ତାଲିବାନ ବିରୋଧରେ ମହିଳା ଆନ୍ଦୋଳନ ତେଜିଲା…

କାବୁଲ,୪।୯: ସରକାର ଗଠନ ପାଇଁ ତାଲିବାନ ଯୋଜନା ପୁଣି ଥରେ ଲଟକିଛି। ପୂର୍ବରୁ କୁହାଯାଇଥିଲା ଯେ ତାଲିବାନ ଶନିବାର କାବୁଲରେ ନୂଆ ସରକାର ଗଠନ କରିବ। କିନ୍ତୁ ବିଳମ୍ବିତ ରାତିରେ କିଛି କାରଣରୁ ଏହା ହୋଇପାରିଲା ନାହିଁ। ଏହା ପରେ ନୂଆ ସରକାର ଗଠନକୁ ସ୍ଥଗିତ ରଖାଯାଇଥିବା ତାଲିବାନର ମୁଖପାତ୍ର ସୂଚନା ଦେଇଛନ୍ତି।ଆସନ୍ତା ୨ରୁ୩ ଦିନ ମଧ୍ୟରେ ସରକାର ଗଠନ କରାଯିବ ବୋଲି ସେ କହିଛନ୍ତି।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ କାବୁଲରେ ମହିଳାଙ୍କ ବିରୋଧ ପ୍ରଦର୍ଶନ ତୀବ୍ର ହେବାରେ ଲାଗିଛି। ତାଲିବାନ ପକ୍ଷରୁ ମହିଳାଙ୍କ ଉପରେ ଲୁହବୁହା ଗ୍ୟାସ ସହିତ ଗୁଳି ଚାଳନା କରାଯାଇଛି। ସରକାରରେ ମହିଳାଙ୍କ କମ ଅଂଶଗ୍ରହଣ ଏବଂ କାର୍ଯ୍ୟ କରିବାର ଅଧିକାରକୁ ନେଇ ମହିଳାମାନେ ପ୍ରଦର୍ଶନ କରିଥିଲେ। ଏହି ସମୟରେ ପ୍ରାୟ ୫୦ରୁ ଅଧିକ ଆଫଗାନୀ ମହିଳା ହାତରେ ପ୍ଲାକାର୍ଡ ଧରି ସ୍ଲୋଗାନ ଦେଉଥିବାର ଦେଖାଯାଇଥିଲା।
ତେବେ ତାଲିବାନ କହିଛି ଯେ ନୂଆ ସରକାରରେ ମହିଳାମାନଙ୍କ ଚାକିରୀ ଜାରି ରହିବ।

୨୦୦୧ ପୂର୍ବରୁ ତାଲିବାନ ଇସଲାମର ଶରିଆ ଆଇନ ପାଳନ କରିବାରେ ହିଂସା ଏବଂ ବର୍ବରତା ପ୍ରଦର୍ଶନ କରିଥିଲା। ସେହି ସମୟରେ ମହିଳାଙ୍କ ଶିକ୍ଷା ଏବଂ କାର୍ଯ୍ୟ ଉପରେ ଏକ ନିଷେଧାଦେଶ ଜାରି କରାଯାଇଥିଲା। ତାଲିବାନ ମହିଳାମାନଙ୍କୁ କ୍ୟାବିନେଟରେ ସ୍ଥାନ ଦେବାକୁ ଦାବି କରାଯାଇଛି। ମହିଳାଙ୍କ ସହିତ ଆଲୋଚନା କରି ତାଲିବାନ ପଦକ୍ଷେପ ଗ୍ରହଣ କରୁ ବୋଲି ସେମାନେ ଦାବି କରିଛନ୍ତି। ମହିଳାମାନେ ରାଷ୍ଟ୍ରପତି ଭବନ ମୁହାଁ ହୋଇଥିଲେ। ତେବେ ସେମାନଙ୍କୁ ବାଟରେ ଅଟକାଇ ଦିଆଯାଇଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ବର୍ବରତାର ସମସ୍ତ ସୀମା ପାର କଲା ବୋକୋ ହରମ 

ଅବୁଜା,୨୯ ।୧୧: ନାଇଜେରିଆରେ ବୋକୋ ହରମ ଧାନ କ୍ଷେତରେ କାମ କରୁଥିବା ପାଖାପାଖି ୪୩ ଜଣ ମଜୁରିଆଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛି ।...

ଆମେ ଭୟ କରିନୁ: ୟୁକ୍ରେନ୍ ରାଷ୍ଟ୍ରପତି

କ୍ୱିଭ,୨୨ ।୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନର ଦୁଇଟି ଅଞ୍ଚଳକୁ ସ୍ୱତନ୍ତ୍ର ଦେଶର ମାନ୍ୟତା ଦେବା ପରେ ଯୁଦ୍ଧ ଆଶଙ୍କା ଆହୁରି ବୃଦ୍ଧି ପାଇଛି...

୧୦ଲକ୍ଷ ଟପିବ ସଂକ୍ରମିତଙ୍କ ସଂଖ୍ୟା: ଡବ୍ଲ୍ୟୁଏଚ୍‌ଓ

ଜେନେଭା,୩ା୪: ଦିନକୁ ଦିନ ପୃଥିବୀର ବିଭିନ୍ନ ରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି। ଇତିମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୯ ଲକ୍ଷ ୩୫ ହଜାରରୁ ଅଧିକ ଥିବାବେଳେ...

ମଜା ଆସିଲା ନାହିଁ ବୋଲି ୩.୫ କୋଟି ଟଙ୍କାର ଛାକିରି ଛାଡିଦେଲେ ଯୁବକ

ବାର୍ଷିକ ଦରମା ୩.୫ କୋଟି ଟଙ୍କା। ପ୍ରତିଦିନ ମାଗଣା ଖାଦ୍ୟ ଏବଂ ଅସୀମିତ ଛୁଟି। ତଥାପି ଏମିତି ଚାକିରି ପସନ୍ଦ ନ ଆସିବାରୁ ଆମେରିକାର ନେଟଫ୍ଲିକ୍ସରେ...

ରକ୍ତଚାପକୁ ନିୟନ୍ତ୍ରିତ କରେ ଏହି ରଙ୍ଗର ବେଡ୍‌ ଲାଇଟ୍‌…

ରାତିରେ ଘରେ ନୀଳ ରଙ୍ଗର ବେଡ୍‌ ଲାଇଟ୍‌ ଲଗାଇ ଶୋଇଲେ ବହୁ ଉପକାର ମିଳିଥାଏ। ଏହାଦ୍ୱାରା ମନ ଓ ଶରୀର ଉପରେ ସକାରାତ୍ମକ ପ୍ରଭାବ ପଡ଼ିଥାଏ...

ଇସ୍ରାଏଲ୍‌: ଦଳାଚକଟାରେ ୪୪ ମୃତ

ଜେରୁଜେଲମ, ୧।୫(ଆଇଏଏନ୍‌ଏସ୍‌): ଇସ୍ରାଏଲ୍‌ରେ ଗୁରୁବାର ମଧ୍ୟରାତ୍ରରେ ଏକ ଇହୁଦୀ ଉତ୍ସବ ପାଳନ ବେଳେ ଦଳାଚକଟା ଘଟି ୪୪ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ଅନ୍ୟ ୧୦୩...

ସୌଦି ଆରବରେ ଏକାଥରେ ୮୧ ଲୋକଙ୍କୁ ଦିଆଗଲା ମୃତ୍ୟୁ ଦଣ୍ଡ!

ରିୟାଦ,୧୩ ।୩: ସୌଦି ଆରବରେ ହତ୍ୟା ଓ ଚରମପନ୍ଥି ସହ ସମ୍ପର୍କ ରଖିଥିବା ବିଭିନ୍ନ ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଥିବା ୮୧ ଜଣଙ୍କୁ ସାମୁହିକ ଭାବେ...

ଆଷ୍ଟ୍ରାଜେନିକା ଟିକା ନେଲେ ବୋରିସ ଜନ୍‌ସନ

ଲଣ୍ଡନ,୨୦।୩: ବ୍ରିଟିଶ୍‌ ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନ ଆଷ୍ଟ୍ରାଜେନିକା କୋଭିଡ-୧୯ ଟିକା ନେଇଛନ୍ତି। ପ୍ରଥମ ଡୋଜ ଟିକା ନେବାପରେ ଜନ୍‌ସନ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, କୋଭିଡ-୧୯ ଆଷ୍ଟ୍ରାଜେନିକା...

Advertisement
Archives

Model This Week