Posted inଖେଳ

ମହିଳା ହକିର ନୂଆ ଜ୍ୟୋତି

ଓଡ଼ିଶାର ଜ୍ୟୋତି ସୁନୀତା କୁଲୁ ନିଜ ଦକ୍ଷତା ବଳରେ ଭାରତୀୟ ଦଳର ଅଧିନାୟିକା ହେବାର ଗୌରବ ଅର୍ଜନ କରିଥିଲେ। ଏବେ ଜାତୀୟ ସିନିୟର ମହିଳା ହକିରେ ପଦାର୍ପଣ କରିଛନ୍ତି ଆଉ ଜଣେ ଜ୍ୟୋତି। ସେ ହେଉଛନ୍ତି ଜ୍ୟୋତି ଛତ୍ରୀ। ଜ୍ୟୋତିଙ୍କ ପାଇଁ ଆଗକୁ ବଢ଼ିବାର ଭଲ ସୁଯୋଗ ଆସିଛି। ସେ ଭାରତୀୟ ସିନିୟର ୩୩ ଜଣିଆ କୋର୍‌ ଦଳରେ ସାମିଲ ହୋଇ ବେଙ୍ଗାଲୁରୁସ୍ଥିତ ସାଇ (ଭାରତୀୟ କ୍ରୀଡ଼ା ପ୍ରାଧିକରଣ) କ୍ୟାମ୍ପରେ ଟ୍ରେନିଂ ନେଉଛନ୍ତି। ଏପ୍ରିଲ ୯ରେ ଆରମ୍ଭ ହୋଇଥିବା ଏହି କ୍ୟାମ୍ପ ମେ’ ୧୩ ପର୍ଯ୍ୟନ୍ତ ଚାଲିବ। ଆଗାମୀ ଅଷ୍ଟ୍ରେଲିଆ ଗସ୍ତ, ଚାଇନାରେ ହେବାକୁଥିବା ଏସିଆନ ଗେମ୍ସ ଆଦି ଟୁର୍ନାମେଣ୍ଟକୁ ଦୃଷ୍ଟିରେ ରଖି ଭାରତୀୟ କୋର୍‌ ଦଳ ଏହି କ୍ୟାମ୍ପରେ ନିଜକୁ ପ୍ରସ୍ତୁତ କରୁଛି। ୨୦ ବର୍ଷୀୟା ଛତ୍ରୀ ପ୍ରଥମଥରପାଇଁ ସିନିୟର କ୍ୟାମ୍ପରେ ସୁଯୋଗ ପାଇଛନ୍ତି। ସୁନ୍ଦରଗଡ଼ କ୍ରୀଡ଼ା ଛାତ୍ରାବାସର ଜାତୀୟ ହକି କ୍ୟାଡେଟ୍‌ ହେଉଛନ୍ତି ଛତ୍ରୀ। ପ୍ରତିଭାକୁ ଦୃଷ୍ଟିରେ ରଖି ଛତ୍ରୀଙ୍କୁ ୨୦୨୧ରୁ ଓଡ଼ିଶା ନାଭାଲ ଟାଟା ହକି ଏଚ୍‌ପିସିରେ ଟ୍ରେନିଂ ଦିଆଯାଉଛି। ସୁନ୍ଦରଗଡ଼ ଜିଲା ରାଉରକେଲାରେ ଜନ୍ମିତ ଜ୍ୟୋତି ୩ ସନ୍ତାନଙ୍କ ମଧ୍ୟରୁ ସର୍ବକନିଷ୍ଠ। ସୁନ୍ଦରଗଡ଼ ଜିଲାର ଅଧିକାଂଶ ଖେଳାଳି ହକି ପ୍ରେମରେ ପଡ଼ିଥାନ୍ତି। ଏଥିରୁ ଜ୍ୟୋତି ମଧ୍ୟ ବାଦ୍‌ ପଡ଼ିନାହାନ୍ତି। ପରିବାରରେ ହକିପ୍ରତି ପ୍ରବଳ ଆଗ୍ରହ ଥିବାରୁ ସେ ୨୦୧୪ରେ ହକିକୁ ଆପଣେଇ ନିଅନ୍ତି। ଜ୍ୟୋତିଙ୍କ ଭାଇ ମଧ୍ୟ ଜଣେ ହକି ଗୋଲକିପର। ସେ ତାଙ୍କୁ ହକିକୁ କ୍ୟାରିୟର କରିବାକୁ ଉତ୍ସାହିତ କରିଥିଲେ।
ଜଣିଆ କୋର୍‌ ଦଳରେ ସାମିଲ ହୋଇଥିବାରୁ ଜ୍ୟୋତିଙ୍କ ଖୁସି କହିଲେ ନ ସରେ। ”ଏହି କ୍ୟାମ୍ପରେ ଭାରତର ଶ୍ରେଷ୍ଠ ହକି ଖେଳାଳିଙ୍କ ସଂସ୍ପର୍ଶରେ ଆସି ଅନେକ କିଛି ଶିଖିବାକୁ ମିଳୁଛି। ଉଚ୍ଚସ୍ତରରେ ଖେଳିବା ଏବଂ ଭାରତକୁ ପ୍ରତିନିଧିତ୍ୱ କରିବା ଆମ ସମସ୍ତଙ୍କର ସ୍ବପ୍ନ। ତେଣୁ ଏହା ମୋ ପାଇଁ ଏକ ବଡ଼ ସୁଯୋଗ। ମୁଁ ଯେଉଁଠାରେ ବଢ଼ିଛି ସେଠାରେ ହକି ଅତ୍ୟନ୍ତ ଲୋକପ୍ରିୟ। ମୋ ଭାଇ ହକି ଖେଳନ୍ତି ଏବଂ ସେ ମୋତେ ଏହି କ୍ରୀଡ଼ାକୁ କ୍ୟାରିୟର କରିବାକୁ ଉତ୍ସାହିତ କରିଛନ୍ତି। ପାନପୋଷ ଷ୍ଟାଡିୟମ ମୋ ଘରଠାରୁ ଅଳ୍ପ ଦୂରରେ। ମୁଁ ଭାଗ୍ୟବାନ ଯେ ଏହି ରାଜ୍ୟ କ୍ରୀଡ଼ା ଛାତ୍ରାବାସରେ ଭର୍ତ୍ତି ହେବାର ସୁଯୋଗ ପାଇଥିଲି। ସେଠାରୁ ମୁଁ ହକିକୁ ଗୁରୁତ୍ୱର ସହ ନେଇଥିଲି“ ବୋଲି ପ୍ରତିଭାସମ୍ପନ୍ନ ଡିଫେଣ୍ଡର ଜ୍ୟୋତି ପ୍ରକାଶ କରିଛନ୍ତି।
ଜ୍ୟୋତି ଭୁବନେଶ୍ୱରସ୍ଥିତ ଓଡ଼ିଶା ନାଭାଲ ଟାଟା ହକି ହାଇ ପରଫର୍ମାନ୍ସ ସେଣ୍ଟର କାର୍ଯ୍ୟକ୍ରମରେ ଯୋଗଦେବାପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ। ଘରଠାରୁ ଦୂରରେ ରହିବା ତାଙ୍କପାଇଁ ଚ୍ୟାଲେଞ୍ଜ ଥିଲା। ମାତ୍ର ପରିବାର ଏବଂ ଓଡ଼ିଶା ନାଭାଲ ଟାଟା ଏଚ୍‌ପିସି କୋଚ୍‌ଙ୍କ ସମର୍ଥନ ଯୋଗୁ ତାହା ସମ୍ଭବ ହୋଇପାରିଥିଲା। ଏଚ୍‌ପିସିରେ ଯୋଗଦେବା ପରଠାରୁ ସେ ଅନେକ କିଛି ଶିଖିବାକୁ ପାଇଛନ୍ତି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri