରରେ ଖୁଲମଖୁଲା ଚାଲାଣ ହେଉଥିଲା ବାଲି-ପଥର, ୧୧ ହାଇୱା ଜବତ ପରେ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ସାମୁଦ୍ରିକ ଝଡ଼, ସୁନାମି, ଭୂକମ୍ପ ପ୍ରବଣରୁ ସୁରକ୍ଷା ପାଇଁ ଜନବସତି ପାର୍ଶ୍ୱରେ ସୁଉଚ୍ଚ…

ଦସ୍ତଖତ କରିଥିଲେ ୯, ଗଲେ ୮: କଂଗ୍ରେସରେ ତେଜୁଛି ଗୋଷ୍ଠୀକନ୍ଦଳ

ଭୁବନେଶ୍ୱର, ୩।୪(ସୁନିତ୍‌ ମିଶ୍ର):୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସର ମୋଟ୍‌ ୧୪ ଜଣ ବିଧାୟକ ବିଜୟୀ ହୋଇଥିଲେ। ସେଥିରୁ ଗତ ମାର୍ଚ୍ଚ ୧୬ ତାରିଖରେ ଅନୁଷ୍ଠିତ ରାଜ୍ୟ…

ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ କଲା ଆଫଗାନିସ୍ତାନ: ସୈନ୍ୟ ଆଡ୍ଡା ଧ୍ୱଂସ

କାବୁଲ,୩।୪: ଆଫଗାନ ସେନା ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ଡୁରାଣ୍ଡ ରେଖା ପାର କରି ଖୋଷ୍ଟ-ଖୁରମ ସୀମା ନିକଟରେ ପାକିସ୍ତାନୀ ସାମରିକ ସ୍ଥାନ ଉପରେ ଏକ ବଡ଼ ଆକ୍ରମଣ କରିଛି।…

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ଚନ୍ଦ୍ରକୁ ମହାକାଶଚାରୀ ପଠାଇଲା ନାସା, ରକେଟ ଛଡ଼ାଯିବାର ୫ ମିନିଟ୍‌ ପରେ କମାଣ୍ଡର କହିଲେ…

କେପ୍‌ କାନାଭେରାଲ,୨ା୪: ଆମେରିକାର ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡମିନିଷ୍ଟ୍ରେଶନ(ନାସା) ବୁଧବାର ଚନ୍ଦ୍ର ଅଭିମୁଖେ ୪ଜଣ ମହାକାଶଚାରୀଙ୍କୁ ପଠାଇଛି। ଆର୍ଟେମିସ୍‌-୨ ନାମରେ ଏହି ଚନ୍ଦ୍ର ଅଭିଯାନ ୩ଜଣ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri