ବୈଦେଶିକ ସେବାରେ ମହିଳା

Dillip Cherian

ଭାରତୀୟ ବୈଦେଶିକ ସେବା (ଆଇଏଫ୍‌ଏସ୍‌)ରେ ମହିଳାଙ୍କ ସଂଖ୍ୟା ୨୦୧୪ରୁ ୨୦୨୨ ମଧ୍ୟରେ ୬.୬% ବୃଦ୍ଧି ପାଇ ବର୍ତ୍ତମାନ ୩୭.୮% ରହିଛି। ଉଲ୍ଲେଖନୀୟ ଯେ, ୨୦୧୮ରୁ ୨୦୨୦ ମଧ୍ୟରେ ଆଇଏଫ୍‌ଏସ୍‌ରେ ମହିଳାଙ୍କ ନିଯୁକ୍ତି ୪୦%ରୁ ଅଧିକ ଥିଲା। ହେଲେ କୂଟନୈତିକ ବୃତ୍ତିରେ ଲିଙ୍ଗଗତ ସମାନତା ହାସଲ କରିବା ପାଇଁ ଅନେକ କିଛି କରିବାକୁ ହେବ। ଆଇଏଫ୍‌ଏସ୍‌ରେ ପୁରୁଷଙ୍କ ତୁଳନାରେ ମହିଳାମାନଙ୍କୁ ଚ୍ୟାଲେଞ୍ଜିଂ ନିଯୁକ୍ତିରୁ ବାଦ ଦିଆଯିବା ଏବଂ ବିବାହ ପାଇଁ ସରକାରୀ ଅନୁମୋଦନ ଆବଶ୍ୟକ ଭଳି ଅନେକ ଆହ୍ବାନର ସମ୍ମୁଖୀନ ହେଉଥିଲେ। ଏଭଳି ଅସମାନତା ବିରୋଧରେ ୧୯୭୯ରେ ସି.ବି. ମୁଥାମ୍ମା ଲଢ଼ିିଥିଲେ ଓ ୧୯୮୦ ଦଶକରେ ଏଥିରେ ଉନ୍ନତି ଆସିଥିଲା, ତଥାପି ଆଇଏଫ୍‌ଏସ୍‌୍‌ ଅପେକ୍ଷାକୃତ ଏକ କ୍ଷୁଦ୍ର ସେବା ହୋଇ ରହିଛି। ତେବେ ନିଯୁକ୍ତି ସଂଖ୍ୟା ବଢ଼ି଼ବା ଦ୍ୱାରା ମହିଳାମାନେ ଅଧିକ ସଂଖ୍ୟାରେ ସେବାରେ ଯୋଗ ଦେଉଛନ୍ତି। ଏଭଳି ସ୍ଥିତି ୨୦୧୫ରେ ଦେଖାଯାଇଥିଲା, ଯେତେବେଳେ ୧୭ ଜଣ ମହିଳାଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିଲା। ସମ୍ପ୍ରତି ମହିଳାମାନେ କେବଳ ୮ଟି ଭାରତୀୟ କୂଟନୈତିକ ଦୂତାବାସର ମୁଖ୍ୟ ରହିଛନ୍ତି, କିନ୍ତୁ ପ୍ରମୁଖ ରାଜଧାନୀରେ କେହି ନାହାନ୍ତି। ୨୦୦୮ ତୁଳନାରେ ଏହା ଏକ ବଡ଼ ହ୍ରାସ, ଯେତେବେଳେ ମହିଳାମାନେ ପ୍ରମୁଖ ପଦବୀ ସମେତ ୨୫ ରୁ ଅଧିକ ଦୂତାବାସର ନେତୃତ୍ୱ ନେଇଥିଲେ। ଏବେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ୭ଟି ଉଚ୍ଚସ୍ତରୀୟ ପଦବୀ ମଧ୍ୟରୁ କେବଳ ଗୋଟିଏରେ ଜଣେ ମହିଳା ଅଛନ୍ତି। ଆଇଏଫ୍‌ଏସ୍‌ରେ ପ୍ରକୃତ ଲିଙ୍ଗଗତ ସମାନତା ହାସଲ କରିବାକୁ ହେଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କୁ ମହିଳାଙ୍କ ଉନ୍ନତି ଏବଂ ନେତୃତ୍ୱ ପାଇଁ ସମାନ ସୁଯୋଗ ସୁନିଶ୍ଚିତ କରିବାକୁ ହେବ ଏବଂ ଏଥିପାଇଁ ଗଠନମୂଳକ ତଥା ସାଂସ୍କୃତିକ ପ୍ରତିବନ୍ଧକକୁ ଦୂର କରିବାକୁ ପଡ଼ିବ।

ତ୍ୱରିତ ନିଯୁକ୍ତି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନ୍‌ଡିଏ ସରକାର ସମୟ ନଷ୍ଟ କରୁନାହାନ୍ତି। ନୂତନ କେନ୍ଦ୍ର ମନ୍ତ୍ରୀମାନେ ଦାୟିତ୍ୱ ନେବା ପରେ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ବ୍ୟକ୍ତିଗତ ସଚିବମାନଙ୍କୁ ଶୀଘ୍ର ନିଯୁକ୍ତ କରାଯାଉଛି। ନିଯୁକ୍ତିର ପ୍ରଥମ ପର୍ଯ୍ୟାୟରେ ନୀତିନ ଗଡକରୀ, ମନୋହରଲାଲ ଖଟ୍ଟର, ଗିରିରାଜ ସିଂ ଏବଂ ହରଦୀପ୍‌ ସିଂ ପୁରୀଙ୍କ ଭଳି କେନ୍ଦ୍ର ମନ୍ତ୍ରୀଙ୍କ ପାଇଁ ବ୍ୟକ୍ତିଗତ ସଚିବଙ୍କ ନାମ ଘୋଷଣା କରାଯାଇଥିଲା। ଏମାନେ ହେଉଛନ୍ତି ୨୦୧୦, ୨୦୧୧ ଏବଂ ୨୦୧୨ ଆଇଏଏସ୍‌ ବ୍ୟାଚର ସିନ୍ଦେ ଦୀପକ ଅର୍ଜୁନ, ରସାଲ ଦ୍ୱିବେଦୀ, ରମଣ କୁମାର ଏବଂ ବି.ବିଜୟ ଦତ୍ତ। କୌତୂହଳର ବିଷୟ ହେଉଛି, ମନ୍ତ୍ରୀଙ୍କଠାରୁ ଅଧିକ ତଥ୍ୟ ବା ସୂଚନା ବିନା ଏହି ନିଯୁକ୍ତି କରାଯାଇଥିଲା, ବିଶେଷକରି ଗଡ଼କରୀଙ୍କ କ୍ଷେତ୍ରରେ ମଧ୍ୟ ଏହା ଘଟିଥିଲା। ପରବର୍ତ୍ତୀ ସମୟରେ ଦ୍ୱିତୀୟ ପର୍ଯ୍ୟାୟରେ ୬ଜଣ ଅଧିକାରୀଙ୍କୁ କେନ୍ଦ୍ର ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବରେ ନିଯୁକ୍ତ କରାଯାଇଥିଲା। ସେମାନଙ୍କ ମଧ୍ୟରୁ କର୍ନାଟକ କ୍ୟାଡରର ଅନିରୁଦ୍ଧ ଶ୍ରବଣ ପୁଲିପାକାଙ୍କୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ ବ୍ୟକ୍ତିଗତ ସଚିବ ଭାବରେ ନିଯୁକ୍ତି ଦିଆଯାଇଛି। ନିର୍ବାଚନ ଘୋଷଣା ହେବା ପୂର୍ବରୁ ଅମଲାତନ୍ତ୍ର ଏବଂ ନୀତି ଆୟୋଗ ଅଧିକାରୀଙ୍କ ଦ୍ୱାରା ମନ୍ତ୍ରଣାଳୟ ଏବଂ ବିଭାଗଗୁଡ଼ିକ ପାଇଁ ୧୦୦ ଦିନିଆ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରାଯାଇଥିବା ଯୋଗୁ ଏହି ନିଯୁକ୍ତି ତତ୍ପରତା ପ୍ରକାଶ ପାଇଛି। ଯୋଜନାଗୁଡ଼ିକ ପାଇଁ ଆବଶ୍ୟକ ହେଉଥିବା ବୈଧାନିକ ଅନୁମୋଦନ କିମ୍ବା ପାଣ୍ଠି ଆସନ୍ତା ମାସରେ ଉପସ୍ଥାପିତ ହେବାକୁ ଥିବା ବଜେଟରେ ଜଣାପଡ଼ିବ।

ଇଏମ୍‌ଆଇରେ ଲାଞ୍ଚ
ଗୁଜରାଟର ଅଧିକାରୀମାନେ ବର୍ତ୍ତମାନ ପୀଡ଼ିତଙ୍କ ଉପରେ ବୋଝ କମାଇବା ପାଇଁ ଇଏମ୍‌ଆଇ(ଇକ୍ୱେଟେଡ୍‌ ମନ୍‌ଥଲି ଇନଷ୍ଟାଲମେଣ୍ଟ) ଆଧାରରେ ଲାଞ୍ଚ ଗ୍ରହଣ କରୁଛନ୍ତି। ଏହି ବାବୁମାନେ ବୋଧହୁଏ ବ୍ୟାଙ୍କିଙ୍ଗ ସିଷ୍ଟମରୁ ଏକ ଲିଖିତ ନିର୍ଦ୍ଦେଶ ନେଇଛନ୍ତି, ଯାହା ନାଗରିକମାନଙ୍କୁ ସହଜ କିସ୍ତିରେ ଲାଞ୍ଚ ଦେବାକୁ ଅନୁମତି ଦେଇଛି । ଆପଣଙ୍କୁ ଲାଞ୍ଚ ଦେବାକୁ ଥିଲେ ତାହାକୁ ଏକାଥରକେ ନ ଦେଇ ବର୍ତ୍ତମାନ ଅନେକ ମାସ ମଧ୍ୟରେ ଏହା ଦେଇପାରିବେ। ଉଦାହରଣ ସ୍ବରୂପ, ଚଳିତ ବର୍ଷ ପ୍ରାରମ୍ଭରେ ରାଜ୍ୟ ଜିଏସ୍‌ଟିି ବୋଗସ ବିଲିଂ ସ୍କାମ୍‌ରେ ଜଡିତ ଜଣେ ବ୍ୟକ୍ତିଙ୍କ ଠାରୁ ୨୧ ଲକ୍ଷ ଟଙ୍କା ଲାଞ୍ଚ ଦାବି କରାଯାଇଥିଲା। ଖୁସିର କଥା, ୯ ମାସ ପାଇଁ ମାସକୁ ୨ ଲକ୍ଷ ଟଙ୍କା ଦେବାର ଏକ ଇଏମ୍‌ଆଇ ଯୋଜନା ମିଳିଗଲା । ସେହିଭଳି ଜଣେ ସାଇବର କ୍ରାଇମ୍‌ ୟୁନିଟ୍‌ ଅଧିକାରୀ ଜଣଙ୍କଠାରୁ ୧୦ ଲକ୍ଷ ଟଙ୍କା ଦାବିକରି ତାହା ୪ଟି କିସ୍ତିରେ ଗ୍ରହଣ କରିଥିବା ଜଣାପଡ଼ିଥିଲା। ସୁରଟରେ ଜଣେ ଡେପୁଟି ସରପଞ୍ଚ ଏବଂ ପଞ୍ଚାୟତ ସମିତି ସଦସ୍ୟ ଜଣେ ଗ୍ରାମବାସୀଙ୍କ ଚାଷ ଜମିକୁ ସମାନ କରିବା ପାଇଁ ତାଙ୍କୁ ୮୫,୦୦୦ ଟଙ୍କା ମାଗିଥିଲେ। କିନ୍ତୁ ଗ୍ରାମବାସୀଙ୍କ ଆର୍ଥିକ ସ୍ଥିତିକୁ ଦେଖି ସେମାନେ ଏକ ଇଏମ୍‌ଆଇ ବିକଳ୍ପ ପ୍ରଦାନ କରିଥିଲେ, ଯେଉଁଥିରେ ପ୍ରଥମେ ୩୫,୦୦୦ ଟଙ୍କା ଦେଇଥିଲେ ଓ ବାକି ଟଙ୍କା ୩ଟି କିସ୍ତିରେ ଦେବାକୁ ସ୍ଥିର କରାଯାଇଥିଲା। ଏକ ନାଟକୀୟ ଘଟଣା କ୍ରମରେ ଦୁଇ ପୋଲିସ ଅଧିକାରୀ ସେମାନେ ସାବରକାନ୍ତ ଜିଲାର ଜଣେ ବାସିନ୍ଦାଙ୍କଠାରୁ ପ୍ରଥମ କିସ୍ତିରେ ୧୦ ଲକ୍ଷ ଟଙ୍କା ଲାଞ୍ଚ ଦାବି କରିଥିଲେ ଓ ତାଙ୍କ ଠାରୁ ୪ ଲକ୍ଷ ନେଇ ଅବଶିଷ୍ଟ ଟଙ୍କା ପାଇଁ ଅପେକ୍ଷା ନ କରି ପଳାଇଯାଇଥିଲେ। ବରିଷ୍ଠ ପୋଲିସ ଅଧିକାରୀମାନେ ସ୍ବୀକାର କରିଛନ୍ତି ଯେ, ଚଳିତ ବର୍ଷ ଅତି କମ୍‌ରେ ୧୦ଟି ଏମିତିକା ମାମଲା ରୁଜୁ ହୋଇଛି । ତେବେ ବର୍ତ୍ତମାନ ଦେଶର ଅବଶିଷ୍ଟ ରାଜ୍ୟଗୁଡ଼ିକ ଗୁଜରାଟ ମଡେଲର ଲୁକ୍କାୟିତ ଦିଗଗୁଡ଼ିକ ବିଷୟରେ ଜାଣିବାକୁ ପାଉଛନ୍ତି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ ମହାରାଷ୍ଟ୍ରର ମରାଠାଓ୍ବାଡା ଓ ଖଣ୍ଡେଶ ଅଞ୍ଚଳରେ ଜଳାଶୟ ଓ…

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା’ ଶୀର୍ଷକ ଏକ ଭାଇରାଲ ରିଲ୍‌ କିଛିଦିନ ହେଲା ଭାରତୀୟଙ୍କ ହ୍ବାଟ୍ସଆପ୍‌ରେ ଆଲୋଡ଼ନ ସୃଷ୍ଟି କରିଥିଲା ଓ ଏହି ଅସମୟ ବର୍ଷାରେ ବାହାରକୁ…

ଗରିବ କିଏ

ସଂସାରରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ବହୁତ ଧନ ସମ୍ପତ୍ତିର ଅଧିକାରୀ ତ ହୋଇଥାନ୍ତି; କିନ୍ତୁ ସେମାନଙ୍କର ଆଚରଣ ଭିକାରିର ଆଚରଣ ସହିତ ପ୍ରାୟ ସମାନ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

ଅହିଂସା ଓ ଅସ୍ପୃଶ୍ୟତା

ଅହିଂସାକୁ ହିନ୍ଦୁଧର୍ମରେ ଶ୍ରେଷ୍ଠ ସଦାଚାର ବା ଗୁଣ ବୋଲି ବିବେଚନା କରାଯାଏ। ଏହା ସଦାଚାରୀ ସନ୍ନ୍ୟାସୀ, ଦୟାଶୀଳ ଋଷି ତଥା ଶ୍ରେଷ୍ଠ ନୈତିକ ଜୀବନର ଭାବମୂର୍ତ୍ତିକୁ ପରିପ୍ରକାଶକରେ।…

ଏମିତି ଥିଲା ଗାଁ

ଭାରତର ଆତ୍ମା ହେଉଛି ଗାଁ। ସଭ୍ୟତା, ସଂସ୍କୃତି, ପରମ୍ପରା, ସାମାଜିକ ବନ୍ଧନ ଓ ସଦାଚାରର ପ୍ରାଣକେନ୍ଦ୍ର ଯେଉଁଠି ଗୋଟିଏ ଘରେ ସୋରିଷ ଫୁଟିଲେ ସମ୍ପୂର୍ଣ୍ଣ ଗାଁକୁ ବାସିଥାଏ।…

କୃଷି ରପ୍ତାନିର ନୂତନ ଆଶା

ରାଜ୍ୟର କୃଷିବିକାଶ ଓ କୃଷକମାନଙ୍କ ଆୟବୃଦ୍ଧି ପାଇଁ କୃଷି-ରପ୍ତାନି ଏକ ପ୍ରମୁଖ ମାର୍ଗ। କୃଷି-ରପ୍ତାନି ପାଇଁ ପାରମ୍ପରିକ ଜୈବିକ କୃଷି ଓ ଅତ୍ୟାଧୁନିକ କୃଷି ଅଧିକ ସୁଯୋଗ…

ଲକ୍ଷ୍ୟହୀନ ଯୁଦ୍ଧ

ଇରାନ୍‌ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ସୃଷ୍ଟି ହୋଇଥିବା ଯୁଦ୍ଧ ୨୩ ମାର୍ଚ୍ଚରେ ଭିନ୍ନ ମୋଡ଼ରେ ପହଞ୍ଚିଥିଲା। ଏହିଦିନ ଆମେରିକା ରାଷ୍ଟ୍ରପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri