Posted inଜାତୀୟ

୩୦୦ କୋଟି ପାଇଁ ମର୍ଡର, ଶ଼୍ବଶୁରକୁ ଷଡ଼ଯନ୍ତ୍ର କରି ମାରିଲା ବୋହୁ

ନୂଆଦିଲ୍ଲୀ, ୧୨।୬: ମହାରାଷ୍ଟ୍ରର ନାଗପୁର ଜିଲାରେ ଗତ ମାସରେ ଘଟିଥିବା ହିଟ୍‌ ଆଣ୍ଡ୍‌ ରନ୍‌ ମାମଲାରେ ଏକ ବଡ଼ ଧରଣର ଖୁଲାସା ହୋଇଛି। ଏହି ମାମଲାର ତଦନ୍ତ କରୁଥିବା ନାଗପୁର ପୋଲିସର ଅନୁସନ୍ଧାନରୁ ଏହି ମାମଲା ହିଟ୍‌ ଆଣ୍ଡ୍‌ ରନ୍‌ ପରିବର୍ତ୍ତେ ପ୍ରାୟୋଜିତ ହତ୍ୟାକାଣ୍ଡ ବୋଲି ଜଣାପଡ଼ିଛି । ନାଗପୁର ପୋଲିସ ହତ୍ୟାକାଣ୍ଡର ହୃଦୟ ବିଦାରକ ଷଡଯନ୍ତ୍ରର ଖୁଲାସା କରିଛି । ମୃତ ପୁରୁଷୋତ୍ତମ ପୁଟେୱାରଙ୍କ ବୋହୂ ସମେତ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୋଲିସର ସୂଚନାନୁସାରେ, ଏହି ଷଡଯନ୍ତ୍ରର ପୁରା ମାଷ୍ଟରମାଇଣ୍ଡ ହେଉଛି ମୃତଙ୍କ ବୋହୂ । ସେ ୩ ଶହ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଲୋଭରେ ପଡ଼ି ଏହି ଷଡଯନ୍ତ୍ର ରଚିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ୨୨ ମେ ୨୦୨୪ରେ ନାଗପୁରର ଅଜନୀ ଅଞ୍ଚଳରେ ଏକ ହିଟ୍‌ ଆଣ୍ଡ୍‌ ରନ୍‌ ଘଟଣା ସାମ୍ନାକୁ ଆସିଥିଲା। ଏହି ଘଟଣାରେ ପୁରୁଷୋତ୍ତମ ପୁତେୱାର ନାମକ ଜଣେ ବୃଦ୍ଧ ବ୍ୟକ୍ତିଙ୍କ ଉପରେ ଦୁଇଜଣ କାର ଆରୋହୀ ଗାଡ଼ି ଚଢ଼ାଇ ଦେଇଥିଲେ । ଏହି ଘଟଣାରେ ୭୨ ବର୍ଷ ବୟସ୍କା ପୁରୁଷୋତ୍ତମ ପୁତେୱାରଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଏହାପୂର୍ବରୁ ଏହି ପୂରା ଘଟଣା ଏକ ହିଟ୍‌ ଆଣ୍ଡ୍‌ ରନ୍‌ ଘଟଣା ପରି ମନେ ହେଉଥିଲା। କିନ୍ତୁ ଯେତେବେଳେ ନାଗପୁର ପୋଲିସ ଏହି ଯୋଜନା ସମ଼୍ବନ୍ଧରେ ସୂଚନା ପାଇଲା ସେତେବେଳେ ପୋଲିସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲା ।

ପୋଲିସର ଅନୁସନ୍ଧାନରେ, ସୁଚିନ୍ତିତ ହତ୍ୟାକାଣ୍ଡର ଏକ ବଡ଼ ଷଡ଼ଯନ୍ତ୍ର ରହିଥିବା ଜାଣିବାକୁ ପାଇଥିଲା । ଏହାର ମାଷ୍ଟରମାଇଣ୍ଡ ମୃତ ବ୍ୟକ୍ତିଙ୍କ ବୋହୂ ଅର୍ଚ୍ଚନା ପୁତେୱାରଙ୍କ ବ୍ୟତୀତ ଆଉ କେହି ନୁହଁନ୍ତି। ପ୍ରକୃତରେ, ପୋଲିସ ଗୁପ୍ତ ସୂତ୍ରରୁ ସୂଚନା ପାଇଥିଲା ଯେ ମୃତ ପୁରୁଷୋତ୍ତମ ପୁତେୱାରଙ୍କ ୩ ଶହ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ହାସଲ କରିବା ପାଇଁ ବୋହୂ ଅର୍ଚ୍ଚନା ପୁତେୱାର ପ୍ରଥମେ ତାଙ୍କ ଘରୋଇ ଡ୍ରାଇଭରକୁ ପ୍ରଲୋଭନ ଦେଖାଇ ପରେ ତାଙ୍କ ସାହାଯ୍ୟରେ ଏହି ଷଡଯନ୍ତ୍ର କରିଥିଲେ। ଏଥିପାଇଁ ଦୁଇ ଜଣ ଡ୍ରାଇଭରଙ୍କୁ ୧କୋଟି ଟଙ୍କା ଏବଂ ପୁଣିଥରେ ଲାଇସେନ୍ସ ଦେବା ନେଇ ପ୍ରତିଶ୍ରୁତି ଦେଇ ଶ଼୍ବଶୁରଙ୍କ ଉପରେ ଗାଡ଼ି ଚଢ଼ାଇ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରାଯାଇଥିଲା।
ତେବେ ଏହି ଘଟଣାରେ ଜଡ଼ିତ ଥିବା ବୋହୁ ଅର୍ଚ୍ଚନା, ତାଙ୍କ ଭାଇ ପ୍ରଶାନ୍ତ, ପିଏ ପାୟଲଙ୍କୁ ପୋଲିସ ଗିରଫ କରିଛି । ଅନ୍ୟପଟେ ଅଭିଯୁକ୍ତ ଡ୍ରାଇଭର ଫେରାର ରହିଥିବା ଜଣାପଡ଼ିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?